ଓଡିଶା

odisha

ETV Bharat / entertainment

ଆଉ ଶୁଭିବନି 'ଚିଠି ଆଇ ହେ'; ଭେଟେରାନ ଗଜଲ ଗାୟକ ପଙ୍କଜ ଉଧାସଙ୍କ ପରଲୋକ, ମୁଖ୍ୟମନ୍ତ୍ରୀଙ୍କ ଶୋକ - ପଙ୍କଜ ଉଧାସଙ୍କ ପରଲୋକ

Pankaj Udhas Passes Away: ଆରପାରିରେ ଗଜଲ ଗାୟକ ପଙ୍କଜ ଉଧାସ । ଗାୟକ ଦୀର୍ଘ ଦିନ ଅସୁସ୍ଥ ଥିବା ବେଳେ ଆଜି ଶେଷନିଃଶ୍ୱାସ ତ୍ୟାଗ କରିଛନ୍ତି । ପରିବାର ଲୋକେ ତାଙ୍କ ମୃତ୍ୟୁ ଖବର ନେଇ ସୂଚନା ଦେଇଛନ୍ତି ।

ଭେଟେରାନ ଗଜଲ ଗାୟକ ପଙ୍କଜ ଉଧାସଙ୍କ ପରଲୋକ
ଭେଟେରାନ ଗଜଲ ଗାୟକ ପଙ୍କଜ ଉଧାସଙ୍କ ପରଲୋକ

By ETV Bharat Odisha Team

Published : Feb 26, 2024, 4:43 PM IST

Updated : Feb 27, 2024, 9:11 AM IST

ହାଇଦ୍ରାବାଦ: ମନୋରଞ୍ଜନ ଇଣ୍ଡଷ୍ଟ୍ରିକୁ ବଡ଼ ଝଟକା । ଫିଲ୍ମ ନିର୍ମାତା କୁମାର ସାହାନିଙ୍କ ମୃତ୍ୟୁ ଖବର ମନରୁ ନ ଲିଭୁଣୁ ପୁଣି ବଲିଉଡ ଜଗତରୁ ଆସିଲା ଆଉ ଏକ ଦୁଃଖଦ ଖବର । ଆଉ ନାହାନ୍ତି ଜଣାଶୁଣା ଗଜଲ ଗାୟକ ପଙ୍କଜ ଉଧାସ । ସୋମବାର (ଫେବୃଆରୀ ୨୬)ରେ ମୁମ୍ବାଇରେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି ଗାୟକ । ସେ ଦୀର୍ଘ ସମୟ ଧରି ଅସୁସ୍ଥ ଥିଲେ । ପରିବାର ଲୋକେ ସୋସିଆଲ ମିଡିଆ ଜରିଆରେ ପଙ୍କଜ ଉଧାସଙ୍କ ବିୟୋଗ ନେଇ ସୂଚନା ଦେଇଛନ୍ତି । ମୃତ୍ୟୁ ବେଳକୁ ତାଙ୍କୁ ୭୨ବର୍ଷ ବୟସ ହୋଇଥିଲା । ତେବେ ତାଙ୍କ ଦେହାନ୍ତରେ ପରିବାର ଏବଂ ଇଣ୍ଡଷ୍ଟ୍ରିରେ ଶୋକର ଛାୟା ଖେଳିଯାଇଛି ।

ଭେଟେରାନ ଗାୟକଙ୍କ ଦେହାନ୍ତ ସମ୍ପର୍କରେ ସୋସିଆଲ ମିଡିଆରେ ତାଙ୍କ ପରିବାର ଏକ ବିବୃତି ଜାରି କରିଛନ୍ତି । ବିବୃତିରେ ଲେଖା ଅଛି- ଏହି ଖବର ସେୟାର କରି ଆମେ ଦୁଃଖିତ ଯେ ପଙ୍କଜ ଉଧାସ ଦୀର୍ଘ ଦିନ ଧରି ଅସୁସ୍ଥତା ଥିଲେ । ତେବେ ଆଜି ଅର୍ଥାତ ୨୬ ଫେବୃଆରୀ ୨୦୨୪ରେ ପଦ୍ମଶ୍ରୀ ପଙ୍କଜ ଉଧାସ ଆଖି ବୁଜିଛନ୍ତି । ସୂଚନା ଥାଉ କି, ପଙ୍କଜ କେଉଁ ରୋଗରେ ପୀଡିତ ଥିବା ସୂଚନା ଏପର୍ଯ୍ୟନ୍ତ ଜଣାପଡ଼ିନାହିଁ ।

