ଓଡିଶା

odisha

ETV Bharat / health

ଲାଇଫଷ୍ଟାଇଲ ବଦଳାଇ ହୋଇପାରିବ କି ଡାଇବେଟିସ୍ କଣ୍ଟ୍ରୋଲ ? ଜାଣନ୍ତୁ କ'ଣ କୁହନ୍ତି ଏକ୍ସପର୍ଟ - Can lifestyle changes help diabetes - CAN LIFESTYLE CHANGES HELP DIABETES

Control Diabetes Without Medicine: ଆଜିକାଲି ଖରାପ ଲାଇଫଷ୍ଟାଇଲ ଯୋଗୁଁ ଅଧିକାଂଶ ଲୋକେ ଡାଇବେଟିସ୍ ପୀଡିତ । ଏହାକୁ କଣ୍ଟ୍ରୋଲ କରିବାକୁ ସାଧାରଣତଃ ମେଡିସିନ ଖାଇଥାନ୍ତି । ହେଲେ ବିନା ମେଡିସିନରେ ବି ଆପଣ ନିଜ ଡାଇବେଟିସ୍ ନିୟନ୍ତ୍ରଣ କରିପାରିବେ । ଜାଣିବା ପାଇଁ ପଢନ୍ତୁ ଏହି ଖବର

ବିନା ମେଡିସିନରେ ବି ନିୟନ୍ତ୍ରଣ ହୋଇପାରିବ ଡାଇବେଟିସ୍, ଜାଣନ୍ତୁ କେମିତି
ବିନା ମେଡିସିନରେ ବି ନିୟନ୍ତ୍ରଣ ହୋଇପାରିବ ଡାଇବେଟିସ୍, ଜାଣନ୍ତୁ କେମିତି (ETV Bharat)

By ETV Bharat Health Team

Published : Sep 28, 2024, 9:57 AM IST

Updated : Sep 28, 2024, 11:49 AM IST

ହାଇଦ୍ରାବାଦ: ଆଜିକାଲି ପ୍ରତି ଘରେ ଘରେ ଡାଇବେଟିସ୍ ରୋଗୀ । ଡାଇବେଟିସ୍ ଏକ ସାଧାରଣ ରୋଗ ହୋଇଗଲାଣି । ଭାରତୀୟ ଚିକିତ୍ସା ଅନୁସନ୍ଧାନ ପରିଷଦ ଦ୍ବାରା ଭାରତ ଡାଇବେଟିସ୍ 2023 ଉପରେ ପ୍ରକାଶିତ ଅଧ୍ୟୟନ ରିପୋର୍ଟ ଅନୁସାରେ, ଭାରତରେ ପାଖାପାଖି 10.1 କୋଟି ଲୋକ ଡାଇବେଟିସ୍‌ରେ ପୀଡିତ । ବିଶେଷକରି ସହରାଞ୍ଚଳରେ ଅଧିକ ଡାଇବେଟିସ୍ ମାମଲା ରହିଛି । ବ୍ଲଡ ସୁଗାର ବା ଗ୍ଲୁକୋଜ ମାତ୍ରା ଅଧିକ ହେଲେ ଡାଇବେଟିସ୍ ହୁଏ । ଆପଣ ଖାଉଥିବା ବିଭିନ୍ନ ଖାଦ୍ୟପଦାର୍ଥରୁ ଗ୍ଲୁକୋଜ ଆସିଥାଏ । ଇନସୁଲିନ ଏହି ଗ୍ଲୁକୋଜକୁ କୋଷିକାରେ ପ୍ରବେଶ କରାଇବାରେ କାମ କରେ । କିନ୍ତୁ ଡାଇବେଟିସ୍ ହେଲେ ଶରୀର ଯଥେଷ୍ଟ ଇନସୁଲିନ ତିଆରି କରିପାରେ ନାହିଁ । ଫଳରେ ଗ୍ଲୁକୋଜ ରକ୍ତରେ ରହେ ଓ କୋଷିକାରେ ପହଞ୍ଚିପାରେନି ।

କେମିତି ତୁରନ୍ତ ବ୍ଲଡ ସୁଗାର ନିୟନ୍ତ୍ରଣ କରିବେ ?

