ହାଇଦ୍ରାବାଦ: ପ୍ରତ୍ୟେକ ବ୍ୟକ୍ତି ହସ ଖୁସି ସହ ସୁଖ ସମୃଦ୍ଧି ଚାହିଁଥାନ୍ତି । ଯାହାଦ୍ବାରା ନିଜ ସହ ନିଜ ପରିବାର ଶାନ୍ତିରେ ଜୀବନଯାପନ କରିପାରିବେ । ଏଥିପାଇଁ ବ୍ୟକ୍ତି କଠିନ ପରିଶ୍ରମ କରନ୍ତି । ଏହାସହ ଧନର ଦେବୀ ଲକ୍ଷ୍ମୀଙ୍କୁ ସନ୍ତୁଷ୍ଟ କରିବା ପାଇଁ ଅନେକ ଓସା ବ୍ରତ ବି କରନ୍ତି । କିନ୍ତୁ ବେଳେ ବଳେ ସବୁ ପ୍ରୟାସ ବିଫଳ ହୁଏ । ଅନେକ ପୂଜାପାଠ କଲା ପରେ ମଧ୍ୟ ଘରେ ଧନର ଅଭାବ ଦେଖାଦେଇଥାଏ । ଜୀବନରେ ନକରାତ୍ମକ ପ୍ରଭାବ ବୃଦ୍ଧି ପାଇଥାଏ । ଜୀବନର ଆଗ୍ରଗତିରେ ବାଧା ଉତ୍ପନ୍ନ ହୋଇଥାଏ । ବେଳେ ବେଳେ ଆମ ମନକୁ ପ୍ରଶ୍ନ ଆସ ଯେ, ଏଭଳି ଆମ ସହ କାହିଁକି ହେଉଛି । ହେଲେ ଏହା ପଛର କାରଣ ହେଉଛି ଆମ ଜାଣତ କିମ୍ବା ଅଜାଣତରେ କରୁଥିବା କାର୍ଯ୍ୟ । ଯାହାଦ୍ବାରା ଦେବୀ ଲକ୍ଷ୍ମୀ ଅସନ୍ତୁଷ୍ଟ ହୁଅନ୍ତି । ଶାସ୍ତ୍ରରେ ଏଭଳି କିଛି କାମ ବିଷୟରେ କୁହାଯାଇଛି, ଯାହା ସୂର୍ଯ୍ୟସ୍ତ ଅର୍ଥାତ ସନ୍ଧ୍ୟା ସମୟରେ କରିବା ଉଚିତ ନୁହେଁ । ଯଦି ସୂର୍ଯ୍ୟାସ୍ତ ପରେ ଆପଣ ଏହି କାମ କରୁଛନ୍ତି ତେବେ ଏଥି ପ୍ରତି ସଚେତନ ରୁହନ୍ତୁ...
ସନ୍ଧ୍ୟା ସମୟରେ କରନ୍ତୁ ନାହିଁ ଏସବୁ କାମ:
ସନ୍ଧ୍ୟାରେ ସୂର୍ଯ୍ୟାସ୍ତ ପରେ ଏଭଳି କିଛି କାମ ଅଛି ଯାହାକୁ କରିବା ଉଚିତ ନୁହେଁ । ସୂର୍ଯ୍ୟାସ୍ତ ପରେ କିଛି କାମ କରିବା ଦ୍ବାରା ସମସ୍ୟା, ଦାରିଦ୍ର ଓ ଦୁଖଃକଷ୍ଟ ଘରେ ଲାଗି ରହିଥାଏ । ଏହି ସହୁ କାମ କରିବା ଦ୍ବାରା ଦେବୀ ଲକ୍ଷ୍ମୀଙ୍କ ଭଉଣୀ ଅଲକ୍ଷ୍ମୀ ଘରେ ପ୍ରବେଶ କରନ୍ତି । ଫଳରେ ଘରେ ଆର୍ଥିକ ସଙ୍କଟ ଏବଂ ନକାରାତ୍ମକ ଶକ୍ତି ବୃଦ୍ଧି ହୋଇଥାଏ ।
ଭୁଲରେ ବି ଘରେ ସୂର୍ଯ୍ୟାସ୍ତ ସମୟରେ ଶୁଅନ୍ତୁ ନାହିଁ । କାରଣ ଏହି ସମୟ ହେଉଛି ଦେବାଦେବୀଙ୍କୁ ପ୍ରାର୍ଥନା କରିବାର ସମୟ । ଏହି ସମୟରେ ଶୋଇଲେ ଦେବୀ ଲକ୍ଷ୍ମୀ ଅସନ୍ତୁଷ୍ଟ ହୁଅନ୍ତି । ଫଳରେ ଘରେ ଦାରିଦ୍ର୍ୟ ଦେଖାଦିଏ ।
ସୂର୍ଯ୍ୟାସ୍ତ ସମୟରେ କପଡ଼ା ଧୋଇବା :
ସୂର୍ଯ୍ୟାସ୍ତ ସମୟରେ ପୋଷାକ ଧୋଇବା ଅତ୍ୟନ୍ତ ଅଶୁଭ ବୋଲି ବିବେଚନା କରାଯାଏ । ପୋଷାକ ଧୋଇବା କାର୍ଯ୍ୟ ସନ୍ଧ୍ୟା ହେବାର କିଛି ଘଣ୍ଟା ପୂର୍ବରୁ କରିବା ଉଚିତ । ସନ୍ଧ୍ୟାରେ କିମ୍ବା ରାତିରେ ପୋଷାକ ଧୋଇବା ଦ୍ୱାରା ଘରେ ନକାରାତ୍ମକ ଶକ୍ତି ବୃଦ୍ଧି ହୋଇଥାଏ ।