ଓଡିଶା

odisha

ETV Bharat / entertainment

'ପୁଷ୍ପା 2' ସ୍କ୍ରିନିଂରେ ମହିଳା ମୃତ୍ୟୁ ଘଟଣା, ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ଅଲ୍ଲୁ ଅର୍ଜୁନ - WOMAN DEATH IN PUSHPA 2 SCREENING

'ପୁଷ୍ପା ୨'ର ସ୍କ୍ରିନିଂ ସମୟରେ ଜଣେ ମହିଳାଙ୍କ ମୃତ୍ୟୁ ଘଟଣାରେ ସାଉଥ ସୁପରଷ୍ଟାର ଅଲ୍ଲୁ ଅର୍ଜୁନ ତେଲେଙ୍ଗାନା ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି । ଜାଣନ୍ତୁ କାହିଁକି ?

pushpa 2 screening incident
pushpa 2 screening incident (IANS)

By ETV Bharat Entertainment Team

Published : Dec 12, 2024, 9:39 AM IST

ହାଇଦ୍ରାବାଦ: 'ପୁଷ୍ପା ୨' ସ୍କ୍ରିନିଂ ସମୟରେ ଜଣେ ମହିଳାଙ୍କ ମୃତ୍ୟୁ ଘଟଣା । ସାଉଥ ସୁପରଷ୍ଟାର ଅଲ୍ଲୁ ଅର୍ଜୁନ ବୁଧବାର ତେଲେଙ୍ଗାନା ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି । ହାଇଦ୍ରାବାଦର ଏକ ଥିଏଟରରେ ସ୍କ୍ରିନିଂ ସମୟରେ ଜଣେ ମହିଳାଙ୍କ ମୃତ୍ୟୁ ନେଇ ଅଭିନେତାଙ୍କ ବିରୋଧରେ ମାମଲା ରୁଜୁ କରାଯାଇଥିଲା । ଯାହା ପରେ ବର୍ତ୍ତମାନ ଅଲ୍ଲୁ ଅର୍ଜୁନ ତାଙ୍କ ନାଁରେ ରୁଜୁ ହୋଇଥିବା ମାମଲା ବାତିଲ କରିବାକୁ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି ।

ବୁଧବାର ତେଲେଙ୍ଗାନା ହାଇକୋର୍ଟରେ ଅଲ୍ଲୁ ଅର୍ଜୁନ ଏଫ୍ଆଇଆର୍ ବାତିଲ୍ କରିବାକୁ ଏକ ଆବେଦନ କରିଛନ୍ତି । ଅଲ୍ଲୁ ଅର୍ଜୁନଙ୍କ ଦ୍ୱାରା ଦାଖଲ କରାଯାଇଥିବା ଆବେଦନ ଅନୁଯାୟୀ, ତାଙ୍କର ଏହି ଘଟଣାରେ କୌଣସି ଦୋଷ ନାହିଁ, ଘଟଣା ସମୟରେ ସେ ଦୁର୍ଭାଗ୍ୟବଶତଃ ସେଠାରେ ଉପସ୍ଥିତ ଥିଲେ । ଏଥିସହ ସେ ମାମଲା ରଦ୍ଦ ପର୍ଯ୍ୟନ୍ତ ଗିରଫଦାରୀ ସମେତ ସମସ୍ତ କାର୍ଯ୍ୟାନୁଷ୍ଠାନ ସ୍ଥଗିତ ରଖିବାକୁ ହାଇକୋର୍ଟଙ୍କୁ ସେ ନିବେଦନ କରିଛନ୍ତି। ଆସନ୍ତା ଦିନରେ ହାଇକୋର୍ଟରେ ଏହି ମାମଲାର ଶୁଣାଣି ହେବ ବୋଲି ଆଶା କରାଯାଉଛି ।

ପୁରା ମାମଲା କ'ଣ ?

