ମୁମ୍ବାଇ:ଜୀବିତ ଅଛନ୍ତି ଅଭିନେତ୍ରୀ ପୁନମ ପାଣ୍ଡେ । ସୋସିଆଲ ମିଡିଆରେ ଲାଇଭ ଆସି ମୃତ୍ୟୁ ଖବରକୁ ଖଣ୍ଡନ କରିବା ସହ ଜୀବିତ ଥିବା କହିଛନ୍ତି ପୁନମ । ଗତକାଲି ତାଙ୍କର ମୃତ୍ୟୁ ଖବର ସାମ୍ନାକୁ ଆସିଥିଲା । ଗର୍ଭାଶୟ କର୍କଟରେ ଆକ୍ରାନ୍ତ ହୋଇ ସେ ଆଖି ବୁଜିଥିବା ଖବର ତାଙ୍କ ଅଫିସିଆଲ ସୋସିଆଲ ମିଡିଆ ହ୍ୟାଣ୍ଡେଲରେ ପୋଷ୍ଟ କରାଯାଇଥିଲା । ଏହି ଖବର ଚାରିଆଡେ ନିଆଁ ପରି ବ୍ୟାପିବା ପରେ ତାଙ୍କ ଫ୍ୟାନ୍ସ ସହଜରେ ବିଶ୍ବାସ କରିନଥିଲେ । ଆଜି ଲାଇଭ ଭିଡିଓରେ ଆସି ସେ ଜୀବିତ ଥିବା କହିଛନ୍ତି ।
ଗର୍ଭାଶୟ କର୍କଟ ସଚେତନ ପାଇଁ କରିଥିଲେ ମୃତ୍ୟୁ ପୋଷ୍ଟ: ଇନଷ୍ଟାଗ୍ରାମରେ ଆଜି ଲାଇଭ ଆସିଥିଲେ ପୁନମ । ସେ କହିଥିଲେ, ''ମୁଁ ଆପଣ ମାନଙ୍କୁ ଏହା କହିବାକୁ ବାଧ୍ୟ ହେଉଛି ଯେ, ମୁଁ ଜୀବିତ, କୌଣସି ଗର୍ଭାଶୟ କର୍କଟ ରୋଗରେ ପୀଡିତ ନାହିଁ, କିନ୍ତୁ ଅନେକ ମହିଳା ଏହି କାରଣରୁ ପ୍ରତିବର୍ଷ ପ୍ରାଣ ହରାନ୍ତି । ଏହାର କାରଣ ହେଉଛି ମହିଳାମାନେ ଏ ବିଷୟରେ ଅବଗତ ନଥାନ୍ତି । ଗର୍ଭାଶୟ କର୍କଟ ଅନ୍ୟ କର୍କଟ ରୋଗ ଭଳି ନୁହେଁ, ଏହାର ସମ୍ପୂର୍ଣ୍ଣ ଚିକିତ୍ସା ଅଛି । ମୁଁ ଚାହୁଁନାହିଁ ଏହି ରୋଗରେ ଆକ୍ରାନ୍ତ ହୋଇ କାହାର ଜୀବନ ଯାଉ । ତେଣୁ ଆସନ୍ତୁ ଏହି ରୋଗକୁ ନେଇ ସଚେତନ କରିବା ଓ ଲଢେଇ କରିବା । ''
ଏହା ମଧ୍ୟ ପଢନ୍ତୁ-କର୍କଟ ହେଲା କାଳ: 32 ବର୍ଷ ବୟସରେ ଦୁନିଆରୁ ବିଦାୟ ନେଲେ ମଡେଲ-ଅଭିନେତ୍ରୀ ପୁନମ ପାଣ୍ଡେ