ଓଡିଶା

odisha

ETV Bharat / entertainment

ଶ୍ରେଷ୍ଠ ଗୀତିକାର ପୁରସ୍କାର ପାଇବେ କପିଳେଶ୍ୱର ଖମାରି, ଟିମକୁ ଦେଲେ ସଫଳତାର ଶ୍ରେୟ - ONE TO ONE WITH KAPILESWAR KHAMARI

ଓଡ଼ିଆ ଚଳଚ୍ଚିତ୍ର ପୁରସ୍କାରରେ 'ଶତ୍ରୁ' ସିନେମା ପାଇଁ ଶ୍ରେଷ୍ଠ ଗୀତିକାର ଭାବରେ ପୁରସ୍କୃତ ହେବେ ବଲାଙ୍ଗୀରର କପିଳେଶ୍ୱର ଖମାରି। ଯାହାକୁ ନେଇ ସେ ଖୁସିବ୍ୟକ୍ତ କରିଛନ୍ତି ।

ONE TO ONE WITH KAPILESWAR KHAMARI
ONE TO ONE WITH KAPILESWAR KHAMARI (ETV Bharat Odisha)

By ETV Bharat Entertainment Team

Published : Nov 17, 2024, 1:30 PM IST

ବଲାଙ୍ଗୀର:ଘୋଷଣା ହୋଇଛିଓଡ଼ିଆ ଚଳଚ୍ଚିତ୍ର ପୁରସ୍କାର । ଯେଉଁଥିରେ ବଲାଙ୍ଗୀରର କପିଳେଶ୍ୱର ଖମାରିଙ୍କୁ ଶ୍ରେଷ୍ଠ ଗୀତିକାର ଭାବରେ ପୁରସ୍କୃତ ପ୍ରଦାନ କରାଯିବ । ତେବେ ସେ ଜଣେ ଏକଧାରରେ ଲେଖକ, ପ୍ରଯୋଜକ, କବି ଓ ଅଭିନେତା ହୋଇଥିବା ବେଳେ ଏଥର ତାଙ୍କର ମନଛୁଆଁ ଗୀତ ପାଇଁ ସେ ଏହି ଉପଲବ୍ଧି ପାଇଛନ୍ତି । 'ଶତ୍ରୁ' ସିନେମାରେ ତାଙ୍କର ମନଛୁଆଁ ଗୀତ "ଯାରେ ମନ ମୋର" ପାଇଁ ଏହି ପୁରସ୍କାର ପାଇବେ । ଯାହାକୁ ନେଇ ସେ ‘ଇଟିଭି ଭାରତ’ର ସ୍ୱତନ୍ତ୍ର ସାକ୍ଷାତକାରରେ ଏହି ସମ୍ମାନ ପାଇଁ ଖୁସିବ୍ୟକ୍ତ କରିବା ସହ ତାଙ୍କ ସଫଳତାର ଅନୁଭୂତିକୁ ବଖାଣିଛନ୍ତି ।

ONE TO ONE WITH KAPILESWAR KHAMARI (ETV Bharat Odisha)
  • ଖୁସିବ୍ୟକ୍ତ କଲେ କପିଳେଶ୍ୱର ଖମାରି

