ଓଡିଶା

odisha

ETV Bharat / entertainment

'ସନାତନୀ' ଫିଲ୍ମକୁ ସମ୍ବଲପୁରରେ ବିରୋଧ, ଉଠିଲା ବ୍ୟାନ୍ ଦାବି - ODIA FILM SANATANI BAN DEMAND

ଓଡ଼ିଆ ଫିଲ୍ମ 'ସନାତନୀ' ପାଇଁ ବଢିଲା ଅଡୁଆ । ଫିଲ୍ମକୁ ସମ୍ବଲପୁରରେ ଜୋରଦାର ବିରୋଧ ସହ ବ୍ୟାନ୍ କରିବାକୁ ଦାବି । ରାଜ୍ୟ ସରକାରଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ ।

Odia Film Sanatani Controversy
Odia Film Sanatani Controversy (ETV Bharat Odisha)

By ETV Bharat Entertainment Team

Published : Feb 7, 2025, 12:54 PM IST

ସମ୍ୱଲପୁର:ଅଡୁଆରେ ଓଡ଼ିଆ ଫିଲ୍ମ ସନାତନୀ ଫିଲ୍ମ । ଫିଲ୍ମ ରିଲିଜ ହେଉ ଦେଉ ବିବାଦରେ ଛନ୍ଦି ହୋଇଛି ଫିଲ୍ମ । ସମ୍ୱଲପୁରରେ ଫିଲ୍ମ ରିଲିଜକୁ ଜୋରଦାର ବିରୋଧ କରାଯାଇଛି । ଆଜି(ଫେବୃଆରୀ 7ରେ) ଫିଲ୍ମ ପରଦାକୁ ଆସୁଥିବା ବେଳେ ଫିଲ୍ମକୁ ଜିଲ୍ଲାରେ ବିରୋଧ କରିବା ସହ ବ୍ୟାନ ଦାବି କରାଯାଇଛି । ଖ୍ରୀଷ୍ଟିଆନା ଫୋରମ, ଆଦିବାସୀ ଦଳିତ ସେନା ଓ ମୂଳ ନିବାସୀ ସେନା ପକ୍ଷରୁ ଏହି ଫିଲ୍ମର ରିଲିଜ ବିରୋଧରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଏଥିସହ ଫିଲ୍ମ ରିଲିଜ ଉପରେ ପ୍ରତିବନ୍ଧକ ଲଗାଇବାକୁ ଦାବି କରାଯାଇଛି ।

Odia Film Sanatani Controversy (ETV Bharat Odisha)

'ସନାତନୀ' ଫିଲ୍ମକୁ ସମ୍ବଲପୁରରେ ବିରୋଧ

ସୂଚନା ଅନୁସାରେ, ଆଜି(ଫେବୃଆରୀ 7ରେ) ଫିଲ୍ମ 'ସନାତନୀ' ପରଦାକୁ ଆସୁଛି । ଏହି ସମୟରେ ସମ୍ୱଲପୁରରେ ଖ୍ରୀଷ୍ଟିଆନା ଫୋରମ, ଆଦିବାସୀ ଦଳିତ ସେନା ଓ ମୂଳ ନିବାସୀ ସେନା ସଂଗଠନର ଶତାଧିକ ସଦସ୍ୟ ଆଜି ଲକ୍ଷ୍ମୀ ଟକିଜ ଛକରୁ ଏକ ଶୋଭାଯାତ୍ରାରେ ବାହାରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚିଛନ୍ତି । ଏଠାରେ ଏକ ବିକ୍ଷୋଭ ସଭା କରାଯାଇ ଫିଲ୍ମର ରିଲିଜକୁ ବିରୋଧ କରାଯାଇଥିଲା ।

Odia Film Sanatani Controversy (ETV Bharat Odisha)

