ହାଇଦ୍ରାବାଦ:ଆଜି କାଲି, ଓସ୍କାର ପୁରସ୍କାର ବିଷୟରେ ସବୁଆଡେ ଚର୍ଚ୍ଚା ହେଉଛି । ଚଳିତ ବର୍ଷ ମାର୍ଚ୍ଚ ୧୦ ଅର୍ଥାତ ଆଜି କାଲିଫର୍ଣ୍ଣିଆର ଡଲବି ଥିଏଟରରେ ଓସ୍କାର ପୁରସ୍କାର ଉତ୍ସବ ଅନୁଷ୍ଠିତ ହେବ । ଏହି ସମ୍ମାନରେ ଆଜି ଦେଶ ବିଦେଶର ଅନେକ ଫିଲ୍ମ ଏବଂ ତାରକା ସମ୍ମାନିତ ହେବାକୁ ଯାଉଛନ୍ତି । ଯାହାକୁ ନେଇ ଉତ୍ସାହିତ ରହିଛନ୍ତି ବିଶ୍ୱବାସୀ । ଏକାଡେମୀ ପୁରସ୍କାର ଯଥା ଓସ୍କାର ପୁରସ୍କାର ଚଳଚ୍ଚିତ୍ର ଜଗତର ସବୁଠାରୁ ବଡ ପୁରସ୍କାର । ଏହି ପୁରସ୍କାର ଆମେରିକାର ଏକାଡେମୀ ଅଫ୍ ମୋସନ୍ ପିକ୍ଚର୍ ଆର୍ଟ ଆଣ୍ଡ ସାଇନ୍ସ ଦ୍ୱାରା ପ୍ରଦାନ କରାଯାଇଥାଏ । ତେବେ ଏକାଡେମୀ ପୁରସ୍କାର ଟ୍ରଫିକୁ ଓସ୍କାର କୁହାଯାଏ ଏବଂ ଏହାର ଟ୍ରଫି କିପରି ଆରମ୍ଭ ହେଲା ? ଜାଣନ୍ତୁ
ଓସ୍କାର ଟ୍ରଫି କିପରି ତିଆରି ହେଲା ?
୧୯୨୭ ମସିହାରେ, ଏକାଡେମୀ ଅଫ୍ ମୋସନ୍ ପିକ୍ଚର୍ସ ଆର୍ଟ ଆଣ୍ଡ ସାଇନ୍ସ ଅନେକ କଳାକାରଙ୍କୁ ଓସ୍କାର ପୁରସ୍କାର ଟ୍ରଫି ପାଇଁ ସେମାନଙ୍କର ଡିଜାଇନ୍ ଉପସ୍ଥାପନ କରିବାକୁ କହିଥିଲେ, ଯାହା ପରେ ଶିଳ୍ପୀ ଜର୍ଜ ଷ୍ଟେନଲିଙ୍କ ଦ୍ୱାରା ପ୍ରସ୍ତୁତ ଡିଜାଇନ୍କୁ ପସନ୍ଦ କରାଯାଇଥିଲା । ଏହି ଟ୍ରଫି ଧାତୁରେ ନିର୍ମିତ । ଏଥିରେ ଥିବା ପ୍ରତିମୂର୍ତ୍ତି ଉପରେ ସୁନାର ଏକ ସ୍ତର ଅଛି । ଏହି ଓସ୍କାର ଟ୍ରଫିର ଲମ୍ବ 13.5 ଇଞ୍ଚ ଏବଂ ଓଜନ 8.5 ପାଉଣ୍ଡ ଯଥା 3.85 କିଲୋଗ୍ରାମ ଅଟେ ।
ପୁରସ୍କାରର ନାଁ ଓସ୍କାର କାହିଁକି ରଖାଗଲା ?
ଆଜି ସାରା ବିଶ୍ୱରେ ଲୋକମାନେ ଏହି ପୁରସ୍କାରକୁ ଓସ୍କାର ପୁରସ୍କାର ନାମରେ ଜାଣିଛନ୍ତି, କିନ୍ତୁ ଏହାର ପ୍ରକୃତ ନାମ ହେଉଛି 'ଏକାଡେମୀ ପୁରସ୍କାର ଅଫ୍ ମେରିଟ୍' । ଏହି ପୁରସ୍କାର ଶୋ' ପ୍ରଥମେ ୧୬ ମଇ ୧୯୨୯ରେ ଆୟୋଜିତ ହୋଇଥିଲା । ପ୍ରଥମ ଓସ୍କାର ସମାରୋହ ଆମେରିକାର ଏକ ହୋଟେଲରେ ଅନୁଷ୍ଠିତ ହୋଇଥିଲା ଯାହାକି ମାତ୍ର ୧୫ ମିନିଟ୍ ପର୍ଯ୍ୟନ୍ତ ଚାଲିଥିଲା । ଏକାଡେମୀ ପୁରସ୍କାର ଟ୍ରଫି 'ଓସ୍କାର' ନାମରେ ଏକାଡେମୀ ଲାଇବ୍ରେରିଆନ ମାର୍ଗେଟ ହେରେକଙ୍କ ସମ୍ମାନାର୍ଥେ କରାଯାଇଛି । ଏହି ଟ୍ରଫି ତାଙ୍କ ମାମୁଁ ଓସ୍କାର ଭଳି ଲାଗୁଥିବା ନେଇ ସେ ଏହାର ନାମ ଓସ୍କାର ରଖିଥିଲେ ।