ETV Bharat / health

ଜୀବନସାଥି ସହ ରୋମାଣ୍ଟିକ ଟ୍ରିପ୍ ପ୍ଲାନ କରୁଛନ୍ତି ? କମ୍ ବଜେଟରେ ବୁଲନ୍ତୁ ଏସବୁ ଜାଗା - Romantic Destinations for Couples

author img

By ETV Bharat Health Team

Published : 3 hours ago

Updated : 3 hours ago

Romantic Destinations for Couples: ଆଗକୁ ଆସୁଛି ବିବାହ ଋତୁ । ନିଜ ଜୀବନସାଥୀ ସହ କମ୍ ବଜେଟରେ ଏକ ରୋମାଣ୍ଟିକ ଟ୍ରିପ୍ ପ୍ଲାନ କରୁଛନ୍ତି କି ? ବିଦେଶ ଯିବା ଦରକାର ନାହିଁ । ଭାରତରେ ଏସବୁ ସ୍ଥାନ ଭ୍ରମଣ କରି ରୋମାଣ୍ଟିକ ଅନୁଭୂତି ସାଉଁଟିପାରିବେ । ପଢନ୍ତୁ ଏହି ରିପୋର୍ଟ

ଜୀବନସାଥି ସହ ରୋମାଣ୍ଟିକ ଟ୍ରିପ୍ ପ୍ଲାନ କରୁଛନ୍ତି ? କମ୍ ବଜେଟରେ ବୁଲନ୍ତୁ ଏସବୁ ଜାଗା
ଜୀବନସାଥି ସହ ରୋମାଣ୍ଟିକ ଟ୍ରିପ୍ ପ୍ଲାନ କରୁଛନ୍ତି ? କମ୍ ବଜେଟରେ ବୁଲନ୍ତୁ ଏସବୁ ଜାଗା (ETV Bharat)

Romantic Destinations For Couples: ପ୍ରାକୃତିକ ସୌନ୍ଦର୍ଯ୍ୟ ବିମଣ୍ଡିତ ମନୋରମ ପର୍ଯ୍ୟଟନ ସ୍ଥଳୀ ବୁଲିବା କାହାକୁ ବା ଭଲ ଲାଗେନା । ଅନେକ ଲୋକେ କାର୍ଯ୍ୟବ୍ୟସ୍ତତାରୁ ବାହାରି ଟିକିଏ ରିଲାକ୍ସ ହେବାକୁ ବିଭିନ୍ନ ଦର୍ଶନୀୟ ସ୍ଥାନ ଭ୍ରମଣ କରିଥାନ୍ତି । ନିଜ ଜୀବନସାଥୀ ସହ ପ୍ରକୃତି କୋଳରେ ସମୟ କାଟିବାକୁ ଭଲ ପାଆନ୍ତି । ଆପଣ ମଧ୍ୟ ନିଜର ପାର୍ଟନର ସହ ସେମିତି ଏକ ଟ୍ରିପ ପ୍ଲାନ କରୁଛନ୍ତି କି ? ତେବେ ଏଥିପାଇଁ ଖର୍ଚ୍ଚାନ୍ତ ହୋଇ ବିଦେଶ ଯିବା ଦରକାର ନାହିଁ । ଆମେ ଆପଣଙ୍କୁ ଭାରତ ମଧ୍ୟରେ ଏପରି କିଛି ପର୍ଯ୍ୟଟନ ସ୍ଥଳୀ ସମ୍ପର୍କରେ କହିବୁ ଯାହାର ହିଲ୍ ଷ୍ଟେସନ, ଆକର୍ଷଣୀୟ ହ୍ରଦ, ବେଳାଭୂମି ଏବଂ ସବୁଜ ବନାନୀ ରୋମାଞ୍ଚକର ଓ ରୋମାଣ୍ଟିକ ଅନୁଭୂତି ଆଣିଦେବା ସହିତ ବଜେଟ୍ ଫ୍ରେଣ୍ଡଲି ମଧ୍ୟ । ଏଠାରେ ଆପଣ ନିଜର ପାର୍ଟନର ସାଙ୍ଗରେ ପ୍ରକୃତି ସହ ନିରୋଳାରେ ସମୟ ବିତାଇ ଅଭୁଲା ସ୍ମୃତି ସାଉଁଟି ପାରିବେ ଓ ନିଜର ସମ୍ପର୍କ ଆହୁରି ମଜଭୁତ କରିପାରିବେ ।