'ସନାତନୀ' ବ୍ୟାନ୍ ନେଇ ଦାବିପତ୍ର ପ୍ରଦାନ

ଏହାସହ ଜିଲ୍ଲାପାଳଙ୍କ ଜରିଆରେ ରାଜ୍ୟ ସରକାରଙ୍କୁ ଏକ ଦାବି ପତ୍ର ପ୍ରଦାନ କରିଛନ୍ତି । ଏହି ଦାବି ପତ୍ରରେ ଫିଲ୍ମକୁ ରିଲିଜ ନକରାଇବାକୁ କୁହାଯିବା ସହ ଫିଲ୍ମକୁ ତିଆରି କରିଥିବା ଲୋକଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରାଯାଇଛି । ଏହି ସଂଗଠନ ମାନଙ୍କ ପକ୍ଷରୁ କୁହାଯାଇଛି ଯେ ଏହି ଫିଲ୍ମରେ ଖ୍ରୀଷ୍ଟିଆନ, ଆଦିବାସୀ ଓ ଦଳିତ ସମ୍ପ୍ରଦାୟଙ୍କ ବିରୁଦ୍ଧରେ ଆକ୍ଷେପ କରୁଥିବା ଭଳିଆ କଣ୍ଟେଣ୍ଟ ରହିଛି, ତେଣୁ ଏହାକୁ ବ୍ୟାନ କରିବାକୁ ଦାବି କରାଯାଇଛି ।

''ଫିଲ୍ମ ରିଲିଜ ହେଲେ ଭାଇଚାରା ନଷ୍ଟ ହେବ''

ବିକ୍ଷୋଭକାରୀ ଅନୀଲ ନାଏକ କହିଛନ୍ତି, ''ଆମେ ସୋସିଆଲ ମିଡ଼ିଆରୁ ଦେଖିଲୁ ଯେ ଏହି ଫିଲ୍ମରେ ଆଦିବାସୀ, ଦଳିତ ସହ ଖ୍ରୀଷ୍ଟିଆନ ସମ୍ପ୍ରଦାୟ ଉପରେ ଆକ୍ଷେପ କଲା ପରିକା କଥାବସ୍ତୁ ରହିଛି । ଏହି ଫିଲ୍ମ ନେଇ ଗୋଇନ୍ଦା ବିଭାଗ ବି ରିପୋର୍ଟ ଦେଇଛି ଯେ ଏହା ରିଲିଜ ହେଲେ ଓଡ଼ିଶାରେ ଓ ସମ୍ବଲପୁରରେ ଭାଇଚାରା ନଷ୍ଟ ହେବ । ଏହି ଫିଲ୍ମରେ ଆଦିବାସୀ ଓ ଦଳିତ ମାନଙ୍କୁ ମୂର୍ଖ ଭାବେ ପ୍ରଦର୍ଶିତ କରାଯାଇଛି । ସେଥିପାଇଁ ଏହି ଫିଲ୍ମକୁ ବ୍ୟାନ କରିବାକୁ ଦାବି କରୁଛୁ । ଏନେଇ ଆମେ ଜିଲ୍ଲାପାଳଙ୍କ ମାଧ୍ୟମରେ ମୁଖ୍ୟମନ୍ତ୍ରୀଙ୍କୁ ଦାବି ପତ୍ର ଦେଉଛୁ ଯେ ଏହି ଫିଲ୍ମକୁ ବ୍ୟାନ କରାଯାଉ ଓ ଯେଉଁ ଲୋକମାନେ ଏହି ଫିଲ୍ମ ତିଆରି କରିଛନ୍ତି ତାଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯାଉ।''

Odia Film Sanatani Controversy (ETV Bharat Odisha)

