ହାଇଦ୍ରାବାଦ:ଡିସେମ୍ବର 4 ତାରିଖ ରାତିରେ ସନ୍ଧ୍ୟା ଥିଏଟରରେ ଦଳାଚକଟା ଘଟଣାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଥିବା ବେଳେ ତାଙ୍କ ପୁଅ ଗୁରୁତର ଆହତ ହୋଇଥିଲେ। ପୁଅର ଚିକିତ୍ସା ଜାରି ରହିଥିବା ବେଳେ ପୀଡି଼ତଙ୍କ ପରିବାରକୁ ସହାୟତାର ହାତ ବଢାଇଛନ୍ତି 'ପୁଷ୍ପା ୨' ଟିମ୍ । ପୀଡି଼ତଙ୍କ ପରିବାରକୁ 2 କୋଟି ଟଙ୍କା ଦାନ କରିବାକୁ ଘୋଷଣା କରିଛନ୍ତି। ବୁଧବାର ଚିକିତ୍ସାଧୀନ ପୁଅକୁ ଭେଟିବା ପରେ ଅଲ୍ଲୁ ଅର୍ଜୁନଙ୍କ ପିତା ତଥା ଜଣାଶୁଣା ନିର୍ମାତା ଅଲ୍ଲୁ ଅରବିନ୍ଦ ଏହି ଘୋଷଣା କରିଛନ୍ତି। 2 କୋଟି ଟଙ୍କାର ଚେକ୍ ସେ ତେଲେଙ୍ଗାନା ରାଜ୍ୟ ଚଳଚ୍ଚିତ୍ର ବିକାଶ ନିଗମର ଅଧ୍ୟକ୍ଷ ଦିଲ ରାଜୁଙ୍କୁ ଦିଆଯାଇଥିବା କହିଛନ୍ତି ।
2 କୋଟି ଟଙ୍କା ସହାୟତା ଘୋଷଣା
ଚିକିତ୍ସାଧୀନ ପୁଅକୁ ଭେଟିବା ପରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ଅଲ୍ଲୁ ଅରବିନ୍ଦ କହିଛନ୍ତି ଯେ ପୀଡ଼ିତ ପୁଅ ଏବଂ ତାଙ୍କ ପରିବାରକୁ ସାହାଯ୍ୟ କରିବା ପାଇଁ ଫିଲ୍ମ ୟୁନିଟ୍ 2 କୋଟି ଟଙ୍କା ଆର୍ଥିକ ସହାୟତା ଦେବାକୁ ନିଷ୍ପତ୍ତି ନେଇଛି। ଏହି ସହାୟତାରେ ଅଲ୍ଲୁ ଅର୍ଜୁନ 1 କୋଟି ଟଙ୍କା ଦାନ କରିଥିବାବେଳେ ଫିଲ୍ମର ନିର୍ମାତା ମୈଥ୍ରୀ ମୁଭିସ୍ 50 ଲକ୍ଷ ଏବଂ ଫିଲ୍ମର ନିର୍ଦ୍ଦେଶକ ସୁକୁମାର ମଧ୍ୟ ପରିବାରକୁ 50 ଲକ୍ଷ ଟଙ୍କା ସହାୟତା ପ୍ରଦାନ ଦେଇଛନ୍ତି। ଏଥିସହ ଅଲ୍ଲୁ ଅରବିନ୍ଦ ଡାକ୍ତରଙ୍କ ସହ କଥା ହୋଇଥିଲେ ଏବଂ ପୀଡିତ ପୁଅ ସୁସ୍ଥ ହୋଇଥିବାର ଜାଣି ଖୁସିବ୍ୟକ୍ତ କରିଛନ୍ତି । କହିରଖୁଛୁ କି, ଘଟଣାର ଦୁଇ ଦିନ ପରେ ଅଭିନେତା ଅଲ୍ଲୁ ଅର୍ଜୁନ ପରିବାର ପାଇଁ 25 ଲକ୍ଷ ଟଙ୍କା ଘୋଷଣା କରିଥିଲେ। ସେ ପୁଅର ଚିକିତ୍ସା ଖର୍ଚ୍ଚ ସହିତ ପରିବାରକୁ ସମସ୍ତ ପ୍ରକାରର ସାହାଯ୍ୟ ମଧ୍ୟ ନିଶ୍ଚିତ କରିଥିଲେ ।
ଗୁଜବ ପ୍ରଚାର କରୁଥିବା ଲୋକଙ୍କୁ ପୋଲିସର ଚେତାବନୀ