ଓଡିଶା

odisha

ETV Bharat / entertainment

ହୃଦଘାତରେ ଆଖିବୁଜିଲେ କନ୍ନଡ ଅଭିନେତା-ନିର୍ମାତା ଦ୍ୱାରକିସ - Actor Producer Dwarkish Passes Away

Actor Producer Dwarkish Passes Away: ପ୍ରସିଦ୍ଧ କନ୍ନଡ ଚଳଚ୍ଚିତ୍ର ଅଭିନେତା ତଥା ନିର୍ମାତା ଦ୍ୱାରକିସଙ୍କ ପରଲୋକ । ସୂଚନା ଅନୁସାରେ, ହୃଦଘାତରେ ସେ ୮୧ ବର୍ଷ ବୟସରେ ଶେଷନିଃଶ୍ୱାସ ତ୍ୟାଗ କରିଛନ୍ତି । ତାଙ୍କର ମୃତ୍ୟୁ ନେଇ ପୁଅ ଯୋଗୀ ସୂଚନା ଦେଇଛନ୍ତି ।

ଆଉନାହାନ୍ତି କନ୍ନଡ ଅଭିନେତା-ନିର୍ମାତା ଦ୍ୱାରକିସ
ଆଉନାହାନ୍ତି କନ୍ନଡ ଅଭିନେତା-ନିର୍ମାତା ଦ୍ୱାରକିସ

By ETV Bharat Odisha Team

Published : Apr 16, 2024, 4:47 PM IST

ହାଇଦ୍ରାବାଦ:ପୁଣି କନ୍ନଡ ଇଣ୍ଡଷ୍ଟ୍ରିକୁ ଝଟକା । କନ୍ନଡ ନିର୍ମାତା ସୌନ୍ଦର୍ଯ୍ୟ ଜଗଦୀଶଙ୍କ ମୃତ୍ୟୁ ଖବର ମନରୁ ନ ଲିଭୁଣୁ ଆଉ ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି । ପ୍ରସିଦ୍ଧ କନ୍ନଡ ଚଳଚ୍ଚିତ୍ର ଅଭିନେତା ତଥା ନିର୍ମାତା ଦ୍ୱାରକିସଙ୍କ ପରଲୋକ । ଆଜି କର୍ଣ୍ଣାଟକର ରାଜଧାନୀ ବେଙ୍ଗାଲୁରୁ ସ୍ଥିତ ତାଙ୍କ ବାସଭବନରେ ଦେହାନ୍ତ ହୋଇଛି। ତାଙ୍କର ମୃତ୍ୟୁ ନେଇ ପୁଅ ଯୋଗୀ ସୂଚନା ଦେଇଛନ୍ତି । ସୂଚନା ଅନୁସାରେ, ଦ୍ୱାରକିସ ଦୀର୍ଘ ଦିନ ଧରି ବୟସ ଜନିତ ରୋଗରେ ପୀଡିତ ହେବା ସହ ଅସୁସ୍ଥ ଥିଲେ । ଶେଷରେ ଅଭିନେତାଙ୍କର ହୃଦଘାତରେ ମୃତ୍ୟୁ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୮୧ ବର୍ଷ ହୋଇଥିଲା ।

ସେପଟେ ଅଭିନେତାଙ୍କ ବିୟୋଗରେ ଆଜି ଇଣ୍ଡଷ୍ଟ୍ରି ସମେତ ରାଜ୍ୟରେ ଶୋକର ଛାୟା ଖେଳିଯାଇଛି । ସେଲିବ୍ରିଟିଙ୍କ ଠାରୁ ଆରମ୍ଭ କରି ରାଜନେତା ଫ୍ଯାନ୍ସ ସମସ୍ତେ ତାଙ୍କ ବିୟୋଗରେ ଦୁଃଖ ପ୍ରକାଶ କରିବା ସହ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି । କର୍ଣ୍ଣାଟକର ଉପମୁଖ୍ୟମନ୍ତ୍ରୀ ଡି.କେ ଶିବକୁମାର କହିଛନ୍ତି, 'ଦ୍ୱାରକିସ ଜଣେ ହାସ୍ୟ ଅଭିନେତା, ହିରୋ ତଥା ସହାୟକ ଅଭିନେତା ଭାବରେ ଚରିତ୍ରମାନଙ୍କୁ ଜୀବନ ପ୍ରଦାନ କରୁଥିଲେ । ତାଙ୍କୁ ବିୟୋଗରେ ମୁଁ ଦୁଃଖିତ । ତାଙ୍କ ଆତ୍ମାକୁ ଶାନ୍ତି ମିଳୁ ଏବଂ ପରିବାରକୁ ମୋର ସମବେଦନା।' ସେପଟେ ସାଉଥ ସୁପରଷ୍ଟାର ରଜନୀକାନ୍ତ ଅଭିନେତାଙ୍କ ବିୟୋଗରେ ଶୋକ ପ୍ରକାଶ କରି ମୋର ଘନିଷ୍ଠ ବନ୍ଧୁକୁ ହରାଇଛି ବୋଲି କହିଛନ୍ତି ।

