ଓଡିଶା

odisha

ETV Bharat / entertainment

ରଥଯାତ୍ରାରେ ଓଡ଼ିଆ ସିନେପ୍ରେମୀଙ୍କୁ ଭେଟି, ରିଲିଜ ହେବ ନୂଆ ଚଳଚ୍ଚିତ୍ର 'ଜଗା ମୋ ଜଗତଜିତା' - Odia Film Jaga Mo Jagatjita Release - ODIA FILM JAGA MO JAGATJITA RELEASE

Odia Film Jaga Mo Jagatjita Release: ଆଜି ମହାପ୍ରଭୁଙ୍କ ବିଶ୍ବପ୍ରସିଦ୍ଧ ରଥଯାତ୍ରା । ଚଳଚଞ୍ଚଳ ହୋଇଉଠିଛି ଶ୍ରୀକ୍ଷେତ୍ର । ଘଣ୍ଟନାଦ ଓ ହୁଳହୁଳିରେ ଗୁଞ୍ଜୁଛି ବଡ଼ ଦାଣ୍ଡ । ଏହି ପବିତ୍ର ଅବସରରେ ଓଡ଼ିଆ ସିନେପ୍ରେମୀଙ୍କୁ ଭେଟି । ଆଜି ରିଲିଜ ହେବାକୁ ଯାଉଛି ଓଡ଼ିଆ ଫିଲ୍ମ 'ଜଗା ମୋ ଜଗତଜିତା' । ଅଧିକ ପଢନ୍ତୁ,

ରଥଯାତ୍ରାରେ ଓଡ଼ିଆ ସିନେପ୍ରେମୀଙ୍କୁ ଭେଟି, ରିଲିଜ ହେବ ନୂଆ ଚଳଚ୍ଚିତ୍ର 'ଜଗା ମୋ ଜଗତଜିତା'
ରଥଯାତ୍ରାରେ ଓଡ଼ିଆ ସିନେପ୍ରେମୀଙ୍କୁ ଭେଟି, ରିଲିଜ ହେବ ନୂଆ ଚଳଚ୍ଚିତ୍ର 'ଜଗା ମୋ ଜଗତଜିତା' (ETV Bharat Odisha)

By ETV Bharat Odisha Team

Published : Jul 7, 2024, 3:49 PM IST

ଭୁବନେଶ୍ୱର:ଆଜି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଶ୍ୱପ୍ରସିଦ୍ଧ ରଥଯାତ୍ରା । ରଥାରୂଢ ହୋଇ ଜନ୍ମବେଦୀକୁ ଯିବେ ତିନିଠାକୁର । ଘଣ୍ଟଘଣ୍ଟା ନାଦରେ ପ୍ରକମ୍ପିତ ଗଗନପବନ । ଭଜନ କୀର୍ତ୍ତନରେ ସୃଷ୍ଟି ହୋଇଛି ଭକ୍ତିମୟ ପରିବେଶ । ଜନସମୁଦ୍ର ପାଲଟିଛି ବଡଦାଣ୍ଡ । ତେବେ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ପାଇଁ ଉତ୍ସବମୁଖର ହୋଇଛି ସାରା ରାଜ୍ୟ । ଏହି ଅବସରରେ ଓଡିଆ ଦର୍ଶକଙ୍କ ମନ ଜାଣି ପରଦାକୁ ଆସୁଛି ଭକ୍ତ ଓ ଭଗବାନଙ୍କ ମିଳନର କାହାଣୀର ଚଳଚ୍ଚିତ୍ର 'ଜଗା ମୋ ଜଗତଜିତା' । ତେବେ ଏହି ଫିଲ୍ମ ଆଜି ଟେଲିଭିଜନରେ ସିଧାପ୍ରସାରଣ ହେବାକୁ ଯାଉଛି ।

ରଥଯାତ୍ରାରେ ଓଡ଼ିଆ ସିନେପ୍ରେମୀଙ୍କୁ ଭେଟି, ରିଲିଜ ହେବ ନୂଆ ଚଳଚ୍ଚିତ୍ର 'ଜଗା ମୋ ଜଗତଜିତା' (ETV Bharat Odisha)

ଏଇଠି ଦେଖିପାରିବେ ଫିଲ୍ମ 'ଜଗା ମୋ ଜଗତଜିତା'

