ଓଡିଶା

odisha

ଖାଆନ୍ତୁ ଏହି ପତ୍ର, ଖରାପ କୋଲେଷ୍ଟ୍ରଲ ସହ ଦୂର ହେବ ଅନେକ ରୋଗ - Leaves Reduce Bad Cholesterol

By ETV Bharat Odisha Team

Published : Aug 5, 2024, 7:53 PM IST

Lifestyle Health Tips: ଖରାପ କୋଲେଷ୍ଟ୍ରଲ ଶରୀର ପାଇଁ ଅତ୍ୟନ୍ତ ବିପଦଜ୍ଜନକ । ଶରୀରରେ ଖରାପ କୋଲେଷ୍ଟ୍ରଲ ପରିମାଣ ବୃଦ୍ଧି ହେଲେ ହୃଦଘାତ, ଅବରୋଧ ଓ ଷ୍ଟ୍ରୋକ ଭଳି ସମସ୍ୟା ହେବାର ଆଶଙ୍କା ବଢିଥାଏ । ଏଭଳି କିଛି ପତ୍ର ଅଛି ଯାହାକୁ ଖାଇଲେ କୋଲେଷ୍ଟ୍ରଲ ନିୟନ୍ତ୍ରଣ ହୁଏ । ଅଧିକ ପଢ଼ନ୍ତୁ

Etv Bharat
Etv Bharat (Etv Bharat)

ହାଇଦ୍ରାବାଦ:ବିଶ୍ବରେ ହାଇ କୋଲେଷ୍ଟ୍ରଲ ଏକ ବଡ଼ ସମସ୍ୟା ପାଲଟିଛି । ବର୍ତ୍ତମାନର ଜୀବନଶୈଳୀରେ ପରିବର୍ତ୍ତନ ହେବା ସହ ଖାଦ୍ୟ ପାନୀୟରେ ମଧ୍ୟ ପରିବର୍ତ୍ତନ ଘଟୁଛି । ଫଳରେ ଶରୀରରେ ଖରାପ କୋଲେଷ୍ଟ୍ରଲର ସ୍ତର ବୃଦ୍ଧି ପାଉଛି । ପୂର୍ବରୁ ପ୍ରାୟତଃ 40 ବର୍ଷ ବୟସ ପରେ ଏହି ସମସ୍ୟା ଅଧିକ ଦେଖାଦେଉଥିଲା । ମାତ୍ର ବର୍ତ୍ତମାନ ଏହା ଯୁବବର୍ଗଙ୍କ ଠାରୁ ଆରମ୍ଭ କରି କମ୍‌ ବୟସର ପିଲା ମଧ୍ୟ ଏହାର ଶିକାର ହେଉଛନ୍ତି । ଏଭଳି ସମୟରେ ଖରାପ କୋଲେଷ୍ଟ୍ରଲକୁ ଏଡାଇବା ପାଇଁ ସତର୍କ ରହିବା ଉଚିତ । ରକ୍ତରେ ଖରାପ କୋଲେଷ୍ଟ୍ରଲ ଜମା ହୋଇଗଲେ ହୃଦଘାତ, ଉଚ୍ଚ ରକ୍ତଚାପ, ଡାଇବେଟିସ୍‌ ଓ କରୋନାରୀ ଧମନୀ ରୋଗ ଭଳି ସମସ୍ୟା ହୋଇପାରେ ।

CHOLESTEROL (getty)

ଶରୀରରେ ଖରାପ କୋଲେଷ୍ଟ୍ରଲ ବୃଦ୍ଧି ପାଇବାର ଲକ୍ଷଣ:

