ହାଇଦ୍ରାବାଦ:ପ୍ରତିବର୍ଷ ପରି, ଏହି ବର୍ଷ 2024 ମଧ୍ୟ ଶେଷ ହେବାକୁ ଯାଉଛି । ଏହି ବର୍ଷର ଶେଷ ମାସ ଅର୍ଥାତ୍ ଡିସେମ୍ବର ମାସର 17 ଦିନ ବିତିଗଲାଣି ବର୍ତ୍ତମାନ ଆଉ କିଛି ଦିନ ବାକି ଅଛି । ବିଦାୟ ନେବ 2024 । ବର୍ଷ ସିନା ସରି ସରି ଯାଉଛି, ହେଲେ ଅନେକଙ୍କ ପାଇଁ ଏହି ବର୍ଷ ସତନ୍ତ୍ର ରହିଛି । ସାଧାରଣ ଲୋକଙ୍କ ଠାରୁ ଆରମ୍ଭ କରି ଅନେକ ସେଲିବ୍ରିଟି... ସେ ଓଲିଉଡର ହୁଅନ୍ତୁ କିମ୍ୱା ବଲିଉଡର କିମ୍ୱା ସାଉଥର ସେଲିବ୍ରିଟି । ଏମାନେ ବିଦାୟୀ ବର୍ଷରେ ଜୀବନ ସାଥୀ ପାଇ ନିଜ ଜୀବନର ନୂଆ ଅଧ୍ୟାୟ ଆରମ୍ଭ କରିଛନ୍ତି । ଓଲିଉଡ ଅଭିନେତା ମନୋଜ ମିଶ୍ରଙ୍କ ଠାରୁ ଆରମ୍ଭ କରି ଏଲିନା ସାମନ୍ତରାୟ, ବଲିଉଡର ରକୁଲ ପ୍ରୀତ ସିଂ ଠାରୁ ଆରମ୍ଭ କରି ସୋନାକ୍ଷୀ ସିହ୍ନା, ସାଉଥର ନାଗା ଚୈତନ୍ୟଙ୍କ ଠାରୁ କୀର୍ତ୍ତି ସୁରେଶ ଯାଏଁ ତାରକା ଏହି ବିଦାୟୀ ବର୍ଷରେ ହାତକୁ ଦି'ହାତ ହୋଇଛନ୍ତି । ପରିବାରଙ୍କ ସହମତିରେ ଧୁମଧାମରେ କରିଛନ୍ତି ବିବାହ । ନଜର ପକାନ୍ତୁ ଏହି ଯୋଡ଼ିଙ୍କ ଉପରେ...
2024ରେ ଏହି ଓଲିଉଡ ସେଲିବ୍ରିଟିଙ୍କ ବିବାହ:-
- ତମନ୍ନା ବ୍ୟାସ-ସିଦ୍ଧାର୍ଥ ଅଗ୍ରୱାଲ
ବିଦାୟୀ ବର୍ଷ ପ୍ରାରମ୍ଭରେ ଓଲିଉଡ ଅଭିନେତ୍ରୀ ତମନ୍ନା ବ୍ୟାସଙ୍କ ବିବାହ କରି ଫ୍ୟାନ୍ସଙ୍କୁ ସରପ୍ରାଇଜ ଦେଇଥିଲେ । ଜାନୁଆରୀ ୧୬ରେ ତମନ୍ନା ପ୍ରସିଦ୍ଧ ଓଡ଼ିଆ ଚଳଚ୍ଚିତ୍ର ନିର୍ମାତା ସୀତାରାମ ଅଗ୍ରୱାଲ ଏବଂ ପ୍ରସିଦ୍ଧ କଣ୍ଠଶିଳ୍ପୀ ନମିତା ଅଗ୍ରୱାଲଙ୍କ ପୁଅ ସିଦ୍ଧାର୍ଥ ଅଗ୍ରୱାଲଙ୍କୁ ଜୀବନସାଥୀ କରିଛନ୍ତି । ପରିବାର, ସମ୍ପର୍କୀୟ ଓ ସାଙ୍ଗସାଥୀଙ୍କ ଉପସ୍ଥିତିରେ ଉଭୟ ଧୁମଧାମରେ ବିବାହ କରିଥିଲେ ।
2. ମନୋଜ ମିଶ୍ର-ମମତା ନନ୍ଦ
