ଓଡିଶା

odisha

ETV Bharat / entertainment

'ଉ ଆଣ୍ଟଭା' କଣ୍ଠଶିଳ୍ପୀ ମଙ୍ଗଲିଙ୍କ କାର୍ ଦୁର୍ଘଟଣାଗ୍ରସ୍ତ, ମାମଲା ରୁଜୁ

Telugu singer Mangli Accident: ସୁପରହିଟ୍ ଗୀତ 'ଉ ଆଣ୍ଟାଭା' ଗାଇଥିବା ଲୋକପ୍ରିୟ ସାଉଥ ଗାୟିକା ମଙ୍ଗଲି କାର ଦୁର୍ଘଟଣାର ଶିକାର ହୋଇଥିବା ଜଣାପଡ଼ିଛି । ମାର୍ଚ୍ଚ ୧୫ରେ ଏହି ଦୁର୍ଘଟଣା ଘଟିଥିବା ବେଳେ ପୋଲିସ ଏନେଇ ମାମଲା ରୁଜୁ କରିଥିବା ଜଣାପଡିଛି । ଅଧିକ ପଢନ୍ତୁ,

By ETV Bharat Odisha Team

Published : Mar 18, 2024, 6:35 PM IST

'ଉ ଆଣ୍ଟଭା' କଣ୍ଠଶିଳ୍ପୀ ମଙ୍ଗଲିଙ୍କ କାର୍ ଦୁର୍ଘଟଣାଗ୍ରସ୍ତ, ମାମଲା ରୁଜୁ
'ଉ ଆଣ୍ଟଭା' କଣ୍ଠଶିଳ୍ପୀ ମଙ୍ଗଲିଙ୍କ କାର୍ ଦୁର୍ଘଟଣାଗ୍ରସ୍ତ, ମାମଲା ରୁଜୁ

ହାଇଦ୍ରାବାଦ:ସାଉଥ ସୁପରଷ୍ଟାର ଅଲ୍ଲୁ ଅର୍ଜୁନ ଏବଂ ରଶ୍ମିକା ମନ୍ଦାନାଙ୍କ ଅଭିନୀତ ଚଳଚ୍ଚିତ୍ର 'ପୁଷ୍ପା- ଦ ରାଇଜ'ର ବିଶ୍ୱବ୍ୟାପୀ ହିଟ୍ ଗୀତ 'ଉ ଆଣ୍ଟାଭା'ର ସାଉଥ ଗାୟିକା ମଙ୍ଗଲି ଏକ ସଡ଼କ ଦୁର୍ଘଟଣାର ଶିକାର ହୋଇଛନ୍ତି । ଗାୟିକଙ୍କ ସହ ଏହି ଦୁର୍ଘଟଣା ମାର୍ଚ୍ଚ ୧୫ରେ ହାଇଦ୍ରାବାଦ-ବେଙ୍ଗାଲୁରୁ ରାଜପଥରେ ଅବସ୍ଥିତ ସମସାବାଦ ସୀମାର ଟଣ୍ଡୁପାଲ୍ଲିରେ ଘଟିଥିଲା । ଏହି ଦୁର୍ଘଟଣାରେ ଗାୟିକା ସମ୍ପୂର୍ଣ୍ଣ ସୁରକ୍ଷିତ ଥିବାବେଳେ ସେ ସୋସିଆଲ ମିଡିଆରେ ଏକ ପୋଷ୍ଟ କରି ସୂଚନା ଦେଇଛନ୍ତି । ସେପଟେ ସ୍ଥାନୀୟ ପୋଲିସ ଆଇପିସିର ଧାରା ୨୭୯ ଅନୁଯାୟୀ ଏକ ମାମଲା ରୁଜୁ କରିଥିବା ଜଣାପଡିଛି ।