ଶରୀରରେ କୋଲେଷ୍ଟ୍ରଲ ବୃଦ୍ଧି ହେଲେ ଅନେକ ଲକ୍ଷଣ ଦେଖାଦିଏ । ଯେପରିକି ଓଜନ ବୃଦ୍ଧି, ଗୋଡରେ ଯନ୍ତ୍ରଣା, ଚର୍ମ ହଳଦିଆ ରଙ୍ଗର ଦେଖାଦେବା, ଥକ୍କାପଣ ଅନୁଭବ କରିବା, ଛାତି ଯନ୍ତ୍ରଣା (ଏନଞ୍ଜାଇନା), ଆଖିର ଚାରିପାଖରେ ହଳଦିଆ ଦାଗ ଓ ବାରମ୍ବାର ବାନ୍ତି ହେବା ଭଳି ଲକ୍ଷଣ ଦେଖାଦିଏ । ଯଦିଓ ଖରାପ କୋଲେଷ୍ଟ୍ରଲକୁ ନିୟନ୍ତ୍ରଣ କରିବା ପାଇଁ ଏନେକ ଔଷଧ ଅଛି କିନ୍ତୁ ଏଭଳି କିଛି ପତ୍ର ଅଛି ଯାହାକୁ ଖାଇଲେ ଶରୀରରେ ଖରାପ କୋଲେଷ୍ଟ୍ରଲକୁ ନିୟନ୍ତ୍ରଣ କରାଯାଇପାରିବ । ତେବେ ଆସନ୍ତୁ ଜାଣିବା କେଉଁ ସବୁ ପତ୍ର କୋଲେଷ୍ଟ୍ରଲ ନିୟନ୍ତ୍ରଣ କରେ ।

ସଜନା ପତ୍ର:

Moringa Leaf (getty)

ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ ଅନୁସାରେ, ସଜନା ପତ୍ରରେ ଏଭଳି ଗୁଣ ଅଛି ଯାହା ଖରାପ କୋଲେଷ୍ଟ୍ରଲକୁ ସମ୍ପୂର୍ଣ୍ଣ ଭାବରେ ହ୍ରାସ କରିଦିଏ । ଏଥିରେ ଥିବା ଆଣ୍ଟିଅକ୍ସିଡାଣ୍ଚ ଓ ଆଣ୍ଟିଇନ୍‌ଫ୍ଲାମେଟୋରୀ ଉପାଦାନ ଗୁଡ଼ିକ ରକ୍ତରେ ସର୍କରାର ପରିମାଣକୁ ନିୟନ୍ତ୍ରଣ କରେ । ସଜନା ପତ୍ରକୁ ଭାଜିକି କିମ୍ବା ଚଟଣି କରି ଖାଇପାରିବେ । କେବଳ କୋଲେଷ୍ଟ୍ରଲ ନୁହେଁ ସଜନା ପତ୍ରର ରସ ନିୟମିତ ପାନ କଲେ ଉଚ୍ଚରକ୍ତଚାପ ସମସ୍ୟା ଦୂର ହୋଇଥାଏ । ଦୃଷ୍ଟିଶକ୍ତି ବଢ଼ିବା ସଙ୍ଗେ ସଙ୍ଗେ ଶରୀରରେ ଆଇରନ୍‌ର ମାତ୍ରା ବୃଦ୍ଧି କରିଥାଏ । ଏହାସହ ଶରୀରରୁ ରକ୍ତହୀନତା ଦୂର ହୋଇଥାଏ ।

ମେଥି ପତ୍ର:

Methi Leaf (getty)

ମେଥି ପତ୍ରରେ ଫାଇବର ସହ ଅନେକ ପୋଷକ ତତ୍ତ୍ବ ରହିଥାଏ । ଯାହା କୋଲେଷ୍ଟ୍ରଲକୁ ନିୟନ୍ତ୍ରଣ କରିବାରେ ସହାୟକ ହୁଏ । ଡାଇବେଟିସ ରୋଗୀଙ୍କ ପାଇଁ ମେଥି ଶାଗ ବେଶ ଉପକାର ହୋଇଥାଏ । ମେଥି ଶରୀରରେ ଥିବା ଇନସୁଲିନର ମାତ୍ରା ନିୟନ୍ତ୍ରଣ ରଖିଥାଏ । ହୃଦରୋଗ ଜନିତ ସମସ୍ୟା ଥିବା ରୋଗୀଙ୍କ ପାଇଁ ମେଥି ପତ୍ର ବେଶ ଲାଭଦାୟକ । ମେଥି ଶାଗ ଆୟୁର୍ବେଦ ଔଷଧ ଭଳି କାମ କରେ ।

ଭୃସଙ୍ଗ ପତ୍ର:

