ହାଇଦ୍ରାବାଦ:'IC 814: ଦ କନ୍ଧାର ହାଇଜ୍ୟାକ' ଏହି ସପ୍ତାହ ଶେଷରେ ଅର୍ଥାତ୍ ଅଗଷ୍ଟ 29ରେ ନେଟଫ୍ଲିକ୍ସରେ ରିଲିଜ ହୋଇଛି, ଯାହା ପରେ ସୋସିଆଲ ମିଡିଆରେ ବହୁ ସମାଲୋଚନାର ସମ୍ମୁଖୀନ ହୋଇଛି । ଅନୁଭବ ସିହ୍ନାଙ୍କ ନିର୍ଦ୍ଦେଶନାରେ ନିର୍ମିତ ଏହି ସିରିଜରେ 1999 ରେ ଏକ ଇଣ୍ଡିଆନ୍ ଏୟାରଲାଇନ୍ସ ବିମାନ ଅପହରଣର ଦୁଃଖଦ ଘଟଣା ଦର୍ଶାଯାଇଛି । କିଛି ଲୋକ ନିର୍ଦ୍ଦେଶକଙ୍କ ଅଭିନୟକୁ ପ୍ରଶଂସା କରିଥିବାବେଳେ କିଛି ଲୋକ ସିରିଜକୁ ନେଇ ନିର୍ମାତାଙ୍କ ଉପରେ ବର୍ଷିଛନ୍ତି ଏବଂ ଘଟଣା ବଦଳାଇବାକୁ ଚେଷ୍ଟା କରାଯାଇଛି ବୋଲି ଅଭିଯୋଗ କରିଛନ୍ତି । କେବଳ ଏତିକି ନୁହେଁ ସିରିଜରେ ଆତଙ୍କବାଦୀଙ୍କ ନାମ ପରିବର୍ତ୍ତନକୁ ନେଇ ଅନେକ ଲୋକ ଅସନ୍ତୋଷ ବ୍ୟକ୍ତ କରିଛନ୍ତି ।
'IC 814: ଦ କନ୍ଧାର ହାଇଜ୍ୟାକ' ବୟକଟ ଦାବି
ଏହି ସିରିଜ ସମାଲୋଚକମାନଙ୍କ ଠାରୁ ମିଶ୍ରିତ ପ୍ରତିକ୍ରିୟା ଗ୍ରହଣ କରୁଛି । ଅନେକ କଳାକାରଙ୍କ ଅଭିନୟକୁ ପ୍ରଶଂସା କରିଥିବା ବେଳେ ଅନେକ ଏହାକୁ ବିରୋଧ କରିଛନ୍ତି । ଅନେକ ସୋସିଆଲ ମିଡିଆ ୟୁଜର୍ସମାନେ ଏହି ସିରିଜରେ ଆତଙ୍କବାଦୀଙ୍କ ନାମ ବଦଳାଇଥିବାରୁ ଅନୁଭା ସିହ୍ନାଙ୍କ ଉପରେ ବର୍ଷିଛନ୍ତି । ନାମ ପରିବର୍ତ୍ତନ କରି ନିର୍ମାତା ଏହା ଠିକ୍ କରିନାହାଁନ୍ତି । ଆତଙ୍କବାଦୀଙ୍କୁ ହିନ୍ଦୁ ବୋଲି ନାମକରଣ କରିବାକୁ କେତେକ ୟୁଜର୍ସ ନିଜର ଆପତ୍ତି ମଧ୍ୟ ପ୍ରକାଶ କରିଛନ୍ତି । ଏବଂ ସିରିଜର ବୟକଟ ଦାବି କରିଛନ୍ତି ।
ଆତଙ୍କବାଦୀଙ୍କ ନାଁ ହିନ୍ଦୁ ନାମକରଣ ରଖିବା ନେଇ ବିରୋଧ