ଭୁବନେଶ୍ବର:ଲୋକାର୍ପିତ ହୋଇଛି ଓଡ଼ିଆ ଚଳଚ୍ଚିତ୍ର 'ନିର୍ଣ୍ଣୟ'ର ଅଡିଓ । ୨୬ ଏପ୍ରିଲରେ ହେବ ଏହି ଚଳଚ୍ଚିତ୍ରର ଶୁଭମୁକ୍ତି। ଶ୍ରଦ୍ଧା ସବୁରୀ ପ୍ରଡକ୍ସନର ପ୍ରଥମ ଅବଦାନ ଚଳଚ୍ଚିତ୍ର 'ନିର୍ଣ୍ଣୟ'ର ଅଡିଓ ଲୋକାର୍ପଣ ହୋଇଛି । ଓଡ଼ିଶାର ମୌଳିକ କାହାଣୀକୁ ନେଇ 'ନିର୍ଣ୍ଣୟ' ନିର୍ମାଣ ହୋଇଛି। 4ଟି ଭିନ୍ନ ଭିନ୍ନ କାହାଣୀକୁ ନେଇ ଚଳଚ୍ଚିତ୍ର ପ୍ରସ୍ତୁତ ହୋଇଛି । କାହାଣୀ ଅନୁସାରେ, ୪ଟି ମୁଖ୍ୟ ଚରିତ୍ର ଜୀବନ ବାଟରେ ଚାଲିଲାବେଳେ, ସମୟ ସେମାନଙ୍କୁ ନେଇ ଏମିତି ମୋଡ଼ରେ ଛାଡିଛି ଯେ, ସମାଜ ଆଖିରେ ସେମାନେ କେଉଁଠି ନା କେଉଁଠି ଦୋଷୀ ହେଇଯାଆନ୍ତି । ଭଲ ପାଇବାକୁ ଏକ ସମ୍ପର୍କର ନାଁ ଦେବା ପାଇଁ କାହିଁକି ଦୁଇ ଜଣ ଅନବରତ ଚେଷ୍ଟାରେ ଥାଆନ୍ତି। ଏଇ ଚେଷ୍ଟାର ନାଁ ସମାଜ 'ଦୋଷ' ଦେଇଦିଏ। କେଉଁ ନିର୍ଣ୍ଣୟ ପାଇଁ ଆଜି ଏମିତି ଦୋଛକିରେ ଠିଆ ହୋଇଛନ୍ତି ? ନିଜ ପାଇଁ ନିର୍ଣ୍ଣୟ ନେବା ଆଉ ସେହି ନିର୍ଣ୍ଣୟରେ ନିଜକୁ ଠିଆ କରିବା କେତେ ଯୁକ୍ତିଯୁକ୍ତ? ଭଳି ପ୍ରଶ୍ନକୁ ଆଧାର କରାଯାଇଛି ।
ପ୍ରଯୋଜକ ଟିକି ପଟ୍ଟନାୟକ 'ନିର୍ଣ୍ଣୟ'ର ପ୍ରଯୋଜନା ଦେଇଥିବାବେଳେ ଏହା ତାଙ୍କର ପ୍ରଥମ ଚଳଚ୍ଚିତ୍ର। ଅଭିଜ୍ଞ ଯୁବ ନିର୍ଦ୍ଦେଶକ ରାଜେନ୍ଦ୍ର ମହାନ୍ତଙ୍କ ଦ୍ୱାରା ନିର୍ଦ୍ଦେଶିତ 'ନିର୍ଣ୍ଣୟ' ଚଳଚ୍ଚିତ୍ରର କାହାଣୀ ଲେଖିଛନ୍ତି ଶୁଭଶ୍ରୀ ଶୁଭଶ୍ମିତା ମିଶ୍ର ଏବଂ ସଂଳାପ ଲେଖିଛନ୍ତି ସୁମିତ ପଣ୍ଡା । ଚିତ୍ରତ୍ତୋଳନ ଦାୟିତ୍ୱରେ ଅଛନ୍ତି ଦୀପକ କୁମାର। ସେହିପରି ଗୀତ ରଚନା ସ୍ଥିତ ପଟ୍ଟନାୟକ, ସୁମିତ ପଣ୍ଡା କରିଛନ୍ତି । ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ବର୍ତ୍ତମାନର ଯୁବ ନିର୍ଦ୍ଦେଶକ ସୋମେଶ ଶତପଥି ଏବଂ ଗୌରବ ଆନନ୍ଦ । କଣ୍ଠଦାନ କରିଛନ୍ତି ସଞ୍ଚିତା ଶୁଭଦର୍ଶିନୀ, ଆଶିଷ ପ୍ରଧାନ, ଅନୁରାଧା ପାଣିଗ୍ରାହୀ ଏବଂ ଗୌରବ ଆନନ୍ଦ ।