ଓଡିଶା

odisha

By ETV Bharat Odisha Team

Published : Apr 14, 2024, 10:23 AM IST

ETV Bharat / entertainment

ଅଭିନେତା ସୟାଜୀ ସିନ୍ଦେଙ୍କୁ ହୃଦଘାତ, କରାଗଲା ଆଞ୍ଜିଓପ୍ଲାଷ୍ଟି - Sayaji Shinde Undergoes Angioplasty

Sayaji Shinde Hospitalised: ହୃଦଘାତର ଶିକାର ହୋଇଛନ୍ତି 'ସିଙ୍ଘମ୍' ଫେମ ଅଭିନେତା ସୟାଜୀ ସିନ୍ଦେ । ଅଭିନେତା ଛାତିରେ ଯନ୍ତ୍ରଣା ଅନୁଭବ କରିବା ପରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ବର୍ତ୍ତମାନ ତାଙ୍କର ଆଞ୍ଜିଓପ୍ଲାଷ୍ଟି ହୋଇଥିବା ବେଳେ ସେ ସୁସ୍ଥ ରହିଛନ୍ତି ।

ଅଭିନେତା ସୟାଜୀ ସିନ୍ଦେଙ୍କୁ ହୃଦଘାତ, କରାଗଲା ଆଞ୍ଜିଓପ୍ଲାଷ୍ଟି
ଅଭିନେତା ସୟାଜୀ ସିନ୍ଦେଙ୍କୁ ହୃଦଘାତ, କରାଗଲା ଆଞ୍ଜିଓପ୍ଲାଷ୍ଟି

ହାଇଦ୍ରାବାଦ:ସାଉଥ ଏବଂ ବଲିଉଡ ଇଣ୍ଡଷ୍ଟ୍ରିରେ ଖଳନାୟକ ଭୂମିକାରେ ଦମଦାର ଅଭିନୟ କରିଥିବା ଅଭିନେତା ସୟାଜୀ ସିନ୍ଦେ ହୃଦଘାତର ଶିକାର ହୋଇଛନ୍ତି । ଅଭିନେତା ଗତ କିଛି ଦିନ ହେବ ଅସୁସ୍ଥ ଥିଲେ । ସୟାଜୀ ଛାତିରେ ଯନ୍ତ୍ରଣା ଅନୁଭବ କରିବା ପରେ ଏପ୍ରିଲ ୧୧ ତାରିଖରେ ତାଙ୍କୁ ମହାରାଷ୍ଟ୍ର ସାତାର ପ୍ରତିଭା ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ପରେ ଅଭିନେତାଙ୍କ ଆଞ୍ଜିଓପ୍ଲାଷ୍ଟି କରାଯାଇଥିବା ବେଳେ ଏବେ ସେ ସୁସ୍ଥ ଥିବା ଜଣାପଡିଛି । ଏନେଇ ସୟାଜୀ ବର୍ତ୍ତମାନ ସୋସିଆଲ ମିଡିଆରେ ହସ୍ପିଟାଲରୁ ଏକ ଭିଡିଓ ସେୟାର କରି ନିଜ ସ୍ୱାସ୍ଥ୍ୟବସ୍ଥା ବିଷୟରେ ସୂଚନା ଦେଇଛନ୍ତି ।

ରିପୋର୍ଟ ଅନୁସାରେ, ସୟାଜୀ ସିନ୍ଦେଙ୍କ ହାର୍ଟକୁ ରକ୍ତ ଯୋଗାଉଥିବା ଧମନୀରେ ୯୯ ପ୍ରତିଶତ ବ୍ଲକେଜ ରହିଥିଲା । ଯାହା ପରେ ଡାକ୍ତରମାନଙ୍କୁ ତାଙ୍କ ଆଞ୍ଜିଓପ୍ଲାଷ୍ଟି କରିବାକୁ ପଡିଲା । ବର୍ତ୍ତମାନ ତାଙ୍କ ଅବସ୍ଥା ସ୍ଥିର ରହିଛି । ତେବେ ବର୍ତ୍ତମାନ ସୟାଜୀ ସିନ୍ଦେ ପ୍ରଶଂସକଙ୍କୁ ତାଙ୍କ ସ୍ୱାସ୍ଥ୍ୟ ଅପଡେଟ୍ ଦେଇଛନ୍ତି । ଭିଡିଓ ସେୟାର କରି ଅଭିନେତା କହିଛନ୍ତି- 'ମୁଁ ସୁସ୍ଥ ଅଛି, ମୋତେ ଭଲ ପାଉଥିବା ଏବଂ ମୋ ସହ ଥିବା ସମସ୍ତ ପ୍ରଶଂସକମାନେ ମୋ ବିଷୟରେ ଚିନ୍ତା କରିବାର କୌଣସି ଆବଶ୍ୟକତା ନାହିଁ । ମୁଁ ଶୀଘ୍ର ସୁସ୍ଥ ହେବି ଏବଂ ତୁମକୁ ପୁଣି ମନୋରଞ୍ଜନ କରିବାକୁ ଫେରିବି ଧନ୍ୟବାଦ।'

