ହାଇଦ୍ରାବାଦ: ଗୁରୁବାର ଦିନ କେନ୍ଦ୍ର ସରକାର ଅତ୍ୟନ୍ତ ସମ୍ମାନଜନକ ପଦ୍ମ ପୁରସ୍କାର ଘୋଷଣା କରିଛନ୍ତି । ଫିଲ୍ମ ଇଣ୍ଡଷ୍ଟ୍ରିର ଅନେକ ଲୋକପ୍ରିୟ ତାରକାଙ୍କୁ ଏହି ସମ୍ମାନରେ ସମ୍ମାନିତ କରାଯିବ । ଭେଟେରାନ ଅଭିନେତ୍ରୀ ବୈଜୟନ୍ତୀ ମାଲା ଏବଂ ସାଉଥ ସୁପରଷ୍ଟାର ଚିରଞ୍ଜୀବୀଙ୍କୁ ପଦ୍ମ ବିଭୂଷଣ ପୁରସ୍କାରରେ ସମ୍ମାନିତ କରାଯିବ । ସେହିପରି ସ୍ବର୍ଗତା ଅଭିନେତା ବିଜୟକାନ୍ତ ଏବଂ ବଲିଉଡ ଅଭିନେତା ମିଥୁନ ଚକ୍ରବର୍ତ୍ତୀ ଏବଂ ଉଷା ଉଥୁପଙ୍କୁ ପଦ୍ମ ଭୂଷଣ ସମ୍ମାନରେ ସମ୍ମାନିତ କରାଯିବ । ପଦ୍ମ ସମ୍ମାନ ଘୋଷଣା ପରେ ମିଥୁନ ଚକ୍ରବର୍ତ୍ତୀ ଖୁସି ବ୍ୟକ୍ତ କରିଛନ୍ତି ଏବଂ ଏହି ସମ୍ମାନର ଶ୍ରେୟ ନିଜ ଫ୍ୟାନ୍ସ ଏବଂ ସମର୍ଥକଙ୍କୁ ଦେଇଛନ୍ତି ।
ସୋସିଆଲ ମିଡିଆରେ ମିଥୁନ ଚକ୍ରବର୍ତ୍ତୀ ଏକ ଭିଡିଓ ବାର୍ତ୍ତା ସାମ୍ନାକୁ ଆସିଛି । ଏଥିରେ ସେ କହିଛନ୍ତି, "ବହୁତ ଖୁସି, ବହୁତ ଆନନ୍ଦ ଅଛି, ଏହା ଏପରି ଏକ ଭାବନା ଅଛି ଯାହାକୁ ପ୍ରକାଶ କରିବାକୁ ମୋ ପାଖରେ ଶଦ୍ଦ ନାହିଁ । ଅନେକ ଅସୁବିଧାର ସମ୍ମୁଖୀନ ପରେ, ଯେତେବେଳେ ଜଣେ ଏତେ ବଡ ସମ୍ମାନ ପାଏ, ତେବେ ସୁଖ କିଛି ଅଟେ । ଅନ୍ୟ ସମସ୍ତଙ୍କୁ ମୁଁ ଧନ୍ୟବାଦ ଜଣାଉଛି। ମୁଁ ଏହି ସମ୍ମାନକୁ ଦେଶ ତଥା ସମଗ୍ର ବିଶ୍ବରେ ମୋର ପ୍ରଶଂସକ ଏବଂ ସମର୍ଥକ ମାନଙ୍କୁ ଉତ୍ସର୍ଗ କରୁଛି, ଯେଉଁମାନେ ମୋତେ ନିଃସ୍ବାର୍ଥପର ଭଳପାଇବା ଦେଇଆସିଛନ୍ତି । ମୋତେ ବହୁତ ଭଲ ପାଇବା ଏବଂ ସମ୍ମାନ ଦେଇଥିବାରୁ ଧନ୍ୟବାଦ ।''
ମିଥୁନ ଚକ୍ରବର୍ତ୍ତୀଙ୍କ ଫିଲ୍ମ କ୍ୟାରିଅର:ମିଥୁନ ବଙ୍ଗଳା ଚଳଚ୍ଚିତ୍ର 'ମୃଗୟା'ରୁ ଅଭିନୟ କ୍ୟାରିଅର ଆରମ୍ଭ କରିଥିଲେ । ମୃଣାଲ ସେନଙ୍କ ନିର୍ଦ୍ଦେଶିତ ଏହି ଚଳଚ୍ଚିତ୍ର ୧୯୭୬ମସିହାରେ ମୁକ୍ତିଲାଭ କରିଥିଲା ଏବଂ ମିଥୁନ ତାଙ୍କ ଭୂମିକା ପାଇଁ ଅନେକ ପ୍ରଶଂସା ପାଇଥିଲେ। ଏପରିକି ତାଙ୍କର ପ୍ରଥମ ଚଳଚ୍ଚିତ୍ରରେ ମିଥୁନଙ୍କୁ ୨୪ ତମ ଜାତୀୟ ପୁରସ୍କାରରେ ଶ୍ରେଷ୍ଠ ଅଭିନେତା ପୁରସ୍କାରରେ ସମ୍ମାନିତ କରାଯାଇଥିଲା । ଏହା ପରେ ସେ ସେହି ବର୍ଷ ସେ ଦୁଲାଲ ଗୁହାଙ୍କ ନିର୍ଦ୍ଦେଶିତ 'ଦୋ ଅଞ୍ଜାନେ' ସହ ବଲିଉଡରେ ଡେବ୍ୟୁ କରିଥିଲେ ।