କପିଳେଶ୍ୱର ଖମାରି ସ୍ୱତନ୍ତ୍ର ସାକ୍ଷାତକାରରେ ଏହି ସମ୍ମାନ ପାଇ ଖୁସିବ୍ୟକ୍ତ କରି କହିଛନ୍ତି,‘‘ପିଲା ଦିନରୁ ମୋର ସଙ୍ଗୀତ ପ୍ରତି ରୁଚି ରହିଥିଲା । କେବଳ ଗୀତ ଗାଇବା ନୁହେଁ, ଗୀତ ତିଆରି କରିବାରେ ମୋର ଅହେତୁକ ରୁଚି ଓ ବାପାଙ୍କ ପ୍ରେରଣାରେ ମୋତେ ଏତେ ଆଗକୁ ଆଣିପାରିଛି । ପ୍ରଥମେ ମୁଁ ସ୍କୁଲରେ କବିତା ଲେଖିବା ସହ ତାକୁ ଗାଇ ଆସୁଥିଲି । ପରେ କଲେଜ ସମୟରେ ମୋର କବିତା ବିଭିନ୍ନ ପତ୍ର ପତ୍ରିକାରେ ପ୍ରକାଶିତ ହୋଇ ଆସୁଥିଲା । ସେହିପରି ଚାକିରି କରିବା ପରେ ମୁଁ ନିଜେ ମୋର ପ୍ରଯୋଜନା ଆରମ୍ଭ କରିଥିଲି । ଏହା ପରେ 'ଶତ୍ରୁ' ସିନେମା ପାଇଁ ମୋତେ ପ୍ରଯୋଜକ ଅଶୋକ ମିଶ୍ର ସୁଯୋଗ ଦେଇଥିଲେ ଏବଂ ମୁଁ ଏଥିରେ ଗୀତ ରଚନା କରିଥିଲି । ଏହାର ସଙ୍ଗୀତ ନିର୍ଦ୍ଦେଶନା ଜୟପ୍ରକାଶ ଦେଇଥିଲେ । ତେବେ ମୋର ଗୀତ 'ଯାରେ ମନ' ବେଶ ଲୋକପ୍ରିୟ ହୋଇଛି ଏବଂ ଏହି ଗୀତ ପାଇଁ ମୋତେ ରାଜ୍ୟ ପୁରସ୍କାର ମିଳୁଛି। ଯାହା ପାଇଁ ମୁଁ ସରକାର, ସବୁ କଳାପ୍ରେମୀ, ଶତ୍ରୁ ସିନେମାର ସମସ୍ତ ଟିମଙ୍କୁ ଧନବାଦ ଓ ଶ୍ରେୟ ଦେଉଛି ।"

  • ପିଲାଟି ଦିନରୁ ଗୀତ ପ୍ରତି ରହିଥିଲା ରୁଚି

ବଲାଙ୍ଗୀର ସହର ରାମେଶ୍ୱର ନଗରର କପିଳେଶ୍ୱର ଖମାରି ହେଉଛନ୍ତି ଜଣେ କଳା ସାଧକ । ସେ ଏକଧାରାରେ ଜଣେ ସଙ୍ଗୀତଜ୍ଞ,ଲେଖକ, କବି, ପ୍ରଯୋଜକ ଓ ଅଭିନେତା । ତାଙ୍କର ଅନେକ ଗୀତ, ଧାରାବାହିକ, ସିନେମା ଆଜି ଯାଏଁ ତାଙ୍କୁ ଲୋକପ୍ରିୟ କରିଆସିଛି ଏବଂ ଆଜିର ଆଧୁନିକ ଯୁଗରେ ତାଙ୍କର ରଚିତ ଗୀତ ସଙ୍ଗୀତ ବେଶ ଭାଇରାଲ ହେଉଛି । ତେବେ କପିଳେଶ୍ୱର ଖମାରିଙ୍କ 6 ବର୍ଷ ବୟସରୁ ହିଁ ସଙ୍ଗୀତ କଳା ପ୍ରତି ରୁଚି ରହିଆସିଥିଲା ଏବଂ ସ୍କୁଲ ସମୟରୁ ସେ କବିତା ଲେଖି ଆସୁଥିଲେ । ସେ କଲେଜ ପାଠ ପଢା ପରେ ଜଙ୍ଗଲ ବିଭାଗର ଚାକିରି କରିଥିଲେ । ହେଲେ ଏହାର ସମୟରେ ବି ସେ ତାଙ୍କର ନିଶା କଳାକୁ ଛାଡି ନ ଥିଲେ ଏବଂ ଗୀତ ଲେଖିବା, ସଙ୍ଗୀତ ନିର୍ଦ୍ଦେଶନା, ଅଭିନୟ, ସିନେମା ତିଆରି କରିବା ଜାରି ରଖିଥିଲେ ।

