ଓଡିଶା

odisha

ETV Bharat / entertainment

ସବୁଠାରୁ ଅଧିକ ଟ୍ୟାକ୍ସ ଦେଉଛନ୍ତି ଶାହାରୁଖ-କରୀନା, ଟପ୍-20ରେ ନାହାନ୍ତି ଅକ୍ଷୟ, ଅଲ୍ଲୁ ଅର୍ଜୁନଙ୍କୁ ବି ପଛରେ ପକାଇଲେ କପିଲ ଶର୍ମା - Top Tax Payers Indian Celebs - TOP TAX PAYERS INDIAN CELEBS

Top Tax Payers Indian Celebs: ବଲିଉଡ ତାରକାମାନେ କେବଳ ଯେ ଚଳଚ୍ଚିତ୍ର ସହିତ ପାର୍ଶ୍ୱ ବ୍ୟବସାୟ, ବିଜ୍ଞାପନ ଏବଂ ସୋସିଆଲ ମିଡିଆରୁ ମଧ୍ୟ ବହୁତ ରୋଜଗାର କରନ୍ତି । ଏହି ଷ୍ଟାରମାନେ ଏକ ଫିଲ୍ମ ପାଇଁ ଲକ୍ଷ ଲକ୍ଷ ନୁହେଁ ବରଂ କୋଟିରେ ଫି ଆଦାୟ କରନ୍ତି । ତେବେ କୋଟି କୋଟି ଟଙ୍କା ରୋଜଗାର କରିବା ସହ ଏହି ସେଲିବ୍ରିଟିମାନେ ଟ୍ୟାକ୍ସ ଦେଇ ପ୍ରକୃତ ଭାରତୀୟ ହେବାର କର୍ତ୍ତବ୍ୟ ମଧ୍ୟ ପାଳନ କରନ୍ତି। ତେବେ କେଉଁ ତାରକା କେତେ ଠ୍ୟାକ୍ସ ଦିଅନ୍ତି ?

ସବୁଠାରୁ ଅଧିକ ଟ୍ୟାକ୍ସ ଦେଉଛନ୍ତି ଶାହାରୁଖ-କରୀନା, ଟପ୍-20ରେ ନାହାନ୍ତି ଅକ୍ଷୟ, ଅଲ୍ଲୁ ଅର୍ଜୁନଙ୍କୁ ବି ପଛରେ ପକାଇଲେ କପିଲ ଶର୍ମା
ସବୁଠାରୁ ଅଧିକ ଟ୍ୟାକ୍ସ ଦେଉଛନ୍ତି ଶାହାରୁଖ-କରୀନା, ଟପ୍-20ରେ ନାହାନ୍ତି ଅକ୍ଷୟ, ଅଲ୍ଲୁ ଅର୍ଜୁନଙ୍କୁ ବି ପଛରେ ପକାଇଲେ କପିଲ ଶର୍ମା (ETV Bharat Odisha)

By ETV Bharat Entertainment Team

Published : Sep 5, 2024, 4:01 PM IST

ହାଇଦ୍ରାବାଦ:ବଲିଉଡ ତାରକାମାନେ ସେମାନଙ୍କର ବିଳାସପୂର୍ଣ୍ଣ ଲାଇଫ ଷ୍ଟାଇଲ ବଜାୟ ରଖିବା ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରନ୍ତି । ଖର୍ଚ୍ଚ କରୁଥିବା ଏହି ଟଙ୍କା ଫିଲ୍ମ ବ୍ୟତୀତ ସେମାନଙ୍କ ବିଜନେସରୁ ଆୟ କରନ୍ତି । ଷ୍ଟାରମାନେ ସେମାନଙ୍କର ଗୋଟିଏ ଚଳଚ୍ଚିତ୍ର ପାଇଁ ନିର୍ମାତାଙ୍କ ଠାରୁ କୋଟି ଟଙ୍କା ମଧ୍ୟ ଚାର୍ଜ କରିଥାନ୍ତି । ଚଳଚ୍ଚିତ୍ର ସହ ଏହି ତାରକାମାନେ ପାର୍ଶ୍ୱ ବ୍ୟବସାୟ, ବିଜ୍ଞାପନ ଏବଂ ସୋସିଆଲ୍ ମିଡିଆରୁ ମଧ୍ୟ ଭଲ ରୋଜଗାର କରନ୍ତି । ବଡ ଟଙ୍କା ରୋଜଗାର କରିବା ସହିତ ଏହି ସେଲିବ୍ରିଟିମାନେ ଆୟକର ଦେଇ ପ୍ରକୃତ ଭାରତୀୟ ହେବାର କର୍ତ୍ତବ୍ୟ ମଧ୍ୟ ପାଳନ କରନ୍ତି । ଏହି ବଲିଉଡ ତାରକାମାନେ ଆୟକର ବିଭାଗକୁ ଆୟକର ହିସାବରେ କୋଟି କୋଟି ଟଙ୍କା ଟ୍ୟାକ୍ସ ହିସାବରେ ଦିଅନ୍ତି । ତେବେ ଆସନ୍ତୁ ଜାଣିବା ସେହି ତାରକାମାନଙ୍କ ବିଷୟରେ ଯେଉଁମାନେ ଅଧିକ ଟ୍ୟାକ୍ସ ଦିଅନ୍ତି...

