ହାଇଦ୍ରାବାଦ:ଖୁବଶୀଘ୍ର ହେବାକୁ ଯାଉଛି 52 ତମ ଅନ୍ତର୍ଜାତୀୟ 'ଏମି ଆୱାର୍ଡ ଶୋ 2024' । ନଭେମ୍ୱର ମାସରେ ଏହି ଶୋ' ନ୍ୟୁର୍କ ସିଟିରେ ଆୟୋଜିତ ହେବ । ତେବେ ଏହି ଶୋ'ରେ ଷ୍ଟାଣ୍ଡ ଅପ୍ ହାସ୍ୟ ଅଭିନେତା ତଥା ଅଭିନେତା ବୀର ଦାସ ଏମି ପୁରସ୍କାର ହୋଷ୍ଟ କରିବେ ବୋଲି ଜଣାପଡିଛି । ସେ ପ୍ରଥମ ଭାରତୀୟ ଭାବେ ଏହି ଅନ୍ତର୍ଜାତୀୟ ଶୋ' ହୋଷ୍ଟ କରିବାକୁ ଯାଉଛନ୍ତି । ବୀର ଦାସଙ୍କୁ ଅନ୍ତର୍ଜାତୀୟ ଏକାଡେମୀ ଅଫ୍ ଟେଲିଭିଜନ ଆର୍ଟ ଆଣ୍ଡ ସାଇନ୍ସ 2024 ଏମି ପୁରସ୍କାରର ହୋଷ୍ଟ ଭାବରେ ନାମିତ କରାଯାଇଛି । ଏହି ଘୋଷଣା ପରେ ସୋସିଆଲ ମିଡିଆରେ ଏକ ପୋଷ୍ଟ ସେୟାର କରି ଅଭିନେତା ଖୁସିବ୍ୟକ୍ତ କରିଛନ୍ତି ।
ଏମି ଆୱାର୍ଡ ଶୋ' ହୋଷ୍ଟ କରିବେ ବୀର ଦାସ
ବୁଧବାର ଏକାଡେମୀ ଅଫ୍ ଟେଲିଭିଜନ ଆର୍ଟ ଆଣ୍ଡ ସାଇନ୍ସ 2024 ସୋସିଆଲ ମିଡିଆରେ ଏକ ପୋଷ୍ଟ ସେୟାର କରି ଷ୍ଟାଣ୍ଡ ଅପ୍ ହାସ୍ୟ ଅଭିନେତା ତଥା ଅଭିନେତା ବୀର ଦାସ 25 ନଭେମ୍ବର 2024 ସୋମବାର ଦିନ ଅନ୍ତର୍ଜାତୀୟ ଏମି ପୁରସ୍କାର ଶୋ' ହୋଷ୍ଟ କରିବେ ବୋଲିଘୋଷଣା କରିଛି । ନ୍ୟୁୟର୍କ ସିଟିରେ ଆୟୋଜିତ ହେବାକୁ ଥିବା ଏହି ଅନ୍ତର୍ଜାତୀୟ ଆୱାର୍ଡ ଶୋ'ରେ ବୀର ଦାସ ପ୍ରଥ ଭାରତୀୟ ଭାବେ ହୋଷ୍ଟ କରିବେ । ଏହି ବଡ ସଫଳତା ପାଇଁ ବୀର ଦାସ ଏମିଙ୍କୁ କୃତଜ୍ଞତା ଜଣାଇଛନ୍ତି । ଇନଷ୍ଟାଗ୍ରାମରେ ସେ ଲେଖିଛନ୍ତି, ''ଆପଣଙ୍କର ସମର୍ଥନ ପାଇଁ ଧନ୍ୟବାଦ, ଜଣେ ଭାରତୀୟ ଏମି ହୋଷ୍ଟ । ଏହି ବର୍ଷ ଏମି ହୋଷ୍ଟ କରିବାକୁ ମୁଁ ବହୁତ ଉତ୍ସାହିତ । ମୋତେ ନିମନ୍ତ୍ରଣ କରିଥିବାରୁ ଧନ୍ୟବାଦ । ବହୁତ ସମ୍ମାନିତ ଏବଂ ଉତ୍ସାହିତ ।''
ପୂର୍ବରୁ ଶ୍ରେଷ୍ଠ କମେଡି ଆୱାର୍ଡ ପାଇଥିଲେ ବୀର