ଓଡିଶା

odisha

ETV Bharat / entertainment

ଝିଅ ପାଇଁ ଭାବୁକ ହେଲେ ମନୋଜ ମିଶ୍ର, ଲେଖିଲେ ଇମୋସନାଲ୍ ନୋଟ୍ - Manoj Mishra Post For Daughter

Manoj Mishra Heartfelt Note For Daughter: ଦ୍ୱିତୀୟ ବିବାହ ପରେ ଝିଅ ଭବ୍ୟାଙ୍କ ପାଇଁ ପ୍ରଥମ ପୋଷ୍ଟ ଲେଖିଛନ୍ତି ମନୋଜ ମିଶ୍ର । ସେ କହିଛନ୍ତି, ''ମୁଁ ଜାଣେ ଏବେ ତୋ ପାଇଁ ବହୁତ କଷ୍ଟ ସମୟ ଚାଲିଛି । ହେଲେ ମୁଁ କେମିତି କା ମଣିଷ ତୁ ଜାଣୁ । ବ୍ୟସ୍ତ ହେଏନି । ମୁଁ ସବୁବେଳେ ତୋ ସହ ଅଛି ।''

By ETV Bharat Entertainment Team

Published : Sep 10, 2024, 12:00 PM IST

ମନୋଜ ମିଶ୍ର
ମନୋଜ ମିଶ୍ର (Instagram, ETV Bharat Odisha)

ହାଇଦ୍ରାବାଦ:ଓଲିଉଡ ଅଭିନେତାମନୋଜ ମିଶ୍ରଙ୍କ ପିଛା ଛାଡୁନି ବିବାଦ । ପୂର୍ବରୁ ବୃତ୍ତିଗତ କାରଣରୁ ଅଡୁଆରେ ଛନ୍ଦି ହୋଇଥିବା ବେଳେ ଏବେ ବ୍ୟକ୍ତିଗତ କାରଣରୁ ବିବାଦ ଘେରକୁ ଆସିଛନ୍ତି ମନୋଜ ମିଶ୍ର । ନିକଟରେ ଅଭିନେତା ମମତା ନନ୍ଦଙ୍କୁ ଦ୍ୱିତୀୟ ବିବାହ କରିଛନ୍ତି । ଯାହା ପରେ ସେ ପୁଣି ଚର୍ଚ୍ଚାକୁ ଆସିଛନ୍ତି । ସୋସିଆଲ ମିଡିଆରେ ଅନେକ ଆଲୋଚନା ହେଉଥିବା ବେଳେ ପ୍ରଥମ ପତ୍ନୀ ମାନା ମଧ୍ୟ ଫେସବୁକ ପେଜରେ ପୋଷ୍ଟ କରି ମନୋଜଙ୍କ ଉପରେ ବର୍ଷିଛନ୍ତି । ଏପରି ସମୟରେ ବର୍ତ୍ତମାନ ଅଭିନେତା ଝିଅ ଭବ୍ୟାଙ୍କ ପାଇଁ ଏକ ଭାବପ୍ରବଣ ଲେଖିଛନ୍ତି । ସେ କହିଛନ୍ତି, ''ଏବେ ତୋ ପାଇଁ ବହୁତ କଷ୍ଟ ସମୟ ଚାଲିଛି । ହେଲେ ମୁଁ କେମିତି କା ମଣିଷ ତୁ ଜାଣୁ । ତୁ ବଡ଼ ହେଲେ ସମସ୍ତଙ୍କୁ ଠିକ୍ ଜବାବ ଦେବୁ।''

