ଓଡିଶା

odisha

ETV Bharat / entertainment

'ଲାପତା ଲେଡିଜ୍' ପରେ ଓସ୍କାରରେ ଏଣ୍ଟ୍ରି ମାରିଲା ଏହି ଫିଲ୍ମ, ପୂର୍ବରୁ କାନ୍ସରେ ମାରିଥିଲା ବାଜି - SHORT FILM OSCAR 2025

କାନ୍ସ ଫିଲ୍ମ ଫେଷ୍ଟିଭାଲ୍ 2024 ରେ ଜିତିବା ପରେ ଏହି ଚଳଚ୍ଚିତ୍ର ବର୍ତ୍ତମାନ ଓସ୍କାର 2025 ପାଇଁ ମନୋନୀତ ହୋଇଛି ।

SUNFLOWERS WERE THE FIRST ONES IN OSCAR
SUNFLOWERS WERE THE FIRST ONES IN OSCAR (Movie Poster)

By ETV Bharat Entertainment Team

Published : Nov 5, 2024, 4:19 PM IST

ହାଇଦ୍ରାବାଦ:97 ତମ ଓସ୍କାର ଏକାଡେମୀ ପୁରସ୍କାର 2025 ଉପରେ ଭାରତୀୟ ଚଳଚ୍ଚିତ୍ର ଧମାକା କରିବାକୁ ଯାଉଛି । ନିକଟରେ ଆମୀର ଖାନଙ୍କ ପୂର୍ବ ପତ୍ନୀ କିରଣ ରାଓଙ୍କ ନିର୍ଦ୍ଦେଶିତ ସୋସିଆଲ ଡ୍ରାମା ଫିଲ୍ମ 'ଲାପତା ଲେଡିଜ୍' ମନୋନୀତ ହୋଇଥିଲା । ଶ୍ରେଷ୍ଠ ବିଦେଶୀ ଚଳଚ୍ଚିତ୍ର ବର୍ଗ ପାଇଁ ଏହା ମନୋନୀତ ହୋଇଛି । ଏହାରି ମଧ୍ୟରେ ବର୍ତ୍ତମାନ କ୍ଷୁଦ୍ର ଚଳଚ୍ଚିତ୍ର 'ସନଫ୍ଲାଭାର ୱେର ଦ ଫାଷ୍ଟ ୱାନ୍ସ' ଓସ୍କାର 2025 ପାଇଁ ଯାଉଛି। 'ସନଫ୍ଲାଭାର ୱେର ଦ ଫାଷ୍ଟ ୱାନ୍ସ' ଗତ କାନ୍ସ ଫିଲ୍ମ ଫେଷ୍ଟିଭାଲ୍ 2024 ରେ ସ୍ୱତନ୍ତ୍ର ଆୱାର୍ଡ ଜିତିଥିଲା । ବର୍ତ୍ତମାନ କନ୍ନଡ କ୍ଷୁଦ୍ର ଚଳଚ୍ଚିତ୍ର ''ସନଫ୍ଲାଭାର ୱେର ଦ ଫାଷ୍ଟ ୱାନ୍ସ'' ଓସ୍କାର 2025 ପାଇଁ ମନୋନୀତ ହୋଇଛି ।

କେଉଁ ବର୍ଗରେ ଫିଲ୍ମ ଚୟନ କରାଯାଇଛି ?

'ଲାଇଫ୍ ଆକ୍ସନ୍ ସର୍ଟ ଫିଲ୍ମ ବର୍ଗ' ରେ ଓସ୍କାର 2025 ପାଇଁ 'ସନଫ୍ଲାଭାର ୱେର ଦ ଫାଷ୍ଟ ୱାନ୍ସ' ମନୋନୀତ ହୋଇଛି । 'ସନଫ୍ଲାଭାର ୱେର ଦ ଫାଷ୍ଟ ୱାନ୍ସ' ଚଳଚ୍ଚିତ୍ର ଏବଂ ଟେଲିଭିଜନ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ ଦ୍ୱାରା ନିର୍ମିତ । ନଭେମ୍ବର 4 ରେ, FTII ସୋସିଆଲ ମିଡିଆକୁ ନେଇ ଦର୍ଶକଙ୍କୁ ଏହି ଖୁସି ଖବର ସେୟାର କରିଛନ୍ତି । FTII ଏହାର ପୋଷ୍ଟରେ ଲେଖିଛି, ଲାଇଭ୍ ଆକ୍ସନ୍ ସର୍ଟ ଫିଲ୍ମ ବର୍ଗରେ 2025 ଓସ୍କାର ପାଇଁ ଆନୁଷ୍ଠାନିକ ଭାବରେ 'ସନଫ୍ଲାଭାର ୱେର ଦ ଫାଷ୍ଟ ୱାନ୍ସ' ମନୋନୀତ ହୋଇଛି ।

ଏହା ମଧ୍ୟ ପଢନ୍ତୁ:କାନ୍ସରେ ଚମକିଲା ଭାରତ, ସ୍ବତନ୍ତ୍ର ସମ୍ମାନରେ ସମ୍ମାନିତ ହେଲା ଏହି ଫିଲ୍ମ

କାନ୍ସ 2024 ରେ ଜିତିଥିଲା ଏହି ଆୱାର୍ଡ

ଏହାପୂର୍ବରୁ, 'ସନଫ୍ଲାଭାର ୱେର ଦ ଫାଷ୍ଟ ୱାନ୍ସ' ଚଳିତ ବର୍ଷ କାନ୍ସ ଫିଲ୍ମ ଫେଷ୍ଟିଭାଲରେ 2024 ରେ 'ଲା ସିନେଫ୍ ପୁରସ୍କାର' ଜିତିଥିଲା । ବେଙ୍ଗାଲୁରୁ ଆନ୍ତର୍ଜାତୀୟ କ୍ଷୁଦ୍ର ଚଳଚ୍ଚିତ୍ର ମହୋତ୍ସବରେ ଜିତିବା ପରେ ଫିଲ୍ମ କାନ୍ସରେ ଜିତିଥିଲା । 'ସନଫ୍ଲାଭାର ୱେର ଦ ଫାଷ୍ଟ ୱାନ୍ସ'ର ନିର୍ଦ୍ଦେଶକ ହେଉଛନ୍ତି ଚିଦାନନ୍ଦ ଏସ ନାୟକ ଏବଂ କ୍ୟାମେରାମ୍ୟାନ ହେଉଛନ୍ତି ସୂରଜ ଠାକୁର ଥିବା ବେଳେ ମନୋଜ ଭି ଫିଲ୍ମର ଏଡିଟିଂ କାମ କରିଛନ୍ତି । ଏହି ଚଳଚ୍ଚିତ୍ରରେ ଅଭିଷେକ କଦମଙ୍କ ସଙ୍ଗୀତ ରହିଛି । 'ସନଫ୍ଲାୱାର ୱେର ଦ ଫାଷ୍ଟ ୱାନ୍ସ' କାହାଣୀ କନ୍ନଡରେ ରହୁଥିବା ଲୋକଙ୍କ କାହାଣୀ ଉପରେ ଆଧାରିତ ।

ଏହା ମଧ୍ୟ ପଢନ୍ତୁ:ଓସ୍କାର 2025ରେ ଏଣ୍ଟ୍ରି କଲା 'ଲାପତା ଲେଡିଜ', ଏହି କାଟାଗୋରୀରେ ମନୋନୀତ

ବ୍ୟୁରୋ ରିପୋର୍ଟ, ଇଚିଭି ଭାରତ

ABOUT THE AUTHOR

...view details