ହାଇଦ୍ରାବାଦ:ନିର୍ଦ୍ଦେଶକ ସନ୍ଦୀପ ରେଡ୍ଡୀ ଭଙ୍ଗାଙ୍କ ନିର୍ଦ୍ଦେଶିତ ଫିଲ୍ମ 'ଆନିମଲ'ର ଦମଦାର ସଫଳତା ପରେ ବର୍ତ୍ତମାନ ଅଭିନେତା ରଣବୀର କପୁର ତାଙ୍କର ଆଗାମୀ ଚଳଚ୍ଚିତ୍ର 'ରାମାୟଣ'ର ସୁଟିଂରେ ବ୍ୟସ୍ତ ଅଛନ୍ତି । ରଣବୀର ଏହି ଫିଲ୍ମରେ ପ୍ରଭୁ ଶ୍ରୀ ରାମଙ୍କ ଭୂମିକାରେ ନଜର ଆସିବେ । ତେବେ ଅଭିନେତା ରାମଙ୍କ ଚରିତ୍ରରେ ଫିଟ୍ ହେବା ପାଇଁ ନିଜ କହିବା, ଶରୀର ଉପରେ ବିଶେଷ ଧ୍ୟାନ ଦେଉଛନ୍ତି । ଏଥିପାଇଁ ସେ ନିଜ ଟ୍ରେନିଂ ମଧ୍ୟ ଆରମ୍ଭ କରିଦେଇଛନ୍ତି । ବର୍ତ୍ତମାନ ଅଭିନେତାଙ୍କ ଟ୍ରେନର ତାଙ୍କ ଟ୍ରେନିଂ ସମୟର କିଛି ଭିଡିଓ ଏବଂ ଫଟୋ ସୋସିଆଲ ମିଡିଆରେ ସେୟାର କରିଥିବା ବେଳେ ରଣବୀରଙ୍କ ବଡ଼ି ଟ୍ରାନ୍ସଫରମେସନ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି ।
ରଣବୀର କପୁରଙ୍କ ଫିଟନେସ୍ ଟ୍ରେନର ଶିବୋମ ଅଭିନେତାଙ୍କର ଅନେକ ଫଟୋ ଇନଷ୍ଟାଗ୍ରାମରେ ସେୟାର କରିଛନ୍ତି । ଏଥିରେ ରଣବୀରଙ୍କ ବଡ଼ି ଟ୍ରାନ୍ସଫରମେସନର ଝଲକ ଦେଖିବାକୁ ମିଳିଛି । ଏହି ଫଟୋଗୁଡିକ ସେୟାର କରି ସେ ଲେଖିଛନ୍ତି, ତିନି ବର୍ଷରୁ ଅଧିକ କଠିନ ପରିଶ୍ରମ ପରେ ରଣବୀରଙ୍କ ଏପରି ଲୁକ ହୋଇଛି । ଜୀବନରେ ସର୍ଟକଟ୍ ଗ୍ରହଣ କରି କୌଣସି ଜିନିଷ କେବେ ହାସଲ ହୁଏ ନାହିଁ । ସେହି ଲକ୍ଷ୍ୟରେ ପହଞ୍ଚିବା ପାଇଁ ଆପଣଙ୍କର ଇଚ୍ଛା ଶକ୍ତି, ଅନୁଶାସନ, ସ୍ଥିରତା ଥାଏ ତେବେ ନିଶ୍ଚୟ ଏହା କରିପାରିବେ । ଏହା ଏକ ସୁନ୍ଦର ଯାତ୍ରା ଥିଲା ଏବଂ ରଣବୀର କପୁରଙ୍କ ପରବର୍ତ୍ତୀ ବ୍ଲକବଷ୍ଟର ସଫଳତା ପାଇଁ ମୁଁ ଶୁଭେଚ୍ଛା ଜଣାଉଛି ।