ଓଡିଶା

odisha

By ETV Bharat Health Team

Published : 5 hours ago

ETV Bharat / health

ପୁରୁଷଙ୍କ ତୁଳନାରେ ମହିଳାଙ୍କ ପାଇଁ ଅଧିକ ମାରାତ୍ମକ ମଦ, ବିଶେଷଜ୍ଞ କହିଲେ ବଡ କାରଣ - Women and Alcohol

Alcohol impact on women health: ପୁରୁଷଙ୍କ ତୁଳନାରେ ମହିଳାଙ୍କ ପାଇଁ ଅଧିକ କ୍ଷତିକାରକ ମଦ । ଅତ୍ୟଧିକ ମଦ୍ୟପାନ କରୁଥିବା ମହିଳାଙ୍କଠାରେ ହୃଦରୋଗ ସମେତ ଅନେକଗୁଡିଏ ଗମ୍ଭୀର ସ୍ବାସ୍ଥ୍ୟ ସମସ୍ୟା ଦେଖାଯିବାର ଅଧିକ ସମ୍ଭାବନା ଥାଏ । ପଢନ୍ତୁ ପୁରା ଖବର

ପୁରୁଷଙ୍କ ତୁଳନାରେ ମହିଳାଙ୍କ ପାଇଁ ଅଧିକ ମାରାତ୍ମକ ମଦ
ପୁରୁଷଙ୍କ ତୁଳନାରେ ମହିଳାଙ୍କ ପାଇଁ ଅଧିକ ମାରାତ୍ମକ ମଦ (ETV Bharat)

Alcohol impact on women: ଆଜିକାଲିର ଖରାପ ଜୀବନଶୈଳୀ ଓ ଖାଦ୍ୟପେୟ କାରଣରୁ ମଣିଷକୁ ବିଭିନ୍ନ ପ୍ରକାର ରୋଗ ଗ୍ରାସ କରୁଛି । ହୃଦରୋଗ, ଯକୃତ ରୋଗ, ମୋଟାପଣ ପ୍ରଭୃତି ଗମ୍ଭୀର ସମସ୍ୟା ଭାବେ ଉଭା ହୋଇଛି । ଯାହାର ପ୍ରମୁଖ କାରଣ ହେଲା ମଦ୍ୟପାନ । ଆପଣ ଜାଣନ୍ତି କି, ମଦ୍ୟପାନ ପୁରୁଷଙ୍କ ଅପେକ୍ଷା ମହିଳାଙ୍କ ପାଇଁ ଅଧିକ କ୍ଷତିକାରକ । ଏହା ଲିଭର (ଯକୃତ) ଖରାପ କରିବା ସହିତ ସ୍ତନ କର୍କଟ, ହୃଦରୋଗ, ହେପାଟାଇଟିସ୍, ବ୍ରେନ ଡ୍ୟାମେଜ, ଷ୍ଟ୍ରୋକ ଆଶଙ୍କା ବଢାଇଥାଏ । ଅତ୍ୟଧିକ ମଦ ପିଉଥିବା ମହିଳାଙ୍କର ପ୍ରଜନନ କ୍ଷମତା ମଧ୍ୟ ପ୍ରଭାବିତ ହୋଇଥାଏ ।

ଜେନେରାଲ ଫିଜିସିଆନ ଡଃ ଆଶିଷ ଚଟ୍ଟୋପାଧ୍ୟାୟଙ୍କ କହିବା କଥା, ମଦ୍ୟପାନ କରିବା ପୁରୁଷଙ୍କ ତୁଳନାରେ ମହିଳାଙ୍କ ପାଇଁ ଅଧିକ ହାନିକାରକ ଅଟେ । ଏହା ମହିଳାଙ୍କ ଲିଭର ଉପରେ ଗୁରୁତର ପ୍ରଭାବ ପକାଏ । ଯଦ୍ବାରା ଲିଭର ନଷ୍ଟ ହେବାର ଆଶଙ୍କା ରହିଥାଏ । ସେଥିପାଇଁ ମହିଳାମାନେ ସୀମିତ ମଦପାନ କରିବାକୁ ପରାମର୍ଶ ଦିଆଯାଏ ।

Pulmonologist ଡଃ ଅମିତ ଗାୱଣ୍ଡେ କହିଛନ୍ତି, ମଦ ପିଇବା ଯୋଗୁଁ ମହିଳାଙ୍କ ପ୍ରଜନନ ସମ୍ବନ୍ଧୀୟ ସମସ୍ୟା ଦେଖାଯାଇପାରେ । ଏଥିସହ ପୁରୁଷଙ୍କ ତୁଳନାରେ ସେମାନଙ୍କ ଲିଭର ଖରାପ ହେବାର ସମ୍ଭାବନା ଅଧିକ ଥାଏ । ସେଥିପାଇଁ ମହିଳାମାନେ ମଦ ପିଇବାରୁ ନିବୃତ୍ତ ରହିବା ଆବଶ୍ୟକ ।