ସେପଟେ ଏହି ଖବର ଶୁଣିବା ପରେ ସମସ୍ତ ଫ୍ୟାନ୍ସ ପ୍ରତିକ୍ରିୟା ଦେଇ ଅଭିନେତାଙ୍କ ଶୀଘ୍ର ସୁସ୍ଥତା କାମନା କରିଛନ୍ତି । ବର୍ତ୍ତମାନ ଅଭିନେତା ସୁସ୍ଥ ଥିବା ବେଳେ ଆସନ୍ତା ଦୁଇ ଦିନ ମଧ୍ୟରେ ତାଙ୍କୁ ଡାକ୍ତରଖାନାରୁ ଡିସଚାର୍ଜ କରାଯିବ ବୋଲି ଜଣାପଡିଛି । ସୟାଜୀ ସିନ୍ଦେଙ୍କ ୱାର୍କପ୍ରଣ୍ଟ କଥା କହିବାକୁ ଗଲେ, ସେ ଅନେକ ହିନ୍ଦୀ, ତେଲୁଗୁ ଏବଂ ମରାଠି ଫିଲ୍ମରେ ନିଜର ଅଭିନୟ ଯାଦୁରେ ଦର୍ଶକଙ୍କୁ ମନ ଜିତିଛନ୍ତି । ବିଶେଷ କରି ଖଳନାୟକ ଭୂମିକାରେ ସେ ବେଶ ଲୋକପ୍ରିୟତା ହାସଲ କରିଛନ୍ତି ।

ଏହା ମଧ୍ୟ ପଢନ୍ତୁ:'କ୍ଲିନିକାଲି ମୁଁ ମରିଯାଇଥିଲି', ହାର୍ଟ ଆଟାକରୁ ସୁସ୍ଥ ପରେ ଅନୁଭୂତି ବଖାଣିଲେ ଶ୍ରେୟସ

ସୟାଜୀ ସିନ୍ଦେ ସିଙ୍ଘମ, ନାନୋକାଡାଇନ୍ ଏବଂ ଆଣ୍ଟିମ୍: ଦି ଫାଇନାଲ୍ ଟ୍ରୁଥ୍ ଭଳି ଚଳଚ୍ଚିତ୍ରରେ କାମ କରିଛନ୍ତି । ଏହି ଅଭିନେତାଙ୍କୁ ଶେଷ ଥର ପାଇଁ ନେଟଫ୍ଲିକ୍ସ ୱେବ୍ ସିରିଜ୍ 'କିଲର୍ ସୁପ୍'ରେ ଦେଖିବାକୁ ମିଳିଥିଲା, ଯେଉଁଠାରେ ସେ ମନୋଜ ବାଜପେୟୀ ଏବଂ କକର୍ଣ୍ଣା ସେନ୍ ଶର୍ମାଙ୍କ ସହ ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ । ଆଗାମୀ ପ୍ରକଳ୍ପ ଗୁଡିକ ବିଷୟରେ କହିବାକୁ ଗଲେ ସୟାଜୀ 60 ହାୱାର୍ସ, ଷ୍ଟ୍ରଗଲର୍ 2023, ଭାଇରାଲ୍ ଗାର୍ଲ୍ସ, ସତ୍ୟମ୍, ଆମଦାର ନିୱାସ, ସୁସାଟ ଭଳି ଚଳଚ୍ଚିତ୍ରରେ ନଜର ଆସିବେ ।

ABOUT THE AUTHOR

...view details