ମଙ୍ଗଲି ସୋମବାର, ମାର୍ଚ୍ଚ ୧୮ରେ ଇନଷ୍ଟାଗ୍ରାମରେ ନିଜ ପ୍ରଶଂସକଙ୍କ ଉଦ୍ଦେଶ୍ୟରେ ଏକ ପୋଷ୍ଟ ସେୟାର କରିଛନ୍ତି । ଯେଉଁଥିରେ ଲେଖା ଅଛି - ''ମୁଁ ନିରାପଦ ଏବଂ ସୁସ୍ଥ ଅଛି । ଏହା କିଛିଦିନ ପୂର୍ବରୁ ଘଟିଥିବା ଏକ ଛୋଟ ଦୁର୍ଘଟଣା । ପ୍ରସାରିତ ଗୁଜବ ଉପରେ ବିଶ୍ୱାସ କରନ୍ତୁ ନାହିଁ । ସମସ୍ତଙ୍କ ପ୍ରେମ ଏବଂ ଚିନ୍ତା ପାଇଁ ଧନ୍ୟବାଦ ।'' ସୂଚନା ଥାଉ, ମଙ୍ଗଲି ଏବଂ ତାଙ୍କ ଟିମ ୧୫ ମାର୍ଚ୍ଚ ବିଳମ୍ବିତ ରାତିରେ ଏକ କାର୍ଯ୍ୟକ୍ରମରୁ ଫେରୁଥିଲେ । ଏହି ସମୟରେ ତାଙ୍କ କାର ସମସାବାଦ ନିକଟରେ ଏକ ଲୋରୀ ଗାଡି ସହ ମୁହାଁମୁହିଁ ଧକ୍କା ହୋଇଥିଲା ।

କହିରଖୁଛୁ କି, ମଙ୍ଗଲି ସାଉଥ ଇଣ୍ଡଷ୍ଟ୍ରିର ଜଣେ ଲୋକପ୍ରିୟ କଳାକାର । ସେ ନିଜ କଣ୍ଠରେ ଅନେକ ଗୀତ ଗାଇ ଦର୍ଶକଙ୍କୁ ଦିୱାନା କରିଥିବା ବେଳେ ଅଭିନୟରେ ମଧ୍ୟ ବେଶ ଲୋକପ୍ରିୟତା ହାସଲ କରିଛନ୍ତି । ସେ କେବଳ ଅଲ୍ଲୁ ଅର୍ଜୁନଙ୍କ ଫିଲ୍ମରେ ଗୀତ ଗାଇଛନ୍ତି ତାହା ନୁହେଁ, ସେ ଗତ ବର୍ଷ ଶାହାରୁଖ ଖାନଙ୍କ ଫିଲ୍ମ 'ଜବାନ'ର 'ଜିନ୍ଦା ବନ୍ଦା' ଗୀତ ମଧ୍ୟ ଗାଇ ଚର୍ଚ୍ଚାକୁ ଆସିଥିଲେ ।

ଏହା ମଧ୍ୟ ପଢନ୍ତୁ:ବିଗ ବିଙ୍କ ଆଞ୍ଜିଓପ୍ଲାଷ୍ଟି ଖବର କେତେ ସତ ? ଜାଣନ୍ତୁ କଣ କହିଲେ ଅମତାଭ ବଚ୍ଚନ

ଏହା ବ୍ୟତୀତ ସେ ଅଲ୍ଲୁ ଅର୍ଜୁନଙ୍କ ଫିଲ୍ମ 'ଆଲା ବୈକୁଣ୍ଠପୁରାମଲୋ'ର ଗୀତ 'ରାମଲୁ ରାମଲୋ' ଗୀତ ମଧ୍ୟ ଗାଇଛନ୍ତି । ମଙ୍ଗଲି କିଚା ସୁଦୀପଙ୍କ ଚଳଚ୍ଚିତ୍ର ବିକ୍ରାନ୍ତ ରୋଣାଙ୍କ ଆଇଟମ୍ ଗୀତ 'ରା ରା ରାକମା' ମଧ୍ୟ ଗାଇଛନ୍ତି । ସେ 'ସ୍ୱଚ୍ଛା ସେ ଅପନା' ଚଳଚ୍ଚିତ୍ର ସହ ଅଭିନୟରେ କ୍ୟାରିଅର ଆରମ୍ଭ କରିଥିଲେ ଏବଂ ମଙ୍ଗଲି ଶେଷ ଥର ପାଇଁ ମାଇଷ୍ଟ୍ରୋ ଫିଲ୍ମରେ ନଜର ଆସିଥିଲେ । ଯାହା ୨୦୨୧ ମସିହାରେ ରିଲିଜ ହୋଇଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details