ଡିସେମ୍ବର 4 ତାରିଖ ରାତିରେ ଅଲ୍ଲୁ ଅର୍ଜୁନ ତାଙ୍କର ଚଳଚ୍ଚିତ୍ର 'ପୁଷ୍ପା ୨: ଦ ରୁଲ'ର ପ୍ରିମିୟର ସୋ ଦେଖିବା ପାଇଁ ହାଇଦ୍ରାବାଦର ସନ୍ଧ୍ୟା ଥିଏଟରରେ ପହଞ୍ଚିଥିଲେ। ଏହି ସମୟରେ ସୋ ପାଇଁ ସେ ବ୍ୟକ୍ତିଗତ ସୁରକ୍ଷା ସହିତ ଥିଏଟରରେ ପହଞ୍ଚିଥିଲେ। 'ପୁଷ୍ପରାଜ'ଙ୍କ ଝଲକ ପାଇବା ପାଇଁ ସନ୍ଧ୍ୟା ଥିଏଟରରେ ବହୁ ସଂଖ୍ୟାରେ ଜନସମାଗମ ହୋଇଥିଲା। ଜନତାଙ୍କୁ ନିୟନ୍ତ୍ରଣ କରିବା ପାଇଁ ସ୍ଥାନୀୟ ପୋଲିସ ଲାଠି ଚାର୍ଜ କରିଥିଲେ, ଯାହା ପରେ ଘଟଣାସ୍ଥଳରେ ଠେଲାପେଲା ଭଳି ପରିସ୍ଥିତି ସୃଷ୍ଟି ହୋଇଥିଲା । ଏହି ସମୟରେ ଜଣେ 35 ବର୍ଷ ବୟସ୍କା ମହିଳାଙ୍କ ମୃତ୍ୟୁ ଘଟିଛି ଏବଂ ତାଙ୍କର ଆଠ ବର୍ଷର ପୁଅ ଆହତ ହୋଇ ଚିକିତ୍ସିତ ହେଉଛନ୍ତି ।

ଏହା ମଧ୍ୟ ପଢନ୍ତୁ:'ପୁଷ୍ପା 2' ସ୍କ୍ରିନିଂରେ ଫ୍ୟାନ୍ ମୃତ୍ୟୁ ଘଟଣା; ମୃତକ ପରିବାରକୁ 25 ଲକ୍ଷ ଦେବେ ଅଲ୍ଲୁ ଅର୍ଜୁନ

ଡିସେମ୍ବର 5ରେ ନଗର ପୋଲିସ ମୃତ ମହିଳାଙ୍କ ପରିବାର ପୋଲିସ ଷ୍ଟେସନରେ ଅଭିଯୋଗ କରିଥିଲେ । ଅଭିଯୋଗକୁ ଭିତ୍ତି କରି ଚିକ୍କାଡପଲି ପୋଲିସ ଷ୍ଟେସନ ପୁଷ୍ପା ତାରକା ଅଲ୍ଲୁ ଅର୍ଜୁନ, ତାଙ୍କ ସୁରକ୍ଷା ଟିମ ତଥା ଥିଏଟର ମ୍ୟାନେଜରଙ୍କ ବିରୋଧରେ ମାମଲା ରୁଜୁ କରିଥିଲା । ତଦନ୍ତ ପରେ ପୋଲିସ ତିନି ଜଣଙ୍କୁ ଗିରଫ କରିଛି । ସନ୍ଧ୍ୟା ଥିଏଟର ମାଲିକଙ୍କ ସମେତ ତିନି ଜଣଙ୍କୁ ଗିରଫ କରାଯାଇଥିବା ପୋଲିସ କହିଛି। ରବିବାର ଦିନ ପୋଲିସ କହିଥିଲା ଯେ ଗିରଫ ଅଭିଯୁକ୍ତଙ୍କ ନାମ ସନ୍ଧ୍ୟା ଥିଏଟରର ମାଲିକ ଏମ ସନ୍ଦୀପ (37), ସିନିୟର ମ୍ୟାନେଜର ଏମ ନାଗାରାଜୁ (51) ଏବଂ ଲୋଏର ବାଲକୋନି ଦାୟିତ୍ୱରେ ଥିବା ବିଜୟ ଚନ୍ଦ୍ର (53)।

ଏହା ମଧ୍ୟ ପଢନ୍ତୁ:'ପୁଷ୍ପା 2' ସ୍କ୍ରିନିଂରେ ମହିଳା ମୃତ୍ୟୁ ଘଟଣା; ଥିଏଟର ମାଲିକ ସମେତ 3 ଗିରଫ

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details