ଓଡିଶା

odisha

କମ ବୟସରେ ଆଣ୍ଠୁ-ଗଣ୍ଠି ଯନ୍ତ୍ରଣା ନେଇ ଚିନ୍ତିତ କି ? ଜାଣନ୍ତୁ ଏହାର କାରଣ ଓ ମୁକ୍ତି ପାଇବାର ଉପାୟ - Joints Pain Cause

By ETV Bharat Odisha Team

Published : Aug 9, 2024, 5:52 PM IST

Joints Pain Cause & Symptoms: ଆଜିକାଲି ଛୋଟ ପିଲା ଠାରୁ ଆରମ୍ଭ କରି ବୟସ୍କଙ୍କ ଯାଏଁ ସମସ୍ତେ ଜଏଣ୍ଟ ପେନ ବା ଗଣ୍ଠି ଯନ୍ତ୍ରଣାରେ ପୀଡିତ ଥିବା ଦେଖିବାକୁ ମିଳୁଛି । ଯାହା ଏକ ଏକ ମୁଖ୍ୟ ସମସ୍ୟା ଓ ମୁଣ୍ଡ ବିନ୍ଧାର କାରଣ ପାଲଟିଛି । ଆଉ ଏଥିରୁ ମୁକ୍ତି ମିଳିବା ବହୁତ କଷ୍ଟକର ହୋଇପଡୁଛି । ତେବେ ଏପରି ସମୟରେ ଗଣ୍ଠି ଯନ୍ତ୍ରଣାର କାରଣ ଏବଂ ଉପଚାର, କିପରି ଭାବରେ ଏହାକୁ ରୋକା ଯାଇପାରିବ ଅର୍ଥୋପେଡିକ ବିଶେଷଜ୍ଞ ଡାକ୍ତର କିଶୋର କୁମାର ପଣ୍ଡାଙ୍କ ଠାରୁ ଚାଲନ୍ତୁ ଜାଣିବା ।

କମ ବୟସରେ ଆଣ୍ଠୁ-ଗଣ୍ଠି ଯନ୍ତ୍ରଣା ନେଇ ଚିନ୍ତିତ କି? ଜାଣନ୍ତୁ ଏହାର କାରଣ ଏବଂ ମୁକ୍ତି ପାଇବାର ଉପାୟ
କମ ବୟସରେ ଆଣ୍ଠୁ-ଗଣ୍ଠି ଯନ୍ତ୍ରଣା ନେଇ ଚିନ୍ତିତ କି? ଜାଣନ୍ତୁ ଏହାର କାରଣ ଏବଂ ମୁକ୍ତି ପାଇବାର ଉପାୟ (ETV Bharat Odisha)

ଭୁବନେଶ୍ୱର: ଗଣ୍ଠି ଯନ୍ତ୍ରଣା ବୃଦ୍ଧାବସ୍ଥାର ସମସ୍ୟା ଭାବରେ ବିବେଚନା କରାଯାଏ । କିନ୍ତୁ ବର୍ତ୍ତମାନ ଏହି ସମସ୍ୟା ଯୁବକମାନଙ୍କୁ ଅଧିକ ପ୍ରଭାବିତ କରୁଛି । 30 ରୁ 35 ବର୍ଷ ବୟସର ବହୁ ସଂଖ୍ୟକ ଲୋକ ଏହି ରୋଗର ଶିକାର ହେଉଛନ୍ତି । ତେବେ ଏହି ସମସ୍ୟା ଶିଶୁ ଏବଂ କିଶୋରମାନଙ୍କଠାରେ ମଧ୍ୟ ଦେଖାଯାଏ । ଏହାର ମୁଖ୍ୟ କାରଣ ହେଉଛି ଖରାପ ଜୀବନଶୈଳୀ । ବୟସ୍କମାନେ ଦିନସାରା ଲାପଟପ୍ ଏବଂ କମ୍ପ୍ୟୁଟରରେ କାମ କରୁଥିବାବେଳେ ପିଲାମାନେ ଇନଡୋର ଖେଳ ଖେଳିବା ଏବଂ ଫାଷ୍ଟଫୁଡ୍ ଅଧିକ ଖାଉଛନ୍ତି । ଏହି କାରଣରୁ ସେମାନଙ୍କର ମାଂସପେଶୀ ପିଲାଦିନେ ଦୁର୍ବଳ ହୋଇଯାଉଛି । କିନ୍ତୁ ବେଳେବେଳେ ଏହି ଯନ୍ତ୍ରଣା ଆପଣଙ୍କୁ ବିନା କାରଣରେ ଅନେକ ଦିନ ଯନ୍ତ୍ରଣା ହୋଇଥାଏ । ତେବେ ଏହା କାହିଁକି ହୁଏ ଏବଂ ଏହାର ଉପଚାର କଣ ଜାଣନ୍ତୁ ।