ବେଳେବେଳେ ଡାଇବେଟିସ୍ ରୋଗୀ ବ୍ଲଡ ସୁଗାର ଅଚାନକ ବଢିଗଲି ଭଳି ଅନୁଭବ କରନ୍ତି । ଏହା ପଛରେ ବିଭିନ୍ନ କାରଣ ଥାଇପାରେ । ଏପରି ସ୍ଥଳେ କେମିତି ଯଥାଶୀଘ୍ର ନିଜର ସୁଗାର କଣ୍ଟ୍ରୋଲ କରିବେ ଜାଣିବା ଉଚିତ୍ ।

ଶୀଘ୍ର କାମ କରୁଥିବା ଇନସୁଲିନ ହାଇ ବ୍ଲଡ ସୁଗାର ସ୍ତର କଣ୍ଟ୍ରୋଲ କରିବାର ସବୁଠୁ ଦ୍ରୁତତମ ଉପାୟ । ଏହାକୁ ଇଞ୍ଜେକ୍ସନ ଭାବେ ନିଆଯାଇପାରେ, ଯାହାକି 15 ମିନିଟ୍ ଭିତରେ ସୁଗାର ସ୍ତର ନିୟନ୍ତ୍ରଣ କରିବାରେ ସାହାଯ୍ୟ କରେ ଓ 4 ଘଣ୍ଟା ଯାଏଁ ରହେ । ସାମାନ୍ୟ ଡେରିରେ କାମ କରୁଥିବା ଇନସୁଲିନ 30 ମିନିଟ୍ ଭିତରେ ପ୍ରଭାବ ଦେଖାଏ । ତେବେ ସର୍ବଦା ଡାକ୍ତରଙ୍କ ପରାମର୍ଶରେ ଇନସୁଲିନ୍ କିମ୍ବା ଔଷଧ ଗ୍ରହଣ କରିବା ଆବଶ୍ୟକ ।

ବିନା ମେଡିସିନରେ ଡାଇବେଟିସ୍ କଣ୍ଟ୍ରୋଲ କେମିତି ?

ଡାଇବେଟିସ୍ ଚିହ୍ନଟ ହେଲେ ଅନେକ ଲୋକ ଔଷଧ ଖାଇଥାନ୍ତି । ସମସ୍ତେ ଭାବନ୍ତି, ଔଷଧ ବିନା କେମିତି ଡାଇବେଟିସ୍ ନିୟନ୍ତ୍ରଣ କରାଯାଇପାରିବ ? ଆପଣଙ୍କୁ କହୁରଖୁଛୁ କି, ନିଜର ଜୀବନଶୈଳୀରେ କିଛି ପରିବର୍ତ୍ତନ କରି ଆପଣଙ୍କର ବ୍ଲଡ ସୁଗାର କଣ୍ଟ୍ରୋଲରେ ରଖିପାରିବେ । ଯେମିତିକି:-

ନିୟମିତ ଏକ୍ସରସାଇଜ: ଉନ୍ନତ ଜୀବନଶୈଳୀ ପାଇଁ ନିୟମିତ, ଯୋଗ, ଧ୍ୟାନ, ବ୍ୟାୟାମ କରିବା ଆବଶ୍ୟକ । ଏହା ହାଇ ବ୍ଲଡ ସୁଗାର ଲେବୁଲ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରେ ।

ଓଜନ କମାନ୍ତୁ: ମେଦବହୁଳତା ଡାଇବେଟିସ୍ ଆଶଙ୍କା ବଢାଇଥାଏ । ତେଣୁ ଶରୀରର ଅତିରିକ୍ତ ଓଜନ ହ୍ରାସ କରିବାକୁ ଚେଷ୍ଟା କରନ୍ତୁ ।

ସ୍ବାସ୍ଥ୍ୟକର ଖାଦ୍ୟ: ଡାଇବେଟିସ୍ ପୀଡିତ ଲୋକଙ୍କୁ ହାଇ ଇନସୋଲ୍ୟୁବଲ ଫାଇବର ଡାଏଟରେ ଗ୍ରହଣ କରିବାକୁ ପରାମର୍ଶ ଦିଆଯାଏ । ଏହା ବ୍ଲଡ ସୁଗାର ସ୍ତର ବଢିବାରୁ ରୋକିବାରେ ସାହାଯ୍ୟ କରେ । ସବୁଜ ପନିପରିବା ଓ ଫଳରେ ପ୍ରଚୁର ଫାଇବର ଥାଏ । ଅଧିକ କାର୍ବସ ଯୁକ୍ତ ଖାଦ୍ୟ ରକ୍ତରେ ସୁଗାର ସ୍ତର ବଢାଇପାରେ, ତେଣୁ କମ୍ କାର୍ବସ ଯୁକ୍ତ ଖାଦ୍ୟ ଖାଆନ୍ତୁ । ଏଥିସହ ନିଜର ପୋଷଣ ବିଶେଷଜ୍ଞଙ୍କ ସହ ଆଲୋଚନା କରି ନିଜ ପାଇଁ ଭଲ ଡାଏଟ ପ୍ରସ୍ତୁତ କରିପାରିବେ ।

ହାଇଡ୍ରେଟ ରୁହନ୍ତୁ:ନିଜକୁ ସର୍ବଦା ହାଇଡ୍ରେଟ ରଖିବା ପାଇଁ ପର୍ଯ୍ୟାପ୍ତ ମାତ୍ରାରେ ପାଣି ପିଇବା ଜରୁରୀ । ଏହାଫଳରେ ଶରୀର ଆକ୍ଟିଭ ରହିବା ସହ ମୂତ୍ର ମାଧ୍ୟମରେ ଅତିରିକ୍ତ ବ୍ଲଡ ସୁଗାରକୁ ବାହାର କରେ ।