ତାଙ୍କ ଚଳଚ୍ଚିତ୍ର କ୍ୟାରିଅରରେ ସେ ୧୦୦ରୁ ଅଧିକ ଚଳଚ୍ଚିତ୍ରରେ ଅଭିନୟ କରିଥିଲେ ଏବଂ ପ୍ରାୟ ୫୦ଟି ଚଳଚ୍ଚିତ୍ର ନିର୍ମାଣ ଏବଂ ନିର୍ଦ୍ଦେଶନା ମଧ୍ୟ ଦେଇଥିଲେ। ମିସୁରୁ ଜିଲ୍ଲାର ହନସୁରରେ ଜନ୍ମଗ୍ରହଣ କରିଥିବା ଦ୍ୱାରକିସ ଚଳଚ୍ଚିତ୍ରରେ ହାସ୍ୟ ଅଭିନୟ ପାଇଁ ଘରେ ଘରେ ବେଶ ପରିଚିତ ଥିଲେ। ଏଥିସହ ସେ କଣ୍ଠଶିଳ୍ପୀ କିଶୋର କୁମାରଙ୍କୁ କନ୍ନଡ ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରିରେ 'ଆଦୁ ଆତା' ଗୀତ ସହ ପରିଚିତ କରାଇଥିଲେ ।

ଏହା ମଧ୍ୟ ପଢନ୍ତୁ:ଚରମ ନିଷ୍ପତ୍ତି ନେଲେ କନ୍ନଡ଼ ଫିଲ୍ମ ନିର୍ମାତା ସୌନ୍ଦର୍ଯ୍ୟ ଜଗଦୀଶ

ସେ ମେକାନିକାଲ୍ ଇଞ୍ଜିନିୟରିଂରେ ଡିପ୍ଲୋମା କରିଥିବା ବେଳେ ଫିଲ୍ମରେ କାମ କରିବାର ରୁଚି ରଖିଥିଲେ । ଦ୍ୱାରକିସ ୧୯୬୬ ମସିହାରେ ଥୁଙ୍ଗା ପିକ୍ଚର୍ସ ବ୍ୟାନରରେ 'ମମଥେୟା ବନ୍ଧନ'ର ପ୍ରଯୋଜନା ସହ ଇଣ୍ଡଷ୍ଟ୍ରିରେ ଡେବ୍ୟୁ କରିଥିଲେ । ସେ ତାଙ୍କ ଚଳଚ୍ଚିତ୍ର 'ମେୟର ମୁଥାନା' ସହ ନିର୍ମାତା ଭାବରେ ବହୁତ ସଫଳତା ହାସଲ କରିଥିଲେ । ତେବେ ଏକ ବର୍ଷ ପୂର୍ବେ 'କର୍ଣ୍ଣାଟକ ଫିଲ୍ମ ଚାମ୍ବର ଅଫ୍ କମର୍ସ' ଦ୍ୱାରା ଦ୍ୱାରକିସଙ୍କୁ ସମ୍ମାନଜନକ ଡକ୍ଟରେଟ୍ ଡିଗ୍ରୀ ପ୍ରଦାନ କରାଯାଇଥିଲା । ତାଙ୍କର ୮୦ତମ ଜନ୍ମଦିନରେ କନ୍ନଡ ସିନେମାରେ ଅବଦାନ ପାଇଁ ତାଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଥିଲା ।

ABOUT THE AUTHOR

...view details