ସେହିପରି ଚଳିତ ବର୍ଷ ଓଲିଉଡ ଅଭିନେତା ମନୋଜ ମିଶ୍ର ନିଜ ଦ୍ୱିତୀୟ ବିବାହ କରି ଫ୍ୟାନ୍ସଙ୍କୁ ଚକିତ କରିଥିଲେ । ଦୀର୍ଘ ଦିନର ଡେଟିଂ ପରେ ମନୋଜ ପ୍ରେମିକା ତଥା ଅଭିନେତ୍ରୀ ମମତା ନନ୍ଦଙ୍କୁ ବିବାହ କରିଛନ୍ତି । ସେପ୍ଟେମ୍ୱର 4ରେ ସୋସିଆଲ ମିଡିଆରେ ଉଭୟ ବିବାହ ଖବର ଦେଇ ସମସ୍ତଙ୍କୁ ସରପ୍ରାଇଜ କରିଥିଲେ । ଅଭିନେତା ମନୋଜ ମିଶ୍ର ପୂର୍ବରୁ ମାନା ମିଶ୍ରଙ୍କୁ ବିବାହ କରିଥିଲେ । ପରେ ପାରିବାରିକ ବିବାଦ କାରଣରୁ ଉଭୟଙ୍କ ଛାଡ଼ପତ୍ର ହୋଇଥିଲା । ମାନା ଏବଂ ମନୋଜଙ୍କର ଏକ ଝିଅ ମଧ୍ୟ ରହିଛନ୍ତି । ଛାଡପତ୍ର ପରେ ମନୋଜ ମିଶ୍ର ଅଭିନେତ୍ରୀ ମମତା ନନ୍ଦଙ୍କ ପ୍ରେମରେ ପଡିଥିଲେ । ପରସ୍ପରକୁ ଡେଟ୍ କରିବା ପରେ ଉଭୟ ବିବାହ କରିଥିଲେ ।
3. ଏଲିନା ସାମନ୍ତରାୟ-ଅନୁରାଗ ପଣ୍ଡା
ଚଳିତ ବର୍ଷ ଏଲିନା ସାମନ୍ତରାୟ ମଧ୍ୟ ନିଜ ଜୀବନସାଥୀ ପାଇଛନ୍ତି । ବୟଫ୍ରେଣ୍ଡକୁ ସାତଜନ୍ମର ସାଥୀ କରିଛନ୍ତି ଏଲିନା । ଦୀର୍ଘ 5 ବର୍ଷ ଡେଟିଂ ପରେ ବୟଫ୍ରେଣ୍ଡ ଅନୁରାଗ ପଣ୍ଡାଙ୍କୁ ବିବାହ କରିଛନ୍ତି ଏଲିନା । ସୋସିଆଲ ମିଡିଆରେ ଫଟୋ ସେୟାର କରି ଏଲିନା ସମସ୍ତଙ୍କୁ ସରପ୍ରାଇଜ ଦେଇଥିଲେ । ନଭେମ୍ୱର 17ରେ ଇଣ୍ଡୋନେସିଆର ବାଲିରେ ପରିବାର, ସମ୍ପର୍କୀୟଙ୍କ ଉପସ୍ଥିତିରେ ସିକ୍ରେଟ ବିବାହ କରିଥିଲେ ଏହି ଦମ୍ପତି ।
2024ରେ ଏହି ବଲିଉଡ ସେଲିବ୍ରିଟିଙ୍କ ବିବାହ:-
4. ରକୁଲ ପ୍ରୀତ ସିଂ-ଜ୍ୟାକି ଭଗ୍ନାନୀ
ଦୀର୍ଘ ବର୍ଷ ଡେଟିଂ ପରେ ଏବେ ହାତକୁ ଦି'ହାତ ହୋଇଛନ୍ତି ବଲିଉଡର ଲୋକପ୍ରିୟ ତାରକା ରକୁଲ ପ୍ରୀତ ସିଂ ଏବଂ ଜ୍ୟାକି ଭଗ୍ନାନୀ । ଉଭୟ ଗୋଆରେ ଧୁମଧାମରେ ରାଜକୀୟ ଅନ୍ଦାଜରେ ବିବାହ କରିଥିଲେ । ୨୦୨୧ ମସିହାରେ ଜ୍ୟାକି ଅଭିନେତ୍ରୀଙ୍କୁ ପ୍ରୋପୋଜ କରିଥିଲେ । ପରେ ଉଭୟ ଡେଟିଂ କରିବା ପରେ 2024, ଫେବୃଆରୀ 21ରେ ଉଭୟ ସାତ ଜନ୍ମର ସାଥୀ ହୋଇଥିଲେ । ରକୁଲ ଏବଂ ଜ୍ୟାକି ଆନନ୍ଦ କାରଜ(ଶିଖ) ଏବଂ ସିନ୍ଧି ରୀତିନୀତି ସହିତ ବିବାହ କରିଥିଲେ ।
