ଓଡିଶା

odisha

'ବିକି ବିଦ୍ୟା କା ୱୋ ୱାଲା ଭିଡିଓ'ର ଟ୍ରେଲର ଆଉଟ୍, ରୋମାନ୍ସ ସହ କମେଡି ତଡକା ଲଗାଇଲେ ରାଜକୁମାର-ତ୍ରିପ୍ତୀ - Vicky Vidya Ka Woh Wala Video

By ETV Bharat Entertainment Team

Published : Sep 12, 2024, 4:09 PM IST

Vicky Vidya Ka Woh Wala Video Trailer: ଅପେକ୍ଷାର ହେଲା ଅନ୍ତ । ରାଜକୁମାର ରାଓ ଏବଂ ତ୍ରିପ୍ତୀ ଡିମ୍ରିଙ୍କ ଆଗାମୀ ଚଳଚ୍ଚିତ୍ର 'ବିକି ବିଦ୍ୟା କା ୱୋ ୱାଲା ଭିଡିଓ' ଟ୍ରେଲର ଶେଷରେ ମୁକ୍ତିଲାଭ କରିଛି । ଫିଲ୍ମଟି କମେଡି ସହ ରୋମାନ୍ସରେ ପରିପୂର୍ଣ୍ଣ ଥିବା ଟ୍ରେଲରରେ ଦେଖିବାକୁ ମିଳିଛି ।

'ବିକି ବିଦ୍ୟା କା ୱୋ ୱାଲା ଭିଡିଓ'ର ଟ୍ରେଲର ଆଉଟ୍, ରୋମାନ୍ସ ସହ କମେଡି ତଡକା ଲଗାଇଲେ ରାଜକୁମାର-ତ୍ରିପ୍ତୀ
'ବିକି ବିଦ୍ୟା କା ୱୋ ୱାଲା ଭିଡିଓ'ର ଟ୍ରେଲର ଆଉଟ୍, ରୋମାନ୍ସ ସହ କମେଡି ତଡକା ଲଗାଇଲେ ରାଜକୁମାର-ତ୍ରିପ୍ତୀ (Film poster)

ହାଇଦ୍ରାବାଦ: 'ସ୍ତ୍ରୀ 2' ପରେ ପୁଣି ପରଦାରେ ଧମାକା କରିବାକୁ ପ୍ରସ୍ତୁତ ରାଜକୁମାର ରାଓ । ଅଭିନେତା 'ବିକି ବିଦ୍ୟା କା ୱୋ ୱାଲା ଭିଡିଓ' ଫିଲ୍ମ ସହ ଫେରୁଥିବା ବେଳେ ଆଜି ଫିଲ୍ମର ଟ୍ରେଲର ରିଲିଜ ହୋଇଛି । ଏଥିରେ ତାଙ୍କ ସହ ଅଭିନେତ୍ରୀ ତ୍ରିପ୍ତୀ ଡିମ୍ରି ନଜର ଆସିଛନ୍ତି । ତେବେ ଟ୍ରେଲରରେ ଫିଲ୍ମଟି କମେଡି ସହ ରୋମାନ୍ସରେ ପରିପୂର୍ଣ୍ଣ ଥିବା ଦେଖିବାକୁ ମିଳିଛି । ଯାହାକୁ ଦେଖି ଫ୍ୟାନ୍ସ ଉତ୍ସାହର ସହ ଫିଲ୍ମ ରିଲିଜକୁ ଅପେକ୍ଷା କରିଛନ୍ତି ।