ଭାରତର ସବୁଠାରୁ ଅଧିକ ଟ୍ୟାକ୍ସ ଦେଉଥିବା ତାରକା (ETV Bharat Odisha)

ଭାରତର ସବୁଠାରୁ ଅଧିକ ଟ୍ୟାକ୍ସ ଦେଉଥିବା ତାରକା

ଶାହାରୁଖ ଖାନ ନିକଟରେ ହୁରୁନ ଇଣ୍ଡିଆ ରିଚ୍ ତାଲିକାରେ ସ୍ଥାନିତ ହେଇଥିଲେ । ଏହି ତାଲିକାରେ ଶାହାରୁଖ ଖାନଙ୍କ ନାମ ଅଗ୍ରଣୀ ବ୍ୟବସାୟୀଙ୍କ ନାଁ ସହ ଯୋଡି ହୋଇଥିଲା । ବର୍ତ୍ତମାନ ଫର୍ଚ୍ୟୁନ ଇଣ୍ଡିଆ 2023-24 ଆର୍ଥିକ ବର୍ଷରେ ସର୍ବାଧିକ ଟିକସ ଦେଇଥିବା ସେଲିବ୍ରିଟମାନଙ୍କ ତାଲିକା ପ୍ରକାଶ କରିଛି । ଏଥିରେ ଟ୍ୟାକ୍ସ ଦେଉଥିବା ସେଲିବ୍ରିଟିଙ୍କ ତାଲିକାରେ ଶାହାରୁଖ ଖାନଙ୍କ ନାମ ଶୀର୍ଷରେ ରହିଛି । ରିପୋର୍ଟ ଅନୁଯାୟୀ, ଶାହାରୁଖ ଖାନ ସର୍ବାଧିକ 92 କୋଟି ଟ୍ୟାକ୍ସ ଦେଇଛନ୍ତି । ଏହି ତାଲିକାରେ ଶାହାରୁଖ ଖାନଙ୍କ ସହ ସଲମାନ ଖାନ, ଅମିତାଭ ବଚ୍ଚନ ଏବଂ କପିଲ ଶର୍ମା ମଧ୍ୟ ସ୍ଥାନ ପାଇଛନ୍ତି । ସେହିପରି ଅଭିନେତ୍ରୀଙ୍କ ମଧ୍ୟରେ କରୀନା କପୁର ଖାନ ଅଧିକ ଟ୍ୟାକ୍ସ ଦେଇଛନ୍ତି । ଯେଉଁଠାରେ କପିଲ ଶର୍ମା ଏହି ତାଲିକାରେ ଅଲୁ ଅର୍ଜୁନଙ୍କୁ ପଛରେ ପକାଇଛନ୍ତି ।

ଏଥର ଅଧିକ ଟ୍ୟାକ୍ସ ଦେଉଥିବା ଟପ୍ 20 ତାଲିକାରେ ବି ନାହାନ୍ତି ଅକ୍ଷୟ

ଯଦି ଆମେ ତାଲିକାର ଶ୍ରେଷ୍ଠ ଟିକସ ଦେଉଥିବା କଳାକାରଙ୍କ ବିଷୟରେ ଆଲୋଚନା କରିବା, ତେବେ କିଙ୍ଗ କାନଙ୍କ ପରେ ବିଜୟ ଥାଲାପତି ଦ୍ୱିତୀୟ ସ୍ଥାନରେ ଅଛନ୍ତି । ରିପୋର୍ଟ ଅନୁଯାୟୀ, ବିଜୟ ଥାଲାପତି 80 କୋଟି ଟଙ୍କା ଟ୍ୟାକ୍ସ ଦେଇଛନ୍ତି । ଏହା ପରେ ସଲମାନ ଖାନ (75 କୋଟି ଟଙ୍କା), ଅମିତାଭ ବଚ୍ଚନ (71 କୋଟି), କପିଲ ଶର୍ମା 26 କୋଟି ଦେଇଥିବା ବେଳେ ଏବଂ 14 କୋଟି ଟଙ୍କା ଦେଇଛନ୍ତି ଅଲ୍ଲୁ ଅର୍ଜୁନ । ଏହି ତାଲିକାରେ ଅକ୍ଷୟ କୁମାର ନଥିବା ବେଳେ ମୋହନ ଲାଲ, ରଣଭୀର କପୁର ଏବଂ ଅଜୟ ଦେବଗନଙ୍କ ନାଁ ସାମିଲ ଅଛି ।

ଏହା ମଧ୍ୟ ପଢନ୍ତୁ:ହୁରୁନ ଇଣ୍ଡିଆ ଧନୀ ତାଲିକାରେ ଡେବ୍ୟୁ କଲେ ଶାହାରୁଖ ଖାନ; ଜାଣନ୍ତୁ ବାଦଶାହାଙ୍କ ନେଟୱର୍ଥ କେତେ ?

କରୀନା କପୁର ଖାନ ଦିଅନ୍ତି ଅଧିକ ଟ୍ୟାକ୍ସ

ସେହିପରି ଅଭିନେତ୍ରୀ ତାଲିକାରେ କରୀନା କପୁର ଖାନ ସହୁଠାରୁ ଅଧିକ ଟ୍ୟାକ୍ସ ଦେଉଥିବା ଅଭିନେତ୍ରୀ ଅଟନ୍ତି । ସେ 20 କୋଟି ଦେଉଥିବା ବେଳେ ଏହି ଟପ 20 ତାଲିକାରେ କିଆରା ଆଡଭାନି ଏବଂ କ୍ୟାଟ୍ରିନ କୈପଙ୍କ ନାଁ ସାମିଲ ରହିଛି । କିଆରା 12 କୋଟି ଟ୍ୟାକ୍ସ ଦେଉଥିବା ବେଳେ କ୍ୟାଟ୍ରିନା 11 କୋଟି ଟ୍ୟାକ୍ସ ଦେଉଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details