ଓଡିଶା

odisha

ETV Bharat / health

ମେଦବହୁଳତା ବାଞ୍ଝପଣର କାରଣ ହୋଇପାରେ କି ? ଜାଣନ୍ତୁ କ'ଣ କହୁଛନ୍ତି ଏକ୍ସପର୍ଟ - Obesity Impact on Infertility

Infertility & Obesity: ସାଧାରଣତଃ ମେଦବହୁଳତା କାରଣରୁ ଶରୀରରେ ଅନେକ ପରିବର୍ତ୍ତନ ଘଟିଥାଏ । ଅତ୍ୟଧିକ ଓଜନ ଉଭୟ ମଧୁମେହ ଏବଂ ଉଚ୍ଚ ରକ୍ତଚାପର ମୁଖ୍ୟ କାରଣ ବୋଲି ବିବେଚନା କରାଯାଏ । କେବଳ ଏତିକି ନୁହେଁ ମହିଳାମାନଙ୍କର ପ୍ରଜନନ ସ୍ୱାସ୍ଥ୍ୟରେ ଏହା ବିଶେଷ ପକାଇଥାଏ । ମେଦବହୁଳତା କାରଣରୁ ମହିଳାମାନଙ୍କଠାରେ ପ୍ରଜନନ ସମ୍ବନ୍ଧୀୟ ସମସ୍ୟା କ'ଣ ହୋଇପାରେ? ଜାଣନ୍ତୁ

ମେଦବହୁଳତା ବାଞ୍ଝପଣର ଆଶଙ୍କା ବଢାଇପାରେ କି? ଜାଣନ୍ତୁ କଣ କହୁଛନ୍ତି ଏକ୍ସପର୍ଟ
ମେଦବହୁଳତା ବାଞ୍ଝପଣର ଆଶଙ୍କା ବଢାଇପାରେ କି? ଜାଣନ୍ତୁ କଣ କହୁଛନ୍ତି ଏକ୍ସପର୍ଟ

By ETV Bharat Odisha Team

Published : Mar 10, 2024, 2:06 PM IST

ହାଇଦ୍ରାବାଦ:ନିକଟରେ ମେଦବହୁଳତା ସମ୍ବନ୍ଧୀୟ କିଛି ବିଚଳିତ ପରିସଂଖ୍ୟାନ ସାମ୍ନାକୁ ଆସିଛି । ଭାରତରେ ବୃଦ୍ଧି ପାଉଥିବା ମେଦବହୁଳତା ଏକ ଚିନ୍ତାର ବିଷୟ ପାଲଟିଛି । ଦ ଲାନସେଟ ଜର୍ଣ୍ଣାଲରେ ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ, ଭାରତରେ ପ୍ରାୟ ୪.୪ କୋଟି ମହିଳା ମୋଟାପଣରେ ପୀଡିତ । ମେଦବହୁଳତା ସମସ୍ୟା ପୁରୁଷଙ୍କ ଅପେକ୍ଷା ମହିଳାମାନଙ୍କଠାରେ ଅଧିକ ଦେଖାଯାଏ । ମହିଳାମାନଙ୍କ କ୍ଷେତ୍ରରେ ମେଦବହୁଳତା ଅନେକ ଗମ୍ଭୀର ସମସ୍ୟାର କାରଣ ହୋଇଯାଏ, ଯେଉଁଥିରେ ପ୍ରଜନନ ସମ୍ବନ୍ଧୀୟ ଜଟିଳତା ମଧ୍ୟ ଅନ୍ତର୍ଭୁକ୍ତ । ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ କହିବା ଅନୁସାରେ, ମେଦବହୁଳତା କେବଳ ହୃଦରୋଗ ଏବଂ ମଧୁମେହ ଭଳି ରୋଗ ସୃଷ୍ଟି କରେ ନାହିଁ, ବରଂ ମହିଳାମାନଙ୍କର ପ୍ରଜନନ ସ୍ୱାସ୍ଥ୍ୟ ଉପରେ ମୋଟାପଣର ଗଭୀର ପ୍ରଭାବ ପଡିଥାଏ । ଫଳରେ ଜଣେ ମହିଳା ବାଞ୍ଝପଣର ଶିକାର ହୋଇପାରେ ।

ବାଞ୍ଝପଣ କ'ଣ?

ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଅନୁଯାୟୀ, ବାଞ୍ଝପଣ ହେଉଛି ପ୍ରଜନନ ପ୍ରଣାଳୀର ଏକ ରୋଗ, ଯେଉଁଥିରେ ୧୨ ମାସ କିମ୍ବା ଅଧିକ ସମୟ ପର୍ଯ୍ୟନ୍ତ ଯୌନ ସମ୍ପର୍କ ରଖିବା ପରେ ବି ଜଣେ ମହିଳା ଗର୍ଭବତୀ ହେବାରେ ଅସମର୍ଥ ହୋଇଥାଏ । ଏହାକୁ ବାଞ୍ଝପଣ ବା ନିଃସନ୍ତାନ ବା ବନ୍ଧ୍ୟାକରଣ ବୋଲି ମଧ୍ୟ କୁହାଯାଏ ।

ବାଞ୍ଝପଣ ଉପରେ ମେଦବହୁଳତା କ'ଣ ପ୍ରଭାବ ପକାଇପାରେ?