ଟ୍ରେଲରଟି କମେଡିରେ ପରିପୂର୍ଣ୍ଣ

ଟ୍ରେଲର ଅନୁଯାୟୀ, କାହାଣୀଟି ଏକ ସିଡି ପାଇଁ କିପରି ସଂଘର୍ଷ ହେଉଛି । ତାହା ଦେଖିବାକୁ ମିଳିଛି । ଏହି ସିଡିରେ ଏକ ବିବାହିତ ଦମ୍ପତିଙ୍କର ଇଣ୍ଟିମେଟ ସିନ ଭିଡିଓ ରହିଛି । କିନ୍ତୁ ପରଦିନ ଏହି ପ୍ଲେୟାରଟି ସିଡି ସହିତ କୌଣସି ସ୍ଥାନରେ ଚୋରି ହୋଇଯାଏ, ଯାହା ପରେ ସହରରେ ଉତ୍ତେଜନା ଦେଖାଦେଇଥାଏ । ଟ୍ରେଲର ଆରମ୍ଭରେ, ବିକି ଏବଂ ବିଦ୍ୟା ନିଜେ ଏକ ଇଣ୍ଟିମେଟ ସିନ ଭିଡିଓ ପ୍ରସ୍ତୁତ କରନ୍ତି ଏବଂ ଏହାକୁ ରେକର୍ଡ କରନ୍ତି । କିନ୍ତୁ ଏହାର ସିଡି ପ୍ଲେୟାର କିଏ ଚୋରି କରିକରିଦିଏ । ଏହାକୁ ପାଇବା ପାଇଁ ସଂଗ୍ରାମରେ ନିର୍ମାତାମାନେ କମେଡିର ଏକ ଚମତ୍କାର ସ୍ପର୍ଶ ଯୋଡିଛନ୍ତି ଯେଉଁଥିରେ ବିଜୟ ରାଜ୍ ମଲ୍ଲିକା ଶେରାୱତଙ୍କ ପ୍ରେମରେ ପଡିଥିବା ପୋଲିସ୍ ଅଧିକାରୀ ଭୂମିକାରେ ଅଭିନୟ କରିଛନ୍ତି । ତେବେ ଦର୍ଶକ ଏହି ଟିଜରକୁ ବହୁତ ପସନ୍ଦ କରିଛନ୍ତି । ଫିଲ୍ମ ପାଇଁ ଅପେକ୍ଷା କରିଛନ୍ତି ।

ଏହା ମଧ୍ୟ ପଢନ୍ତୁ:କମାଲ କରୁଛି 'ସ୍ତ୍ରୀ 2', 18 ଦିନରେ 500 କୋଟି କ୍ଲବରେ ମାରିଲା ଏଣ୍ଟ୍ରି

ଏହି ଦିନ ଫିଲ୍ମ ରିଲିଜ ହେବ

ଏହି ଚଳଚ୍ଚିତ୍ରଟି ଟି-ସିରିଜ୍, ବାଲାଜୀ ଟେଲିଫିଲ୍ମ, ଭାକୋ ଫିଲ୍ମ ଏବଂ ଥିଙ୍କିଂ ପିକ୍ଚର୍ସର ମିଳିତ ଉଦ୍ୟମରେ ନିର୍ମିତ । ଏହି ଫିଲ୍ମରେ ପ୍ରଥମ ଥର ପାଇଁ ରାଜକୁମାର ରାଓ ଏବଂ ତ୍ରିପ୍ତୀ ଏକାଠି ନଜର ଆସିବେ । ଏହି ଚଳଚ୍ଚିତ୍ରଟି ଦଶହରା ଅବସରରେ ଅକ୍ଟୋବର 11, 2024 ରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବ । ସୂଚନା ଥାଉ କି, ଏହି ଦିନ ଆଲିଆ ଭଟ୍ଟ ଏବଂ ବେଦଙ୍ଗ ରାଇନା ଷ୍ଟାରର 'ଜିଗ୍ରା' ରିିଜ ହେଉଛି । ତେବେ ବକ୍ସ ଅଫିସରେ ଏହି ଦୁଇ ଫିଲ୍ମ ମଧ୍ୟରେ କଡା ଟକ୍କର ଦେଖିବାକୁ ମିଳିବ ।

ଏହା ମଧ୍ୟ ପଢନ୍ତୁ: ବକ୍ସ ଅଫିସ ପରେ ଓଟିଟିରେ ଧମାକା କରିବ 'ବ୍ୟାଡ୍ ନ୍ୟୁଜ୍', ଏହି ପ୍ଲାଟଫର୍ମରେ ହେଲା ରିଲିଜ

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details