ଆଗକୁ ଆସୁଛି ବିବାହ ଋତୁ । ରୋମାଣ୍ଟିକ କପଲମାନେ ହନିମୁନ୍ ପାଇଁ କମ୍ ବଜେଟରେ ବେଷ୍ଟ ପ୍ଲେସ୍ ଖୋଜିବୁଲିବେ । ଭାରତରେ ଏମିତି ବହୁ ସୁନ୍ଦର ହିଲ୍ ଷ୍ଟେସନ, ବେଳାଭୂମି, ନଦନଦୀ, ହ୍ରଦ ଭରା ପ୍ରାକୃତିକ ପରିବେଶ ରହିଛି ଯାହା ହନିମୁନ ଲାଗି ଉତ୍କୃଷ୍ଟ ସ୍ଥାନ । କମ୍ ଟଙ୍କାରେ ଆପଣ ଏସବୁ ସ୍ଥାନ ବୁଲିପାରିବେ । ଯେମିତିକି-

ମନାଲି, ହିମାଚଳ ପ୍ରଦେଶ: ପ୍ରକୃତି ପ୍ରେମୀଙ୍କ ପାଇଁ ହିମାଚଳ ପ୍ରଦେଶ କୌଣସି ଭୂସ୍ବର୍ଗଠାରୁ କମ୍ ନୁହେଁ । ଏଠାରେ ସୁଉଚ୍ଚ ପାହାଡ, ଘଞ୍ଚ ଜଙ୍ଗଲ ଓ ବରଫ ଚାଦର ମଧ୍ୟରେ ଶାନ୍ତ ସରଳ ପରିବେଶ ମନରେ ରୋମାଞ୍ଚ ଭରେ । ହିମାଚଳ ପ୍ରଦେଶର ମନାଲି ସବୁଠୁ ସୁନ୍ଦର ପର୍ଯ୍ୟଟନସ୍ଥଳୀ । ନିଜ ଜୀବନସାଥିଙ୍କ ସହ ସମୟ ବିତାଇବା ପାଇଁ ଏହା ଖୁବ୍ ଭଲ ରୋମାଣ୍ଟିକ ସ୍ପଟ୍ । ମନାଲିରେ ହାଡିମ୍ବା ମନ୍ଦିର, ରୋହତାଙ୍ଗ ପାସ୍, ସୋଲାଙ୍ଗ ଭ୍ୟାଲି, ଯୋଗିନୀ ୱାଟରଫଲ ଇତ୍ୟାଦି ସ୍ଥାନ ମୁଖ୍ୟ ଆକର୍ଷଣ ।

ଗୋଆ: ଆକର୍ଷଣୀୟ ବେଳାଭୂମି ପାଇଁ ଗୋଆ ପ୍ରସିଦ୍ଧ । କେବଳ ଦେଶ ନୁହେଁ, ପ୍ରତିବର୍ଷ ଲକ୍ଷ ଲକ୍ଷ ସଂଖ୍ୟାରେ ବିଦେଶୀ ପର୍ଯ୍ୟଟକଙ୍କ ଭିଡ ଜମେ ଏଠାରେ । ଏହି ସ୍ଥାନ ନବବିବାହିତ ତଥା ରୋମାଣ୍ଟିକ୍ କଲପଙ୍କ ପାଇଁ ବ୍ଲେଷ୍ଟ ଲୋକେସନ । ଯଦି କମ୍ ଖର୍ଚ୍ଚରେ ମାଳଦ୍ବୀପ ଭଳି ଅନୁଭୂତି ନେବାକୁ ଚାହୁଁଛନ୍ତି, ତାହେଲେ ଗୋଆ ଯାଇ ବୁଲି ଆସନ୍ତୁ । ଖାସ୍ କରି ଶୀତ ଦିନରେ ଏଠାରେ ବହୁସଂଖ୍ୟାକ ପର୍ଯ୍ୟଟକଙ୍କ ଆସର ଜମିଥାଏ । ଏଠି ଖାଇବା, ବୁଲିବା, ରହିବା କମ୍ ବଜେଟରେ ହୋଇଯାଇଥାଏ । ଏଠିକାର ମୁଖ୍ୟ ଆକର୍ଷଣ ହେଲା ୱାଟର ସ୍ପୋର୍ଟସ । ଭାଗାଟର ବିଚ୍, ଅଞ୍ଜୁନା ବିଚ୍, ପୋଲାଲେମ୍ ବିଚ୍, ଦୁଧସାଗର ୱାଟରଫଲ, ତାମ୍ବଡି ସୁରଲା ଶିବ ମନ୍ଦିର ଭଳି ଅନେକ ଆକର୍ଷଣୀୟ ସ୍ଥାନ ରହିଛି । ଏଠାରେ ମନୋରମ ସମୁଦ୍ରତଟ ସହ ବେଳାଭୂମିର ନାଇଟ୍ ଲାଇଫ, ସ୍ବାଦିଷ୍ଟ ସି-ଫୁଡ୍‌ ମଜା ନେଇପାରିବେ ।