ମଦ ଲିଭର ସହିତ ଶରୀରର ଅନ୍ୟ ଅଙ୍ଗପ୍ରତ୍ୟଙ୍ଗକୁ ମଧ୍ୟ ପ୍ରଭାବିତ କରେ ଓ ଜଟିଳ ସ୍ବାସ୍ଥ୍ୟ ସମସ୍ୟା ସୃଷ୍ଟି କରିଥାଏ । ବିଶେଷଜ୍ଞ ଅନୁସାରେ, ଅତ୍ୟଧିକ ଓ ଦୀର୍ଘ ଦିନ ଧରି ମଦ୍ୟପାନ କରୁଥିବା ବ୍ୟକ୍ତିଙ୍କୁ ମାରାତ୍ମକ ଲିଭର ରୋଗ ହୋଇପାରେ । ବିଶ୍ବ ସ୍ବାସ୍ଥ୍ୟ ସଂଗଠନ (WHO) ଅନୁସାରେ, ବିଶ୍ବରେ ପାଖାପାଖି 70 ପ୍ରତିଶତ ଲୋକ ଲିଭର ସମସ୍ୟାରେ ପୀଡିତ । ଡାକ୍ତରଙ୍କ କହିବା କଥା, ପୁରୁଷଙ୍କ ତୁଳନାରେ ମହିଳାଙ୍କ ମଧ୍ୟରେ ସିରୋସିସ୍ ଓ ମଦ ସହ ଜଡିତ ଅନ୍ୟ ଯକୃତ ରୋଗର ବିପଦ ଅଧିକ ଥାଏ । NIH ଅଧ୍ୟୟନ ଅନୁସାରେ, ପୁରୁଷଙ୍କ ଅପେକ୍ଷା ମହିଳାଙ୍କ ପାଇଁ ଅଧିକ ବିପଦ ସୃଷ୍ଟି କରିଥାଏ ମଦ । ଏହା ମୋଟାପଣର ମଧ୍ୟ କାରଣ ହୋଇଥାଏ ।

ଭାରତରେ ଅନେକ ଲୋକ ମୋଟାପଣ ଯୋଗୁଁ ବିଭିନ୍ନ ସ୍ବାସ୍ଥ୍ୟ ସମସ୍ୟା ଭୋଗୁଛନ୍ତି । ମଦ ଲିଭର ଉପରେ ଗୁରୁତର ପ୍ରଭାବ ପକାଏ, ଯେଉଁ କାରଣରୁ ଫ୍ୟାଟି ଲିଭର, ହେପାଟାଇଟିସ୍ ଓ ସିରୋସିସ୍ ଭଳି ସମସ୍ୟା ଦେଖାଯାଏ । ମଦକୁ ଡାଇରେକ୍ଟ ହେପାଟୋଟକ୍ସିନ ମନେକରାଯାଏ । ହେଲେ ସମସ୍ତଙ୍କୁ ଆଲକୋହଲିକ ଲିଭର ରୋଗ (ମଦ ସହ ଜଡିତ ଯକୃତ ରୋଗ) ହୁଏ ନାହିଁ । ଅତ୍ୟଧିକ ମଦ ପିଇବା ଦ୍ବାରା ଲିଭର୍ ସମସ୍ୟା ସହିତ ମସ୍ତିଷ୍କ ସ୍ବାସ୍ଥ୍ୟ ପ୍ରଭାବିତ ହୋଇଥାଏ, ହୃଦରୋଗ ଆଶଙ୍କା ବୃଦ୍ଧି ପାଏ, ବ୍ରେଷ୍ଟ ଏବଂ ଅନ୍ୟ କ୍ୟାନ୍ସର, ଉଚ୍ଚ ରକ୍ତଚାପ, ଷ୍ଟ୍ରୋକ ବିପଦ ବଢିଥାଏ । ପାଚନ ସମସ୍ୟା ମଧ୍ୟ ଦେଖାଯାଏ ।

କେମିତି ମହିଳାଙ୍କୁ ପ୍ରଭାବିତ କରେ ମଦ:

ବିଶେଷଜ୍ଞଙ୍କ ଅନୁସାରେ, ମଦ୍ୟପାନ ପୁରୁଷଙ୍କ ତୁଳନାରେ ମହିଳାଙ୍କ ଉପରେ ଗୁରୁତର ପ୍ରଭାବ ପକାଏ । ମହିଳାଙ୍କର ଲିଭର ଖରାପ ହେବାର ସମ୍ଭାବନା ଅଧିକ ରହିଥାଏ । ତେବେ କମ୍ ମଦ ପିଇଲେ ବି ଆଲକୋହଲିକ ରୋଗ ହୋଇପାରେ । ମୋଟାପଣ ସମସ୍ୟା ମଧ୍ୟ ଦେଖାଯାଏ ।

ଲିଭର ଖରାପ କରେ: ନିୟମିତ ମଦ ପିଉଥିବା ମହିଳାଙ୍କୁ ହେପାଟାଇଟିସ୍ ହେବାର ସମ୍ଭାବନା ଅଧିକ, ଯାହାକି ମଦ ସହ ଜଡିତ ଏକ ଘାତକ ଯକୃତ ରୋଗ ଅଟେ । ଏହା ଲିଭର ସିରୋସିସ୍‌ର କାରଣ ମଧ୍ୟ ହୋଇଥାଏ ।

ହୃଦରୋଗ: ଦୀର୍ଘ ଦିନରୁ ମଦ ପିଇ ଆସୁଥିବା ମହିଳାଙ୍କୁ ପୁରୁଷଙ୍କ ଅପେକ୍ଷା ହୃଦରୋଗ ହେବାର ଆଶଙ୍କା ଅଧିକ ଥାଏ । ପୁରୁଷଙ୍କ ତୁଳନାରେ ସେମାନେ କମ୍ ପରିମାଣରେ ପିଉଥିଲେ ବି ସେମାନଙ୍କଠାରେ ଏହି ସମସ୍ୟା ଦେଖାଯାଏ ।

ବ୍ରେନ ଡ୍ୟାମେଜ: ରିସର୍ଚ୍ଚରେ କୁହାଯାଇଛି, ମଦ ପିଇଲେ ପୁରୁଷଙ୍କ ତୁଳନାରେ ମହିଳାଙ୍କ ଶୀଘ୍ର ବ୍ରେନ ଡ୍ୟାମେଜ( ମସ୍ତିଷ୍କ କ୍ଷତି) ହୋଇଥାଏ । ଏହାଦ୍ବାରା କିଶୋରବସ୍ଥାରେ ମସ୍ତିଷ୍କ ବିକାଶ ବାଧାପ୍ରାପ୍ତ ହୋଇପାରେ ।

ବ୍ରେଷ୍ଟ କ୍ୟାନ୍ସର:ଅଧିକ ମଦ୍ୟପାନ ଫଳରେ ବ୍ରେଷ୍ଟ କ୍ୟାନ୍ସର ବା ସ୍ତନ କର୍କଟ ଆଶଙ୍କା ବଢିଯାଏ । ଦିନକୁ ଗୋଟିଏ ଡ୍ରିଙ୍କ କଲେ ମଧ୍ୟ ମଦ ପିଉନଥିବା ମହିଳାଙ୍କ ଅପେକ୍ଷା ମଦ୍ୟପାନ କରୁଥିବା ମହିଳାଙ୍କଠାରେ ବ୍ରେଷ୍ଟ କ୍ୟାନ୍ସର ଆଶଙ୍କା 5ରୁ 15 ପ୍ରତିଶତ ବୃଦ୍ଧି ପାଇପାରେ ।

Ref- https://www.ncbi.nlm.nih.gov/pmc/articles/PMC1497016/

https://www.niaaa.nih.gov/publications/brochures-and-fact-sheets/women-and-alcohol

ଏହା ମଧ୍ୟ ପଢନ୍ତୁ:ଅଧିକ ବିସ୍କୁଟ ଖାଇଲେ ପିଲାଙ୍କୁ ହୋଇପାରେ ଡାଇବେଟିସ୍, NIH ଟିମ୍ କଲେ ଖୁଲାସା - Biscuits Side Effects

ଏହା ମଧ୍ୟ ପଢନ୍ତୁ:ଜୀବନସାଥି ସହ ରୋମାଣ୍ଟିକ ଟ୍ରିପ୍ ପ୍ଲାନ କରୁଛନ୍ତି ? କମ୍ ବଜେଟରେ ବୁଲନ୍ତୁ ଏସବୁ ଜାଗା - Romantic Destinations for Couples

ଏହା ମଧ୍ୟ ପଢନ୍ତୁ:ସକାଳେ ଫିଙ୍ଗି ଦେଉଛନ୍ତି କି ବାସି ରୁଟି ? ଏହାର ଫାଇଦା ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ - Stale roti health benefits

Disclaimer- ଏଠାରେ ଦିଆଯାଇଥିବା ସମସ୍ତ ସ୍ବାସ୍ଥ୍ୟ ସମ୍ବନ୍ଧୀୟ ସୂଚନା କେବଳ ଜାଣିବା ପାଇଁ । ଏହି ସୂଚନା ବୈଜ୍ଞାନିକ ଅନୁସନ୍ଧାନ, ଅଧ୍ୟୟନ, ଚିକିତ୍ସା ଓ ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ ସୂଚନା ଆଧାରିତ । ଏହା ଉପରେ ବିଚାର କରିବା ପୂର୍ବରୁ ଡାକ୍ତରଙ୍କ ପରାମର୍ଶ ନେବା ଭଲ ।

ABOUT THE AUTHOR

...view details