ଓଡିଶା

odisha

ETV Bharat / entertainment

ଫ୍ୟାନ୍ସଙ୍କୁ 'ଆନିମଲ' ସଫଳତାର ଶ୍ରେୟ ଦେଲେ ରଶ୍ମିକା

Rashmika Mandanna On Animal Success: ରଶ୍ମିକା ମନ୍ଦାନା ଆଗାମୀ ଫିଲ୍ମ ସେଟରୁ ନିଜର ଏକ ଫଟୋ ସୋସିଆଲ ମିଡିଆରେ ସେୟାର କରିଛନ୍ତି । ଏହି ସମୟରେ ସେ 'ଆନିମଲ' ସଫଳତା ବିଷୟରେ ଆଲୋଚନା କରିଛନ୍ତି ଏବଂ ଫ୍ୟାନ୍ସଙ୍କୁ କୃତଜ୍ଞତା ଜଣାଇଛନ୍ତି । ଅଧିକ ପଢନ୍ତୁ

By ETV Bharat Odisha Team

Published : Feb 25, 2024, 5:49 PM IST

'ଆନିମଲ' ସଫଳତା ବିଷୟରେ ରଶ୍ମିକାଙ୍କ ପ୍ରତିକ୍ରିୟା, ଫ୍ୟାନ୍ସଙ୍କୁ ଦେଲେ ଶ୍ରେୟ
'ଆନିମଲ' ସଫଳତା ବିଷୟରେ ରଶ୍ମିକାଙ୍କ ପ୍ରତିକ୍ରିୟା, ଫ୍ୟାନ୍ସଙ୍କୁ ଦେଲେ ଶ୍ରେୟ

ହାଇଦ୍ରାବାଦ:ଗତ ବର୍ଷ ରଶ୍ମିକା ମନ୍ଦାନା ସନ୍ଦୀପ ରେଡ୍ଡୀ ଭଙ୍ଗାଙ୍କ ଚଳଚ୍ଚିତ୍ର 'ଆନିମଲ' ନଜର ଆସିଥିଲେ । ଏହି ଫିଲ୍ମରେ ଅଭିନେତ୍ରୀ ରଣବୀର କପୁରଙ୍କ ପତ୍ନୀ ତଥା ଗୀତାଞ୍ଜଳୀ ଚରିତ୍ରରେ ଅଭିନୟ କରିଥିଲେ । ଏହି ଫିଲ୍ମ ଦର୍ଶକଙ୍କ ମନ ଜିତିବା ସହ ବେଶ ଲୋକପ୍ରିୟତା ହାସଲ କରିଥିଲା । ତେବେ ବର୍ତ୍ତମାନ ରଶ୍ମିକା ସେ 'ଆନିମଲ' ସଫଳତା ବିଷୟରେ ଆଲୋଚନା କରିଛନ୍ତି । ସୋସିଆଲ ମିଡିଆରେ ଏକ ପୋଷ୍ଟ ସେୟାର କରି ଅଭିନେତ୍ରୀ କହିଛନ୍ତି ଯେ ସେ ଫିଲ୍ମର ସଫଳତାର ଶ୍ରେୟ କାହିଁକି ନେବାକୁ ଚାହୁଁନାହାନ୍ତି ।

ରଶ୍ମିକା ମନ୍ଦାନା ନିଜ ଇନଷ୍ଟାଗ୍ରାମରେ ତାଙ୍କ ଆଗାମୀ ଫିଲ୍ମ ସୁଟିଂ ସେଟରୁ ଏକ ଫଟୋ ସେୟାର କରିଛନ୍ତି । ଫଟୋଗୁଡ଼ିକରେ ଅଭିନେତ୍ରୀ ଏକ ଦର୍ପଣ ଆଗରେ ସେଲଫି ନେଉଥିବାର ନଜର ଆସିଛନ୍ତି । ଫଟୋ ସେୟାର କରି ରଶ୍ମିକା କହିଛନ୍ତି ଯେ ସେ ଏକ ଫିଲ୍ମର ସୁଟିଂ କରୁଛନ୍ତି । ସେ ଆହୁରି ଲେଖିଛନ୍ତି, "ମୁଁ ମୋର ସମ୍ପୂର୍ଣ୍ଣ ଚେହେରା ଦେଖାଇ ପାରିବି ନାହିଁ କାରଣ ଏହା ଏକ ନୂଆ ଚଳଚ୍ଚିତ୍ର ଲୁକ୍ କିନ୍ତୁ ଏତିକି ଜଣାଇପାରିବି ସୁଟିଂ ପ୍ରକୃତରେ ଭଲରେ ଚାଲିଛି ।