କମ ବୟସରେ ଆଣ୍ଠୁ-ଗଣ୍ଠି ଯନ୍ତ୍ରଣା ନେଇ ଚିନ୍ତିତ କି? ଜାଣନ୍ତୁ ଏହାର କାରଣ ଏବଂ ମୁକ୍ତି ପାଇବାର ଉପାୟ (Getty)

ଜଏଣ୍ଟ ପେନ୍ ବା ଗଣ୍ଠି ଯନ୍ତ୍ରଣା କାହିଁକି ହୋଇଥାଏ ?

ଅର୍ଥୋପେଡିକ ଡାକ୍ତର କିଶୋର କୁମାର ପଣ୍ଡା କହିଛନ୍ତି, "ସାଧାରଣ ଭାବରେ ଦୁଇଟି ହାଡ ମିଶିଲେ ଏକ ଜଏଣ୍ଟ ହୋଇଥାଏ । ତେବେ ଗୋଟିଏ ଜଏଣ୍ଟରେ ଯେତେବେଳେ ଇନଫିକସେନ ହୋଇଥାଏ ବା ଜଏଣ୍ଟ ମଧ୍ୟରେ ଯେଉଁ ଫ୍ଳୁଏଡ ରହିଛି ସେଥିରେ ଯଦି ସଂକ୍ରମଣ ହୂଏ ତେବେ ଜଏଣ୍ଟ ପେନ ବା ଗଣ୍ଠି ଯନ୍ତ୍ରଣା ଭଳି ସମସ୍ୟା ଦେଖାଦେବାର ସମ୍ଭାବନା ରହିଥାଏ । ଏହା ସହ ଜଏଣ୍ଟ ଉପରେ ଏକ କ୍ୟାଟଲେଜ ରହିଥାଏ ତେବେ ଯଦି ଏହାର ଉପରେ ପ୍ରଭାବ ପଡେ ତେବେ ଜଏଣ୍ଟ ପେନ ବା ଗଣ୍ଠି ଯନ୍ତ୍ରଣା ଭଳି ମଧ୍ୟ ସମସ୍ୟା ସୃଷ୍ଟି ହୋଇଥାଏ ।"

ଏହା ସହ ସେ ଆହୁରି କହିଛନ୍ତି, "ବିଶେଷ ଭାବରେ ଥଣ୍ଡା ଦିନ ରେ ଅନେକ ଲୋକଙ୍କର ବାହ୍ୟ କାର୍ଯ୍ୟ କମି ଯାଇଥାଏ । ସୂର୍ଯ୍ୟ କିରଣ ଠାରୁ ମିଳୁଥିବା ଭିଟାମିନ ଆଦି ସଠିକ ଭାବରେ ମିଳେ ନାହିଁ । ଘର ମଧ୍ୟରେ ଥଣ୍ଡା ବସ୍ତ୍ର ପିନ୍ଧିକି ରହୁଥାନ୍ତି । ତେଣୁ ଏନେଇ ଜଏଣ୍ଟ ପେନ ବାହାରିବା ଆରମ୍ଭ ହୋଇଥାଏ । ଯାହା ଦ୍ଵାରା ଅନେକ ସମସ୍ୟାରେ ପଡିଥାନ୍ତି । ଏହା ସହ ମୋଟାପଣ ପାଇଁ ମଧ୍ୟ ଅତ୍ୟଧିକ ଭାବରେ ଜଏଣ୍ଟ ପେନ ହୋଇଥାଏ" ବୋଲି କହିଛନ୍ତି ଡାକ୍ତର କିଶୋର କୁମାର ପଣ୍ଡା ।

କମ ବୟସରେ ଆଣ୍ଠୁ-ଗଣ୍ଠି ଯନ୍ତ୍ରଣା ନେଇ ଚିନ୍ତିତ କି? ଜାଣନ୍ତୁ ଏହାର କାରଣ ଏବଂ ମୁକ୍ତି ପାଇବାର ଉପାୟ (Getty)


ଛୁଆଙ୍କ ପକ୍ଷରେ ବି କାହିଁକି ଗଣ୍ଠି ଯନ୍ତ୍ରଣା ଦେଖାଦିଏ ?

