ଭୁବନେଶ୍ବର:ଫିଲ୍ମ ଫ୍ରାଇଡେ ରିଲିଜ୍ ହୋଇଛି ବହୁ ପ୍ରତିକ୍ଷିତ ଓଡ଼ିଆ ଚଳଚ୍ଚିତ୍ର 'ସୀତା'। ଏହା ଏକ ସଂଘର୍ଷର କାହାଣୀ ହୋଇଥିବାବେଳେ ବଡ଼ ପରଦାରେ ଚାଷ ଓ ଚାଷୀର କରୁଣ କାହାଣୀର ନିଚ୍ଛକ ଚିତ୍ରକୁ ଅନୁଭବ କରିଛନ୍ତି ଦର୍ଶକ। ଫିଲ୍ମଟି ରାଜ୍ୟର ୧୦ଟି ହଲ୍ରେ ରିଲିଜ ହେଇଥିବାବେଳେ ଭୁବନେଶ୍ଵରର ଏକ ମଲ୍ଟିପ୍ଲେକ୍ସରେ ପ୍ରିମିୟର ସୋ' ଅନୁଷ୍ଠିତ ହୋଇଯାଇଛି । ଏଥିରେ ପୂରା ପ୍ରଯୋଜନା ଟିମ୍ ଓ କଳାକାରଙ୍କ ସହିତ ଇଣ୍ଡଷ୍ଟ୍ରିର ଅନେକ ନାମୀ ଦାମୀ ପ୍ରଯୋଜକ, ନିର୍ଦ୍ଦେଶକ, ବରିଷ୍ଠ ଅଭିନେତା ଓ ଅଭିନେତ୍ରୀମାନେ ଉପସ୍ଥିତ ରହି ଦର୍ଶକଙ୍କ ଗହଣରେ ସିନେମା ଦେଖିଛନ୍ତି । ଅନେକ ବାଧା ପରେ ଫିଲ୍ମଟି ରିଲିଜ ହୋଇଥିବା ପ୍ରିମିୟରରେ କେକ୍ କାଟି ସେଲିବ୍ରେସନ କରିଛନ୍ତି 'ସୀତା'ର ପୁରା ଟିମ ।
ତେବେ ସିନେମାଟି କୃଷି ଉପରେ ପର୍ଯ୍ୟବେସିତ ଖାଣ୍ଟି ଓଡ଼ିଆ ମୌଳିକ କାହାଣୀ ଉପରେ ଆଧାରିତ । ରାଜନୈତିକ ନିଚ୍ଛକ କଥା ଉପରେ ଥିବାରୁ ସିନେମାର ରିଲିଜ ପାଇଁ କିଛିଟା ପ୍ରତିବନ୍ଧକ ଥିଲା । ବର୍ତ୍ତମାନ ପ୍ରତିବନ୍ଧକ ହଟିବା ପରେ ଚଳଚ୍ଚିତ୍ରଟି ରିଲିଜ ହୋଇଛି । ତେବେ ୟୁଟ୍ୟୁବରେ 'ସୀତା' ସିନେମାର ଟିଜର୍ ଦର୍ଶକଙ୍କ ଭଲପାଇବା ସାଉଁଟି ଚାଲିଥିଲାବେଳେ ସିନେମା ରିଲିଜକୁ ସମସ୍ତଙ୍କ ଅପେକ୍ଷା ରହିଥିଲା । ତେଣୁ ଆଜି ଆସି ଦର୍ଶକ ଏହି ସିନେମା ଦେଖିଥିବାବେଳେ ଚାଷୀ ଜୀବନର ବାସ୍ତବ କାହାଣୀକୁ ନେଇ ଦର୍ଶକ ଭାବବିହ୍ୱଳ ହୋଇଥିବା ଦେଖିବାକୁ ମିଳିଛି ।