ଓଡିଶା

odisha

ETV Bharat / entertainment

କିଏ ଦେଶର ଲୋକପ୍ରିୟ ତାରକା, ଶୀର୍ଷରେ ଶାହାରୁଖ-ଆଲିଆ, ଟପ 10ରେ ଏସବୁ ସିଲିବ୍ରିଟି - India Most Popular Film Stars

Top Most Popular Film Stars in India: ଓରମାକ୍ସ ପକ୍ଷରୁ ଶୀର୍ଷରେ ଥିବା ଭାରତର ଲୋକପ୍ରିୟ ତାରକାଙ୍କ ତାଲିକା ପ୍ରକାଶ ପାଇଛି । ଅଭିନେତାଙ୍କ ତାଲିକା ଶୀର୍ଷରେ କିଙ୍ଗ ଖାନ ରହିଥିବା ବେଳେ ଅଭିନେତ୍ରୀଙ୍କ ତାଲିକାରେ ଶୀର୍ଷରେ ରହିଛନ୍ତି ଆଲିଆ ଭଟ୍ଟ । ଟପ୍ ୧୦ ମଧ୍ୟରେ କେଉଁ କେଉଁ ତାରକା ରହିଛନ୍ତି ? ଜାଣନ୍ତୁ

ଲୋକପ୍ରିୟ ତାରକା ଶୀର୍ଷରେ କିଙ୍ଗ ଖାନ-ଆଲିଆ, ଟପ୍ ୧୦ରେ ରହିଛନ୍ତି ଏହି ସବୁ ସେଲିବ୍ରିଟି
ଲୋକପ୍ରିୟ ତାରକା ଶୀର୍ଷରେ କିଙ୍ଗ ଖାନ-ଆଲିଆ, ଟପ୍ ୧୦ରେ ରହିଛନ୍ତି ଏହି ସବୁ ସେଲିବ୍ରିଟି

By ETV Bharat Odisha Team

Published : Mar 22, 2024, 12:53 PM IST

ହାଇଦ୍ରାବାଦ:2023 ବର୍ଷ ଫିଲ୍ମ ଇଣ୍ଡଷ୍ଟ୍ରି ପାଇଁ ବେଶ ଭଲ ପ୍ରମାଣିତ ହୋଇଥିଲା । ଅନେକ ତାରକାଙ୍କ ଫିଲ୍ମ ବେଶ ହିଟ୍ ହେବା ସହ ଲୋକପ୍ରିୟତା ହାସଲ କରିଥିଲା । ସେହିପରି ଚଳିତ ବର୍ଷ ମଧ୍ୟ ଅନେକ ତାରକାଙ୍କ ପାଇଁ ଭଲ ହେବ ବୋଲି ଆଶା କରାଯାଉଛି । ଚଳିତ ବର୍ଷ ଆରମ୍ଭରେ ଅନେକ ତାରକା ପରଦାରେ ଜଲୱା ଦେଖାଇଥିବା ବେଳେ ଅନେକଙ୍କ ଫିଲ୍ମ ଆସିବାର ବାକି ରହିଛି । ଏହାରି ମଧ୍ୟରେ ବର୍ତ୍ତମାନ ଟପ୍ ୧୦ରେ ଥିବା ଭାରତର ଲୋକପ୍ରିୟ ତାରକାଙ୍କ ତାଲିକା ପ୍ରକାଶ ପାଇଛି । ଓରମାକ୍ସ ପକ୍ଷରୁ ଏହି ତାଲିକା ପ୍ରକାଶ ପାଇଥିବା ବେଳେ ଅନେକ ବଲିଉଡ ଏବଂ ସାଉଥ ସେଲିବ୍ରିଟିଙ୍କ ନାଁ ଏଥିରେ ସ୍ଥାନ ପାଇଛି ।

ଓରମାକ୍ସ ମିଡିଆ ଦ୍ବାରା ଗୁରୁବାର ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ, ଫେବୃଆରୀ ୨୦୨୪ରେ ଭାରତୀୟ ସିନେମାର ଟପ ୧୦ରେ ନିଜର ସ୍ଥାନ ହାସଲ କରିଛନ୍ତି ସାଉଥ ଏବଂ ବଲିଉଡର ଲୋକପ୍ରିୟ ସେଲିବ୍ରିଟି । ଅଭିନେତାଙ୍କ ତାଲିକା ଶୀର୍ଷରେ ଶାହାରୁଖ ଖାନ ରହିଥିବା ବେଳେ ଅଭିନେତ୍ରୀଙ୍କ ତାଲିକାରେ ଶୀର୍ଷରେ ରହିଛନ୍ତି ଆଲିଆ ଭଟ୍ଟ । ସେହିପରି ଏହି ତାଲିକାରେ ଏନଟିଆର, ଅଲ୍ଲୁ ଅର୍ଜୁନ, ରାମ ଚରଣ, ରଣବୀର କପୁର ଭଳି ତାରକା ଅଭିନେତାଙ୍କ ତାଲିକାରେ ନିଜ ସ୍ଥାନ ପକ୍କା କରିଥିବା ବେଳେ ଅଭିନେତ୍ରୀଙ୍କ ତାଲିକାରେ ନୟନତାରା, କିଆରା ଆଡଭାନୀ, କ୍ରିତି ସାନନ ଭଳି ତାରକା ସାମିଲ ହୋଇଛନ୍ତି ।

