ଓଡିଶା

odisha

ETV Bharat / entertainment

ମନ ଜିତୁଛି ଅକ୍ଷୟଙ୍କ ଫିଲ୍ମ 'ସ୍କାଏ ଫୋର୍ସ', 3 ଦିନରେ 100 କୋଟି ନିକଟତର - SKY FORCE BOX OFFICE COLLECTION

ଗଣତନ୍ତ୍ର ଦିବସ ଅବସରରେ ପରଦାକୁ ଆସିଛି ଅକ୍ଷୟ କୁମାରଙ୍କ ଫିଲ୍ମ 'ସ୍କାଏ ଫୋର୍ସ' । 3ଦିନ ମଧ୍ୟରେ ଏହି ଫିଲ୍ମ କୋଟି କୋଟି ଟଙ୍କା ରୋଜଗାର କରିଛି । ଜାଣନ୍ତୁ କେତେ କଲେକ୍ସନ ?

sky force box office collection
sky force box office collection (film poster)

By ETV Bharat Entertainment Team

Published : Jan 27, 2025, 10:34 AM IST

ହାଇଦ୍ରାବାଦ:ଗତ ବର୍ଷ ଅନେକ ଫିଲ୍ମ ଫ୍ଲପ୍ ପରେ ପୁଣି ପରଦାରେ ଜଲୱା ଦେଖାଇବାକୁ ଫେରିଛନ୍ତି ଅକ୍ଷୟ କୁମାର । ଚଳିତ ବର୍ଷ ଆରମ୍ଭରେ ଦେଶଭକ୍ତି ଫିଲ୍ମ 'ସ୍କାଏ ଫୋର୍ସ' ସହ କମବାୟକ କରିଛନ୍ତି ଅକ୍ଷୟ । ଏହି ଫିଲ୍ମ ଗଣତନ୍ତର ଦିବସ ଅବସରରେ (ଜାନୁଆରୀ 24)ରେ ରିଲିଜ ହୋଇଛି । ଯାହା ଦର୍ଶକଙ୍କ ମନ ଜିତିବାରେ ସଫଳ ହୋଇଛି । ଅନେକ ବିଫଳତା ପରେ ଏହି ଫିଲ୍ମ ଅକ୍ଷୟଙ୍କ ପାଇଁ ସଫଳ ରହିଥିବା ବେଳେ ଫିଲ୍ମ ବମ୍ପର କଲେକ୍ସନ କରୁଛି । ଫିଲ୍ମ ଆଜି (ଜାନୁଆରୀ 27)ରେ ରିଲିଜର 3ଦିନରେ ପହଞ୍ଚିଛି ଏବଂ ଏହି 3ଦିନରେ ଫିଲ୍ମ 100 କୋଟି ପାଖାପାଖି ଆୟ କଲାଣି ।

'ସ୍କାଏ ଫୋର୍ସ' ବକ୍ସ ଅଫିସ୍ କଲେକ୍ସନ

ନିର୍ମାତାଙ୍କ ଅନୁଯାୟୀ, 'ସ୍କାଏ ଫୋର୍ସ' ବକ୍ସ ଅଫିସରେ ପ୍ରଥମ 2 ଦିନରେ ଭଲ ପ୍ରଦର୍ଶନ କରିଛି । ଅକ୍ଷୟ କୁମାରଙ୍କ ଫିଲ୍ମ ପ୍ରଥମ ଦିନରେ ୧୫.୩୦ କୋଟି ଟଙ୍କା ସହ ଆରମ୍ଭ କରିଥିଲା । ଦ୍ୱିତୀୟ ଦିନରେ, ଫିଲ୍ମର କଲେକ୍ସନ ପ୍ରାୟ ଦେଢ଼ ଗୁଣ ବୃଦ୍ଧି ପାଇଥିଲା । 'ସ୍କାଏ ଫୋର୍ସ' ପ୍ରଥମ ଶନିବାରରେ ୨୬.୩୦ କୋଟି ଟଙ୍କା ରୋଜଗାର କରିଥିଲା । 'ସ୍କାଏ ଫୋର୍ସ' ଦୁଇ ଦିନରେ ୪୨ କୋଟି ଟଙ୍କାର ବ୍ୟବସାୟ କରିଛି । ସେହିପରି 'ସ୍କାଏ ଫୋର୍ସ' ସମସ୍ତ ଭାଷାରେ ମୁକ୍ତିଲାଭ କରିବାର ତୃତୀୟ ଦିନରେ (ପ୍ରାଥମିକ ଆକଳନ) ଭାରତରେ ପ୍ରାୟ 31.60 କୋଟି ଟଙ୍କା ରୋଜଗାର କରିଛି । ଫିଲ୍ମର ମୋଟ କଲେକ୍ସନ 92.90 କୋଟି ଟଙ୍କା ହୋଇଛି । ଏହିପରି ଫିଲ୍ମ ଅକ୍ଷୟଙ୍କ ୨୦୨୨ରେ ରିଲିଜ କରିଥିବା ପୂର୍ବ ଫିଲ୍ମ 'ସୂର୍ଯ୍ୟବଂଶୀ'କୁ ପଛରେ ପକାଇଛି । ତଥ୍ୟ ଅନୁଯାୟୀ, 'ସୂର୍ଯ୍ୟବଂଶୀ' ଫିଲ୍ମ ପ୍ରଥମ ସପ୍ତାହାନ୍ତରେ ୭୭.୦୮ କୋଟି ଟଙ୍କା କଲେକ୍ସନ କରିଥିଲା ।

