ହାଇଦ୍ରାବାଦ: ଆଜିକାଲି ଇୟରଫୋନ ବ୍ୟବହାର କରିବା ଏକ ସାଧାରଣ କଥା । ପିଲା ଠାରୁ ବଡ଼ ପ୍ରାୟ ସମସ୍ତେ ଏହାକୁ ବ୍ୟବହାର କରନ୍ତି । ଗୀତ ଶୁଣିବା ଠାରୁ ଆରମ୍ଭ କରି ଚଳଚ୍ଚିତ୍ର, ଭିଡିଓ ଦେଖିବା, କଥାବାର୍ତ୍ତା କିମ୍ବା ଅଫିସ ବୈଠକରେ ଯୋଗଦେବା ଭଳି କାର୍ଯ୍ୟରେ ଇୟରଫୋନ ବ୍ୟବହାର କରିଥାନ୍ତି । ଏହା ଦ୍ୱାରା ଆଖପାଖର ଲୋକଙ୍କୁ ସମସ୍ୟା ହୁଏ ନାହିଁ ଏବଂ ନିଜେ ଆରାମରେ ଯେ କୌଣସି କାର୍ଯ୍ୟ ସୁରୁଖୁରୁରେ କରିଥାଉ । ହେଲେ ଆପଣ ଜାଣନ୍ତି କି, ଏହା ଆପଣଙ୍କ ଶ୍ରବଣ ଶକ୍ତି ହ୍ରାସ କରିପାରେ । ଯଦି ଆପଣ ଅଧିକାଂଶ ସମୟ କାନରେ ଇୟରଫୋନ ବ୍ୟବହାର କରନ୍ତି, ତେବେ ଏଥିରୁ ଅନେକ ପ୍ରକାରର ପାର୍ଶ୍ୱ ପ୍ରତିକ୍ରିୟା ଦେଖିବାକୁ ମିଳେ, ଯାହା ଆପଣଙ୍କ ଶ୍ରବଣ ଶକ୍ତି ଉପରେ ପ୍ରଭାବ ପକାଇଥାଏ ।
ଉଚ୍ଚ ସ୍ୱର ଶୁଣିବା କିମ୍ବା ଇୟରଫୋନ ମାଧ୍ୟମରେ ଭିଡିଓ ଦେଖିବା ଦ୍ୱାରା ସୃଷ୍ଟି ହେଉଥିବା କମ୍ପନ କାନର ସ୍ନାୟୁ ଉପରେ ଚାପ ପକାଇଥାଏ । ଯେଉଁଥିପାଇଁ କାନର ଶିରାଗୁଡ଼ିକ ଫୁଲିପାରେ । ଫଳରେ ଧୀରେ ଧୀରେ ଶୁଣିବାର କ୍ଷମତା କମିବା ଆରମ୍ଭ କରେ ଏବଂ ସମୟ ସମୟରେ ଏହାକୁ ଧ୍ୟାନ ନ ଦେଇ ବ୍ୟକ୍ତି ମଧ୍ୟ ବଧିର ହୋଇପାରେ ।
ବଧିରତାର ଲକ୍ଷଣ:-
- କାନରେ ହ୍ୱିସିଲର ଶବ୍ଦ ଶୁଣାଯିବା
- କମ ଶୁଣାଯିବା
- ମୁଣ୍ଡ ବୁଲାଇବା, ଅନିଦ୍ରା, ମୁଣ୍ଡବିନ୍ଧା ଏବଂ କାନ ଯନ୍ତ୍ରଣା ହେବା
- କ୍ରୋଧ, ଚିନ୍ତା ଏବଂ ବ୍ଲଡପ୍ରେସର ବୃଦ୍ଧି ହେବା
ଇୟରଫୋନର ଅତ୍ୟଧିକ ବ୍ୟବହାର ଦ୍ୱାରା ହୋଇପାରେ ଏହି ସମସ୍ୟା
1. କାନ ସଂକ୍ରମଣ
କ୍ରମାଗତ ଭାବରେ ଇୟରଫୋନ ପିନ୍ଧିବା ଦ୍ୱାରା କାନରେ ମଇଳା ଜମା ହୋଇଯାଏ । ଯାହା କାନ ସଂକ୍ରମଣର କାରଣ ହୋଇପାରେ । କେବଳ ଏତିକି ନୁହେଁ ଅନ୍ୟର ବ୍ୟବହୃତ ଇୟରଫୋନର ବ୍ୟବହାର ଦ୍ୱାରା ମଧ୍ୟ ଏହି ସଂକ୍ରମଣ ବଢିବାର ଆଶଙ୍କା ରହିଛି ।