ଓଡିଶା

odisha

ETV Bharat / health

ମଧୁମେହ ଓ ହୃଦରୋଗରୁ ବଞ୍ଚିବାକୁ ଚାହୁଁଛନ୍ତି ? ଆଜିଠୁ କରନ୍ତୁ ଏହି ଅଭ୍ୟାସ - BENEFITS OF BRISK WALKING

ଦ୍ରୁତଗତିରେ ଚାଲିଲେ ମଧୁମେହ, ହୃଦରୋଗ, ରକ୍ତଚାପ ଭଳି ସମସ୍ୟା ଦୂରେଇ ରହିଥାଏ । ବିଶେଷକରି ମେଦବହୁଳତା ବ୍ୟକ୍ତି କରନ୍ତୁ ଏହି ଅଭ୍ୟାସ । ଅଧିକ ପଢନ୍ତୁ

ମଧୁମେହ ଓ ହୃଦରୋଗରୁ ବଞ୍ଚିବାକୁ ଚାହୁଁଛନ୍ତି ? ଆଜିଠୁ କରନ୍ତୁ ଏହି ଅଭ୍ୟାସ
ମଧୁମେହ ଓ ହୃଦରୋଗରୁ ବଞ୍ଚିବାକୁ ଚାହୁଁଛନ୍ତି ? ଆଜିଠୁ କରନ୍ତୁ ଏହି ଅଭ୍ୟାସ (ETV Bharat)

By ETV Bharat Health Team

Published : Dec 24, 2024, 8:29 AM IST

ବର୍ତ୍ତମାନର ଲାଇଫଷ୍ଟାଇଲ ଏପରି ହୋଇଯାଇଛି ଯେ ନିଜକୁ ସୁସ୍ଥ ରଖିବା ଏକ ବଡ ଚ୍ୟାଲେଞ୍ଜ ପାଲଟିଛି । ଅପମିଶ୍ରିତ ଖାଦ୍ୟ, ଅସ୍ବାସ୍ଥ୍ୟକର ପରିବେଶ, ପ୍ରଦୂଷଣ ଯୋଗୁଁ ଦିନକୁ ଦିନ ମଣିଷ ରୋଗାଗ୍ରସ୍ତ ହେଉଛି । ଡାଇବେଟିସ, ହୃଦରୋଗ, କୋଲେଷ୍ଟ୍ରଲ, ରକ୍ତଚାପ ଭଳି ବିଭିନ୍ନ ପ୍ରକାର ରୋଗ ଶରୀରକୁ ଗ୍ରାସ କରୁଛି । ଏସବୁ ରୋଗରୁ ଦୂରେଇ ରହିବାକୁ ଉପଯୁକ୍ତ ଖାଦ୍ୟପେୟ ସହ ଏକ୍ସରସାଇଜ ଜରୁରୀ । ବିଶେଷଜ୍ଞ ଓ ଚିକିତ୍ସକଙ୍କ କହିବା କଥା, ଦ୍ରୁତଗତିରେ ଚାଲିବା ବି ଏକପ୍ରକାର ଏକ୍ସରସାଇଜ । ନିୟମିତ ରୂପେ ଏହି ଅଭ୍ୟାସ କଲେ ଆପଣଙ୍କ ସ୍ବାସ୍ଥ୍ୟ ଭଲ ରହିବ । ଏଥିପାଇଁ ଚାଲିବା, ବ୍ୟାୟାମ କରିବା ଓ ଉପଯୁକ୍ତ ଖାଦ୍ୟ ଗ୍ରହଣ କରିବାକୁ ପରାମର୍ଶ ଦିଆଯାଏ ।

ନିକଟରେ ହୋଇଥିବା ଏକ ଅଧ୍ୟୟନରୁ ଜଣାପଡେ ଯେ, ଯେଉଁ ଲୋକମାନେ ଜୋରରେ ଚାଲନ୍ତି ସେମାନଙ୍କୁ ମଧୁମେହ, ହୃଦରୋଗ ଓ ପାଚନ ସମ୍ବନ୍ଧୀୟ ସମସ୍ୟା ହେବାର ଆଶଙ୍କା କମ୍ ଥାଏ । ଜାପାନର Doshisha Universityର ଗବେଷକ ଏକ ଅଧ୍ୟୟନରେ ଖୁଲାସା କରିଥିଲେ, ଦ୍ରୁତଗତିରେ ଚାଲୁଥିବା ଲୋକମାନଙ୍କୁ ସ୍ବାଭାବିକ ଭାବେ ଚାଲୁଥିବା ଲୋକଙ୍କ ତୁଳନାରେ ଏହିସବୁ ରୋଗ ବିପଦ କମ୍ ରହିଥାଏ । ଏ ସମ୍ପର୍କରେ ସାଇଣ୍ଟିଫିକ ରିପୋର୍ଟସ୍ ଜର୍ନାଲରେ ଏକ ଉଲ୍ଲେଖ ପ୍ରକାଶିତ ହୋଇଛି ।

ରିସର୍ଚ୍ଚରେ କ'ଣ ହୋଇଛି ଖୁଲାସା ?

ବୈଜ୍ଞାନିକମାନେ 25,000 ମେଦବହୁଳ ଓ ପାଚନ ସମସ୍ୟାରେ ପୀଡିତ ଲୋକଙ୍କ ଉପରେ ଏକ ଅଧ୍ୟୟନ କରିଥିଲେ । ଏଥିରେ ଜୋରରେ ଚାଲୁଥିବା ଲୋକଙ୍କୁ ମଧୁମେହ ଆଶଙ୍କା 30 ପ୍ରତିଶତ କମ୍ ଥିବା ଜଣାପଡିଥିଲା । ସେହିପରି ଜୋରରେ ଚାଲିବା ଦ୍ବାରା ହାଇପରଟେନ୍ସନ ଓ ଡିସଲିପିଡେମିୟା ବିପଦ ମଧ୍ୟ ହ୍ରାସ ପାଉଥିବା ଅଧ୍ୟୟନରୁ ସାମ୍ନାକୁ ଆସିଥିଲା ।

ଜୋରରେ ଚାଲିବାର ଫାଇଦା:

ଦୋଶିଶା ବିଶ୍ବବିଦ୍ୟାଳୟର ପ୍ରଫେସର ତଥା ମୁଖ୍ୟ ଅନୁସନ୍ଧାନକାରୀ କୋଜିରୋ ଇଶି କହିଛନ୍ତି, ''ଦ୍ରୁତଗତିରେ ଚାଲୁଥିବା ଲୋକମାନଙ୍କର ହୃଦୟ ସୁସ୍ଥ ରହିଥାଏ । ପ୍ରଦାହ ଓ ଅକ୍ସିଡେଟିଭ ଚାପ ସ୍ତର କମିଥାଏ ।'' ଏହି ଅଧ୍ୟୟନ ମେଦବହୁଳ ଓ ପାଚନ ସମସ୍ୟା ଥିବା ଲୋକଙ୍କ ଉପରେ କରାଯାଇଥିଲା । ଏଥିରେ ଜୋରରେ ଚାଲୁଥିବା ଲୋକଙ୍କୁ ରକ୍ତଚାପ ଓ ମେଦବହୁଳତା ସମସ୍ୟା କମ୍ ଥିବା ଜଣାପଡିଥିଲା ।

ପ୍ରଫେସର ଆହୁରିମଧ୍ୟ କହିଛନ୍ତି, ଦ୍ରୁତଗତିରେ ଚାଲିବା ଦ୍ବାରା ବିଭିନ୍ନ ହୃଦ ଜନିତ ସମସ୍ୟା ଦୂରେଇ ରହିପାରିବ । ଖାସ୍ କରି ମୋଟା ଲୋକଙ୍କ ପାଇଁ ଜୋରରେ ଚାଲିବା ସ୍ବାସ୍ଥ୍ୟ ପ୍ରତି ଅଧିକ ଲାଭଦାୟକ । ଗବେଷକମାନେ ଏହି ନିଷ୍କର୍ଷରେ ପହଞ୍ଚିଥିଲେ ଯେ, ଦ୍ରୁତଗତିରେ ଚାଲିଲେ ସ୍ବାସ୍ଥ୍ୟ ଉପରେ ସକରାତ୍ମକ ପ୍ରଭାବ ପଡିଥାଏ । ଦ୍ରୁତଗତିରେ ଚାଲୁଥିବା ଲୋକ ସ୍ବାଭାବିକ ଭାବେ ଚାଲୁଥିବା ଲୋକଙ୍କ ତୁଳନାରେ ହୃଦରୋଗ, ହଜମ ସମସ୍ୟା ଓ ମଧୁମେହ ରୋଗ ହେବାର ସମ୍ଭାବନା କମ୍ ।

ଏହା ମଧ୍ୟ ପଢନ୍ତୁ: ଯୋନି ସଂକ୍ରମଣକୁ କରନ୍ତୁନି ଅବହେଳା, ନେଇପାରେ କ୍ୟାନ୍ସର ରୂପ, ସାବଧାନ ମହିଳା ! - VAGINAL INFECTION

ଏହା ମଧ୍ୟ ପଢନ୍ତୁ: ଚାଲିଲେ କିମ୍ବା ସିଡି ଚଢିଲେ ନିଶ୍ବାସ ଫୁଲୁଛି କି ? ଏହି 6 ରୋଗର ହୋଇପାରେ ଲକ୍ଷଣ - WALKING SHORTNESS OF BREATH

ଏହା ମଧ୍ୟ ପଢନ୍ତୁ: କଞ୍ଚା ଅମୃତଭଣ୍ଡା କମାଏ କ୍ୟାନ୍ସର ବିପଦ, ଅଧ୍ୟୟନରେ ଖୁଲାସା - RAW PAPAYA HEALTH BENEFITS

(Disclaimer- ଏଠାରେ ଦିଆଯାଇଥିବା ସୂଚନା କେବଳ ଆପଣଙ୍କ ଜାଣିବା ପାଇଁ । ଏହା ଉପରେ ବିଚାର କରିବା ପୂର୍ବରୁ ଡାକ୍ତରଙ୍କ ପରାମର୍ଶ ନେବା ଭଲ ।)

ABOUT THE AUTHOR

...view details