  • ହରମୋନ୍ ସମସ୍ୟା ହୋଇପାରେ

ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ଅନୁସାରେ, ମୋଟାପଣ ମହିଳାମାନଙ୍କଠାରେ ହରମୋନାଲ ଅସନ୍ତୁଳନ ସୃଷ୍ଟି କରିପାରେ, ଯାହା ପ୍ରଜନନ ସମସ୍ୟା ସୃଷ୍ଟି କରିପାରେ । ହରମୋନରେ ପରିବର୍ତ୍ତନ ଅନିୟମିତ ଋତୁସ୍ରାବ, ପିସିଓଏସ, ଓଭାରିନ୍ ଡିସଫେଙ୍କସନ୍ ଭଳି ସମସ୍ୟା ସୃଷ୍ଟି କରିପାରେ, ଯେଉଁ କାରଣରୁ ଗର୍ଭଧାରଣରେ ଅସୁବିଧା ହୋଇପାରେ ଏବଂ ବେଳେବେଳେ ଜଣେ ବାଞ୍ଝପଣର ଶିକାର ହୋଇପାରେ ।

ମୋଟାପଣ ଥିବା ମହିଳାମାନଙ୍କରେ ପିସିଓଏସର ସମସ୍ୟା ଅଧିକ ଦେଖାଯାଏ । ପିସିଓଏସ କାରଣରୁ ମାସିକ ଋତୁସ୍ରାବରେ ଅନିୟମିତତା, ହରମୋନ୍ ଅସନ୍ତୁଳନ, ଓଭାରିନ୍ ସିଷ୍ଟ ଇତ୍ୟାଦି ସମସ୍ୟା ମଧ୍ୟ ସୃଷ୍ଟି ହୋଇପାରେ । ଏଥିସହ ଏହି କାରଣରୁ ବନ୍ଧ୍ୟାକରଣ ସମସ୍ୟା ଅଧିକ ଗମ୍ଭୀର ହୋଇଯାଏ । ହରମୋନାଲ ଅସନ୍ତୁଳନ କେବଳ ପ୍ରଜନନ ସମସ୍ୟା ନୁହେଁ ଥାଇରଏଡ ଏବଂ ଡାଇବେଟିସ ଭଳି ରୋଗ ମଧ୍ୟ ସୃଷ୍ଟି କରିଥାଏ ।

  • ART ଚିକିତ୍ସା ପ୍ରଭାବହୀନ ହୋଇପାରେ

ମେଦବହୁଳତା ହେତୁ ଅନେକ ମହିଳାମାନଙ୍କରେ ଇନ୍ ଭିଟ୍ରୋ ଫର୍ଟିଲାଇଜେସନ୍ (ଆଇଭିଏଫ୍) ଭଳି ଆସିଷ୍ଟଡ୍ ପ୍ରଜନନ ପ୍ରଯୁକ୍ତିବିଦ୍ୟା (Assisted Reproductive Technology (ART) ଚିକିତ୍ସାର ସଫଳତାର ସମ୍ଭାବନା ଯଥେଷ୍ଟ କମ ହୋଇଯାଇଥାଏ । କେବଳ ଏତିକି ନୁହେଁ, ପ୍ରଜନନ ସ୍ୱାସ୍ଥ୍ୟ ସହ ଜଡିତ ସମସ୍ୟା ବ୍ୟତୀତ ସ୍ତନ କର୍କଟ, ଓଭାରି କ୍ୟାନ୍ସର ଏବଂ ଏଣ୍ଡୋମେଟ୍ରିଆଲ୍ କର୍କଟ ଭଳି ସ୍ତ୍ରୀ ରୋଗର ଆଶଙ୍କା ଯଥେଷ୍ଟ ବୃଦ୍ଧି ପାଇଥାଏ । ପୂର୍ବରୁ ହୋଇଥିବା ଏକ ଅଧ୍ୟୟନରେ ମଧ୍ୟ ଜଣାପଡିଥିଲା ଯେ ମହିଳାମାନଙ୍କର ଅଣ୍ଟା ଆକାର ସେମାନଙ୍କର ପ୍ରଜନନ ସ୍ୱାସ୍ଥ୍ୟ ଉପରେ ପ୍ରଭାବ ପକାଇଥାଏ ।

ଏହା ମଧ୍ୟ ପଢନ୍ତୁ:ଗର୍ଭାବସ୍ଥାରେ ମେଦ ଉଭୟ ମାଆ-ଛୁଆ ପାଇଁ ବିପଦ

ତେଣୁ, ମୋଟାପଣର ସମସ୍ୟାକୁ ରୋକିବା ଜରୁରୀ ଅଟେ । ଯଦି ଆପଣଙ୍କ ଅଧିକ ଓଜନ ରହିଛି ଏବଂ ଆପଣ ଗର୍ଭଧାରଣ ଯୋଜନା କରୁଛନ୍ତି, ତେବେ ଡାକ୍ତରଙ୍କ ସହିତ ପରାମର୍ଶ କରନ୍ତୁ ଏବଂ ଓଜନ ହ୍ରାସ କରିବାକୁ ଚେଷ୍ଟା କରନ୍ତୁ । ଏହା କେବଳ ପ୍ରଜନନ ସମ୍ବନ୍ଧୀୟ ସମସ୍ୟା ଦୂର କରିବାରେ ସାହାଯ୍ୟ କରିପାରିବ ନାହିଁ ବରଂ ଅନ୍ୟାନ୍ୟ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟାକୁ ମଧ୍ୟ ରୋକିପାରେ ।

(ବିଦ୍ର: ଏହା ଇଟିଭି ଭାରତର ନିଜସ୍ବ ମତ ନୁହେଁ । ଏକା ଏକ ରିପୋର୍ଟ ଆଧାରିତ ଖବର ଅଟେ । ଯଦି କୌଣସି ଆଶଙ୍କା ରହିଛି ତାହେଲେ ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ ପରାମର୍ଶ ନେବା ଆବଶ୍ୟକ ।)

ABOUT THE AUTHOR

...view details