କମ୍ ଖାଆନ୍ତୁ: ଡାଇବେଟିସ୍ ରୋଗୀ ଏକାଥରେ ପେଟ ପୁରା ଖାଇବା ଅନୁଚିତ୍ । ସେମାନେ କମ୍ ପରିମାଣରେ ଧୀରେ ଧୀରେ ଖାଇବା ଆବଶ୍ୟକ । ଏହା ଡାଇବେଟିସ୍ କଣ୍ଟ୍ରୋଲରେ ସହାୟକ ହୋଇଥାଏ । ଏଥିସହ ଓଜନ ମଧ୍ୟ ବୃଦ୍ଧି ପାଏ ନାହିଁ । ସେହିପରି ମଦ୍ୟପାନ କରୁଥିଲେ ସୀମିତ କରନ୍ତୁ ।

ଚାପ ଦୂର କରନ୍ତୁ: ମାନସିକ ଚାପ ବିଭିନ୍ନ ରୋଗର କାରଣ ହୋଇଥାଏ । ସେଥିପାଇଁ ନିଜର ଚାପ ଓ ଚିନ୍ତା ଦୂର କରିବାକୁ ଚେଷ୍ଟା କରନ୍ତୁ । ସବୁବେଳେ ଆକ୍ଟିଭ ଓ ଖୁସି ରୁହନ୍ତୁ । ଏହା ମଧ୍ୟ ଡାଇବେଟିସ୍ କଣ୍ଟ୍ରୋଲ କରିଥାଏ । ଆପଣ ନିଜକୁ ସ୍ଥିର ଓ ଶାନ୍ତ ରଖିବାକୁ ଯୋଗ, ଧ୍ୟାନ କରିବା ସହ ସୁମଧୁର ସଙ୍ଗୀତ ଶୁଣିପାରିବେ ।

ପରିବାରରେ କେହି ଡାଇବେଟିସ୍ ପୀଡିତ ଥିଲେ ବଂଶାନୁକ୍ରମ ଭାବେ ଅନ୍ୟ ସଦସ୍ୟଙ୍କୁ ଡାଇବେଟିସ୍ ହୋଇପାରେ । ସାଧାରଣତଃ ଖରାପ ଜୀବନଶୈଳୀ, ମେଦବହୁଳତା, ଆଭ୍ୟନ୍ତରୀଣ ସ୍ବାସ୍ଥ୍ୟ ସମସ୍ୟା ଓ ଶାରିରୀକ ଗତିବିଧିର ଅଭାବ ଯୋଗୁଁ ମଧ୍ୟ ଡାଇବେଟିସ୍ ହେବାର ଆଶଙ୍କା ରହିଥାଏ । ତେଣୁ ଏକ ସ୍ବାସ୍ଥ୍ୟକର ଜୀବନଶୈଳୀ ଆପଣାଇ କେବଳ ଡାଇବେଟିସ୍ ନୁହେଁ, ଅନ୍ୟାନ୍ୟ ସ୍ବାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟାରୁ ଦୂରେଇ ପାରିବେ । ଡାଇବେଟିସ୍ ଥିଲେ ହୃଦରୋଗଠାରୁ ଆରମ୍ଭ କରି ଗମ୍ଭୀର ସ୍ବାସ୍ଥ୍ୟ ସମସ୍ୟା ଦେଖାଯାଇପାରେ ।

Ref-https://www.niddk.nih.gov/health-information/diabetes/overview/managing-diabetes

https://www.cdc.gov/diabetes/treatment/index.html

ଏହା ମଧ୍ୟ ପଢନ୍ତୁ:ପାଟିରେ ଘା' ହୋଇ ଶୁଖୁନି କି ? ହୋଇପାରେ ଘାତକ ଓରାଲ କ୍ୟାନ୍ସର - Oral cancer

ଏହା ମଧ୍ୟ ପଢନ୍ତୁ:ରାତିରେ ଭାତ ଖାଉଥିଲେ ହୋଇପାରେ ଏସବୁ ସ୍ବାସ୍ଥ୍ୟ ସମସ୍ୟା - Eating rice at night

Disclaimer-ଏଠାରେ ଦିଆଯାଇଥିବା ସୂଚନା କେବଳ ଆପଣଙ୍କ ଜାଣିବା ପାଇଁ । ଏହା ଉପରେ ବିଚାର କରିବା ପୂର୍ବରୁ ଡାକ୍ତରଙ୍କ ପରାମର୍ଶ ନେବା ଭଲ ।

Last Updated : Sep 28, 2024, 11:49 AM IST

ABOUT THE AUTHOR

...view details