ଓଡିଶା

odisha

By ETV Bharat Odisha Team

Published : Mar 1, 2024, 11:49 AM IST

ETV Bharat / entertainment

ଇକୋନୋମି କ୍ଲାସରେ ଯାତ୍ରା କଲେ ରଜନୀକାନ୍ତ, ପ୍ରଶଂସାରେ ପୋତି ପକାଇଲେ ଫ୍ୟାନ୍ସ

Rajinikanth Flies Economy: ସୁପରଷ୍ଟାର ରଜନୀକାନ୍ତ ପୁଣିଥରେ ଦର୍ଶକଙ୍କ ମନ ଜିତିଛନ୍ତି । ଅଭିନେତାଙ୍କ ଏକ ଭିଡିଓ ବର୍ତ୍ତମାନ ଭାଇରାଲ ହେଉଛି । ଯେଉଁଥିରେ ରଜନୀକାନ୍ତ ବିମାନରେ ଇକୋନୋମି କ୍ଲାସରେ ଯାତ୍ରା କରୁଥିବା ଦେଖିବାକୁ ମିଳିଛି । ଏହା ଦେଖି ଫ୍ୟାନ୍ସ ଖୁବ ପସନ୍ଦ କରିବା ସହ ପ୍ରଶଂସା କରୁଛନ୍ତି ।

ଇକୋନୋମି କ୍ଲାସରେ ଯାତ୍ରା କଲେ ରଜନୀକାନ୍ତ, ଫ୍ୟାନ୍ସ କଲେ ପ୍ରଶଂସା
ଇକୋନୋମି କ୍ଲାସରେ ଯାତ୍ରା କଲେ ରଜନୀକାନ୍ତ, ଫ୍ୟାନ୍ସ କଲେ ପ୍ରଶଂସା

ହାଇଦ୍ରାବାଦ: ସାଉଥ ସୁପରଷ୍ଟାର ରଜନୀକାନ୍ତ କେବଳ ଯେ ନିଜ ଅନ୍ଦାଜ, ଷ୍ଟାଇଲ ଏବଂ ଅଭିନୟ ପାଇଁ ନୁହଁ ବରଂ ନିଜ ସରଳାମି ପାଇଁ ମଧ୍ୟ ବେଶ ଜଣାଶୁଣା । କେବଳ ଏତିକି ନୁହେଁ ଅଭିନେତା ନିଜ ଫ୍ୟାନ୍ସଙ୍କୁ ମଧ୍ୟ ସମୟ ଦେଇଥାନ୍ତି । ସେ ନିଜ ବାସଭବନରେ ଫ୍ୟାନ୍ସଙ୍କୁ ସାକ୍ଷାତ କରି ମନ ଜିତିଥାନ୍ତି । ଏପରି ପରିସ୍ଥିତିରେ ବର୍ତ୍ତମାନ ପୁଣିଥରେ ଫ୍ୟାନ୍ସଙ୍କ ମନ ଜିତିଛନ୍ତି ଥଲାଇଭା । ରଜନୀକାନ୍ତ ବିମାନରେ ଇକୋନୋମି କ୍ଲାସରେ ଯାତ୍ରା କରିଛନ୍ତି । ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେଉଛି ।

ରଜନୀକାନ୍ତ ଅନେକ ଚଳଚ୍ଚିତ୍ର ବ୍ୟାକ୍-ଟୁ ସୁଟିଂରେ ବ୍ୟସ୍ତ ଅଛନ୍ତି । ଏହା ମଧ୍ୟରେ ସୁପରଷ୍ଟାରଙ୍କ ଏକ ଭିଡିଓ ସାମ୍ନାକୁ ଆସିଛି, ଯେଉଁଥିରେ ସେ ବିମାନର ଇକୋନୋମି କ୍ଲାସରେ ଯାତ୍ରା କରୁଥିବା ଦେଖିବାକୁ ମିଳିଛି । ସେ ଏଥିରେ ଆନ୍ଧ୍ରପ୍ରଦେଶର କାଡପା ଯାଉଥିବା ଜଣାପଡିଛି । ଏହି ସମୟରେ ସେ ବ୍ଲୁ ରଙ୍ଗର ସାର୍ଟ, ବ୍ଲାକ ରଙ୍ଗର ପ୍ୟାଣ୍ଟ ସହ ସାଧାସିଧା ଲୁକରେ ନଜର ଆସିଛନ୍ତି । ତେବେ ଏହା ପ୍ରଥମ ଥର ନୁହଁ ରଜନୀକାନ୍ତ ନିଜ ଫିଲ୍ମ 'ଜେଲର' ରିଲିଜ ପୂର୍ବରୁ ମଧ୍ୟ ଇକୋନୋମି କ୍ଲାସରେ ଯାତ୍ରା କରିସାରିଛନ୍ତି ।