Curry Leaf (getty)

ସ୍ବାସ୍ଥ୍ୟ ବିଶେଷଜ୍ଞମାନେ ଏକ ଅନୁସନ୍ଧାନରୁ ଜାଣିବାକୁ ପାଇଛନ୍ତି ଯେ, ଭୃସଙ୍ଗ ପତ୍ରରେ ପ୍ରଚୁର ପରିମାଣର ଆଣ୍ଟିଅକ୍ସିଡାଣ୍ଟ ଥାଏ । ଯାହା ଶରୀରରେ ଥିବା ଖରାପ କୋଲେଷ୍ଟ୍ରଲକୁ ଦୂର କରିବା ସହ ଶରୀରରେ ଭଲ କୋଲେଷ୍ଟ୍ରଲକୁ ବୃଦ୍ଧି କରିଥାଏ । ଭୃସଙ୍ଗ ପତ୍ରରେ ଥିବା ଆଣ୍ଟିଅକ୍ସିଡାଣ୍ଟ ହୃଦୟକୁ ମଜବୁତ ରଖେ । କେବଳ ଏତିକି ନିହେଁ ଏହା ଶରୀରରେ ଇନସୁଲିନ୍ ସ୍ତର ବଜାୟ ରଖିବାରେ ମଧ୍ୟ ସହାୟକ ହୁଏ । ଭୁର୍ସଙ୍ଗ ପତ୍ରରେ ରାସାୟନିକ ପଦାର୍ଥ ମଧ୍ୟ ରହିଥାଏ ଯାହା ଯକୃତ (Liver)କୁ ମଜଭୁତ କରିଥାଏ, ଯେଉଁ କାରଣରୁ ଯକୃତ ସଠିକ୍ ଭାବରେ କାର୍ଯ୍ୟ କରିଥାଏ । ଏହି ପତ୍ର ହଜମ ପ୍ରକ୍ରିୟାକୁ ସହଜ କରିଯାଏ । ପେଟ ଗ୍ୟାସ ସମସ୍ୟାରୁ ମଧ୍ୟ ଏହି ପତ୍ର ମୁକ୍ତି ଦିଏ । ଭୃସଙ୍ଗ ପତ୍ର ରସ ଶରୀରରେ କୋଲେଷ୍ଟ୍ରଲ ଏବଂ ଟ୍ରାଇଗ୍ଲାଇସରାଇଡ୍ ସ୍ତରକୁ ହ୍ରାସ କରି ହୃଦରୋଗର ଆଶଙ୍କା ହ୍ରାସ କରିଥାଏ । ଏହା କର୍କଟ ରୋଗରୁ ମଧ୍ୟ ରକ୍ଷା କରିଥାଏ । ଏହା ବ୍ୟତୀତ ଭୁର୍ସଙ୍ଗ ପତ୍ର ଶରୀରରେ ଲୌହ, କ୍ୟାଲସିୟମ୍, ଫସଫରସ୍ ଏବଂ ପ୍ରୋଟିନର ଅଭାବକୁ ମଧ୍ୟ ପୂରଣ କରିଥାଏ ।

ତୁଳସୀ ପତ୍ର:

Tulsi Leaf (getty)

ଚେରମୂଳୀର ରାଣୀ ତୁଳସୀ ପତ୍ରର ଅନେକ ଔଷଧୀୟ ଗୁଣ ରହିଛି । ଏଥିରେ ବିଭିନ୍ନ ପ୍ରକାରର ପ୍ରାକୃତିକ ଆଣ୍ଟିଅକ୍ସିଡାଣ୍ଟ ଓ ଆଣ୍ଟିଇନ୍‌ଫ୍ଲାମେଟୋରୀ ଗୁଣ ଥାଏ । ଯାହା ଶରୀରରେ ଥିବା ଖରାପ କୋଲେଷ୍ଟ୍ରଲକୁ କମ କରିଯାଏ । ତୁଳସୀପତ୍ରକୁ ପାଣିରେ ଭିଜାଇ ଏହାର ପାଣି ପିଇବା ଦ୍ୱାରା ଏସିଡିଟି, କୋଷ୍ଠକାଠିନ୍ୟ, ଛାତି ଓ ଗଳାରେ ହେଉଥିବା ଜଳାପୋଡା ସମସ୍ୟାକୁ ଦୂର କରିଥାଏ । ଥଣ୍ଡା ଓ କାଶରୁ ମୁକ୍ତି ପାଇବା ପାଇଁ ମଧ୍ୟ ତୁଳସୀ ପତ୍ର ରସକୁ ପାନ କରାଯାଏ ।