ବଲିଉଡ ତାରଙ୍କ ମଧ୍ୟରେ ଶାହାରୁଖ ଖାନ ପ୍ରଥମ ସ୍ଥାନରେ ଥିବା ବେଳେ ସଲମାନ କାନ ସପ୍ତମ ସ୍ଥାନରେ ହ୍ରିତିକ ରୋଶନ ଏବଂ ରଣବୀର କପୁର ଯଥାକ୍ରମେ ଅଷ୍ଟମ ଏବଂ ନବମ ସ୍ଥାନରେ ରହିଛନ୍ତି । ସେହିପରି ସାଉଥ ସୁପରଷ୍ଟାର ପ୍ରଭାସ ଦ୍ୱିତୀୟ ସ୍ଥାନରେ ଥିବା ବେଳେ ଥାଲାପତି ବିଜୟ ତୃତୀୟ ଏବଂ ମେହଶ ବାବୁ, ଅଲ୍ଲୁ ଅର୍ଜୁନ, ଏନଟିଆର ଓ ରାମଚରଣ ଯଥାକ୍ରମେ ୪ର୍ଥ, ୫ମ ଏବଂ ୬ଷ୍ଠ ଏବଂ ଦଶମ ସ୍ଥାନରେ ରହିଛନ୍ତି ।

ଟପ୍ ୧୦ରେ ଥିବା ଭାରତୀୟ ଅଭିନେତା

  1. ଶାହାରୁଖ ଖାନ
  2. ପ୍ରଭାସ
  3. ଥାଲାପତି ବିଜୟ
  4. ମହେଶ ବାବୁ
  5. ଅଲ୍ଲୁ ଅର୍ଜୁନ
  6. ଜୁନିଅର ଏନଟିଆର
  7. ସଲମାନ ଖାନ
  8. ହ୍ରିତିକ ରୋଶନ
  9. ରଣବୀର କପୁର
  10. ରାମ ଚରଣ

ସେହିପରି ଅଭିନେତ୍ରୀ ତାଲିକାରେ ବଲିଉଡ ଅଭିନେତ୍ରୀ ଆଲିଆ ଭଟ୍ଟ ଶୀର୍ଷରେ ଥିବା ବେଳେ ଦୀପିକା ପାଦୁକୋନ ତୃତୀୟ ସ୍ଥାନ, ଚତୁର୍ଥରେ କ୍ୟାଟ୍ରିନା କୈଫ ଏବେ ଅଷ୍ଟମ ଓ ଦଶମରେ କିଆରା ଆଡଭାନୀ ଓ କ୍ରିତି ସାନନ ରହିଛନ୍ତି । ଅନ୍ୟପଟେ ସାଉଥ ଅଭିନେତ୍ରୀ ସାମନ୍ଥା ଦ୍ୱିତୀୟ ସ୍ଥାନରେ ଥିବା ବେଳେ କାଜଲ ଅଗ୍ରୱାଲ, ନୟନତାରା, ତ୍ରିଶା କ୍ରିଷ୍ଣନ ଓ ରଶ୍ମିକା ମନ୍ଦାନା ଯଥାକ୍ରମେ ପଞ୍ଚମ, ଷଷ୍ଠ, ସପ୍ତମ ଏବଂ ନବମ ସ୍ଥାନରେ ରହିଛନ୍ତି ।

ଟପ୍ ୧୦ରେ ଥିବା ଭାରତୀୟ ଅଭିନେତ୍ରୀ

  1. ଆଲିଆ ଭଟ୍ଟ
  2. ସାମନ୍ଥା ରୁଥ ପ୍ରଭୁ
  3. ଦୀପିକା ପାଦୁକୋନ
  4. କ୍ୟାଟ୍ରିନା କୈଫ
  5. କାଜଲ ଅଗ୍ରୱାଲ
  6. ନୟନତାରା
  7. ତ୍ରିଶା କ୍ରିଷ୍ଣନ
  8. କିଆରା ଆଡଭାନୀ
  9. ରଶ୍ମିକା ମନ୍ଦାନା
  10. କ୍ରିତି ସାନନ

ଏହା ମଧ୍ୟ ପଢନ୍ତୁ:ଲୋକପ୍ରିୟ ତାରକା ଶୀର୍ଷରେ କିଙ୍ଗ ଖାନ, ଟପ୍ ୧୦ରେ ଅଛନ୍ତି ଏସବୁ ସେଲିବ୍ରିଟି

ABOUT THE AUTHOR

...view details