ହାଇଦ୍ରାବାଦ: ଲୋକଙ୍କ ମନ ଜିତୁଛି ଅଜୟ ଦେବଗନ ଏବଂ ଆର ମାଧବନଙ୍କ ଫିଲ୍ମ 'ସୈତାନ' । ଫିଲ୍ମ ମାର୍ଚ୍ଚ ୮ରେ ରିଲିଜ ହୋଇଥିବା ବେଳେ ଆଜି ରିଲିଜର ୧୦ଦିନରେ ପହଞ୍ଚିଛି । ଫିଲ୍ମ ରିଲିଜ ହେବା ଦିନ ଠାରୁ ଜଲୱା ଜାରି ରଖିଛି । ବର୍ତ୍ତମାନ ଫିଲ୍ମ ୧୦ଦିନ ମଧ୍ୟରେ ଭାରତରେ ୧୦୦କୋଟି ପାର୍ କରିବାରେ ସଫଳ ହୋଇଛି ।
ସାକନିକଙ୍କ ରିପୋର୍ଟ ଅନୁଯାୟୀ, ପ୍ରଥମ ରବିବାରରେ ୨୦.୫ କୋଟି ଆୟ କରିଥିବା ବେଳେ ଦ୍ୱିତୀୟ ରବିବାର ଦିନ ଏହି ଫିଲ୍ମ ୯.୭୫ କୋଟି ଟଙ୍କା ରୋଜଗାର କରିଛି, ଯେଉଁଥିପାଇଁ ଫିଲ୍ମର ମୋଟ କଲେକ୍ସନ ୧୦୩.୦୫ କୋଟି ଟଙ୍କାକୁ ବୃଦ୍ଧି ପାଇଛି । ଏହିପରି, ଅଜୟ ଏବଂ ମାଧବନଙ୍କ ଏହି ଚଳଚ୍ଚିତ୍ର ୧୦୦କୋଟି କ୍ଲବରେ ସାମିଲ ହୋଇଥିବା ୨୦୨୪ର ପ୍ରଥମ ଚଳଚ୍ଚିତ୍ର ଭାବେ ରେକର୍ଡ ସୃଷ୍ଟି କରିଛି । ଏଥିସହ ଫିଲ୍ମତାର ବଜେଟ ମୂଲ୍ୟରୁ ଅଧିକ ଆୟ କରିବାରେ ବି ସଫଳ ହୋଇଛି । କହିରଖୁଛୁ କି, ସୈତାନ ଫିଲ୍ମ ୬୦କୋଟି ବଜେଟରେ ନିର୍ମିତ ହୋଇଥିଲା ।
'ସୈତାନ': ବକ୍ସ ଅଫିସ କଲେକ୍ସନ
- ମାର୍ଚ୍ଚ ୮, ପ୍ରଥମ ଦିନ- ୧୪.୭୫ କୋଟି
- ମାର୍ଚ୍ଚ ୯, ଦ୍ୱିତୀୟ ଦିନ- ୧୮.୭୫ କୋଟି
- ମାର୍ଚ୍ଚ ୧୦, ତୃତୀୟ ଦିନ- ୨୦.୫ କୋଟି
- ମାର୍ଚ୍ଚ ୧୧, ଚତୁର୍ଥ ଦିନ- ୭.୨୫ କୋଟି
- ମାର୍ଚ୍ଚ ୧୨, ପଞ୍ଚମ ଦିନରେ ୬.୫ କୋଟି
- ମାର୍ଚ୍ଚ ୧୩, ଷଷ୍ଠ ଦିନରେ ୬.୨୫
- ମାର୍ଚ୍ଚ ୧୪, ସପ୍ତମ ଦିନ- ୫.୭୫ କୋଟି
- ମାର୍ଚ୍ଚ ୧୫, ଅଷ୍ଟମ ଦିନ- ୫.୦୫ କୋଟି
- ମାର୍ଚ୍ଚ ୧୬, ନବମ ଦିନ- ୮.୫ କୋଟି
- ମାର୍ଚ୍ଚ ୧୭, ଦଶମ ଦିନ- ୯.୭୫ କୋଟି