5. ପୁଲକିତ ସମ୍ରା଼ଟ-କ୍ରିତି ଖରବନ୍ଧା
ସେହିପରି 2024ରେ ବଲିଉଡ ଅନ୍ୟତମ ତାରକା ପୁଲକିତ ସମ୍ରା଼ଟ, କ୍ରିତି ଖରବନ୍ଧା ମଧ୍ୟ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । ମାର୍ଚ୍ଚ 15 ତାରିଖରେ ଏହି ଦମ୍ପତିଙ୍କ ହାତଗଣ୍ଠି ପଡିଥିଲା । ଘନିଷ୍ଠ ବନ୍ଧୁ ଏବଂ ପରିବାର ସଦସ୍ୟଙ୍କ ଉପସ୍ଥିତିରେ ପଞ୍ଜାବୀ ରୀତିନୀତିରେ ଉଭୟ ବିବାହ କରିଥିଲେ । ଏହି କପଲଙ୍କ ଲଭଷ୍ଟୋରୀ ଫିଲ୍ମ 'ପାଗଲପନ୍ତୀ'ର ସେଟରୁ ଆରମ୍ଭ ହୋଇଥିଲା । କୁହାଯାଉଛି ଯେ, ଦୁହେଁ ପ୍ରଥମ ଥର ପାଇଁ ଏଠାରେ ଭେଟିଥିଲେ ଏବଂ କିଛି ସମୟ ପରେ ସେମାନେ ପରସ୍ପରକୁ ଡେଟ୍ କରିବା ଆରମ୍ଭ କରିଥିଲେ । ଦୀର୍ଘ ଦିନ ଡେଟିଂ ପରେ ଉଭୟ ସାତଜନ୍ମର ସାଥୀ ହୋଇଛନ୍ତି ।
6. ସୋନାକ୍ଷୀ ସିହ୍ନା-ଜାହିର ଅକବାଲ
ଚଳିତ ବର୍ଷ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ ବଲିଉଡ ଅଭିନେତ୍ରୀ ସୋନାକ୍ଷୀ ସିହ୍ନା । ଦୀର୍ଘ ଦିନର ଡେଟିଂ ପରେ ନିଜ ପ୍ରେମିକ ତଥା ଅଭିନେତା ଜାହିର ଇକବାଲଙ୍କ ହାତ ଧରିଲେ ସୋନାକ୍ଷୀ । ଜୁନ ୨୩ରେ ମୁମ୍ୱାଇରେ ଉଭୟ ପରିବାର ଏବଂ ସମ୍ପର୍କୀୟଙ୍କ ଉପସ୍ଥିତିରେ ଧୁମଧାମରେ ବିବାହ କରିଥିଲେ । ସୋନାକ୍ଷୀ ହିନ୍ଦୁ ହୋଇଥିବାବେଳେ ମୁସଲିମ ଧର୍ମୀ ଅଟନ୍ତି ଜାହିର । ଧର୍ମ ପରିବର୍ତ୍ତନ କରିବେ ନାହିଁ ସୋନାକ୍ଷୀ । ଏଣୁ ଉଭୟ ୧୯୫୪ର ସ୍ପେଶାଲ ମ୍ୟାରେଜ ଆକ୍ଟ ଅନୁଯାୟୀ ଏକ ପଞ୍ଜୀକୃତ ବିବାହ କରିଥିଲେ ।