ଓଡିଶା

odisha

ETV Bharat / entertainment

ପର୍ଯ୍ୟଟନର ପ୍ରଚାର-ପ୍ରସାର ପାଇଁ ବାଇକ ରାଇଡିଂ, ମାଲକାନଗିରିରେ ଓଲିଉଡ ସୁପରଷ୍ଟାର ସିଦ୍ଧାନ୍ତ

Ollywood Actor Siddhant Mahapatra in Malkangiri: ମୋଟର ସାଇକେଲରେ ମାଲକାନଗିରିରେ ଓଡ଼ିଆ ସିନେ ତାରକା ସିଦ୍ଧାନ୍ତ ମହାପାତ୍ର । ୨୫ ଜଣିଆ ଟିମ୍ ସହ ଦୀର୍ଘ ୬୫୦ କିଲୋମିଟର ବାଇକ ଚଳାଇଲେ । ଅଧିକ ପଢନ୍ତୁ

By ETV Bharat Odisha Team

Published : Feb 24, 2024, 12:14 PM IST

Siddhant Mahapatra in Malkangiri
Siddhant Mahapatra in Malkangiri

Siddhant Mahapatra in Malkangiri

ମାଲକାନଗିରି:ମୋଟର ସାଇକେଲରେ ମାଲକାନଗିରି ପହଞ୍ଚିଲେ ଓଡ଼ିଆ ଚଳଚ୍ଚିତ୍ର ଜଗତର ସୁପରଷ୍ଟାର ସିଦ୍ଧାନ୍ତ ମହାପାତ୍ର । ଦୀର୍ଘ ୬୫୦ କିଲୋମିଟର ବାଇକ ଚଳାଇ ମାଲକାନଗିରି ଜିଲ୍ଲା ସଦରମହକୁମାଠାରେ ପହଞ୍ଚିଛନ୍ତି ସିଦ୍ଧାନ୍ତ । ହେଲେ ଏଥର ନିଜର ଅଭିନୟ ଲାଗି ନୁହେଁ ବରଂ ରାଜ୍ୟରେ ଅବହେଳିତ ହୋଇ ପଡି ରହିଥିବା ପ୍ରାକୃତିକ ପର୍ଯ୍ୟଟନସ୍ଥଳୀଗୁଡିକୁ ଲୋକ ଲୋଚନକୁ ଆଣିବା ଲାଗି ସିଦ୍ଧାନ୍ତ ମାଲକାନଗିରି ଜିଲ୍ଲାରେ ପହଞ୍ଚିଛନ୍ତି । ଓଡ଼ିଶା ସୁପର ରାଇଡିଂ ପକ୍ଷରୁ ୨୫ ଜଣିଆ ଟିମ୍ ଜିଲ୍ଲାର ପ୍ରାକୃତିକ ସୌନ୍ଦର୍ଯ୍ୟ ଭରା ସତିଗୁଡ଼ା ଇକୋ ପାର୍କଠାରେ ଆସି ପହଞ୍ଚିବା ସହ ସେଠାରେ ପୁରା ଟିମ୍ ରାତ୍ରି ଯାପନ କରିଥିଲେ।

ତେବେ ସେଠାରେ ମିଳିଥିବା ଖାଦ୍ୟର ବେଶ୍ ପ୍ରଶଂସା କରିବା ସହିତ ସତୀଗୁଡା ଜଳଭଣ୍ଡାରରେ ବୋଟିଂ କରିବା, କଟେଜ୍ ରେ ରାତ୍ରି ରହଣି ଠାରୁ ନେଇ ସୁବ୍ୟବସ୍ଥା ଉପରେ ବନ ବିଭାଗକୁ ଧନ୍ୟବାଦ ଜଣାଇବା ସହିତ ବେଶ୍ ପ୍ରଶଂସା କରିଛନ୍ତି ସିଦ୍ଧାନ୍ତ ମହାପାତ୍ର। ଏପରିକି ସେଠାକାର ରାସ୍ତାଘାଟ, ପାହାଡ଼ ପର୍ବତ ଦେଖି ତାଙ୍କର ମନମୁଗ୍ଧ ହୋଇଥିବା ସେ ପ୍ରକାଶ କରିଛନ୍ତି। ଖାଲି ସେ ନୁହନ୍ତି ତାଙ୍କ ସହିତ ଆସିଥିବା ତାଙ୍କର ସମସ୍ତ ସାଥିମାନେ ମଧ୍ୟ ପ୍ରାକୃତିକ ଭରା ସୌନ୍ଦର୍ଯ୍ୟକୁ ବେଶ୍ ଉପଭୋଗ କରିଥିବା କହିଛନ୍ତି।