ଦ୍ୱିତୀୟ ବିବାହ ପରେ ଝିଅ ପାଇଁ ପ୍ରଥମ ପୋଷ୍ଟ ଲେଖିଲେ ମନୋଜ

ମନୋଜ ମିଶ୍ର ସୋସିଆଲ ମିଡିଆ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଝିଅ ସହ ନିଜର ଏକ ଫଟୋ ସେୟାର କରିଛନ୍ତି । ଏହି ଫଟୋ ସେୟାର କରି ଲେଖିଛନ୍ତି, ''ମୁଁ ଜାଣିଛି ବର୍ତ୍ତମାନ ସମୟ ତୋ ପାଇଁ ବହୁତ କଷ୍ଟକର ସମୟ । କିଛି ୟୁଟ୍ୟୁବର ତାଙ୍କ trp ଚକ୍କରରେ ତୋ ମାଆର interview ନେଉଛନ୍ତି । ମୁଁ ଜାଣିଛି ତୁ ଆଉ ଟିକେ ବଡ଼ ହେଲେ ଏମାନଙ୍କୁ ଠିକ ଜବାବ୍ ଦେବୁ । ବ୍ୟସ୍ତ ହେଏନି ଝିଅ । ମୁଁ ଜଣେ ଅଭିନେତା ବୋଲି ଏତେ ସବୁ ଚର୍ଚ୍ଚା ଚାଲିଛି । କିନ୍ତୁ ମୁଁ ଜାଣିଛି ତୁ ମୋତେ, ତୋ ମା ଠୁ ଅଧିକ ଭଲରେ ଜାଣିଛୁ, ମୁଁ କେମିତିକା ମଣିଷ । ବ୍ୟସ୍ତ ହେଏନି ଏଇ ସମୟ ବି ପଳେଇବ ।
I am always there for you , I love you bhabya.. ଏହାର ଅର୍ଥ ମୁଁ ସବୁବେଲେ ତୋ ସହ ଅଛି । ମୁଁ ତୋତେ ବହୁତ ଭଲ ପାଏ ଭବ୍ୟା ।''

ଏହା ମଧ୍ୟ ପଢନ୍ତୁ:ପୁଣି ହାତକୁ ଦି'ହାତ ହେଲେ ମନୋଜ ମିଶ୍ର, ଅଭିନେତ୍ରୀ ମମତା ନନ୍ଦଙ୍କୁ କଲେ ସାତ ଜନ୍ମର ସାଥୀ

ମନୋଜ ମିଶ୍ର (Mana Mishra, Facebook)

ଭବ୍ୟା ମନୋଜଙ୍କ ପ୍ରଥମ ସ୍ତ୍ରୀଙ୍କ ଝିଅ

କହିରଖୁଛୁ କି, ଅଭିନେତା ମନୋଜ ମିଶ୍ର ପ୍ରଥମେ ମାନା ମିଶ୍ରଙ୍କୁ ବିବାହ କରିଥିଲେ । ପରେ ପାରିବାରିକ ବିବାଦ କାରଣରୁ ଉଭୟଙ୍କ ଛାଡ଼ପତ୍ର ହୋଇଥିଲା । ମାନା ଏବଂ ମନୋଜଙ୍କ ଝିଅ ଭବ୍ୟା ରହିଛନ୍ତି । ତେବେ ମନୋଜଙ୍କ ଦ୍ୱିତୀୟ ବିବାହ ଖବର ଜାଣିବା ପରେ ମାନା ମଧ୍ୟ ଅନେକ ପୋଷ୍ଟ କରି ମନୋଜଙ୍କ ବିଭିନ୍ନ ଅଭିଯୋଗ ଆଣି ଖୁବ ବର୍ଷିଛନ୍ତି । ଯାହା ପରେ ଝିଅ ପାଇଁ ଏଭଳି ପୋଷ୍ଟ କରିଛନ୍ତି ମନୋଜ ।

ଏହା ମଧ୍ୟ ପଢନ୍ତୁ:ଶାଶୁଙ୍କୁ ଖୁଆଇଦେଲେ ମମତା, ମନୋଜ କହିଲେ 'ମା' ଖୁସି ତ ଭଗବାନ ଖୁସି'

ମମତା ନନ୍ଦଙ୍କୁ ଦ୍ୱିତୀୟ ବିବାହ କରିଛନ୍ତି ମନୋଜ

ପ୍ରଥମ ପତ୍ନୀ ମାନାଙ୍କ ଠାରୁ ଛାଡପତ୍ର ପରେ ମନୋଜ ମିଶ୍ର ଅଭିନେତ୍ରୀ ମମତା ନନ୍ଦଙ୍କ ପ୍ରେମରେ ପଡିଥିଲେ । ଦୀର୍ଘ ଦିନର ଡେଟିଂ ପରେ ଉଭୟ ବିବାହ କରିବାକୁ ନିଷ୍ପତ୍ତି ନେଇଥିଲେ । ଏହି ଦମ୍ପତି କୋର୍ଟ ମ୍ୟାରେଜ କରିଛନ୍ତି । ଉଭୟ କୋର୍ଟ ମ୍ୟାରେଜ କରିଥିବା ବେଳେ ସୋସିଆଲ ମିଡିଆରେ ବିବାହକୁ ସୁନିଶ୍ଚିତ କରିଥିଲେ । ମମତା ନନ୍ଦ ମଧ୍ୟ ଜଣେ ଅଭିନେତ୍ରୀ ଥିବା ବେଳେ 'ସମାପଜୁର ରଘୁ' ର ଫିଲ୍ମରେ ମନୋଜ ମିଶ୍ରଙ୍କ ସହ ମମତାଙ୍କୁ ଏକାଠି ଦେଖିବାକୁ ମିଳିଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details