ନିମ୍ବ ପତ୍ର:

Neem Leaf (getty)

ନିମ୍ବ ସିନା ପାଟିକୁ ପିତା ଲାଗିଥାଏ, କିନ୍ତୁ ଏହା ଶରୀର ପାଇଁ ଖୁବ ଲାଭଦାୟକ ଅଟେ । ନିମ୍ବରେ ଆଣ୍ଟିବ୍ୟାକ୍ଟେରିୟଲ ଓ ଆଣ୍ଟିଫଙ୍ଗଲ ଗୁଣ ରହିଛି । ଏହା ରକ୍ତକୁ ସଫା କରିବା ସହ ଶରୀରର ଅନେକ ଉପକାର କରିଥାଏ । ନିମ୍ବକୁ ପାଣିରେ ଫୁଟାଇ ସେହି ପାଣିକୁ ପିଇବା ଦ୍ବାରା ଶରୀରରୁ ଖରାପ କୋଲେଷ୍ଟ୍ରଲ ଗାଏବ ହୋଇଯାଏ । ପ୍ରତିଦିନ ସକାଳୁ ଖାଲି ପେଟରେ ୫ରୁ ୬ଟି ଲିମ୍ବ ପତ୍ର ଖାଇଲେ ପେଟ ଜନିତ ସମସ୍ତ ସମସ୍ୟା ଦୂର ହୋଇଥାଏ । ନିମ୍ୱ ପତ୍ର ରୋଗ ପ୍ରତିରୋଧ ଶକ୍ତି ବୃଦ୍ଧି କରିଥାଏ। କ୍ୟାନସର ରୋଗୀଙ୍କ ପାଇଁ ଏହା ଖୁବ୍‌ ଉପକାରୀ ।ଏଥିରେ ଥିବା ଆଣ୍ଟିମାଇକ୍ରୋବିୟାଲ୍‌ ଗୁଣ ଦାନ୍ତ ସଫା କରିବା ସହିତ ପାଇରିଆକୁ ଭଲ କରିଥାଏ । ଏହା ସହ ମଧିମେହ ରୋଗୀଙ୍କ ପାଇଁ ଏହା ରାମବାଣ ସଦୃଶ ।

ଏହା ମଧ୍ୟ ପଢ଼ନ୍ତୁ...ପ୍ରତିଦିନ ଖାଆନ୍ତୁ ଏହି ପତ୍ର, ଅଳ୍ପ ଦିନରେ ଗାଏବ ହୋଇଯିବ ଖରାପ କୋଲେଷ୍ଟ୍ରଲ - Curry Leaf Benefits

ଧ୍ୟାନରେ ରଖନ୍ତୁ ଏହି କଥା :

ତେବେ ଏହି ସବୁ ଖାଇବା ପୂର୍ବରୁ ଡାକ୍ତରଙ୍କ ସହିତ ପରାମର୍ଶ କରି ଖାଇବା ଉଚିତ । ଗର୍ଭବତୀ ମହିଳା, ସ୍ତନ୍ୟପାନ କରାଉଥିବା ମହିଳା ଏବଂ ଅନ୍ୟ କୌଣସି ରୋଗରେ ପୀଡିତ ଲୋକମାନେ ଏହାକୁ ଖାଇବା ପୂର୍ବରୁ ଡାକ୍ତରଙ୍କ ସହିତ ପରାମର୍ଶ କରିବା ଉଚିତ ।

ଏହି ୱେବସାଇଟରେ ଦିଆଯାଇଥିବା ସମସ୍ତ ତଥ୍ୟ କେବଳ ଆପଣଙ୍କ ସୂଚନା ପାଇଁ ।

ABOUT THE AUTHOR

...view details