ଭୁବନେଶ୍ବର: ବାୟୋଗ୍ରାଫିରେ ଓଲିଉଡ ଅଭିନେତା ଅନୁଭବ ମହାନ୍ତି ଜୀବନ ଯାତ୍ରା । ଅନୁଭବଙ୍କ ଜୀବନ କାହାଣୀକୁ ନେଇ ଉନ୍ମୋଚିତ ହୋଇଛି ପୁସ୍ତକ 'ବ୍ଲକବ୍ଲଷ୍ଟରରୁ ବାଲାଟ ବକ୍ସ'। ଏହି ପୁସ୍ତକରେ ଅନୁଭବଙ୍କ ଜନ୍ମଠାରୁ ଆରମ୍ଭ କରି ଆଲବମ, ଚଳଚ୍ଚିତ୍ର ଓ ରାଜନୀତି ଜୀବନର ଅନେକ କାହାଣୀକୁ ସ୍ଥାନିତ କରାଯାଇଛି । ଭୁବନେଶ୍ଵର ହୋଟେଲ ସ୍ୟାଣ୍ଡିସ ଟାୱାରଠାରେ ବିଶିଷ୍ଟ ଲେଖକ ଦେବଦାସ ଛୋଟରାୟ ଅନୁଭବଙ୍କ ଜୀବନ କାହାଣୀର ପୁସ୍ତକର ଉନ୍ମୋଚନ କରିଛନ୍ତି । ପୁସ୍ତକ ଉନ୍ମୋଚନ ସମୟରେ ପୁଣି ଥରେ ବର୍ଷାଙ୍କୁ ଟାର୍ଗେଟ କରି 'ମିଛ ମାମଲାରେ ନଛନ୍ଦିବାକୁ ଅନୁରୋଧ' ବୋଲି କହିଛନ୍ତି ଅନୁଭବ ।
ଅନୁଭବ ମହାନ୍ତିଙ୍କ ବାୟୋଗ୍ରାଫି:
ଉନ୍ମୋଚିତ ହୋଇଛି ଅଭିନେତା ଅନୁଭବ ମହାନ୍ତିଙ୍କ ବାୟୋଗ୍ରାଫି ପୁସ୍ତକ'ବ୍ଲକବ୍ଲଷ୍ଟରରୁ ବାଲାଟ ବକ୍ସ' । ଏହି ଆତ୍ମଜୀବନୀ ଜାଗୃତି ଶୁକ୍ଳାଙ୍କୁ ଦ୍ଵାରା ରଚିତ ଓ ସ୍ୱର୍ଗତଃ ଅସ୍ତିତ୍ବଙ୍କ ଦ୍ଵାରା ସହ-ଲିଖିତ ହୋଇଥିବାବେଳେ ଏହାର ଓଡିଆ ସଂସ୍କରଣକୁ ମାନସ ପଢିଆରୀ ଲେଖିଛନ୍ତି । ୧୬୯ ପୃଷ୍ଠା ସମ୍ବଳିତ ଏହି ପୁସ୍ତକ ଅନୁଭବଙ୍କ ଜୀବନର ଅନେକ ଅକୁହା କାହାଣୀକୁ ପ୍ରତିପାଦିତ କରିବ । ଓଡିଶା ଚଳଚ୍ଚିତ୍ର ଶିଳ୍ପରେ ତାଙ୍କର ପ୍ରାଧାନ୍ୟତାଠାରୁ ଆରମ୍ଭ କରି ତାଙ୍କର ରାଜନୈତିକ କ୍ୟାରିୟର ଏବଂ ଓଡିଶା ଓ ରାଜ୍ୟବାସୀଙ୍କ ପାଇଁ ତାଙ୍କର ଦୃଢ ନିଷ୍ଠା ପର୍ଯ୍ୟନ୍ତ ଏହି ବାୟୋଗ୍ରାଫି ଅନୁଭବ ମହାନ୍ତିଙ୍କ ପ୍ରେରଣାଦାୟୀ ଯାତ୍ରା ଉପରେ ଗଭୀର ଦୃଷ୍ଟିକୋଣ ପ୍ରଦାନ କରିଛି । ଏହି ପୁସ୍ତକ ଅନୁଭବ ମହାନ୍ତିଙ୍କ ସ୍ୱର୍ଗୀୟ ପିତା ପ୍ରଫେସର ଅଭୟ କୁମାର ମହାନ୍ତିଙ୍କ ପ୍ରତି ଏକ ହୃଦୟସ୍ପର୍ଶୀ ଶ୍ରଦ୍ଧାଞ୍ଜଳି ଅଟେ । ଟାଇମପାସ ପ୍ରକାଶନରେ ପ୍ରକାଶିତ ହୋଇଥିବାବେଳେ ଏହାର ପ୍ରକାଶକ ଅଛନ୍ତି ସରୋଜ ବଳ । ବହିରେ ରହିଛି ଅନୁଭବଙ୍କ ଜନ୍ମ, ବାଲ୍ୟ ଜୀବନ, ଶିକ୍ଷା, ବାଲ୍ୟ ଜୀବନ, ରାଜନୀତି, ସିନେମା ଓ ସିନେମା ସମୟରେ ଘଟଣା ଦୁର୍ଘଟଣା ଭଳି ଅନେକ ରୋଚକ କଥା କାହାଣୀ । ବହିରେ ରହିଛି ଅନେକ ଫିଲ୍ମ ପୋଷ୍ଟରର ଚିତ୍ର ।
