ଓଡିଶା

odisha

ETV Bharat / health

ଅନେକ ରୋଗର ଔଷଧ ଏହି ଗୋଲାପୀ ଫୁଲ, ଖାସ୍ କରି ଡାଇବେଟିସ ପାଇଁ - SADABAHAR FLOWER

ଡାଇବେଟିସ୍ ରୋଗୀଙ୍କ ପାଇଁ କୌଣସି ଔଷଧଠୁ କମ୍ ନୁହେଁ ଏହି ଗୋଲାପୀ ରଙ୍ଗର ଫୁଲ । ବର୍ଷକ ବାର ମାସ ସମସ୍ତଙ୍କ ବାଡ଼ି ବଗିଚାରେ ଫୁଟିଥାଏ ।

ଔଷଧଠୁ କମ୍ ନୁହେଁ ଏହି ଗୋଲାପୀ ଫୁଲ
ଔଷଧଠୁ କମ୍ ନୁହେଁ ଏହି ଗୋଲାପୀ ଫୁଲ (ETV Bharat)

By ETV Bharat Health Team

Published : Nov 24, 2024, 11:27 AM IST

ଆପଣ ସଦାବାହାର ଫୁଲ ଦେଖିଥିବେ ! ଏହି ଗୋଲାପୀ ରଙ୍ଗର ଫୁଲ ଦେଖିବାକୁ ଯେମିତି ସୁନ୍ଦର ସେମିତି ସ୍ବାସ୍ଥ୍ୟପଯୋଗୀ । ପ୍ରାୟ ସମସ୍ତଙ୍କ ବାଡ଼ି ବଗିଚାରେ ସଦାବାହାର ଫୁଲ ଗଛ ଦେଖିବାକୁ ମିଳେ । ବର୍ଷକ ବାର ମାସ ଏହି ଫୁଲ ଫୁଟୁଥିବାରୁ ଏହାର ନାମ ସଦାବାହାର । ଆପଣ ହୁଏତ ଜାଣିନଥିବେ, ସଦାବାହାର ଫୁଲ ଔଷଧୀୟ ଗୁଣର ଭଣ୍ଡାର । ଏହାର ଫୁଲ, ପତ୍ର, ଚେର ଡାଇବେଟିସ୍ ଚିକିତ୍ସାରେ ବ୍ୟବହୃତ ହୋଇଥାଏ । ଆୟୁର୍ବେଦରେ ବର୍ଷ ବର୍ଷ ହେଲା ମଧୁମେହ ଚିକିତ୍ସା କ୍ଷେତ୍ରରେ ଏହାକୁ ଉପଯୋଗ କରାଯାଉଛି ।

ନ୍ୟାସନାଲ ସେଣ୍ଟର ଫର ବାୟୋଟେକ୍ନୋଲୋଜି ଇନଫର୍ମେସନରେ ପ୍ରକାଶିତ ଏକ ଅଧ୍ୟୟନ ଅନୁସାରେ, ସଦାବାହାର ଫୁଲରେ ବିଂକାମାଇନ ଭଳି ତତ୍ତ୍ବ ମିଳେ, ଯାହାକି ଡାଇବେଟିସ ନିୟନ୍ତ୍ରଣରେ ପ୍ରଭାବଶାଳୀ । ଏହା ଶରୀରରେ ଇନସୁଲିନ ଉତ୍ପାଦନ ବୃଦ୍ଧି କରିପାରେ ।

ଔଷଧଠୁ କମ୍ ନୁହେଁ ଏହି ଗୋଲାପୀ ଫୁଲ (ETV Bharat)

ସଦାବାହାର ଓ ଡାଇବେଟିସ କଣ୍ଟ୍ରୋଲ:

ଆୟୁର୍ବେଦ ଅନୁସାରେ, ସଦାବାହାର ଫୁଲରେ ଥିବା ଯୌଗିକ ଡାଇବେଟିସ୍ ନିୟନ୍ତ୍ରଣରେ ସହାୟକ ହୋଇଥାଏ । ନ୍ୟାସନାଲ ସେଣ୍ଟର ଫର ବାୟୋଟେକ୍ନୋଲୋଜି ଇନଫର୍ମେସନ ଅନୁଯାୟୀ, ସଦାବାହାର ଫୁଲରେ ଉପଲବ୍ଧ ବିଂକାମାଇନ ତତ୍ତ୍ବ ବ୍ଲଡସୁଗାର ସନ୍ତୁଳିତ ଓ ନିୟନ୍ତ୍ରିତ କରିବାରେ କାମ କରେ । ଏହି ଔଷଧୀୟ ଉଦ୍ଭିଦ ଓ ଫୁଲର ସଠିକ୍ ସେବନ ଦ୍ବାରା ଡାଇବେଟିସ୍ ଭଳି ଗୁରୁତର ରୋଗରେ ପୀଡିତ ଲକ୍ଷ ଲକ୍ଷ ଲୋକ ଉପକୃତ ହୋଇପାରିବେ । ଏହା ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରି ଅନ୍ୟାନ୍ୟ ରୋଗରୁ ମଧ୍ୟ ରକ୍ଷା କରିପାରେ ।

କେମିତି ସେବନ କରିବେ ?

National Institute of Health ଅନୁସାରେ, ସାର ବିଶ୍ବରେ ସଦାବାହାର ପତ୍ରର ରସକୁ ଡାଇବେଟିସ୍ ଚିକିତ୍ସା କ୍ଷେତ୍ରରେ ଏକ ଜନଔଷଧୀ ଭାବେ ଉପଯୋଗ କରାଯାଏ । ଏହାର ପତ୍ରକୁ ଜୁସ୍ କରି ପିଇପାରିବେ । ଏଥିରେ ବ୍ଲଡସୁଗାର ସ୍ତର କମ୍ ହୋଇପାରେ ।

ସଦାବାହାର ପତ୍ରକୁ ଶୁଖାଇ ପାଉଡର ବନାନ୍ତୁ । ଏହାକୁ ଏକ ଏୟାର ଟାଇଟ୍ ପାତ୍ରରେ ରଖନ୍ତୁ । ସକାଳୁ ଉଠି ଗୋଟିଏ ଗ୍ଲାସ ପାଣି କିମ୍ବା ପରିବା ଜୁସରେ ଏକ ଚାମଚ ପାଉଡରକୁ ମିଶାଇ ପିଇପାରିବେ । ଏଥିସହ ଗୋଟିଏ କପ୍ ପାଣିରେ ସଦାବାହାର ଫୁଲ ନେଇ ଫୁଟାନ୍ତୁ । ପାଣିକୁ ଛାଣି ରଖନ୍ତୁ ଏବଂ ପ୍ରତିଦିନ ସକାଳେ ପିଅନ୍ତୁ । ନଚେତ୍ ଏହାର ପତ୍ରକୁ ଚା' ବନାଇ ମଧ୍ୟ ପିଇପାରିବେ । ସକାଳେ ଖାଲି ପେଟରେ ସେବନ କଲେ ଫାଇଦା ମିଳିପାରେ । କିନ୍ତୁ ସଦାବାହାର ସେବନ କରିବା ପୂର୍ବରୁ ଡାକ୍ତରଙ୍କ ପରାମର୍ଶ ନେବା ଉଚିତ୍।

ଡାଇବେଟିସ ନିୟନ୍ତ୍ରଣରେ ସଦାବାହାର ଫୁଲର ଭୂମିକା ବୁଝିବା ପାଇଁ ଏହାର ଜୈବିକ ଉପାଦାନଗୁଡିକୁ ବୁଝିବା ଜରୁରୀ । ଏହି ଉଦ୍ଭିଦରେ ଆଲକାଲଏଡ ଥାଏ । ବିଶେଷକରି ଏଥିରେ ଥିବା Vincamine ଓ Vinblastineରେ ହାଇପୋଗ୍ଲାଇସେମିକ ଗୁଣ ମିଳେ । ଏହି ଯୌଗିକ ବ୍ଲଡସୁଗାର ସ୍ତର କମ୍ କରିବାରେ ଓ ଇନସୁଲିନ ସମ୍ବେଦନଶୀଳତ ବଢାଇବାରେ କାର୍ଯ୍ୟ କରେ ।ଅକ୍ସିଡେଟିଭ ଷ୍ଟ୍ରେସ ଡାଇବେଟିସୀ ରୋଗୀଙ୍କ ପାଇଁ ଚିନ୍ତାଜନକହୋଇଥିବା ବେଳେ ଏହି ଫୁଲରେ ଥିବା ଆଣ୍ଟିଅକ୍ସିଡାଣ୍ଟ ଗୁଣ ଶରୀରରେ ହାନିକାରକ ଫ୍ରି ରେଡିକାଲ୍ସ ଦ୍ବାରା ହେଉଥିବା କ୍ଷତିରୁ ରକ୍ଷା କରେ ।

ଏହା ମଧ୍ୟ ପଢନ୍ତୁ:ପିଲା ଅଧିକ ଫାଷ୍ଟଫୁଡ ଖାଉଛନ୍ତି ? ହୋଇପାରେ ଏହି ସ୍ବାସ୍ଥ୍ୟ ସମସ୍ୟା

ଏହା ମଧ୍ୟ ପଢନ୍ତୁ:ଘରେ ଘରେ ଥଣ୍ଡା-ଜ୍ବର; କେମିତି ସୁସ୍ଥ ରହିବେ, ଉପାୟ ବତାଇଲେ ଡାକ୍ତର

(Disclaimer- ଏଠାରେ ଦିଆଯାଇଥିବା ସୂଚନା କେବଳ ଆପଣଙ୍କ ଜାଣିବା ପାଇଁ । ଏହି ସୂଚନା ବୈଜ୍ଞାନିକ ଅନୁସନ୍ଧାନ, ଚିକିତ୍ସା, ଅଧ୍ୟୟନ ଓ ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ ପରାମର୍ଶ ଉପରେ ଆଧାରିତ । ହେଲେ ଏହା ଉପରେ ବିଚାର କରିବା ପୂର୍ବରୁ ଡାକ୍ତରଙ୍କ ପରାମର୍ଶ ନେବା ଭଲ ।)

ABOUT THE AUTHOR

...view details