ଓଡିଶା

odisha

By ETV Bharat Odisha Team

Published : Jun 2, 2024, 7:21 PM IST

ETV Bharat / health

ଭୁଲରେ ବି ଘରେ ଲଗାନ୍ତୁ ନାହିଁ ଏହି ଗଛ, ନଚେତ ବଢିବ ସମସ୍ୟା ! - Plants Not Good For Home

Unlucky Plants For Home: ବାସ୍ତୁ ଶାସ୍ତ୍ରରେ ଗଛର ବିଶେଷ ଗୁରୁତ୍ୱ ବିଷୟରେ ଉଲ୍ଲେଖ କରାଯାଇଛି । କେତେକ ଗଛ ଘରେ ସୁଖ ଆଣିଥିବାବେଳେ କିଛି ଗଛ ଘରେ ସମସ୍ୟା ବଢାଇଥାଏ । ଜାଣନ୍ତୁ କେଉଁ ଗଛ ଘରେ ରହିବା ଉଚିତ ନୁହେଁ ।

ଭୁଲରେ ବି ଘରେ ଲଗାନ୍ତୁ ନାହିଁ ଏହି ଗଛ
ଭୁଲରେ ବି ଘରେ ଲଗାନ୍ତୁ ନାହିଁ ଏହି ଗଛ (Getty Image)

ହାଇଦ୍ରାବାଦ: ଗଛ କେବଳ ଆମକୁ ଫଳ ଏବଂ ଫୁଲ ଦେଇନଥାଏ ବରଂ ସବୁବେଳେ ସବୁଜ ପରିବେଶ ଓ ସୁସ୍ଥ ବାୟୁ ଯୋଗାଇଥାଏ । ଘର ଭିତରେ ଏବଂ ଘର ଆଖପାଖରେ ଗଛ ରହିଲେ ଏହା ଆମକୁ ମାନସିକ ଓ ଶାରୀରିକ ଭାବରେ ସୁସ୍ଥ ରଖିଥାଏ । ତେବେ ବାସ୍ତୁ ଶାସ୍ତ୍ରୀଙ୍କ କହିବା ଅନୁସାରେ, କିଛି ଗଛ ଅଛି ଯାହା ଲଗାଇବା ଦ୍ବାରା ଘରେ ସୁଖ ସମୃଦ୍ଧତା ବୃଦ୍ଧି ଘଟେ । ଏହାସହ ଏମିତି ମଧ୍ୟ କିଛି ଗଛ ଅଛି ଯାହାକୁ ଲଗାଇବା ଦ୍ବାରା କିମ୍ବା ଘର ଆଖପାଖରେ ରହିବା ଦ୍ବାରା ଘରେ ଅନେକ ସମସ୍ୟା ଆସିଥାଏ । ଆର୍ଥିକ ସମସ୍ୟା ଠାରୁ ସ୍ବାସ୍ଥ୍ୟ ସମ୍ବନ୍ଧୀୟ ଓ ପରିବାର ମଧ୍ୟରେ ମନୋମାଳିନ୍ୟ ଭଳି ସମସ୍ୟା ମଧ୍ୟ ଦେଖାଦିଏ । ତେବେ ଆଜି ଏମିତି କିଛି ଗଛ ବିଷୟରେ ଜାଣିବା ଯାହାକୁ ଘରେ କିମ୍ବା ଘରର ଆଖପାଖରେ ଲଗାଇବା ଉଚିତ୍ ନୁହେଁ ।

ତେନ୍ତୁଳି:

ଭୁଲରେ ବି ଘରେ ଲଗାନ୍ତୁ ନାହିଁ ଏହି ଗଛ (Getty Image)

ବାସ୍ତୁଶାସ୍ତ୍ର ବିଶେଷଜ୍ଞଙ୍କ କହିବା ଅନୁସାରେ, ଘର ପାଖରେ ତେନ୍ତୁଳି ଗଛ ରହିଲେ ଘର ଭିତରେ ନକରାତ୍ମକ ଶକ୍ତି ବୃଦ୍ଧି ପାଇଥାଏ । ଘରେ ସବୁବେଳେ ଭୟ ଏବଂ ଭୟର ବାତାବରଣ ରହିଥାଏ । ଘର ପାଖରେ ଏହି ଗଛ ଯେତେ ବଡ଼ ହୋଇଥାଏ ଘର ମଧ୍ୟରେ ସେତିକି ସକରାତ୍ମକ ଶକ୍ତି ପ୍ରବାହକୁ ବାଧା ଦେଇଥାଏ । ଏହାସହ ତେନ୍ତୁଳି ଗଛ ଘର ପାଖରେ ରହିଲେ ପରିବାର ଲୋକଙ୍କ ମଧ୍ୟରେ ମନୋମାଳିନ୍ୟ ସହ ତିକ୍ତତା ଆସିଥାଏ ।