ପ୍ରଥମ ସପ୍ତାହରେ ୫୦ କୋଟିରୁ ଅଧିକ ରୋଜଗାର କରିଥିବା ଅକ୍ଷୟ କୁମାରଙ୍କ ଫିଲ୍ମ

ମିଡିଆ ରିପୋର୍ଟ ଅନୁଯାୟୀ, ପ୍ରଥମ ସପ୍ତାହରେ ୫୦ କୋଟିରୁ ଅଧିକ ଆୟ କରିଥିବା ଅକ୍ଷୟ କୁମାରଙ୍କ ସୁପରହିଟ୍ ଫିଲ୍ମ ତାଲିକାରେ ମିଶନ ମଙ୍ଗଲ (୯୭.୫୬ କୋଟି ଟଙ୍କା), କେଶରୀ (୭୮.୦୭ କୋଟି ଟଙ୍କା), ୨.୦ (୯୭.୨୫ କୋଟି ଟଙ୍କା), ଗୋଲ୍ଡ (୭୦.୦୫ କୋଟି ଟଙ୍କା), ରାମ ସେତୁ (୫୫.୪୮ କୋଟି), ସୂର୍ଯ୍ୟବଂଶୀ (୭୭.୦୮ କୋଟି), ଗୁଡ୍ ନ୍ୟୁଜ୍ (୬୫.୯୯ କୋଟି), ଟଏଲେଟ୍ - ଏକ ପ୍ରେମ କଥା (୫୧.୪୫ କୋଟି ଟଙ୍କା) ଭଳି ଫିଲ୍ମ ରହିଛି ।

ଏହା ମଧ୍ୟ ପଢନ୍ତୁ:'କନ୍ନପା'ରୁ ଅକ୍ଷୟ କୁମାରଙ୍କ ପ୍ରଥମ ଲୁକ୍ ଆଉଟ୍, ଭଗବାନ ଶିବଙ୍କ ଅବତାରରେ ଆସିଲେ ନଜର

'ସ୍କାଏ ଫୋର୍ସ' ବିଷୟରେ କହିବାକୁ ଗଲେ,ସ୍କାଏ ଫୋର୍ସ ହେଉଛି ୨୦୨୫ ମସିହାରେ ନିର୍ମିତ ଏକ ଭାରତୀୟ ହିନ୍ଦୀ ଭାଷାର ଆକ୍ସନ୍ ଡ୍ରାମା ଚଳଚ୍ଚିତ୍ର ଯାହା ୧୯୬୫ ମସିହାରେ ଭାରତ-ପାକିସ୍ତାନ ବିମାନ ଯୁଦ୍ଧରେ ପାକିସ୍ତାନର ସରଗୋଧା ଏୟାରବେସ୍ ଉପରେ ଭାରତର ଆକ୍ରମଣ ଉପରେ ଆଧାରିତ, ଯାହା ଭାରତର ପ୍ରଥମ ବିମାନ ଆକ୍ରମଣ ଥିଲା । ଫିଲ୍ମରେ ଅକ୍ଷୟ କୁମାର ଏବଂ ବୀର ପହରିଆ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଅଛନ୍ତି । 'ସ୍କାଏ ଫୋର୍ସ' ହେଉଛି ବୀର ପହରିଆଙ୍କ ପ୍ରଥମ ଫିଲ୍ମ । ସାରା ଅଲି ଖାନ ଏବଂ ନିମ୍ରିତ କୌର ମୁଖ୍ୟ ଅଭିନେତ୍ରୀ ରହିଛନ୍ତି । ଫିଲ୍ମର ବଜେଟ୍ ପ୍ରାୟ ୧୬୦ କୋଟି ଟଙ୍କା ରହିଥିବା ବେଳେ ଫିଲ୍ମଟିକୁ ଅଭିଷେକ ଅନିଲ କପୁର ଏବଂ ସନ୍ଦୀପ କେୱଲାନି ମିଳିତ ଭାବରେ ନିର୍ଦ୍ଦେଶନା ଦେଇଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details