ବାୟୋଗ୍ରାଫି ଉନ୍ମୋଚନବେଳେ ଏଭଳି କହିଲେ ଅନୁଭବ:
ବାୟୋଗ୍ରାଫି ଉନ୍ମୋଚନ କାର୍ଯ୍ୟକ୍ରମରେ ସମସ୍ତଙ୍କୁ ନିଜର କୃତଜ୍ଞତା ଜଣାଇ ଅନୁଭବ ମହାନ୍ତିକହିଛନ୍ତି, "ଏହି ପୁସ୍ତକ ମୋର ବ୍ୟକ୍ତିଗତ ଅଟେ । ଏହା କେବଳ ମୋର ଯାତ୍ରା ନୁହେଁ ବରଂ ମୋ ପିତାଙ୍କ ଶିକ୍ଷା, ମୋର ସଂଘର୍ଷ ଓ ଓଡିଶା ପାଇଁ ମୋର ଦୃଢ ଭଲ ପାଇବାର ଏକ ପ୍ରତିଫଳନ ଅଟେ । ମୁଁ ଆଶା କରୁଛି ପାଠକମାନେ ଏହି ପୁସ୍ତକର ପୃଷ୍ଠାଗୁଡିକରୁ ପ୍ରେରଣା ପାଇବେ ଓ ତାଙ୍କୁ ଭଲ ଲାଗିବ । ମୋ ଜୀବନର ଅନେକ ଅକୁହା କଥା ଆପଣ ଏ ବହିରୁ ଜାଣିବେ । ଜାଗୃତି ଶୁକ୍ଲା ବହୁ ଘାତ ପ୍ରତିଘାତ ଓ ସମାଲୋଚନା ଭିତରେ ଏହି ପୁସ୍ତକଟି ଲେଖିଛନ୍ତି । ମୁଁ ବି ଜଣେ ପାଠକ ଭାବରେ ପଢ଼ିବି ଆଉ ଜାଣିବି । ଭାବୁଛି ମୁଁ ଯାହା କହିନି ସେ ତାହା ଲେଖି ନଥିବେ ।"
'ନବୀନ ଭଲ ନାଁ ମୋଦି', କହିଲେ ଅନୁଭବ:
ରାଜନୈତିକ ପୃଷ୍ଠପୋଷକତାରେ ଲେଖାକୁ ନେଇ ସେ କହିଛନ୍ତି, "ନବୀନ ପଟ୍ଟନାୟକ ଓ ନରେନ୍ଦ୍ର ମୋଦି ଉଭୟ ବ୍ୟକ୍ତିଗତ ସ୍ତରରେ ନିଆରା । ୨ ଜଣ ନିଜ ନିଜ ସ୍ଥାନରେ ଓ କ୍ଷେତ୍ରରେ ବେଷ୍ଟ । ଏକଥା ନିଜକୁ ବଡ ନେତା କହୁଥିବା ଲୋକ ବି ଆଗରୁ କହିଦେଇଛନ୍ତି । ମୋ ପାଇଁ ୨ ଜଣ ଚିରନମସ୍ୟ ଈଶ୍ୱର ତାଙ୍କୁ ଦୀର୍ଘାୟୁ କରନ୍ତୁ । ମୁଁ ଯେତେବେଳେ ବହୁତ ଖରାପ ସମୟ ଦେଇ ଗତି କରୁଥିଲି ବହୁ ସମାଲୋଚନା ଶିକାର ହେଉଥିଲି ସେ ସମୟରେ ବହି ଲେଖା ହୋଇଛି । ତେଣୁ ଏହାକୁ ଲେଖିବା ପାଇଁ ଜାଗୃତିଙ୍କ ପାଇଁ ବେଶ ଚ୍ୟାଲେଞ୍ଜିଂ ଥିଲା । ଜାଗୃତି ଦୃଢତାର ସହ ରହି ବହୁ ଜିନିଷକୁ ସାମ୍ନା କରି, ଅନେକ ସମାଲୋଚନାକୁ ପାଥେୟ କରି ଏ ବହି ଲେଖିଛନ୍ତି । ଯାହା ଅନେକ ମହିଳାଙ୍କ ପାଇଁ ଉଦାହରଣ । ଆଉ ଶବ୍ଦ ସଂଯୋଜନା କରି ବେଶ ସୁନ୍ଦର ଭାବେ ମାନସ ପଢ଼ିହାରୀ ପାଠକଙ୍କ ପାଖରେ ପହଞ୍ଚାଇଛନ୍ତି । ସେଥିପାଇଁ ଉଭୟଙ୍କୁ ଧନ୍ଯବାଦ ।
ସିଧାସଳଖ ବର୍ଷାଙ୍କୁ ଟାର୍ଗେଟ କଲେ ଅନୁଭବ: