ଓଡିଶା

odisha

ETV Bharat / entertainment

ରାଜ କପୁରଙ୍କ ଜନ୍ମ ବାର୍ଷିକୀରେ ସାମିଲ ହେବେ ମୋଦି, ନିମନ୍ତ୍ରଣ ପାଇଁ ଦିଲ୍ଲୀ ପହଞ୍ଚିଲେ କପୁର ପରିବାର - RAJ KAPOOR 100TH BIRTH ANNIVERSARY

ଭେଟେରାନ ଅଭିନେତା ରାଜ କପୁରଙ୍କ 100 ତମ ଜନ୍ମ ବାର୍ଷିକୀ ଉତ୍ସବରେ ସାମିଲ ହେବେ ପ୍ରଧାନମନ୍ତ୍ରୀ ମୋଦି । ନିମନ୍ତ୍ରଣ ପାଇଁ ଦିଲ୍ଲୀ ପହଞ୍ଚିଲେ କପୁର ପରିବାର ।

RAJ KAPOOR 100TH BIRTH ANNIVERSARY
RAJ KAPOOR 100TH BIRTH ANNIVERSARY (ANI)

By ETV Bharat Entertainment Team

Published : Dec 10, 2024, 1:46 PM IST

ହାଇଦ୍ରାବାଦ:ଭାରତୀୟ ସିନେମାର ଭେଟେରାନ ଅଭିନେତା ତଥା ନିର୍ଦ୍ଦେଶକ ରାଜ କପୁରଙ୍କ 100 ତମ ଜନ୍ମ ବାର୍ଷିକୀ 14 ଡିସେମ୍ବରରେ ଧୁମଧାନରେ ପାଳନ କରାଯିବ । ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯୋଗ ଦେବେ । ୟାହାକୁ ନେଇ ପୁରା କପୁର ପରିବାର ମୋଦିଙ୍କୁ ନିମନ୍ତ୍ରଣ କରିବାକୁ ବର୍ତ୍ତମାନ ନୂଆଦିଲ୍ଲୀ ଅଭିମୁଖେ ଯାତ୍ରା କରିଛନ୍ତି । ଆଲିଆ ଭଟ୍ଟ-ରଣବୀର କପୁର, କରୀନା କପୁର-ସୈଫ ଅଲ୍ଲୀ ଖାନ, ନୀତୁ କପୁର-କରିସ୍ମା କପୁର ଦିଲ୍ଲୀ ଯାଉଥିବାର ନଜର ଆସିଥିଲେ । ଯାହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି ।

ରାଜ କପୁରଙ୍କ ଜନ୍ମ ବାର୍ଷିକୀରେ ସାମିଲ ହେବେ ମୋଦି

କପୁର ପରିବାର କିମ୍ବଦନ୍ତୀ ରାଜ କପୁରଙ୍କ ଜନ୍ମ ବାର୍ଷିକୀକୁ ଧୁମଧାମର ସହ ପାଳନ କରିବାକୁ ଯାଉଛନ୍ତି, ଏହି ଉତ୍ସବରେ ପିଏମ ମୋଦିଙ୍କୁ ମଧ୍ୟ ନିମନ୍ତ୍ରଣ କରାଯାଇଥିବା ଜଣାପଡିଛି । 13-15 ଡିସେମ୍ବରରେ ଆୟୋଜିତ ହେବାକୁ ଥିବା ଏହି ଉତ୍ସବରେ ବହୁ ସେଲିବ୍ରିଟି ଯୋଗଦେବେ ବୋଲି ଆଶା କରାଯାଉଛି । କିଛି ଦିନ ପୂର୍ବରୁ ଏକ ପୋଷ୍ଟ ସେୟାର କରି କରୀନା କପୁର କ୍ୟାପସନ ଲେଖିଥିଲେ, 'ତାଙ୍କର ଉତ୍ତରାଧିକାରୀ ବଞ୍ଚିଛନ୍ତି, ମୁଁ ମୋର ଜେଜେବାପା, ଭାରତର କିମ୍ବଦନ୍ତୀ ରାଜ କପୁରଙ୍କ 100 ତମ ଜନ୍ମ ବାର୍ଷିକୀ ପାଳନ କରି ମୁଁ ଅତ୍ୟନ୍ତ ଗର୍ବିତ। 13-15 ଡିସେମ୍ବର, 2024 ରୁ 40 ଟି ସହର ଏବଂ 135 ପ୍ରେକ୍ଷାଳୟରେ ତାଙ୍କର ମହାନ ଚଳଚ୍ଚିତ୍ର ସ୍କ୍ରିନିଂର ଏକ ନଷ୍ଟାଲଜିକ୍ ଯାତ୍ରାରେ ଆମ ସହିତ ଯୋଗ ଦିଅନ୍ତୁ ।

ମୋଦିଙ୍କୁ ନିମନ୍ତ୍ରଣ ପାଇଁ ଦିଲ୍ଲୀ ପହଞ୍ଚିଲେ କପୁର ପରିବାର

ବର୍ତ୍ତମାନ ପ୍ରଧାନମନ୍ତ୍ରୀଙ୍କୁ ନିମନ୍ତ୍ରଣ କରିବା ପାଇଁ କପୁର ପରିବାର ଦିଲ୍ଲୀ ପହଞ୍ଚିଛନ୍ତି । ମୁମ୍ୱାଇ ଏୟାରପୋର୍ଟରେ ଆଲିଆ ଭଟ୍ଟ-ରଣବୀର କପୁର, କରୀନା କପୁର-ସୈଫ ଅଲ୍ଲୀ ଖାନ, ନୀତୁ କପୁର-କରିସ୍ମା କପୁର ନଜର ଆସିଥିଲେ । ଏହି ସମୟରେ ଆଲିଆ ଲାଲ ଶାଢୀରେ ନଜର ଆସିଥିବା ବେଳେ ରଣବୀର ବ୍ଲାକ ସୁଟରେ ସୁନ୍ଦର ଦେଖାଯାଉଛନ୍ତି । ସେହିପରି ନୀତୁ ଏବଂ କରିସ୍ମା ହ୍ୱାଇଟ ପାରମ୍ପାରିକ ପୋଷାକ ପିନ୍ଧିଛନ୍ତି । ସୈଫ ମଧ୍ଯ ହ୍ୱାଇଟ ସୁଟରେ ନଜର ଆସିଥିବା ବେଳେ କରୀନା ଏକ ଲାଲ ସୁଟରେ ବହୁତ ସୁନ୍ଦର ଦେଖାଯାଉଛନ୍ତି ।

ଭାରତୀୟ ସିନେମାର ପ୍ରଥମ 'ଶୋ ମ୍ୟାନ୍'

ରାଜ କପୁର ଭାରତୀୟ ସିନେମାର ପ୍ରଥମ ଶୋ ମ୍ୟାନ୍ ଥିଲେ, ଯିଏ 'ମେରା ନାମ ଜୋକର', 'ହିନା', 'ସପ୍ନୋ କା ସୌଦାଗର', 'ସଙ୍ଗମ', 'ବବି' ଭଳି ଉତ୍କୃଷ୍ଟ ଚଳଚ୍ଚିତ୍ର ସହିତ ଲୋକଙ୍କ ହୃଦୟ ଜିତିଥିଲେ । ତାଙ୍କୁ ଭାରତୀୟ ସିନେମାର ଚାର୍ଲି ଚାପଲିନ୍ ମଧ୍ୟ କୁହାଯାଏ କାରଣ ସେ ଚାର୍ଲି ଚାପଲିନଙ୍କ ଦ୍ୱାରା ଅନୁପ୍ରାଣିତ ହୋଇଥିଲେ ଏବଂ ଅନେକ ଚଳଚ୍ଚିତ୍ରରେ ତାଙ୍କ ଭଳି ଭୂମିକା ଗ୍ରହଣ କରିଥିଲେ ।'ଆୱାରା'ରେ ତାଙ୍କର ପ୍ରଦର୍ଶନ ବିଶ୍ୱ ସିନେମାର ସର୍ବକାଳୀନ ଶ୍ରେଷ୍ଠ ଦଶ ଶ୍ରେଷ୍ଠ ପ୍ରଦର୍ଶନ ମଧ୍ୟରେ ସ୍ଥାନିତ ହୋଇଥିଲା । 1971 ମସିହାରେ ଭାରତ ସରକାର ତାଙ୍କୁ ପଦ୍ମ ଭୂଷଣରେ ସମ୍ମାନିତ କରିଥିଲେ। ତାଙ୍କୁ 1988 ମସିହାରେ ସିନେମାରେ ଭାରତର ସର୍ବୋଚ୍ଚ ସମ୍ମାନ ଦାଦାସାହେବ ଫାଲକେ ପୁରସ୍କାର ମଧ୍ୟ ପ୍ରଦାନ କରାଯାଇଥିଲା।

