Neck blackness:ବେକ ଆଖପାଖରେ କଳାପଣ ଏକ ସାଧାରଣ ସମସ୍ୟା । ଏମିତି ବହୁତ ଲୋକ ଅଛନ୍ତି ଯେଉଁମାନଙ୍କର ବେକ କଳା ହୋଇଥାଏ । ସାଧାରଣତଃ ଯୁବକ ଯୁବତୀମାନେ ଏହି କଳାପଣକୁ ନେଇ ଅଧିକ ଚିନ୍ତିତ ଥାଆନ୍ତି । ଏହା ସେମାନଙ୍କର ସୁନ୍ଦରତାକୁ ଫିକା ପକାଇଥାଏ । ସଫା ସୁତୁରାର ଅଭାବ, ବାୟୁ ପ୍ରଦୂଷଣ ଏବଂ ଅନ୍ୟାନ୍ୟ କାରଣରୁ ବେକ ଏମିତି କଳା ପଡିଥାଏ । ଏହି କଳାପଣରୁ ମୁକ୍ତି ପାଇଁ କୌଣସି କ୍ରିମ କିମ୍ବା ଲୋସନ୍ର ଦରକାର ନାହିଁ, ଆପଣ ଘରେ ବସି ଏହାକୁ ଦୂର କରିପାରିବେ । ଏନେଇ ଏକ୍ସପର୍ଟ କିଛି ଘରୋଇ ଉପଚାର ବିଷୟରେ କହିଛନ୍ତି, ଯାହା ଆପଣଙ୍କ କଳାପଣ ସମସ୍ୟା ଦୂର କରିବାରେ ସହାୟକ ହେବ ।
ଦହି ଓ ଲେମ୍ବୁ ରସ:
ବେକର କଳାପଣ ଦୂର ପାଇଁ ଦହି ଓ ଲେମ୍ବୁ ରସ ଏକ ଭଲ ଉପଚାର । ଗୋଟିଏ ପାତ୍ରରେ କିଛି ଦହି ନେଇ ଏଥିରେ ଅଳ୍ପ ଲେମ୍ବୁ ରସ ମିଶାନ୍ତୁ । ଏହି ମିଶ୍ରଣକୁ ବେକରେ ଲଗାଇ 10ରୁ 15 ମିନିଟ୍ ରଖନ୍ତୁ । ଏହା ଶୁଖିଯିବା ପରେ ବେକ ଧୋଇ ଦିଅନ୍ତୁ । ଦହି ତ୍ବଚାକୁ ମଇଶ୍ଚରାଇଜ କରିବା ସହ ମଇଳା ସଫା କରିବାରେ ସାହାଯ୍ୟ କରେ ।
ଲେମ୍ବୁ ରସ:
ଏକ କଟନ ବଲରେ ଲେମ୍ବୁ ରସ ନେଇ ବେକର କଳା ସ୍ଥାନରେ ଲଗାନ୍ତୁ । 20 ମିନିଟ୍ ପରେ ଧୋଇ ଦିଅନ୍ତୁ ।
ଧ୍ୟାନ ଦେବେ, ଲେମ୍ବୁ ରସ ଲଗାଇବା ପରେ ଖରାକୁ ବାହାରିବେ ନାହିଁ । କାରଣ ଲେମ୍ବୁ ରସ ପ୍ରାକୃତିକ ବ୍ଲିଚିଂ ଭାବେ କାମ କରେ ଯାହା ମୃତ କୋଷିକା ଓ ତ୍ବଚାରେ ଜମା ତେଲ ହଟାଇଥାଏ ।
ନଡିଆ ତେଲ ମାଲିସ୍:
ନଡିଆ ତେଲରେ ଅଳ୍ପ ଟିକେ ପାଣି ମିଶାଇ ନିଜ ବେକରେ ମାଲିସ୍ କରନ୍ତୁ । କିଛି ସମୟ ପରେ ଉଷୁମ ପାଣିରେ ଧୋଇଦିଅନ୍ତୁ । ଏହା କଳାପଣ କମ୍ କରିବାରେ କାମ କରେ । ନଡିଆ ତେଲ ବଦଳରେ ଆଲମଣ୍ଡ ଅଏଲ କିମ୍ବା ଅଲିଭ୍ ଅଏଲ ମଧ୍ୟ ବ୍ୟବହାର କରିପାରିବେ ।