ଏହା ମଧ୍ୟ ପଢନ୍ତୁ - କଟକ ରାଜରାସ୍ତାରେ ରିକ୍ସା ଚଳାଇଲେ ଓଡ଼ିଆ ସୁପରଷ୍ଟାର, ଜାଣନ୍ତୁ କାରଣ

ଗତକାଲି (ଶୁକ୍ରବାର) ସକାଳେ ମାଲକାନଗିରି ସହରରେ ପହଞ୍ଚିଥିଲା ପୂରା ଟିମ୍ । ସେମାନଙ୍କ ପାଇଁ ସହରର ଫରେଷ୍ଟ ଗେଷ୍ଟ ହାଉସଠାରେ ମାଲକାନଗିରି ବନବିଭାଗ ପକ୍ଷରୁ ସକାଳ ଜଳଖିଆ ଦିଆଯାଇଥିଲା । ଏହାପରେ ସେମାନେ ସେଠାରୁ ବାହାରି ଜଦୁଗୁଡା ଦର୍ଶନୀୟ ସ୍ଥାନକୁ ଯାଇଥିଲେ । ସେଠାରେ ପହଞ୍ଚିବା ପରେ ସେଠାକାର ଲୋକମାନେ ସେମାନଙ୍କୁ ନାଚଗୀତ ସହ ଭବ୍ୟ ସ୍ବାଗତ କରିଥିଲେ । ପରେ ଆଦିବାସୀ ଲୋକଙ୍କ ସହ ଢେମସା ନାଚିଥିଲେ ସିଦ୍ଧାର୍ଥ ମହାପାତ୍ର ଓ ଅନ୍ୟ ବାଇକ୍ ରାଇଡର୍ସ । ଏହାପରେ ସେଠାରୁ ପ୍ରତ୍ୟାବର୍ତ୍ତନ କରି ଅପରାହ୍ନ ୪ଟା ସମୟରେ ସତିଗୁଡା ଇକୋପାର୍କଠାରେ ବନବିଭାଗ ପକ୍ଷରୁ ଏକ ବାଇକ୍ ରାଇଡିଙ୍ଗ ସୋ କରାଯାଇଥିଲା । ଓଡ଼ିଶା ସୁପର ରାଇଡିଙ୍ଗ ଟିମ୍ ବିଶେଷ କରି ରାଜ୍ୟ ବାହରକୁ ଅଧିକ ରାଇଡିଙ୍ଗ କରିଥାନ୍ତି। ତେବେ ଓଡ଼ିଶାର ବିଭିନ୍ନ ଲୁକ୍କାୟିତ ପର୍ଯ୍ୟଟନସ୍ଥଳୀ ଯେପରି ଆଗକୁ ଆହୁରି ଉନ୍ନତି ହୋଇପାରିବ ସେନେଇ ମାଲକାନଗିରି ଜିଲ୍ଲାର ସତିଗୁଡ଼ା ଇକୋ ପାର୍କ ଏବଂ ଚିତ୍ରକୋଣ୍ଡା ଇକୋ ପାର୍କର ପ୍ରୋମୋଟ କରିବା ପାଇଁ ମାଲକାନଗିରି ପହଞ୍ଚିଥିବା କହିଛନ୍ତି ସୁପରଷ୍ଟାର ସିଦ୍ଧାନ୍ତ ମହାପାତ୍ର ଓ ତାଙ୍କ ଟିମ୍ ।

ଇଟିଭି ଭାରତ, ମାଲକାନଗିରି

ABOUT THE AUTHOR

...view details