ରିପୋର୍ଟ ଅନୁସାରେ, ଆଜି ସକାଳ ୧୧ଟାରେ ମୁମ୍ବାଇରେ ପଙ୍କଜ ଉଧାସଙ୍କ ଦେହାନ୍ତ ହୋଇଛି । କିଛି ସମୟ ପାଇଁ ତାଙ୍କୁ ମୁମ୍ବାଇର ବ୍ରେକ୍ କ୍ୟାଣ୍ଡି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସେ ଏହି ଡାକ୍ତରଖାନାରେ ଶେଷ ନିଶ୍ୱାସ ତ୍ୟାଗ କରିଥିବା ଜଣାପଡ଼ିଛି । ଆସନ୍ତାକାଲି ମୁମ୍ବାଇରେ ତାଙ୍କର ଶେଷକୃତ୍ୟ କରାଯିବ । ଭେଟେରାନ ଗାୟକଙ୍କ ବିୟୋଗରେ ସେଲିବ୍ରିଟି ସମେତ ଫ୍ୟାନ୍ସ ଦୁଃଖ ପ୍ରକାଶ କରିବା ସହିତ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ।

ପଙ୍କଜ ଉଧାସ ଦେହାନ୍ତରେ ଶୋକପ୍ରକାଶ କଲେ ସୋନୁ ନିଗମ:ଗାୟକ ସୋନୁ ନିଗମ ପଙ୍କଜଙ୍କ ଦେହାନ୍ତ ଖବର ଶୁଣି ଦୁଃଖ ପ୍ରକାଶ କରିଛନ୍ତି । ସେ ନିଜ ଇନଷ୍ଟାଗ୍ରାମରେ ଏକ ପୋଷ୍ଟ ସେୟାର କରି ଲେଖିଛନ୍ତି, ''ମୋର ପିଲାଦିନର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଅଂଶ ଆଜି ହଜିଯାଇଛି । ଆପଣ ଆଉ ନାହାଁନ୍ତି ବୋଲି ବିଶ୍ୱାସ ହେଉନି । ଶ୍ରୀ ପଙ୍କଜ ଉଧାସ ଜୀ, ଆପଣ ସର୍ବଦା ମୋ ମନରେ ଚିର ହୋଇରହିବେ । ଆପଣ ମୋ ଜୀବନର ଏକ ଅଂଶ ହୋଇଥିବାରୁ ଧନ୍ୟବାଦ । ଆପଣଙ୍କ ଆତ୍ମାକୁ ଶାନ୍ତି ମିଳୁ ।''

ପଙ୍କଜ ଉଧାସ କ୍ୟାରିଅର:ପଙ୍କଜ ଉଧାସ ମେ ୧୭, ୧୯୫୧ରେ ଗୁଜୁରାଟର ଜେଟତପୁରରେ ଜନ୍ମଗ୍ରହଣ କରିଥିଲେ । ୧୯୮୦ ମସିହାରେ ସେ 'ଆହଟ' ନାମକ ଏକ ଗଜଲ ଆଲବମ୍ ରିଲିଜ କରି ନିଜର କ୍ୟାରିୟର ଆରମ୍ଭ କରିଥିଲେ । ଖୁବ୍ ଶୀଘ୍ର ସେ ଭାରତରେ ଗଜଲ ସଙ୍ଗୀତ ସହ ବେଶ ଲୋକପ୍ରିୟତା ହାସଲ କରିଥିଲେ । ବଲିଉଡରେ ଗଜଲ ଗାୟକ ସଂଜୟ ଦତ୍ତଙ୍କ ଫିଲ୍ମ 'ନାମ' ପାଇଁ ଲୋକପ୍ରିୟ ଟ୍ରାକ 'ଚିଠି ଆଇ ହେ' ଗାଇଥିଲେ । ଏହି ଗୀତଟି ଶ୍ରୋତାଙ୍କ ବେଶ ମନକୁ ଛୁଇଁଥିଲା । ଆଜି ବି ଏହି ଗୀତକୁ ଲୋକେ ଶୁଣିବାକୁ ବେଶ ଭଲପାଆନ୍ତି ।

ପଙ୍କଜ ଅନେକ ଆଲବମ୍ ରିଲିଜ୍ କରିଛନ୍ତି ଏବଂ ଗତ କିଛି ବର୍ଷ ମଧ୍ୟରେ ଅନେକ ଲାଇଭ୍ କନ୍ସର୍ଟ ଆୟୋଜନ କରିଥିଲେ, ଯାହା ତାଙ୍କର ଲୋକପ୍ରିୟତା ବଢାଇଥିଲା । ପଙ୍କଜ ଉଧାସଙ୍କୁ ମଧ୍ୟ ସଙ୍ଗୀତ କ୍ଷେତ୍ରରେ ନିଜର ଅବଦାନ ପାଇଁ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରାଯାଇଛି। ପଙ୍କଜ ୧୯୮୨ ମସିହାରେ ଫରିଦା ଉଧାସଙ୍କୁ ବିବାହ କରିଥିଲେ ଏବଂ ତାଙ୍କର ଏକ ଝିଅ ରେଭା ଉଧାସ ଏବଂ ଏକ ପୁତ୍ର ନାୟାବ ଉଧାସ ରହିଛନ୍ତି ।

ଏହା ମଧ୍ୟ ପଢନ୍ତୁ:ଦୁନିଆକୁ ଅଲବିଦା କହିଲେ ଫିଲ୍ମ ନିର୍ମାତା କୁମାର ସାହାନି

Last Updated : Feb 27, 2024, 9:11 AM IST

ABOUT THE AUTHOR

...view details