ଏହି ସମୟରେ ସେ ଆନିମଲ ସଫଳତା ବିଷୟରେ ମଧ୍ୟ କଥା ହୋଇଛନ୍ତି । ସେ କହିଛନ୍ତି, ମୁଁ ଜାଣେ ତୁମେ ମୋତେ ଭଲ ପାଅ ଏବଂ ମୋ ବିଷୟରେ ଚିନ୍ତା କର । ଆମେ ଏକ ବଡ ଚଳଚ୍ଚିତ୍ର (ଆନିମଲ) ଦେଇଛୁ ଏବଂ ଲୋକମାନେ ଏହାକୁ ପସନ୍ଦ କରିଥିଲେ ଏବଂ ପ୍ରଶଂସା କରିଥିଲେ । ମୁଁ ମଧ୍ୟ ଏହାକୁ ଉପଭୋଗ କରିବାକୁ କିଛି ସମୟ ବାହାର କରିବାକୁ ଚାହୁଁଥିଲି, ଯେପରି ସମସ୍ତେ ଚାହାଁନ୍ତି, କିନ୍ତୁ ମୋର ଚଳଚ୍ଚିତ୍ର ରିଲିଜ୍ ହେବାର ପରଦିନ ମୁଁ ସେଟକୁ ଫେରି ଆସିଥିଲି ତେଣୁ ମୁଁ ରିଲିଜକୁ ସେଲିବ୍ରେସନ କରିପାରିଲି ନାହିଁ ।"

ରଶ୍ମିକା ମନ୍ଦାନା ଫ୍ୟାନ୍ସଙ୍କୁ ଧନ୍ୟବାଦ ଜଣାଇ ଆହୁରି କହିଛନ୍ତି, "ଆପଣମାନଙ୍କ ଭଲପାଇବା ମୋତେ ଉତ୍ସାହିତ କରେ ଏବଂ ମୋତେ ସଚ୍ଚୋଟ ଭାବରେ ଆଗକୁ ବଢାଏ । ମୁଁ ମୋର ଶ୍ରେଷ୍ଠ ପ୍ରଦର୍ଶନ କରୁଛି । ମୁଁ ଏବଂ ମୋ ଟିମ ପାଇଁ ଏହା କରି ଖୁସି ଅଟେ ଏବଂ ବର୍ତ୍ତମାନ ମୁଁ ପୁଣି ଫେରୁଛି । ଆପଣ ଧୈଯ୍ୟର ସହ ଅପେକ୍ଷା କରନ୍ତୁ । ଏବେ ମୁଁ ମୋର ଆଗାମୀ ଫିଲ୍ମ ବିଷଯରେ କିଛି କହିପାରିବି ନାହିଁ । କିନ୍ତୁ ମୋର ବିଶ୍ୱାସ ଯେ ଏହି ଫିଲ୍ମ ବି ରିଲିଜ ହେଲେ ଆପଣ ଏହାକୁ ବେଶ ପସନ୍ଦ କରିବେ । ତୁମର ସମସ୍ତ ଭଲପାଇବା ପାଇଁ ପୁଣି ଥରେ ବହୁତ ବହୁତ ଧନ୍ୟବାଦ ।''

ଏହା ମଧ୍ୟ ପଢନ୍ତୁ:ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲେ ରଶ୍ମିକା ମନ୍ଦାନା, ଜରୁରୀ ଅବତରଣ କଲା ବିମାନ

କହିରଖୁଛୁ କି, 'ଆନିମଲ' ଡିସେମ୍ବର 1 ତାରିଖ 2023ରେ ଆନିମଲ ମୁକ୍ତିଲାଭ କରିଥିଲା ​। 200 କୋଟିରୁ କମ୍ ବଜେଟରେ ନିର୍ମିତ ଚଳଚ୍ଚିତ୍ର ଆନିମଲ ବିଶ୍ବସ୍ତରରେ ବକ୍ସ ଅଫିସରେ 900 କୋଟିରୁ ଅଧିକ ବ୍ୟବସାୟ କରିଥିଲା । ବର୍ତ୍ତମାନ ରଶ୍ମିକାଙ୍କୁ 'ପୁଷ୍ପା ୨' ଦେଖିବାକୁ ମିଳିବ । ଏହି ଚଳଚ୍ଚିତ୍ର ଚଳିତ ବର୍ଷ ଅଗଷ୍ଟ ୧୫ ରେ ପ୍ରେକ୍ଷାଳୟରେ ରିଲିଜ ହେବ । ଏବେ ଅଭିନେତ୍ରୀ ଏହାର ସୁଟିଂ ଜାରି ରଖିଛନ୍ତି । ଏହା ବ୍ୟତୀତ ତାଙ୍କୁ ବିକି କୌଶଲଙ୍କ ସହ ହିନ୍ଦୀ ଚଳଚ୍ଚିତ୍ର 'ଛାଭା'ରେ ଦେଖିବାକୁ ମିଳିବ ।

ABOUT THE AUTHOR

...view details