ଭୁବନେଶ୍ୱର: ଓଲିଉଡ ଜଗତରୁ ଆସିଲା ଦୁଃଖଦ ଖବର । ଯୁବ ଅଭିନେତା ସୋହମ ସିଂହଙ୍କୁ ହୃଦଘାତ । ଚିକିତ୍ସା ନିମନ୍ତେ ରାଜଧାନୀ ଭୁବନେଶ୍ୱର ସ୍ଥିତ ଏକ ଘରୋଇ ହସ୍ପିଟାଲରେ ତାଙ୍କୁ ଭର୍ତ୍ତି କରାଯାଇଛି । ସେଠାରେ ଚିକିତ୍ସା ଚାଲିଥିବା ବେଳେ ତାଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର ଥିବା ଜଣାପଡିଛି । ସୋହମ ସିଂହଙ୍କ ଅସୁସ୍ଥତା ଖବର ଶୁଣିବା ପରେ ଫ୍ୟାନ୍ସ ମାନେ ଦୁଃଖପ୍ରକାଶ କରିଛନ୍ତି ।
ଅଭିନେତା ସୋହମ ସିଂହଙ୍କୁ ହୃଦଘାତ, ଘରୋଇ ହସ୍ପିଟାଲରେ ଭର୍ତ୍ତି:
ଅଭିନେତା ସୋହମଙ୍କ ପରିବାର ଲୋକଙ୍କ ସୂଚନା ଅନୁଯାୟୀ, ଆଜି(ମଙ୍ଗଳବାର) ହଠାତ ଅସୁସ୍ଥ ହୋଇପଡିଥିଲେ ସୋହମ । ତାଙ୍କୁ ତୁରନ୍ତ ଭୁବନେଶ୍ୱର ସ୍ଥିତ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ ତାଙ୍କର ହୃଦଘାତ ହୋଇଥିବା ଜଣାପଡିଛି । ସେଠାରେ ତାଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଥିବା ବେଳେ ଚିକିତ୍ସା ଜାରି ରହିଛି । ବର୍ତ୍ତମାନ ତାଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର ରହିଛି ।
Odia Actor Soham Singh admitted in Hospital (ETV Bharat Odisha) ଓଲିଉଡ ଅଭିନେତା ଉତ୍ତମ ମହାନ୍ତିଙ୍କ ସ୍ବାସ୍ଥ୍ୟାବସ୍ଥା ବୁଝିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର
ଅସୁସ୍ଥ ଉତ୍ତମ ମହାନ୍ତି, ଆଶୁ ଆରୋଗ୍ୟ କାମନା କଲେ ମୁଖ୍ୟମନ୍ତ୍ରୀ
ଯୁବ ପ୍ରଯୋଜକ, ଅଭିନେତା ତଥା ଗାୟକ ଭାବେ ଲୋକପ୍ରିୟ ସୋହମ:
ଓଡ଼ିଆ ଚଳଚ୍ଚିତ୍ର ଜଗତର ଜଣେ ଚର୍ଚ୍ଚିତ ଚେହେରା ହେଉଛନ୍ତି ସୋହମ ସିଂହ । ଓଡିଆ ସିନେମାର ସେ ଏକାଧାରାରେ ଜଣେ ଯୁବ ପ୍ରଯୋଜକ, ଅଭିନେତା ଓ ଗାୟକ ଭାବେ ବେଶ ଜଣାଶୁଣା l 'ଅଜାତଶତ୍ରୁ', 'ଆଇ ଲଭ ୟୁ ପ୍ରିୟା' ଏବଂ 'ରାଉଡି ରାଜା' ଭଳି ଓଡ଼ିଆ ସିନେମାରେ ସେ ନଜର ଆସିଛନ୍ତି । ତାଙ୍କ ଅଭିନୀତ ଫିଲ୍ମଗୁଡିକ ବେଶ ଲୋକପ୍ରିୟତା ସାଉଁଣ୍ଟି ଥିଲା ମଧ୍ୟ । ଅନ୍ୟପଟେ ଆଗକୁ ତାଙ୍କର ଏକ ବଡ଼ ବଜେଟର ଆକ୍ସନ ସିନେମା ଆସିବାକୁ ଯାଉଛି । ଯାହାର ନାମ 'ଆଲ୍ଲୀ ବଜରଙ୍ଗୱାଲି' । ତେବେ 'ହାର୍ଟ ଟୁ ହାର୍ଟ' ଟକ୍ ଶୋରେ ମଧ୍ୟ ନଜର ଆସିଛନ୍ତି । ସେ ଖୁବଶୀଘ୍ର ସୁସ୍ଥ ହୋଇ ଇଣ୍ଡଷ୍ଟ୍ରିରେ ପାଦ ରଖନ୍ତୁ, ଏଥିପାଇଁ ଓଲିଉଡ କଳାକାରମାନେ ପ୍ରଭୁ ଜଗନ୍ନାଥଙ୍କ ପାଖରେ ପ୍ରାର୍ଥନା କରିଛନ୍ତି । ନିକଟରେ ଭେଟେରାନ ଅଭିନେତା ଉତ୍ତମ ମହାନ୍ତି ଲିଭର ସିରୋସିସ ରୋଗରେ ପୀଡିତ ହୋଇଥିବାରୁ ଦିଲ୍ଲୀରେ ତାଙ୍କର ଚିକିତ୍ସା ଚାଲିଛି ।
ଇଟିଭି ଭାରତ, ଭୁବନେଶ୍ୱର