ଓଡିଶା

odisha

ଆସିଲା 'ଛାବା' ଟିଜର, ନୂଆ ରୂପରେ ନଜର ଆସିଲେ ବିକି କୌଶଲ, ଏହି ଦିନ ପରଦାକୁ ଆସିବ ଫିଲ୍ମ - Chhaava Teaser

By ETV Bharat Odisha Team

Published : Aug 20, 2024, 12:17 PM IST

Vicky Kaushal Film Chhaava Teaser Release: 'ବ୍ୟାଡ ନ୍ୟୁଜ' ପରେ ଏବେ 'ଛାବା' ସହ ବକ୍ସ ଅଫିସରେ ଧମାକା କରିବାକୁ ପ୍ରସ୍ତୁତ ବିକି କୌଶଲ । ବର୍ତ୍ତମାନ ଅଭିନେତାଙ୍କ ଫିଲ୍ମର ଟିଜର ରିଲଜ ହୋଇଛି । ଏହା ସହ ଫିଲ୍ମର ରିଲିଜ ତାରିଖ ମଧ୍ୟ ପ୍ରକାଶ ପାଇଛି । ଅଧିକ ପଢନ୍ତୁ,

ଆସିଲା 'ଛାବା' ଟିଜର, ନୂଆ ରୂପରେ ନଜର ଆସିଲେ ବିକି କୌଶଲ, ଏହି ଦିନ ପରଦାକୁ ଆସିବ ଫିଲ୍ମ
ଆସିଲା 'ଛାବା' ଟିଜର, ନୂଆ ରୂପରେ ନଜର ଆସିଲେ ବିକି କୌଶଲ, ଏହି ଦିନ ପରଦାକୁ ଆସିବ ଫିଲ୍ମ (Movie Poster)

ହାଇଦ୍ରାବାଦ:ବଲିଉଡ ଅଭିନେତା ବିକି କୌଶଲ ପୁଣି ପରଦାରେ ନିଜ ଜଲୱା ଦେଖାଇବାକୁ ପ୍ରସ୍ତୁତ । ଗତ ମାସରେ ମୁକ୍ତିଲାଭ କରିଥିବା ଫିଲ୍ମ 'ବ୍ୟାଡ ନ୍ୟୁଜ'ରେ ଦମଦାର ଅଭିନୟ କରି ଲୋକଙ୍କ ମନ ଜିତିଥିବା ବେଳେ ପୁଣି ସେ ଆଉ ଏକ ନୂଆ ଫିଲ୍ମ ସହ ପରଦାକୁ ଆସିବାକୁ ଯାଉଛନ୍ତି । ବର୍ତ୍ତମାନ ଅଭିନେତା 'ଛାବା' ସହ ଫେରୁଥିବା ବେଳେ ଏହାର ଟିଜର ରିଲିଜ ହୋଇଛି । ଯେଉଁଥିରେ ବିକିଙ୍କୁ ଏକ ନୂଆ ରୂପରେ ଦେଖିବାକୁ ମିଳିଛି । ଏହା ସହ ଫିଲ୍ମର ରିଲିଜ ତାରିଖ ମଧ୍ୟ ପ୍ରକାଶ ପାଇଛି । ତେବେ ଫିଲ୍ମ କେବେ ହେବ ରିଲିଜ, ଜାଣନ୍ତୁ...

ଛାବା ଟିଜର

'ଛାବା' ଟିଜର ପ୍ରେକ୍ଷାଳୟରେ 'ସ୍ତ୍ରୀ 2' ସହିତ ଯୋଡି ହୋଇଥିଲା, ଯେଉଁଠାରେ ଫିଲ୍ମ ଆରମ୍ଭ ହେବା ପୂର୍ବରୁ ଫିଲ୍ମ ଟିଜର ଦେଖାଯାଇଥିଲା । ବର୍ତ୍ତମାନ ରାକ୍ଷୀ ପୂର୍ଣ୍ଣିମୀ ତତା ଅଗଷ୍ଟ ୧୯ ଅବସରରେ ନିର୍ମାତାମାନେ ୟୁଟ୍ୟୁବରେ ଟିଜର ସେୟାର କରିଥିଲେ। ଏହି ଚଳଚ୍ଚିତ୍ରରେ ବିକି କୌଶଲ ଏକ ଯୋଦ୍ଧା ଛତ୍ରପତି ସମ୍ୱାଜୀ ମହାରାଜଙ୍କ ଭୂମିକାରେ ନଜର ଆସିଛନ୍ତି । ଏହି ଟିଜର ବିକିଙ୍କ ସ୍ୱରରୁ ଆରମ୍ଭ ହୁଏ ଏବଂ ସେ କୁହନ୍ତି, "ଛତ୍ରପତି ଶିବାଜୀ ମହାରାଜଙ୍କୁ ସିଂହ ଏବଂ ସିଂହର ଶିଶୁକୁ 'ଛାବା' କୁହାଯାଏ। ଏହା ପରେ ସାହସୀ ସମ୍ୱାଜୀ ମହାରାଜଙ୍କ କାହାଣୀ ଆରମ୍ଭ ହୁଏ, ଯେଉଁଠାରେ ସେ ସିଂହ ପରି ଗର୍ଜନ କରି ସମସ୍ତ ଶତ୍ରୁଙ୍କୁ ଆକ୍ରମଣ କରନ୍ତି । ଟିଜର ଦେଖି ଫ୍ୟାନ୍ସ ଏହାକୁ ପସନ୍ଦ କରିଥିବା ବେଳେ ଫିଲ୍ମକୁ ଦେଖିବାକୁ ଉତ୍ସାହିତ ରହିଛନ୍ତି ।

