ହାଇଦ୍ରାବାଦ:ସାରା ବିଶ୍ବରେ ଭୟ ସୃଷ୍ଟି କରିଥିବା କୋଭିଡ-19ର ଡର ମନରୁ ଲିଭିନଥିବା ବେଳେ, ଏବେ ଆଉ ଏକ ଭାଇରସ କଥା ସାମ୍ନାକୁ ଆସିଛି । ଚୀନରେ ଆଉ ଏକ ନୂଆ ଭାଇରସ ସୃଷ୍ଟି ହୋଇଛି । ଏହି ନୂଆ ଭାଇରସର ନାଁ HKU5-CoV-2 ରହିଛି । ଏହା କୋଭିଡ ଭଳି ମାରାତ୍ମକ ହୋଇପାରେ ବୋଲି ଅଧ୍ୟୟନରୁ ଜଣାପଡିଛି । ବାଦୁଡ଼ି କରୋନା ଭାଇରସ୍ ଉପରେ ବ୍ୟାପକ ଗବେଷଣା ପାଇଁ "ବ୍ୟାଟ୍ଓମ୍ୟାନ୍" ଭାବେ ଜଣାଶୁଣା ଚୀନର ଭାଇରୋଲୋଜିଷ୍ଟ ସି ଜେଙ୍ଗଲି ଅଧ୍ୟୟନ ପରେ ଏହି ନୂଆ ଭାଇରସ HKU5-CoV-2 ଉପରେ ଆଲୋକପାତ କରିଛନ୍ତି । ଯାହା ଏକ ସାଇଣ୍ଟିଫିକ୍ ଜର୍ଣ୍ଣାଲ ସେଲରେ ପ୍ରକାଶ ପାଇଛି ।
କୋଭିଡ ଭଳି ଆଉ ଏକ ଭାଇରସ HKU5-CoV-2:
ବର୍ତ୍ତମାନ ଏହା କେବଳ ଚୀନରେ ଚିହ୍ନଟ ହୋଇଥିବା ବେଳେ, ଯଦି ଏହା ଚୀନ ବାହାରକୁ ଆସିଯାଏ ତେବେ ପୁଣି ଲକଡାଉନ ଭଳି ସ୍ଥିତି ଉପୁଜିବାର ଆଶଙ୍କା ରହିଛି । ପୁଣି ଲୋକମାନଙ୍କୁ ଘର ଭିତରେ ବନ୍ଦୀ ଜୀବନ କାଟିବାକୁ ପଡିପାରେ । ଉହାନ ଲ୍ୟାବରେ କରୋନା ଭାଇରସ ଭଳି ଆଉ ଏକ ନୂଆ ଭାଇରସ ମିଳିଛି । ଏହି ଭାଇରସ ବର୍ତ୍ତମାନ ବାଦୁଡିଠାରେ ଦେଖାଯାଇଛି । ମଣିଷ ପର୍ଯ୍ୟନ୍ତ ବ୍ୟାପି ନାହିଁ । ଏହି ଭାଇରସରେ ବି କୋଭିଡ-19 ଭଳି SARS-CoV-2 ଦେଖିବାକୁ ମିଳିଛି । ଏହି ଭାଇରସ ବାଦୁଡିଙ୍କଠାରେ ଦେଖିବାକୁ ମିଳିଥିବାରୁ କିଛି ଏହାକୁ ବାଦୁଡି କୋରନା ଭାଇରସ (Bat Corona Virus) ବୋଲି କୁହାଯାଉଛି ।
କେତେ ମାରାତ୍ମକ HKU5-CoV-2 ଭାଇରସ:
କୋଭିଡ ଭଳି HKU5-CoV-2 ଭାଇରସ ମଧ୍ୟ ବାଦୁଡିଠାରେ ମିଳିଛି । କିନ୍ତୁ ବୈଜ୍ଞାନିକମାନଙ୍କ କହିବାନୁଯାୟୀ, ଏହା କୌଣସି ପଶୁଠାରୁ ମଣିଷ ଶରୀରକୁ ସହଜରେ ପ୍ରବେଶ କରିପାରେ ନାହିଁ । ଏହା ମର୍ସ (MERS) ଭାଇରସ ପରିବାର ସହ ଜଡିତ, ଯାହା ପୂର୍ବରୁ ବି ମାରାତ୍ମକ ସାବ୍ୟସ୍ତ ହୋଇସାରିଛି । ବୈଜ୍ଞାନିକମାନେ ଏହି ଭାଇରସ ମଣିଷର କୋଷକୁ ଆକ୍ରମଣ କରିଥାଏ । କିନ୍ତୁ ଭଲ ଖବର ହେଉଛି ଯେ, ଏହି ଭାଇରସ୍ SARS-CoV-2 ପରି ସହଜରେ ମାନବ କୋଷଗୁଡ଼ିକୁ ସଂକ୍ରମିତ କରେ ନାହିଁ । ଗବେଷକମାନେ ଉଲ୍ଲେଖ କରିଛନ୍ତି ଯେ, HKU5-CoV-2 ର SARS-CoV-2 ତୁଳନାରେ ମାନବ ACE2 ରିସେପ୍ଟର ସହିତ ଏକ ଦୁର୍ବଳ କ୍ଷମତା ଅଛି । ଏହାର ଅର୍ଥ ହେଉଛି ଯେ ବର୍ତ୍ତମାନ ମଣିଷମାନଙ୍କ ମଧ୍ୟରେ ଏହି ଭାଇରସ ବ୍ୟାପିବାର ଆଶଙ୍କା କମ୍ । ବୈଜ୍ଞାନିକମାନେ ମୋନୋକ୍ଲୋନାଲ୍ ଆଣ୍ଟିବଡି ଏବଂ ଆଣ୍ଟିଭାଇରାଲ୍ ଔଷଧ ମଧ୍ୟ ଚିହ୍ନଟ କରିଛନ୍ତି ଯାହା ଏହି ଭାଇରସକୁ ଟାର୍ଗେଟ କରିବାରେ ସାହାଯ୍ୟ କରିପାରେ ।
ମିନେସୋଟା ବିଶ୍ୱବିଦ୍ୟାଳୟର ସଂକ୍ରାମକ ରୋଗ ବିଶେଷଜ୍ଞ ଡକ୍ଟର ମାଇକେଲ୍ ଓଷ୍ଟରହୋମ୍ଦର୍ଶାଇଛନ୍ତି ଯେ " 2019 ତୁଳନାରେ ଏବେ ଲୋକମାନଙ୍କ ମଧ୍ୟରେ ରୋଗ ପ୍ରତିରୋଧକ ଶକ୍ତି ଅଧିକ ଅଛି । ଯାହା ଅନ୍ୟ ଏକ ମହାମାରୀ ହେବାର ଆଶଙ୍କା ହ୍ରାସ କରେ । " ବୈଜ୍ଞାନିକମାନେ ଏହାର ସ୍ଥିତି ଉପରେ କଡା ନଜର ରଖିଛନ୍ତି । ଯଦିଓ HKU5-CoV-2 ବର୍ତ୍ତମାନ ଏକ ବଡ଼ ବିପଦ ସୃଷ୍ଟି କରିନାହିଁ କିନ୍ତୁ ଏହା ଭବିଷ୍ୟତର ମହାମାରୀକୁ ରୋକିବା ପାଇଁ ନିରନ୍ତର ଗବେଷଣା ଏବଂ ନିରୀକ୍ଷଣର ଆବଶ୍ୟକତା ରହିଛି ।
ଏହାମଧ୍ୟ ପଢନ୍ତୁ... |