ଓଡିଶା

odisha

ବକ୍ସ ଅଫିସରେ ବଢୁଛି 'ସୈତାନ' କ୍ରେଜ, ୩ ଦିନରେ ୫୦ କୋଟି ପାର୍

By ETV Bharat Odisha Team

Published : Mar 11, 2024, 3:14 PM IST

Shaitaan Box Office Collection Day 3: ଦର୍ଶକଙ୍କୁ ମନ ଜିତୁଛି ବଲିଉଡ ଫିଲ୍ମ 'ସୈତାନ' । ୩ ଦିନ ମଧ୍ୟରେ ଫିଲ୍ମ ୫୦ କୋଟି କ୍ଲବରେ ସାମିଲ ହୋଇ ସଫଳତା ହାସଲ କରିଛି । ଅଧିକ ପଢନ୍ତୁ

ବକ୍ସ ଅଫିସରେ ବଢୁଛି 'ସୈତାନ' କ୍ରେଜ, ୩ଦିନ ମଧ୍ୟରେ ୫୦କୋଟି କଲା ପାର୍
ବକ୍ସ ଅଫିସରେ ବଢୁଛି 'ସୈତାନ' କ୍ରେଜ, ୩ଦିନ ମଧ୍ୟରେ ୫୦କୋଟି କଲା ପାର୍

ହାଇଦ୍ରାବାଦ: ବକ୍ସ ଅପିସରେ ଧମାକା କରୁଛି ବଲିଉଡ ଅଭିନେତା ଆର ମାଧବନ ଏବଂ ଅଜୟ ଦେବଗନଙ୍କ ଫିଲ୍ମ 'ସୈତାନ' । ଏହି ଫିଲ୍ମ ମହାଶିବରାତ୍ର (ମାର୍ଚ୍ଚ ୯) ତାରିଖରେ ରିଲିଜ ହୋଇଥିବା ବେଳେ ବର୍ତ୍ତମାନ ଦର୍ଶକଙ୍କ ମନ ଜିତୁଛି ଫିଲ୍ମ । ଫିଲ୍ମଟି ଆଜି ରିଲିଜର ଚତୁର୍ଥ ଦିନରେ ପହଞ୍ଚିଥିବା ବେଳେ ୩ ଦିନ ମଧ୍ୟରେ ଫିଲ୍ମ ୫୦ କୋଟିରୁ ଅଧିକ ଆୟ କରି ୨୦୨୪ର ଏପର୍ଯ୍ୟନ୍ତର ସବୁଠାରୁ ଅଧିକ ରୋଜଗାର କରିଥିବା ଫିଲ୍ମ ହୋଇପାରିଛି ।

'ସୈତାନ' ବକ୍ସ ଅଫିସ କଲେକ୍ସନ

ସାକନିକଙ୍କ ରିପୋର୍ଟ ଅନୁଯାୟୀ, 'ସୈତାନ' ପ୍ରଥମ ଦିନରେ ୧୪.୭୫ କୋଟି ଟଙ୍କା ସହ ଓପନିଂ କରିଥିଲା । ଏହା ପରେ, ଦ୍ୱିତୀୟ ଦିନରେ ଫିଲ୍ମଟି ସପ୍ତାହ ୧୮.୭୫ କୋଟି ଟଙ୍କା ରୋଜଗାର କରିଥିଲା । ବର୍ତ୍ତମାନ ତୃତୀୟ ଦିନର ଭଲ ବ୍ୟବସାୟ କରିଛି । ରିପୋର୍ଟ ଅନୁଯାୟୀ ରବିବାର ଦିନ ଦ୍ୱିତୀୟ ଦିନ ଅପେକ୍ଷା ୯.୩୩ % ଅଧିକ ଆୟ କରିଛି । 'ସୈତାନ' ତୃତୀୟ ଦିନରେ ୧୯.୩୫କୋଟି ଟଙ୍କା ବ୍ୟବସାୟ କରିଛି । ଫଳରେ ଫିଲ୍ମ ତିନି ଦିନରେ ମୋଟ ୫୪ କୋଟି ଆୟ କରି ସଫଳତା ହାସଲ କରିଛି ।

୨୦୨୪ର ଏହି ଫିଲ୍ମକୁ ପଛରେ ପକାଇଲା 'ସୈତାନ'