କ୍ୟାଟ୍ରିନା କୈଫଙ୍କ ପୋଷ୍ଟ (Instagram)

ସ୍ୱାମୀଙ୍କ ଅଭିନୟ ଦେଖି ଫିଦା କ୍ୟାଟ୍ରିନା

କ୍ୟାଟ୍ରିନା କୈଫ ତାଙ୍କ ଇନଷ୍ଟା ଷ୍ଟୋରୀରେ 'ଛାବା' ଫିଲ୍ମର ଟିଜରକୁ ସେୟାର କରିଛନ୍ତି ଏବଂ ଚତ୍ମକାର ବୋଲି କହି ଏହାକୁ ଖୁବ ପ୍ରଶଂସା କରିଛନ୍ତି । କ୍ୟାଟ୍ରିନା ତାଙ୍କ ଇନଷ୍ଟା ଷ୍ଟୋରୀ ପୋଷ୍ଟରେ ସ୍ୱାମୀ ବିକି କୌଶଲ ଏବଂ ଛାବା ନିର୍ମାତା ମଡୋକ ଫିଲ୍ମସ, ରଶ୍ମିକା ମନ୍ଦନା, ଲକ୍ଷ୍ମଣ ଉତ୍ତେକର ଏବଂ ନିର୍ମାତା ଦୀନେଶ ଭାଇଜାନଙ୍କୁ ଟ୍ୟାଗ କରିଛନ୍ତି ।

ଏହି ଦିନ ରିଲିଜ ହେବ ଫିଲ୍ମ 'ଛାବା', ଫିଲ୍ମର ଷ୍ଟାରକାଷ୍ଟ

ଚଳଚ୍ଚିତ୍ରର ଟିଜର ରିଲିଜ କରି ନିର୍ମାତା କ୍ୟାପସନରେ ଲେଖିଛନ୍ତି, "ସ୍ୱରାଜ୍ୟ ଏବଂ ଧର୍ମର ରକ୍ଷକ । ଜଣେ ସାହସୀ ଯୋଦ୍ଧାଙ୍କର ମହାନ ସାଗା"। ଏହି ଫିଲ୍ମ ଡିସେମ୍ୱର ୬ ତାରିଖରେ ରିଲିଜ ହେବ । 'ଛାବା'କୁ ଲକ୍ଷ୍ମଣ ଉତ୍ତେକର ନିର୍ଦ୍ଦେଶନା ଦେଇଛନ୍ତି, ଯିଏକି ବିକି କୌଶଲଙ୍କ ସହ ଫିଲ୍ମ 'ଜରା ହଟକେ ଜରା ବଚକେ' ନିର୍ଦ୍ଦେଶନା ଦେଇଥିଲେ । ଏଥିସହ ଏହି ଫିଲ୍ମରେ ସାଉଥ ଲୋକପ୍ରିୟ ଅଭିନେତ୍ରୀ ରଶ୍ମିକା ମନ୍ଦାନା ବିକିଙ୍କ ସହ ନଜର ଆସିବେ । ପ୍ରଥମ ଥର ପାଇଁ ଏହି ଯୋଡି ପରଦାରେ ଏକାଠି ସ୍କ୍ରିନ ସେୟାର କରୁଥିବା ଦେଖିବାକୁ ମିଳିବ ।

ଏହା ମଧ୍ୟ ପଢନ୍ତୁ:ପରଦାରେ ବ୍ୟାଡ ନ୍ୟୁଜ, ଦର୍ଶକଙ୍କ ମନ ଜିତିଲା ବିକି-ତ୍ରିପ୍ତୀଙ୍କ କେମେଷ୍ଟ୍ରି

'ପୁଷ୍ପା ୨'କୁ ଟକ୍କର ଦେବ 'ଛାବା'

ସୂଚନା ଅନୁସାରେ, ଡିସେମ୍ୱର ୬ ତାରିଖରେ 'ଛାବା' ରିଲିଜ ହେବାକୁ ଥିବା ବେଳେ ଏହି ଦିନ ସାଉଥ ଷ୍ଟାର ଅଲ୍ଲୁ ଅର୍ଜୁନଙ୍କ ଫିଲ୍ମ 'ପୁଷ୍ପା ୨' ମଧ୍ୟ ରିଲିଜ ହେବ । 'ଛାବା' ପରି 'ପୁଷ୍ପା ୨'ରେ ମଧ୍ୟ ରଶ୍ମିକା ମନ୍ଦାନା ଲିଡ ରୋଲରେ ନଜର ଆସିଛନ୍ତି। ଏହି ଉଭୟ ଫିଲ୍ମ ଏକାଦିନରେ ରିଲିଜ କରୁଥିବା ବେଳେ ରଶ୍ମିକାଙ୍କ ପାଇଁ ଏହା ଏକ ବିଶେଷ ଦିନ ରହିବ। ତେବେ କେଉଁ ଫିଲ୍ମ ବକ୍ସ ଅଫିସରେ ବାଜି ମାରିବ ଏବଂ ରଶ୍ମିକାଙ୍କ କେଉଁ ଅଭିନୟ ଦର୍ଶକଙ୍କୁ ମତୁୱାଲା କରିବ । ତାହା ଦେଖିବାକୁ ବାକି ରହିଲା।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details