ସେପଟେ ଏହି ସମୟରେ ଅଭିନେତା ଜିଭା ମଧ୍ୟ ରଜନୀକାନ୍ତଙ୍କ ଭେଟିଥିବା ବେଳେ ତାଙ୍କ ସହ ଫଟୋ ମଧ୍ୟ ନେଇଛନ୍ତି । ଜିଭା ନିଜ ଇନଷ୍ଟାଗ୍ରାମରେ ରଜନୀକାନ୍ତଙ୍କ ସହ ଫଟୋ ସେୟାର କରି ଖୁସିବ୍ୟକ୍ତ କରିଛନ୍ତି । ସେ ଉଭୟଙ୍କ ଫଟୋ ସେୟାର କରି କ୍ୟାପସନରେ ଲେଖିଛନ୍ତି, ସୁପରଷ୍ଟାର ରଜନୀକାନ୍ତ ସାରଙ୍କ ସହ ବିମାନ ଯାତ୍ରା କରି ବେଶ ଖୁସି ଅନୁଭବ କରୁଛି । ଏହି ଫଟୋ ଏବଂ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ବେଳେ ଫ୍ୟାନ୍ସ ଖୁବ ପସନ୍ଦ କରିବା ସହ ପ୍ରଶଂସା କରୁଛନ୍ତି ।

ଏହା ମଧ୍ୟ ପଢନ୍ତୁ:ବକ୍ସ ଅଫିସରେ ହେବ ବଡ଼ ଧମାକା, ବଲିଉଡର ଏହି ନିର୍ମାତାଙ୍କ ସହ ଫିଲ୍ମ କରିବେ ଥଲାଇଭା

ରଜନୀକାନ୍ତଙ୍କ ୱାର୍କପ୍ରଣ୍ଟ କଥା କହିବାକୁ ଗଲେ, ବର୍ତ୍ତମାନ ଥଲାଇଭା ଟିଜେ ଜ୍ଞାନବେଲଙ୍କ ନିର୍ଦ୍ଦେଶିତ ଆଗାମୀ ଫିଲ୍ମ ଥଲାଇୱାର ୧୭୦ରେ ନଜର ଆସିବେ । ଏଥିରେ ତାଙ୍କ ସହ ବିଗ ବି' ମଧ୍ୟ ନଜର ଆସିବେ । ରଜନୀକାନ୍ତଙ୍କୁ ତାଙ୍କ ଝିଅ ଐଶ୍ବର୍ଯ୍ୟାଙ୍କ ନିର୍ଦ୍ଦେଶିତ ଫିଲ୍ମ 'ଲାଲ ସଲାମ'ରେ କ୍ୟାମିଓ ରୋଲରେ ମଧ୍ୟ ଦେଖିବାକୁ ମିଳିବ । ଏଥିସହ 'ଲିଓ' ନିର୍ଦ୍ଦେଶକ ଲୋକେଶ କନଗରାଜଙ୍କ ସହ ରଜନୀକାନ୍ତଙ୍କ ପରବର୍ତ୍ତୀ ଫିଲ୍ମ 'ଥଲାଇଭର 171'ରେ ମଧ୍ୟ ନଜର ଆସିବେ ।

ABOUT THE AUTHOR

...view details