ଏହା ମଧ୍ୟ ପଢନ୍ତୁ:ଓଡ଼ିଆ ଚଳଚ୍ଚିତ୍ର ପୁରସ୍କାରରେ 'ଶତ୍ରୁ'ର ଜଲୱା, ରାଜ୍ୟବାସୀଙ୍କୁ ଶ୍ରେୟ ଦେଲେ ପ୍ରଯୋଜକ-ଗାୟକ

ଶ୍ରେଷ୍ଠ ଗୀତିକାର ଭାବେ ହେବେ ପୁରସ୍କୃତ

ଏହା ପରେ ସେ 2016 ମସିହାରେ ‘ପୁତୁଳି ବିବାହ’ ଗୀତ ପାଇଁ କେନ୍ଦ୍ର ପ୍ରସାର ଭାରତୀ ଠାରୁ ପୁରସ୍କୃତ ହୋଇଥିଲେ । ସେହିପରି ତାଙ୍କ ଦ୍ୱାରା ନିର୍ମିତ ଟିଭି ସିରିଏଲ "ରାଧିକା" ଦୂରଦର୍ଶନ ଓଡ଼ିଆରେ 75ଟି ଏପିସୋଡ ପ୍ରସାରିତ ହୋଇସାରିଛି । ଏହା ଛଡା ସେ ଆଜି ଯାଏଁ 5ଶହରୁ ଅଧିକ ସଙ୍ଗୀତ ଅଲବମରେ ମଧ୍ୟ ଗୀତ ଲେଖି ଆସିଛନ୍ତି । ତାଙ୍କର ଅନେକ ଗୀତ ଆଜି ଯାଏଁ ଲୋକଙ୍କ ମନରେ ଗୁଞ୍ଜରିତ ହୋଇ ଆସୁଛି । ସେ ଭଜନ ହେଉ, ରୋମାଣ୍ଟିକ ହେଉ କିମ୍ବା ପାରମ୍ପରିକ ଲୋକ ସଙ୍ଗୀତ ହେଉ ସବୁ ପ୍ରକାର ଗୀତ ଲେଖି ବେଶ ଖ୍ୟାତି ଅର୍ଜନ କରିଛନ୍ତି । ସିନେମାରେ ଗୀତ ଲେଖି ମଧ୍ୟ ଅନେକ ସିନେମାକୁ ସେ ହିଟ୍‌ କରି ଆସିଛନ୍ତି । ଏହି କ୍ରମରେ ଓଡ଼ିଆ ସିନେମା ନିର୍ମାତା ଅଶୋକ ମିଶ୍ରଙ୍କ 'ଶତ୍ରୁ' ସିନେମାରେ ସେ ଗୀତ ରଚନା କରିଥିଲେ । ଯାହାର ଏକ ଗୀତ ‘ଯାରେ ମନ ଗୀତ’ଟି ହିଟ ହୋଇଥିଲା ଏବଂ ଏହି ଗୀତ ପାଇଁ ସେ ଶ୍ରେଷ୍ଠ ଗୀତିକାର ଭାବରେ ରାଜ୍ୟ ପୁରସ୍କାର ପାଇବେ । ସୂଚନା ଥାଉ କି,"ଯାରେ ମନ ମୋର" ଗୀତ ପାଇଁ ଶ୍ରେଷ୍ଠ ଗାୟକ ଭାବେ ମାଧବ ଦାସଙ୍କୁ ମଧ୍ୟ ମିଳିବ ପୁରସ୍କାର ।

ଇଟିଭି ଭାରତ, ବଲାଙ୍ଗୀର

ABOUT THE AUTHOR

...view details