ଓଡିଶା

odisha

ETV Bharat / entertainment

ମନି ଲଣ୍ଡରିଂ ମାମଲା; ଶିଳ୍ପା ସେଟ୍ଟୀ-ରାଜ କୁନ୍ଦ୍ରାଙ୍କ ୯୮କୋଟି ସମ୍ପତ୍ତି ଜବତ କଲା ଇଡି - ED Action On Shilpa Raj Kundra - ED ACTION ON SHILPA RAJ KUNDRA

ED Action On Shilpa Shetty Raj Kundra: ବଲିଉଡ ଅଭିନେତ୍ରୀ ଶିଳ୍ପା ଶେଟ୍ଟୀ ଏବଂ ସ୍ୱାମୀ ରାଜ କୁନ୍ଦ୍ରାଙ୍କ ବିରୋଧରେ ଇଡି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ମନି ଲଣ୍ଡରିଂ ମାମଲାରେ ପ୍ରାୟ ୯୮ କୋଟି ଟଙ୍କା ମୂଲ୍ୟର ସମ୍ପତ୍ତି ଜବତ କରିଛି ।

ମନି ଲଣ୍ଡରିଂ ମାମଲା; ଶିଳ୍ପା ସେଟ୍ଟୀ-ରାଜ କୁନ୍ଦ୍ରାଙ୍କ ୯୮ କୋଟି ସମ୍ପତ୍ତି ଜବତ କଲା ଇଡି
ମନି ଲଣ୍ଡରିଂ ମାମଲା; ଶିଳ୍ପା ସେଟ୍ଟୀ-ରାଜ କୁନ୍ଦ୍ରାଙ୍କ ୯୮ କୋଟି ସମ୍ପତ୍ତି ଜବତ କଲା ଇଡି

By ETV Bharat Odisha Team

Published : Apr 18, 2024, 1:56 PM IST

ହାଇଦ୍ରାବାଦ: ଆକ୍ସନ ମୋଡ଼ରେ ଇଡ଼ି। ଶିଳ୍ପା ଶେଟ୍ଟୀ ଏବଂ ସ୍ୱାମୀ ତଥା ବ୍ୟବସାୟୀ ରାଜ କୁନ୍ଦ୍ରାଙ୍କ ପାଇଁ ବଢିଲା ଅଡୁଆ । ଶିଳ୍ପା ଶେଟ୍ଟୀ ଏବଂ ସ୍ୱାମୀ ରାଜ କୁନ୍ଦ୍ରାଙ୍କ ମୋଟ ୯୭.୭୯ କୋଟି ଟଙ୍କାର ସମ୍ପତ୍ତି ଜବତ କରିଛି ଇଡି । ମନି ଲଣ୍ଡରିଂ ମାମଲାରେ ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ (ଇଡି) ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ଇଡି ସୂତ୍ର ଅନୁଯାୟୀ, ଜବତ ସମ୍ପତ୍ତିରେ ଜୁହୁରେ ଅବସ୍ଥିତ ଏକ ବଙ୍ଗଳା ଅନ୍ତର୍ଭୁକ୍ତ, ଯାହାକି ଶିଳ୍ପା ଶେଟ୍ଟୀଙ୍କ ନାମରେ ଅଛି । ପୁଣେରେ ଏକ ବଙ୍ଗଳା ମଧ୍ୟ ଅନ୍ତର୍ଭୁକ୍ତ । ଏହା ବ୍ୟତୀତ ଇଡି ରାଜ କୁନ୍ଦ୍ରାଙ୍କ ନାମରେ କିଛି ସେୟାର ମଧ୍ୟ ଜବତ କରିଛି ।