କହିରଖୁଛୁ କି, ଅଜୟ ଦେବଗନଙ୍କ ଏହି ଫିଲ୍ମ ୨୦୨୪ରେ ରିଲିଜ ହୋଇଥିବା ଅନେକ ଫିଲ୍ମକୁ ପଛରେ ପକାଇ ରେକର୍ଡ ସୃଷ୍ଟି କରିଛି । ୨୦୨୪ରେ ଏପର୍ଯ୍ୟନ୍ତ କୌଣସି ଫିଲ୍ମ ବକ୍ସ ଅଫିସରେ ଭଲ ପ୍ରଦର୍ଶନ କରିପାରିନାହିଁ । ହ୍ରିତିକ ରୋଶନଙ୍କ 'ଫାଇଟର' ଠାରୁ ଆରମ୍ଭ କରି ସାହିଦ କପୁରଙ୍କ 'ତେରି ବାତୋଁ ମେଁ ଏସା ଉଲଝା ଜିଆ' ପର୍ଯ୍ୟନ୍ତ ଅନେକ ହିନ୍ଦୀ ଚଳଚ୍ଚିତ୍ର ଅଧିକ ବ୍ୟବସାୟ କରିବାରେ ସକ୍ଷମ ହୋଇନାହିଁ । ଫାଇଟର ୩ ଦିନରେ ୨୮ କୋଟି ଆୟ କରିଥିବା ବେଳେ 'ତେରି ବାତୋଁ ମେଁ ଏସା ଉଲଝା ଜିଆ' ୩ଦିନରେ ମୋଟ ୨୬.୮୫ କୋଟି ଆୟ କରିଥିଲା । ସେହିପରି ୟାମୀ ଗୌତମଙ୍କ ଫିଲ୍ମ 'ଆର୍ଟିକିଲ ୩୭୦' ମଧ୍ୟ ୩ ଦିନ ମଧ୍ୟରେ ମାତ୍ର ୨୨ କୋଟି ଆୟ କରିଥଲା ।

ଏହା ମଧ୍ୟ ପଢନ୍ତୁ:ମନ ଜିତୁଛି 'ସୈତାନ', ଦୁଇ ଦିନ ମଧ୍ୟରେ ଏତିକି କୋଟି ଆୟ

ପ୍ରକାଶ ଥାଉକି, 'ସୈତାନ' ଫିଲ୍ମ ଗୁଜୁରାଟୀ ଫିଲ୍ମ 'ଭସ'ର ହିନ୍ଦୀ ଭର୍ସନ ଅଟେ । ଭସ ଫିଲ୍ମଟି ନିର୍ଦ୍ଦେଶକ କ୍ରିଷ୍ଣାଦେବ ୟାଗ୍ନିକ ନିର୍ଦ୍ଦେଶନା ଦେଇଥିବା ବେଳେ ଫିଲ୍ମଟି ଫେବୃଆରୀ ୧୦, ୨୦୨୩ରେ ରିଲିଜ ହୋଇଥିଲା । ବର୍ତ୍ତମାନ ଏହି ହିନ୍ଦୀ ଭର୍ସନ 'ସୈତାନ' ରିଲିଜ ହୋଇଛି । ଯାହାର ନିର୍ଦ୍ଦେଶନା ଦେଇଛନ୍ତି ନିର୍ଦ୍ଦେଶକ ବିକାଶ ବାହଲ । ଏହି ଚଳଚ୍ଚିତ୍ରଟି ଥ୍ରୀଲର, ସସପେନ୍ସ ଏବଂ କଳାଯାଦୁ ଉପରେ ଆଧାରିତ । ଏହି ହିନ୍ଦୀ ସିନେମାରେ ଅଜୟ ଦେବଗନ୍, ଆର ମାଧବନ୍ ଏବଂ ସାଉଥ ଅଭିନେତ୍ରୀ ଜ୍ୟୋତିକା ନଜର ଆସିଥିବା ବେଳେ ଏହି ୩ ତାରକାଙ୍କୁ ପ୍ରଥମ ଥର ପାଇଁ ଏକାଠି ଦେଖିବାକୁ ମିଳିଛି ।

ABOUT THE AUTHOR

...view details