ପୂର୍ବରୁ ଗୁଇନ୍ଦା ବିଭାଗ କରିଥିଲା ସତର୍କ

କହିରଖୁଛୁ କି, ଏହି ଫିଲ୍ମଟି ଧର୍ମାନ୍ତୀକରଣ ଉପରେ ପର୍ଯ୍ୟବେସିତ ହୋଇଥିବା ବେଳେ ପୂର୍ବରୁ ଫିଲ୍ମ ନେଇ ରାଜ୍ୟ ସରକାର ଏବଂ ଫିଲ୍ମ ସଂସ୍ଥାକୁ ସତର୍କ କରାଇଥିଲା ଗୁଇନ୍ଦା ବିଭାଗ । ଏକ ଚିଠି ମାଧ୍ୟମରେ ଫିଲ୍ମରେ ନିର୍ଦ୍ଦିଷ୍ଟ ଧର୍ମକୁ ଆକ୍ଷେପ କରିଥିବା ନେଇ ନିର୍ଦ୍ଦିଷ୍ଟ ସମ୍ପ୍ରଦାୟ ଅଭିଯୋଗ କରିଥିବା ଦର୍ଶାଯାଇଥିଲା । ଏହି ଦାବି ଯୋଗୁଁ ଫିଲ୍ମ ରିଲିଜ ସମୟରେ ସାମ୍ପ୍ରଦାୟିକ ଦଙ୍ଗା ସୃଷ୍ଟି କରିବ ବୋଲି ଆଶଙ୍କା କରି ସତର୍କ କରାଇଥିଲା ବିଭାଗ । ଏହାକୁ ନେଇ ପ୍ରଯୋଜନା ସଂସ୍ଥା ଅଭିୟୋଗକୁ ଖଣ୍ଡନ କରିବା ସହ ଆମେ କୌଣସି ଧର୍ମକୁ ଆକ୍ଷେପ କଲା ଭଳି ଫିଲ୍ମରେ ଦେଖାଇନାହୁଁ ବୋଲି ସ୍ପଷ୍ଟ କରିଥିଲା ।

ଏହା ମଧ୍ୟ ପଢନ୍ତୁ:ଓଡ଼ିଆ ଫିଲ୍ମ 'ସନାତନୀ'କୁ ବିରୋଧ, ହିଂସା ଆଶଙ୍କା ନେଇ ଗୁଇନ୍ଦାର ସତର୍କତା

'ସନାତନୀ' ଫିଲ୍ମ ବିଷୟରେ କହିବାକୁ ଗଲେ, ପ୍ରଯୋଜନା ସଂସ୍ଥା ବିଦିଶା କ୍ରାଫ୍ଟ ବ୍ୟାନର୍‌ରେ ବରିଷ୍ଠ ପ୍ରଯୋଜକ ବିଜୟ କାଣ୍ଡୋଇଙ୍କ ପ୍ରଯୋଜନାରେ ଏହି ସିନେମା ନିର୍ମାଣ ହୋଇଥିବା ବେଳେ ଧର୍ମାନ୍ତୀକରଣକୁ ଏଥିରେ ଦେଖାଯାଇଛି । ଯେଉଁଥିରେ ମୁଖ୍ୟ ଚରିତ୍ରରେ ଅଭିନେତା ସମ୍ବିତ ଆଚାର୍ଯ୍ୟ ଏବଂ ତାଙ୍କ ବିପକ୍ଷରେ ଆର୍ଲିନ୍‌ ଅଙ୍କିତାଙ୍କୁ ଦେଖିବାକୁ ମିଳିବ । ସମ୍ବିତ-ଆର୍ଲିନ ଅଙ୍କିତା ବ୍ୟତୀତ ଅନ୍ୟାନ୍ୟ ମୁଖ୍ୟ ଚରିତ୍ରରେ ପପି ସନ୍ତୁକା, ଗୁଡ଼ୁ, ଜଗନ୍ନାଥ ସେଠ୍, ଗୋପାଳ ପ୍ରକାଶ ମହାନ୍ତି ଓ ବବ୍‌ଲୁ ଅଭିନୟ କରୁଛନ୍ତି । ଏହି ସିନେମାର କାହାଣୀ, ଚିତ୍ରନାଟ୍ୟ ଓ ନିର୍ଦ୍ଦେଶନା ଦାୟିତ୍ୱ ନେଇଛନ୍ତି ବାସୁଦେବ ବରାଡ଼ । ଫିଲ୍ମର ସଂଳାପ ମାନସ ରଞ୍ଜନ ସାମଲ ଏବଂ ଦୀପ୍ତି ପଟ୍ଟନାୟକ ଲେଖିଛନ୍ତି । କ୍ୟାମେରା ଭାର ସମ୍ଭାଳିଛନ୍ତି ଧ୍ରୁବାନନ୍ଦ ପଣ୍ଡା । ଗୀତ ରଚନା ଡା. ନିର୍ମଳ ନାୟକ କରିଥିବା ବେଳେ ସଙ୍ଗୀତ ଦେଇଛନ୍ତି ଅଭିଜିତ୍ ମଜୁମ୍‌ଦାର୍ ।

ସମ୍ବଲପୁର, ଇଟିଭି ଭାରତ

ABOUT THE AUTHOR

...view details