ଜୀବନସାଥି ସହ ରୋମାଣ୍ଟିକ ଟ୍ରିପ୍ ପ୍ଲାନ କରୁଛନ୍ତି ?
ଜୀବନସାଥି ସହ ରୋମାଣ୍ଟିକ ଟ୍ରିପ୍ ପ୍ଲାନ କରୁଛନ୍ତି ? (ETV Bharat)

ଜମ୍ମୁ-କାଶ୍ମୀର: ଭାରତର ଭୂସ୍ବର୍ଗ କୁହାଯାଏ ଜମ୍ମୁ-କାଶ୍ମୀର । ଏହି ସ୍ଥାନରେ ନାଁ ମନକୁ ଆସିଲେ, ଆଖି ଆଗରେ ନାଚି ଯାଏ ତୁଷାରପାତ, ବରଫ ଚାଦର ପରିବେଷ୍ଟିତ ଶୁଭ୍ର ପରିବେଶ, ଡାଲ୍ ହ୍ରଦ, ଟୁଲିଫ ଗାର୍ଡେନ, ଗୁଲମାର୍ଗ, ସୋନମାର୍ଗର ସୌନ୍ଦର୍ଯ୍ୟ । ନିଜ ଜୀବନସାଥୀ ସହ ସମୟ ବିତାଇବା ଓ ହନିମୁନ୍ ପାଇଁ ଏହା ସବୁଠୁ ଉତ୍କୃଷ୍ଟ ସ୍ଥାନ । ଥଣ୍ଡା ଜଳବାୟୁ ସହ ସବୁଜ ବନାନୀ, ଡାଲ ହ୍ରଦରେ ନୌକାବିହାର, ଗୁଲମାର୍ଗ, ସୋନମାର୍ଗ, ପହଲଗାମ, ଲେହ ଲଦାଖ ଅଖନୁର ଫୋର୍ଟ, ବୈଷ୍ଣୋଦେବୀ ମନ୍ଦିର ପ୍ରଭୃତି ଜମ୍ମୁ-କାଶ୍ମୀରର ପ୍ରମୁଖ ଦର୍ଶନୀୟ ସ୍ଥାନ । ନବବିବାହିତ ଦମ୍ପତିଙ୍କ ପାଇଁ ଏହି ସ୍ଥାନ ସବୁଠୁ ଭଲ ହନିମୁନ ସ୍ପଟ୍ ।

ଉଦୟପୁର, ରାଜସ୍ଥାନ: 'ହ୍ରଦ ସହର' ଭାବେ ଜଣାଶୁଣା ଉଦୟପୁର । ଏଠାରେ ସୁନ୍ଦର ସୁନ୍ଦର ରାଜପ୍ରାସାଦ ରହିଛି । ଏଠିକାର ଆକର୍ଷଣୀୟ ହ୍ରଦ, ଶାନ୍ତ କୋମଳ ପରିବେଶ, ଲେକ୍ ପ୍ୟାଲେସ୍, ମନସୁନ ପ୍ୟାଲେସ୍, ସିଟି ପ୍ୟାଲେସ୍, ପିଚୋଲା ହ୍ରଦ, ଫତେହ ସାଗର ହ୍ରଦ, ଜଗଦୀଶ ମନ୍ଦିର, ଜଗ ମନ୍ଦିର ପ୍ୟାଲେସ୍, ଗୁଲାବ ବାଗର ସୌନ୍ଦର୍ଯ୍ୟ ବର୍ଷ ତମାମ୍ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରେ । ନିଜ ଜୀବନସାଥୀ ସହ ଏହିସବୁ ମନୋରମ ସ୍ଥାନ ଭ୍ରମଣ କରି ଏହାର ଅଦ୍ଭୁତପୂର୍ବ ସୌନ୍ଦର୍ଯ୍ୟର ଉପଭୋଗ କରିପାରିବେ । ରାଜସ୍ଥାନରେ ଆପଣ ଜୈସାଲମିର ମଧ୍ୟ ଭ୍ରମଣ କରିପାରିବେ ।

ଆଣ୍ଡାମାନ ନିକୋବର ଦ୍ବୀପପୁଞ୍ଜ: ଏକ ରୋମାଣ୍ଟିକ ଡେଷ୍ଟିନେସନର ପ୍ଲାନିଂ କରୁଥିଲେ ଆଣ୍ଡାମାନ ନିକୋବର ଦୀପପୁଞ୍ଜ ଏକ ପରଫେକ୍ଟ ପ୍ଲେସ୍ । ଏହାର ରୋମାଣ୍ଟିକ ସମୁଦ୍ର ତଟ, ରୋମାଞ୍ଚକର ୱାଟର ସ୍ପୋର୍ଟ କପଲଙ୍କୁ ନିଆରା ଅନୁଭୂତି ଦେଇଥାଏ । ଆଣ୍ଡାମାନ ନିକୋବରରେ ଭାରତପୂର ବେଳାଭୂମି, ସେଲୁଲାର ଜେଲ୍, ମାଉଣ୍ଟ ହାରିଏଟ୍ ଓ ମଧୁବନ, ଭାଇପର ଆଇଲାଣ୍ଡ ଭଳି ଆକର୍ଷଣୀୟ ସ୍ଥାନ ରହିଛି । ଯାହାକି କପଲଙ୍କୁ ନିଆରା ଅନୁଭୂତି ଦେଇଥାଏ ।

କେରଳ: ଇଶ୍ବରଙ୍କ ନିଜ ଦେଶ କୁହାଯାଉଥିବା କେରଳ ନିଜର ପ୍ରାକୃତିକ ସୌନ୍ଦର୍ଯ୍ୟ ପାଇଁ ବେଶ୍ ଲୋକପ୍ରିୟ । ମୁନ୍ନାର ଓ ଅଲେପ୍ପି, ୱାୟନାଡ ପ୍ରଭୃତି ସ୍ଥାନ ଏଠାକାର ପ୍ରମୁଖ ପର୍ଯ୍ୟଟନସ୍ଥଳୀ । ମୁନ୍ନାର ଆକର୍ଷଣୀୟ ହିଲ୍ ଷ୍ଟେସନ ଅଟେ, ଏଠିକାର ସବୁଜ ଚା' ବଗିଚା, ସୁନୀଳ ଆକାଶ ପର୍ଯ୍ୟଟକଙ୍କୁ ବିମୋହିତ କରିଥାଏ । ଏଠାରେ ଆପଣ ନିଜ ଜୀବନସାଥୀ ସହ ରୋମାଣ୍ଟିକ ମୁହୂର୍ତ୍ତ ଅତିବାହିତ କରିପାରିବେ । ସୁନ୍ଦର ସୁନ୍ଦର ଘାଟି, ପାହାଡ, ଝରଣା, ନଦୀ, କଫି ଓ ଚା' ବଗିଚା ଏଠିକାର ଆକର୍ଷଣର କେନ୍ଦ୍ରବିନ୍ଦୁ । ସେହିପରି ହ୍ରଦ ଓ ନଦୀରେ ବାଉଁଶରେ ସଜା ବୋଟ ଚାଳନା କପଲଙ୍କୁ ରୋମାଣ୍ଟିକ ଅନୁଭୂତି ଦେଇଥାଏ ।

ଏହା ମଧ୍ୟ ପଢନ୍ତୁ: ଅତ୍ୟଧିକ କାର୍ଯ୍ୟଚାପ ହୋଇପାରେ ଭୟଙ୍କର ! ଏସବୁ ସଙ୍କେତ ଦିଶିଲେ ନିଜକୁ ଦିଅନ୍ତୁ ଆରାମ - Signs that you need a break

ଏହା ମଧ୍ୟ ପଢନ୍ତୁ: କାହିଁକି ହୁଏ ସ୍ତନ କର୍କଟ ? ଏହାର ଲକ୍ଷଣ ଓ ନିରାକରଣ ବିଷୟରେ କହିଲେ ଡାକ୍ତର - Breast Cancer

ଏହା ମଧ୍ୟ ପଢନ୍ତୁ: କମ୍ ବୟସରୁ ଚୁଟି ପାଚିଯାଉଥିଲେ କରନ୍ତୁ ଏହି କାମ - Solution for gray hair

Last Updated : 3 hours ago
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.