ଏହି ରଥଯାତ୍ରା ପାଇଁ ସମ୍ପୂର୍ଣ୍ଣ ନୂଆ ଓ ଭିନ୍ନ କାହାଣୀ ସହିତ ଦର୍ଶକଙ୍କୁ ବାନ୍ଧି ରଖିବା ପାଇଁ ପ୍ରସ୍ତୁତ ହୋଇଛି ଏହି ଜଗନ୍ନାଥଙ୍କ ମାନବୀୟ ଲୀଳାର ଏକ ନିଆରା କାହାଣୀ । ଫିଲ୍ମଟି ଭକ୍ତ ଭଗବାନର କାହାଣୀ ଦର୍ଶାଇବ । ଫିଲ୍ମଟି ଭକ୍ତଙ୍କ ଅଲୌକିକ ଅନୁଭୂତିର କାହାଣୀକୁ ନିଖୁଣ ଭାବେ ଦର୍ଶାଯାଇଥିବା ବେଳେ ଏହା ଲୋକଙ୍କୁ ବେଶ ମନୋରଞ୍ଜନର ଖୋରାକ ଯୋଗାଇବ ବୋଲି କହିଛି ପ୍ରଯୋଜନା ସଂସ୍ଥା । ଜୀ ସାର୍ଥକ ଚ୍ୟାନଲରେ ଫିଲ୍ମଟି ଆଜି ସନ୍ଧ୍ୟା ୬.୩୦ ମିନିଟରେ ସିଧା ପ୍ରସାରଣ ହେବାକୁ ଯାଉଛି ।

ଏହା ମଧ୍ୟ ପଢନ୍ତୁ:ଓଲିଉଡରେ ରଥଯାତ୍ରା ଧୁମ, ଶୁଭେଚ୍ଛା ଜଣାଇଲେ ସେଲିବ୍ରିଟି

'ଜଗା ମୋ ଜଗତଜିତା' ଷ୍ଟାରକାଷ୍ଟ
ଜୀ ସାର୍ଥକ ଫିଲ୍ମ୍ସ ବ୍ୟାନରରେ, ଏସପିପି ପ୍ରଡକସନ୍ସ ହାଉସର 'ଜଗା ମୋ ଜଗତଜିତା' ଫିଲ୍ମର କାହାଣୀ ରଚନା କରିଛନ୍ତି ପ୍ରିୟବ୍ରତ ପଣ୍ଡା । ଫିଲ୍ମର ଅନେକ ଲୋକପ୍ରିୟ ତାରକା ଅଭିନୟ କରିଛନ୍ତି । ଏଥିରେ ମୁଖ୍ୟ ଭୂମିକାରେ ଅଭିନେତା ଅମନ, ଶ୍ରଦ୍ଧା ପାଣିଗ୍ରାହୀ, ବାଦଲ ମହାନ୍ତି, ପୃଥ୍ଵୀରାଜ ନାୟକ ସହିତ ଓଡିଆ ଚଳଚ୍ଚିତ୍ର ଜଗତର ନାମୀ ଦାମୀ କଳାକାର ନଜର ଆସିବେ। ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି ନିର୍ଦ୍ଦେଶକ ତ୍ରିପତି ସାହୁ ଓ ପ୍ରଯୋଜକ ରହିଛନ୍ତି କ୍ଷୀରୋଦ ପଟ୍ଟନାୟକ । ବୈଦ୍ୟନାଥ ଦାଶ ସଂଗୀତ ନିର୍ଦ୍ଦେଶନା ଦେଇଥିବା ବେଳେ ଫିଲ୍ମର ଗୀତ ରଚନା କରିଛନ୍ତି ଡଃ ନିର୍ମଳ ନାୟକ, ନିହାର ପ୍ରିୟାଶୀଷ ଏବଂ ଅରୁଣ ମନ୍ତ୍ରୀ । ଫିଲ୍ମରେ ଅଛି ରହସ୍ୟ ଓ ରୋମାଞ୍ଚ, କାହାଣୀରେ ମଧ୍ୟ ନୂତନତ୍ତ୍ୱ ଅଛି, ଯାହା ଦର୍ଶକଙ୍କୁ ଭଲ ଲାଗିବ ବୋଲି ନିର୍ମାତା ଆଶା ପ୍ରକଟ କରିଛନ୍ତି ।

ଏହା ମଧ୍ୟ ପଢନ୍ତୁ:ଫିଲ୍ମ ଫ୍ରାଇଡେରେ ରିଲିଜ ହେଲା ଓଡ଼ିଆ ଚଳଚ୍ଚିତ୍ର 'ସୀତା'

ଇଟିଭି ଭାରତ, ଭୁବନେଶ୍ୱର

ABOUT THE AUTHOR

...view details