ଏନେଇ ଡାକ୍ତର କିଶୋର ପଣ୍ଡା କହିଛନ୍ତି, "ଏହାର ମଧ୍ୟ ଅନେକ କାରଣ ରହିଛି । ଛୋଟ ଛୁଆ ମାନେ ବହୁତ ଖୁବ ଶୀଘ୍ର ସ୍କୁଲ ଯାଉଛନ୍ତି। ଅତ୍ୟଧିକ ଓଜନର ବସ୍ତାନି ନେଉଛନ୍ତି । ଛୋଟ ପିଲାମଙ୍କର ସୂର୍ଯ୍ୟ କିରଣ ଠାରୁ ଦୂରେଇ ରହୁଛନ୍ତି । ସାଧାରଣ ଭାବରେ ବାହାରେ ଖେଳ କୁଦ କମିଯାଉଛି । ଅନେକ ସମୟରେ ବାହାର ଖାଦ୍ୟ ଉପରେ ନିର୍ଭର କରନ୍ତି । ଯାହା ଫଳରେ ଭିଟାମିନ ଡି ଭଲ ଭାବରେ ମିଳିପାରେ ନାହି । ସୂର୍ଯ୍ୟ କିରଣ ନ ପଡିବା ଯୋଗୁଁ କ୍ୟାଲସିୟମ ଭିଟାମିନ D ସଠିକ ଭାବରେ ମିଳୁ ପାରୁନାହିଁ" ବୋଲି କହିଛନ୍ତି । ଏପରିକି ଅନେକ ସମୟରେ ଖାଦ୍ୟ କିମ୍ବା ପାନୀୟର କୌଣସି ସମସ୍ୟା ନଥାଏ କିନ୍ତୁ ଏଥିରେ କେବଳ ବଂଶଗତ ସମସ୍ୟା ଭଳି ଦେଖାଯାଇଥାଏ ଯଦି ପୂର୍ବରୁ ରକ୍ତ ସମ୍ପର୍କୀୟଙ୍କ ଏଭଳି କୌଣସି ଲୋକଙ୍କର ସମସ୍ୟା ଥାଏ । ତେବେ ଛୋଟ ପିଲାଙ୍କର ମଧ୍ୟ ଏହି ସମସ୍ୟା ଦେଖାଯାଇଥାଏ ।"

ଉପଚାର:-

ସାଧାରଣ ଭାବରେ ଜଏଣ୍ଟ ପେନ୍ ବିଭିନ୍ନ କାଟାଗୋରୀରେ ଦେଖାଯାଇଥାଏ । ପ୍ରଥମ କରି ଯେଉଁ ମାନେ ଅଫିସରେ କାମ କରୁଛନ୍ତି । ଟ୍ରାଫିକ ପୋଲିସ ମାନେ ଦିନ ସାରା ଠିଆ ହେଉଛନ୍ତି ସେମାନଙ୍କ ପକ୍ଷେ ଅତ୍ୟାଧିକ ଜଏଣ୍ଟ ପେନ ଦେଖାଯାଇଥାଏ । ଅନ୍ୟପଟେ ବୟସ୍କ ଲୋକଙ୍କ ମଧ୍ୟ ଜଏଣ୍ଟ ପେନ ଅତ୍ୟଧିକ ମାତ୍ରାରେ ଦେଖାଯାଇଥାଏ । ଯାହା ବୟସ୍କ ଲୋକଙ୍କ ମଧ୍ୟରେ ହାଡ ଗୁଡିକ ପୋକରା ହେବା ମଧ୍ୟ ସମ୍ଭାବନା ରହିଛି । ଯାହାକୁ ଇଂରାଜୀରେ ଅଷ୍ଟ୍ରିଓପରୋସିସ ଯାହା ଏକ ମାରାତ୍ମକ ରୋଗ ଅଟେ । ଏହା ମଧ୍ୟ କ୍ୟାନସର ଭଳି ମାରାତ୍ମକ ଅଟେ । ଯାହା ଜାଣିବା ବହୁତ କଷ୍ଟ । ଯଦି ଜଣାପଡିଥାଏ ତେବେ ତାହା ବହୁତ ସମୟ ହୋଇଯାଇଥାଏ । ଯାହା ଫଳରେ କି ଅନେକ ସମସ୍ୟା ସୃଷ୍ଟି କରିଥାଏ ବୋଲି କହିଛନ୍ତି ଡାକ୍ତର ପଣ୍ଡା ।

ଜଏଣ୍ଟ ପେନ ବା ଗଣ୍ଠି ଯନ୍ତ୍ରଣା ଜୀବନ ଶୈଳୀକୁ ପ୍ରଭାବିତ କରିଥାଏ

  • ଅନେକ ସମୟରେ ବ୍ୟାୟାମ କରିବା ଆବଶ୍ୟକ ।
  • କାହିଁକି ଜଏଣ୍ଟ ପେନ ହେଉଛି ତାହାକୁ ଜାଣିବା ଆବଶ୍ୟକ । ସେହି ଅନୁସାରେ ଚିକିତ୍ସା କରିବା ଆବଶ୍ୟକ।
  • ଯଦି ଜଏଣ୍ଟ ପେନ ହୁଏ ତେବେ ଜୀବନର ଅନେକ ପରିବର୍ତ୍ତନ ହେବାର ସମ୍ଭାବନା ରହିଛି।
  • ଭିଟାମିନ D କ୍ୟାଲସିୟମ ସହ ପୋଷୋନ ଜାତୀୟ ଦ୍ରବ୍ୟ ଦେବା ଆବଶ୍ୟକ ।
  • ଡାକ୍ତରଙ୍କ ପରାମର୍ଶ ନେବା ଆବଶ୍ୟକ।
    କମ ବୟସରେ ଆଣ୍ଠୁ-ଗଣ୍ଠି ଯନ୍ତ୍ରଣା ନେଇ ଚିନ୍ତିତ କି? ଜାଣନ୍ତୁ ଏହାର କାରଣ ଏବଂ ମୁକ୍ତି ପାଇବାର ଉପାୟ (Getty)


କେଉଁ ଜଏଣ୍ଟ ଅତ୍ୟାଧିକ ପେନ ବା ଗଣ୍ଠି ଯନ୍ତ୍ରଣା ହୋଇଥାଏ ?

ସମସ୍ତଙ୍କ ଜଏଣ୍ଟ ପେନ ଅଲଗା ଅଲଗା ଅଟେ । ଯେପରି ଭାବରେ ଖେଳାଳି, ଅଫିସ ରେ କାମ କରୁଥିବା କର୍ମଚାରି, ପୋଲିସ, ଛାତ୍ର ଛାତ୍ରୀ ଭଳି ଅନେକ ଲୋକଙ୍କର ଅଲଗା ଅଲଗା ପେନ୍ ହୋଇଥାଏ । ଯେପରି କି ହିପ ଜଏଣ୍ଟ, ଆଙ୍କେଲ୍ ଜଏଣ୍ଟ ଜଏଣ୍ଟ, ନି ଜଏଣ୍ଟ । ଯାହା ଏହି ସମସ୍ତ ପେନ୍ ବିଶେଷ ଭାବରେ ଓଜନ ଜନିତ ଜଏଣ୍ଟ ପେନ ସାଧାରଣ ଭାବରେ ଦେଖାଯାଇଥାଏ । ଯାହା ଜଣେ ବ୍ୟକ୍ତିର ଦୈନନ୍ଦିନ ଜୀବନରେ କରୁଥିବା କାର୍ଯ୍ୟ ଉପରେ ଅନେକ ପ୍ରଭାବ ପକାଇଥାଏ" ବୋଲି କହିଛନ୍ତି ଡାକ୍ତର ପଣ୍ଡା ।


ଜଏଣ୍ଟ ପେନ ପାଇଁ ଅତ୍ୟଧିକ ପେନ କିଲର ଖରାପ

କମ ବୟସରେ ଆଣ୍ଠୁ-ଗଣ୍ଠି ଯନ୍ତ୍ରଣା ନେଇ ଚିନ୍ତିତ କି? ଜାଣନ୍ତୁ ଏହାର କାରଣ ଏବଂ ମୁକ୍ତି ପାଇବାର ଉପାୟ (Getty)

ଏନେଇ ଡାକ୍ତର କିଶୋର ପଣ୍ଡା କହିଛନ୍ତି, "ଜଏଣ୍ଟ ପେନ ହେଲେ ସାଧାରଣ ଭାବରେ ପେନ କିଲର ଖାଇଥାନ୍ତି । ବାରମ୍ବାର ପେନ କିଲର ଖାଇଲେ ଏହା ଦେହ ପାଇଁ ବହୁ ମାତ୍ରାରେ ଖରାପ ଅଟେ । ବିଶେଷ ଭାବରେ କିଡିନ କିମ୍ବା ଲିଭର ଉପରେ ସିଧାସଳଖ ଭାବରେ ପ୍ରଭାବ ପକାଇଥାଏ" ବୋଲି କହିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଯେ, ପେଟ ଫୁଲିବା, ଅତ୍ୟଧିକ ବାୟୁ ହେବା ଅତ୍ୟାଧିକ ପେନ୍ କିଲର ଖାଇବାର ପ୍ରଭାବ ଅଟେ । ଯାହା ଏପରି ଅନେକ ସମସ୍ୟା ଦେଖାଯାଇଥାଏ । ବିଶେଷ ଭାବରେ ପେନ କିଲର 7 ରୁ 8 ଦିନ ମଧ୍ୟରେ କମ ଦିନ ଖାଇବା ଆବଶ୍ୟକ । ଯଦି ଆବଶ୍ୟକ ସ୍ଥଳେ ଖାଇବାକୁ ଚାହୁଁଛନ୍ତି ତେବେ ଡାକ୍ତରଙ୍କ ପରାମର୍ଶ ନେବା ଆବଶ୍ୟକ।''

କମ ବୟସରେ ଆଣ୍ଠୁ-ଗଣ୍ଠି ଯନ୍ତ୍ରଣା ନେଇ ଚିନ୍ତିତ କି? ଜାଣନ୍ତୁ ଏହାର କାରଣ ଏବଂ ମୁକ୍ତି ପାଇବାର ଉପାୟ (Getty)
ଗରମ ପାଣି ସେକର କେତେ ଫାଇଦା ?

ଏପଟେ ଡାକ୍ତର କିଶୋର କୁମାର ପଣ୍ଡା କହିଛନ୍ତି ଯେ, "ଗରମ ପାଣି ସେକ ପେନକୁ ଦେଖିକରି ଦିଆଯାଇଥାଏ । ଅର୍ଥରାଇଟ ଯଦି ହୋଇଥାଏ ତେବେ ଗରମ ପଣି ସେକ ବହୁତ୍ ସମସ୍ୟା କରିପାରେ । ଯଦି ଅଳ୍ପ ମାତ୍ରାରେ ପେନ୍ କରୁଛି ସେତେବେଳେ କିଛି ମାତ୍ରାରେ ନଖ ଉଷୁମ ପାଣିରେ ସେକ ଦେଇପାରିବେ ।"

ଆୟୁର୍ବେଦିକ ମେଡିସିନ କେତେ ପ୍ରଭାବ ପକାଇବ ?

ଏନେଇ ଡାକ୍ତର କିଶୋର କୁମାର ପଣ୍ଡା କହିଛନ୍ତି, "ଲୋକଙ୍କର ଆୟୁର୍ବେଦିକ ଉପରେ ବହୁତ୍ ବିଶ୍ୱାସ ଆକୃଷ୍ଟ ରହିଛି । ଅନେକ ସମୟରେ ପେନକୁ କାଟିବା ପାଇଁ ଷ୍ଟେରଏଡ଼ ଦେଇଥାନ୍ତି । ଏହା ଶରୀରର ପାଇଁ କେତେ ସୁରକ୍ଷିତ । ସାଧାରଣ ଭାବରେ ଆୟୁର୍ବେଦିକ ଔଷଧ ଖାଇଲେ ଠିକ୍ ଅଛି କିନ୍ତୁ ଅତ୍ୟଧିକ ଖାଇବା ଭଲ ନୁହେଁ ।''

ଇଟିଭି ଭାରତ, ଭୁବନେଶ୍ୱର

ABOUT THE AUTHOR

...view details