ହାଇଦ୍ରାବାଦ: 'ପୁଷ୍ପା ୨' ବକ୍ସ ଅଫିସ୍ ରେକର୍ଡରେ ଇତିହାସ ରଚୁଛି । ଭାରତୀୟ ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରିରେ ସବୁଠାରୁ ବଡ ଓପନିଂ କରିଥିବା ଫିଲ୍ମ ଦିନକୁ ଦିନ ଦର୍ଶକଙ୍କ ଠାରୁ ଭଲ ପ୍ରତିକ୍ରିୟା ପାଉଛି । ଫିଲ୍ମ ବମ୍ପର କଲେକ୍ସନ ସହ ଆଗକୁ ବଢିଚାଲିଛି । ଏହାରି ମଧ୍ୟରେ ଗତକାଲି ଫିଲ୍ମର ମୁଖ୍ୟ ଅଭିନେତା ଅଲ୍ଲୁ ଅର୍ଜୁନଙ୍କୁ ଗିରଫ କରାଯାଇଥିଲା । ହେଲେ ଏହା ପରେ ବି 'ପୁଷ୍ପା 2' ପଡିଲାନି ଅଭିନେତାଙ୍କ ଗିରଫର ପ୍ରଭାବ । ଫିଲ୍ମ 9ମ ଦିନରେ ଅର୍ଥାତ୍ ଗତକାଲି ଜବରଦସ୍ତ କଲେକ୍ସନ କରି ଆଉ ଏକ ନୂଆ ରେକର୍ଡ ନିଜ ନାଁରେ କରିଛି । ଫିଲ୍ମରେ 1100 କୋଟି କ୍ଲବରେ ସାମିଲ ହେବା ସହ ହିନ୍ଦୀରେ ସର୍ବାଧିକ ଆୟ କରିଥିବା ଫିଲ୍ମ ବନିପାରିଛି ।
'ପୁଷ୍ପା 2' ବିଶ୍ୱବ୍ୟାପୀ ବକ୍ସ ଅଫିସ୍ କଲେକ୍ସନ
ଫିଲ୍ମ ଇଣ୍ଡଷ୍ଟ୍ରି ଟ୍ରାକର ମନୋବାଲା ବିଜୟବାଲାନ ସୁକୁମାରଙ୍କ ନିର୍ଦ୍ଦେଶିତ ଚଳଚ୍ଚିତ୍ର 'ପୁଷ୍ପା ୨'ର ବିଶ୍ୱ ବ୍ୟାପୀ କଲେକ୍ସନ ସେୟାର କରିଛନ୍ତି । ମନୋବାଲାଙ୍କ ଅନୁଯାୟୀ, 'ପୁଷ୍ପା 2' ବିଶ୍ୱ ବକ୍ସ ଅଫିସରେ 1100 କୋଟି ଟଙ୍କା ପାର୍ କରିଛି । ଅଲ୍ଲୁ ଅର୍ଜୁନଙ୍କ ଫିଲ୍ମ 9 ଦିନ ମଧ୍ୟରେ ବିଶ୍ୱର ବକ୍ସ ଅଫିସରେ ମୋଟ 1135.85 କୋଟି ଟଙ୍କା କେଲକ୍ସନ କରି ନୂଆ ସଫଳତା ହାସଲ କରିଛି । ତେବେ 'ପୁଷ୍ପା 2' ଏବେ ପ୍ରଭାସଙ୍କ 'କଲ୍କି 2898AD' (1,042.25 କୋଟି) ଆଜୀବନ ବ୍ୟବସାୟ ପଛରେ ପକାଇଛି । ଆଗାମୀ ଦିନରେ ଏହି ଫିଲ୍ମ 'ବାହୁବଲୀ 2'(1788.06 କୋଟି),'କେଜିଏଫ୍: ଚାର୍ପ୍ଟର 2'(1215 କୋଟି), 'RRR' (1230 କୋଟି ଟଙ୍କା), 'ଜବାନ' (1160 କୋଟି ଟଙ୍କା), ଏବଂ ଦଙ୍ଗଲ (2070.3 କୋଟି) କୁ ପଛରେ ପକାଇବାକୁ ପ୍ରସ୍ତୁତ ଅଛି ।
କେଉଁ ଫିଲ୍ମ କେତେ ବିଶ୍ୱବ୍ୟାପୀ କଲେକ୍ସନ କରିଛି ?
- ପୁଷ୍ପା 2- 1135.85 କୋଟି
- କଲ୍କି 2898AD- 1,042.25 କୋଟି
- ଜବାନ- 1160 କୋଟି
- କେଜିଏଫ୍: ଚାର୍ପ୍ଟର 2- 1215 କୋଟି
- RRR- 1230 କୋଟି
- ବାହୁବଲୀ 2- 1788.06 କୋଟି
- ଦଙ୍ଗଲ- 2070.3 କୋଟି
'ପୁଷ୍ପା ୨' ବକ୍ସ ଅଫିସ୍ କଲେକ୍ସନ
ସାକନିକଙ୍କ ରିପୋର୍ଟ ଅନୁଯାୟୀ, 'ପୁଷ୍ପା 2' 9ମ ଦିନରେ ଭାରତୀୟ ବକ୍ସ ଅଫିସରେ ସମସ୍ତ ଭାଷାରେ ମୋଟ 36.3 କୋଟି ଟଙ୍କା କଲେକ୍ସନ କରିଛି । ହିନ୍ଦୀ ଭାଷାଭାଷୀ ବେଲ୍ଟରେ ଏହି ଚଳଚ୍ଚିତ୍ର ଅନ୍ୟ ଭାଷାର ବକ୍ସ ଅଫିସ୍ ଆୟକୁ ଅତିକ୍ରମ କରି 27 କୋଟିଟଙ୍କା କଲେକ୍ସନ କରିଛି । 'ପୁଷ୍ପା 2'ର ଭାରତର ମୋଟ ବ୍ୟବସାୟ 762.1 କୋଟିରେ ପହଞ୍ଚିଛି ।
- ପ୍ରିଭ୍ୟୁ ଶୋ'- 10.65 କୋଟି
- ପ୍ରଥମ ଦିନ - 164.25 କୋଟି
- ଦ୍ୱିତୀୟ ଦିନ- 93.8 କୋଟି
- ତୃତୀୟ ଦିନ- 119.25 କୋଟି
- ଚତୁର୍ଥ ଦିନ- 141.5 କୋଟି
- ପଞ୍ଚମ ଦିନ- 64.45 କୋଟି
- ଷଷ୍ଠ ଦିନ- 51.55 କୋଟି
- ସପ୍ତମ ଦିନ- 42 କୋଟି
- ଅଷ୍ଟମ ଦିନ- 37.45 କୋଟି
- ନବମ ଦିନ-36.3 କୋଟି