ଅରଖ:

ଭୁଲରେ ବି ଘରେ ଲଗାନ୍ତୁ ନାହିଁ ଏହି ଗଛ (Getty Image)

ଅରଖ ଫୁଲ ମହାଦେବଙ୍କ ଅତି ପ୍ରିୟ । କିନ୍ତୁ ବାସ୍ତୁ ଶାସ୍ତ୍ର ଅନୁଯାୟୀ, ଘରେ କିମ୍ବା ଘର ପାଖରେ ଅରଖ ଗଛ ରହିଲେ ଏହା ବିବାଦ ବଢାଇଥାଏ । ପରିବାର ସଦସ୍ୟ ମାନସିକ ସ୍ତରରେ ଅସୁସ୍ଥ ହେବାକୁ ଲାଗନ୍ତି ।

କପା:

ଭୁଲରେ ବି ଘରେ ଲଗାନ୍ତୁ ନାହିଁ ଏହି ଗଛ (Getty Image)

ଘର ପାଖରେ କପା ଗଛ ରହିଲେ ଏହା ଅତ୍ୟନ୍ତ ବିପଜ୍ଜନକ । ବାସ୍ତୁ ବିଶେଷଜ୍ଞମାନେ କହିଛନ୍ତି ଯେ, ଘର ପାଖରେ କପା ଗଛ ରହିଲେ ନକରାତ୍ମକ ବଢ଼ିଥାଏ । ଏହାସହ ଘରେ ପରିବାର ମଧ୍ୟରେ ପରସ୍ପର ମଧ୍ୟରେ ଦ୍ବନ୍ଦ୍ବ ସୃଷ୍ଟି ହୋଇଥାଏ ।

କାକଟସ୍ :

ଭୁଲରେ ବି ଘରେ ଲଗାନ୍ତୁ ନାହିଁ ଏହି ଗଛ (Getty Image)

ବାସ୍ତୁ ଶାସ୍ତ୍ରୀଙ୍କ କହିବା ଅନୁଯାୟୀ, ଘର ଭିତରେ କିମ୍ବା ଚାରିପାଖରେ କାକଟସ୍‌‌ (କଣ୍ଟା ଜାତୀୟ) ଗଛ ଲଗାଯିବା ଉଚିତ୍ ନୁହେଁ । ଏହିଗଛ ରହିଲେ ଘରେ ସବୁବେଳେ ଅଶାନ୍ତି ଲାଗି ରହିବ । ଘରେ ଉତ୍ତେଜନା ମଧ୍ୟ ଦେଖାଦେଇଥାଏ । ଘରେ ସକରାତ୍ମକ ପ୍ରବାହରେ ବାଧା ସୃଷ୍ଟି କରେ ଏବଂ କାର୍ଯ୍ୟଦକ୍ଷତାକୁ ମଧ୍ୟ ବାଧା ଦେଇଥାଏ ।

ଏହା ମଧ୍ୟ ପଢ଼ନ୍ତୁ...ଘରେ ବ୍ୟବହୃତ ଜିନିଷର ଏକ୍ସପାରି ଡେଟ, ଏହାକୁ ଦୀର୍ଘ ସମୟ ଧରି ବ୍ୟବହାର କଲେ କ'ଣ ହେବ ? - Expiry Date Of Household Items

ବୋନସାଇ (Bonsai):

ଭୁଲରେ ବି ଘରେ ଲଗାନ୍ତୁ ନାହିଁ ଏହି ଗଛ (Getty Image)

ବୋନସାଇ ଗଛ ଦେଖିବାକୁ ବହୁତ ସୁନ୍ଦର । ଏହି ଗଛ ଧିରେ ଧିରେ ବଢ଼େ । ଏହି ଗଛ ଲଗାଇବା ଦ୍ବାରା ଘରର ସଦସ୍ୟଙ୍କ କ୍ୟାରିୟର ଏବଂ ପ୍ରଗତିରେ ପ୍ରଭାବ ପକାଇପାରେ ବୋଲି ବାସ୍ତୁ ଶାସ୍ତ୍ରୀମାନେ କହିଛନ୍ତି ।

ଏହି ୱେବସାଇଟରେ ଆପଣଙ୍କୁ ଦିଆଯାଇଥିବା ସମସ୍ତ ସୂଚନା, ଟିପ୍ସ ଏବଂ ପରାମର୍ଶ କେବଳ ଆପଣଙ୍କ ସୂଚନା ପାଇଁ । ବିଶେଷଜ୍ଞଙ୍କ ପରାମର୍ଶ ଉପରେ ଆଧାର କରି ଆମେ ଏହି ସୂଚନା ପ୍ରଦାନ କରୁଛୁ ।

ABOUT THE AUTHOR

...view details