ସୂଚନା ଅନୁସାରେ, ମହାରାଷ୍ଟ୍ରରେ ପଞ୍ଜୀକୃତ ବିଭିନ୍ନ ଏଫ୍ଆଇଆର୍ ଆଧାରରେ ଅନୁସନ୍ଧାନକାରୀ ସଂସ୍ଥା PMLA ଅଧିନିୟମ ଅନୁଯାୟୀ ତଦନ୍ତ ଆରମ୍ଭ କରିଥିଲା । ଅଭିଯୋଗ ହେଉଛି ଯେ ଏମସର୍ସ ଭାରିଏବଲ୍ ଟେକ୍ ପିଭି ଲିମିଟେଡ୍, ସ୍ୱର୍ଗତ ଅମିତ ଭରଦ୍ୱାଜ, ଅଜୟ ଭରଦ୍ୱାଜ, ବିବେକ ଭରଦ୍ୱାଜ, ସିମ୍ପି ଭରଦ୍ୱାଜ, ମହେନ୍ଦ୍ର ଭରଦ୍ୱାଜ ଏବଂ ଅନ୍ୟାନ୍ୟ ଏମଏଲଏମ ଏଜେଣ୍ଟମାନେ ମିଥ୍ୟା ପ୍ରତିଶ୍ରୁତି ଆଧାରରେ ନିବେଶକଙ୍କଠାରୁ ବର୍ଷ ୨୦୧୭ରେ ପ୍ରାୟ 6600 କୋଟି ଟଙ୍କା ମୂଲ୍ୟର ବିଟକଏନ୍ ହାସଲ କରିଛନ୍ତି। ଯାହାଙ୍କୁ 10 ପ୍ରତିଶତ ରିଟର୍ନ କରାଯିବ ବୋଲି କୁହାଯାଇଥିଲା ଏବଂ ବିଟକଏନ୍ ଖଣିରେ ବ୍ୟକ୍ତିଗତ ସ୍ୱାର୍ଥ ପାଇଁ ସେମାନଙ୍କୁ ବ୍ୟବହାର କରିଥିଲେ ।

ଇଡି ଅଭିଯୋଗ କରିଛି ଯେ ଶିଳ୍ପା ଶେଟ୍ଟୀଙ୍କ ସ୍ୱାମୀ ରାଜ କୁନ୍ଦ୍ରା ଏହି ଘୋଟାଲାର ମାଷ୍ଟରମାଇଣ୍ଡରୁ 285 ବିଟକଏନ୍ ପାଇଥିଲେ। ନିବେଶକଙ୍କୁ ଠକି ଅମିତ ଭରଦ୍ବାଜ ଏହି ବିଟକଏନ୍ ହାସଲ କରିଥିଲେ ଏବଂ ୟୁକ୍ରେନରେ ବିଟକଏନ୍ ଖଣିରେ ବିନିଯୋଗ କରିଥିଲେ। ଏହି ଦୁର୍ନୀତିର ଅପରାଧରୁ ରାଜ କୁନ୍ଦ୍ରା 285 ବିଟକଏନ୍ ପାଇଥିଲେ, ଯାହାର ମୂଲ୍ୟ ଆଜି ପର୍ଯ୍ୟନ୍ତ 150 କୋଟିରୁ ଅଧିକ ଅଟେ। ଏହି ମାମଲାରେ ଇଡି ତିନିଜଣ ଅଭିଯୁକ୍ତଙ୍କୁ ଗିରଫ କରିଥିଲା ।

ଏହା ମଧ୍ୟ ପଢନ୍ତୁ:ପର୍ଣ୍ଣୋଗ୍ରାଫି ମାମଲାରେ ମୁହଁ ଖୋଲିଲେ ରାଜ କୁନ୍ଦ୍ରା, କହିଲେ - '18 ବର୍ଷ ବୟସରେ ପ୍ରଥମ ଥର ପାଇଁ ...'

ପ୍ରକାଶ ଥାଉ କି, ଗତ ବର୍ଷ ସିମ୍ପି ଭରଦ୍ୱାଜ ୧୭ ଡିସେମ୍ବର ୨୦୨୩ରେ, ନିତିନ ଗୌର ୨୯ଡିସେମ୍ବର ୨୦୨୩ରେ ଏବଂ ଅଖିଲ ମହାଜନ ୧୬ଜାନୁୟାରୀ ୨୦୨୩ରେ ଗିରଫ ହୋଇଥିଲେ। ସମସ୍ତେ ବର୍ତ୍ତମାନ ଜେଲରେ ଅଛନ୍ତି। ଏହି ମାମଲାର ମୁଖ୍ୟ ଅଭିଯୁକ୍ତ ଅଜୟ ଭରଦ୍ୱାଜ ଏବଂ ମହେନ୍ଦ୍ର ଭରଦ୍ୱାଜ ଏବେ ବି ଫେରାର ଅଛନ୍ତି, ଯାହାଙ୍କ ଇଡି ଦ୍ୱାରା ଅନୁସନ୍ଧାନ କରାଯାଉଛି। ଏହି ପରିପ୍ରେକ୍ଷୀରେ ପୂର୍ବରୁ ଇଡି ୬୯କୋଟି ଟଙ୍କା ମୂଲ୍ୟର ସମ୍ପତ୍ତି ଜବତ କରିସାରିଛି ।

ଏହା ମଧ୍ୟ ପଢନ୍ତୁ:ବଢିଲା ରାଜ କୁନ୍ଦ୍ରାଙ୍କ ଅଡୁଆ, ମାମଲା ରୁଜୁ କଲା ED

ABOUT THE AUTHOR

...view details