ସାରା ଦେଶରେ ରାଜ କପୁରଙ୍କ ଚଳଚ୍ଚିତ୍ରର ସ୍ୱତନ୍ତ୍ର ସ୍କ୍ରିନିଂ

ଅଭିନେତା-ଚଳଚ୍ଚିତ୍ର ନିର୍ମାତା ରାଜ କପୁରଙ୍କ 100 ତମ ଜନ୍ମ ବାର୍ଷିକୀରେ ଆର କେ ଫିଲ୍ମ, ଫିଲ୍ମ ହେରିଟେଜ୍ ଫାଉଣ୍ଡେସନ୍ ଏବଂ NFDC- ନ୍ୟାସନାଲ୍ ଫିଲ୍ମ ଆର୍କାଇଭ୍ ଅଫ୍ ଇଣ୍ଡିଆ ଭାରତୀୟ ସିନେମାର 'ଦି ଗ୍ରେଟ୍ ଶୋମ୍ୟାନ୍'ର 10 ଟି ଚଳଚ୍ଚିତ୍ରର ଏକ ସ୍ୱତନ୍ତ୍ର ସ୍କ୍ରିନିଂ ଆୟୋଜନ କରିଛି । ଯାହାର ଟାଇଟଲ୍ ହେଉଛି 'ରାଜ କପୁର 100 - କିମ୍ବଦନ୍ତୀ ଶୋ ମ୍ୟାନଙ୍କ ଶତବାର୍ଷିକୀ ପାଳନ' । ଏହା ଡିସେମ୍ବର 13 ରୁ ଡିସେମ୍ବର 15, 2024 ମଧ୍ୟରେ, PVR-Inox ଏବଂ ସିନେପୋଲିସ୍ ପ୍ରେକ୍ଷାଳୟରେ 40 ଟି ସହର ଏବଂ ଭାରତର 135 ଟି ସ୍ଥାନରେ ହେବ । ଏହି ପ୍ରେକ୍ଷାଳୟରେ ଚଳଚ୍ଚିତ୍ର ଟିକେଟର ମୂଲ୍ୟ ମାତ୍ର 100 ଟଙ୍କା ହେବ ।

ଏହା ମଧ୍ୟ ପଢନ୍ତୁ:ବାପାଙ୍କ ଷ୍ଟୁଡିଓରେ ସୁଇପର ଭାବେ କାମ କରୁଥିଲେ ରାଜ କପୁର, ଭାଗ୍ୟ ଚମକାଇଲା ନୀଲକମଲ

ରାଜ କପୁର 1971 ରେ ପଦ୍ମ ଭୂଷଣ, 1988 ରେ ଦାଦାସାହେବ ଫାଲକେ ପୁରସ୍କାର ଏବଂ ଅନେକ ଫିଲ୍ମଫେୟାର ପୁରସ୍କାର ଜିତିଥିଲେ। ତାଙ୍କର ଚଳଚ୍ଚିତ୍ର 'ଆୱାରା' ଏବଂ 'ବୁଟ୍ ପୋଲିସ୍' କାନ୍ସ ଫିଲ୍ମ ଫେଷ୍ଟିଭାଲରେ ପ୍ରତିଯୋଗୀ ହୋଇଥିଲେ ଏବଂ 'ଜଗତେ ରାହୋ' କାର୍ଲୋଭି ଭାରି ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବରେ କ୍ରିଷ୍ଟାଲ୍ ଗ୍ଲୋବ୍ ଜିତିଥିଲେ । ରାଜ କପୁର 14 ଡିସେମ୍ବର 1924 ରେ ଜନ୍ମଗ୍ରହଣ କରିଥିଲେ । ସେ 2 ଜୁନ୍ 1988 ରେ 63 ବର୍ଷ ବୟସରେ ଦେହାନ୍ତ କରିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details