ଓଡିଶା

odisha

By ETV Bharat Odisha Team

Published : Feb 15, 2024, 10:00 AM IST

Updated : Feb 15, 2024, 10:09 AM IST

ETV Bharat / entertainment

IAS ପତ୍ନୀଙ୍କ ବିରୋଧରେ ଥାନାର ଦ୍ୱାରସ୍ଥ ହେଲେ ମହାଭାରତ ଶ୍ରୀକୃଷ୍ଣ

Nitish Bhardwaj Complaint Against IAS Wife: ଆଇଏଏସ ପତ୍ନୀଙ୍କ ନାଁରେ ଅଭିଯୋଗ ଆଣିଲେ 'ଶ୍ରୀକୃଷ୍ଣ' ଅଭିନେତା ନୀତିଶ ଭରଦ୍ୱାଜ । ପତ୍ନୀ ତାଙ୍କୁ ମାନସିକ ନିର୍ଯାତନା ଦେଉଥିବା ଅଭିଯୋଗ କରି ନୀତିଶ ଥାନାର ଦ୍ୱାରସ୍ଥ ହୋଇଛନ୍ତି । ଅଧିକ ପଢନ୍ତୁ

IAS ପତ୍ନୀଙ୍କ ବିରୋଧରେ ଥାନାର ଦ୍ୱାରସ୍ଥ ହେଲେ ନୀତିଶ ଭରଦ୍ୱାଜ
IAS ପତ୍ନୀଙ୍କ ବିରୋଧରେ ଥାନାର ଦ୍ୱାରସ୍ଥ ହେଲେ ନୀତିଶ ଭରଦ୍ୱାଜ

ହାଇଦ୍ରାବାଦ: ମହାଭାରତ ସିରିଏଲରେ 'ଶ୍ରୀକୃଷ୍ଣ' ଭୂମିକାରେ ଅଭିନୟ କରିଥିବା ଅଭିନେତା ନୀତିଶ ଭରଦ୍ୱାଜ ମାନସିକ ନିର୍ଯାତନାର ଶିକାର ହୋଇଛନ୍ତି । ନୀତିଶ ଏନେଇ ବୁଧବାର ଥାନାର ଦ୍ୱାରସ୍ଥ ହୋଇଛନ୍ତି । ପତ୍ନୀ ଆଇଏଏସ୍ ଅଧିକାରୀ ସ୍ମିତା ଭରଦ୍ୱାଜ ତାଙ୍କୁ ମାନସିକ ନିର୍ଯାତନା ଦେଇଥିବା ଅଭିଯୋଗ କରି ନୀତିଶ ଭୋପାଳ ପୋଲିସ କମିଶନରଙ୍କ ଦ୍ୱାରସ୍ଥ ହୋଇଛନ୍ତି । ଭୋପାଳ ପୋଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି । ଏହି ମାମଲାର ତଦନ୍ତ ଅତିରିକ୍ତ ଡିସିପି ଶାଲିନୀ ଦୀକ୍ଷିତଙ୍କୁ ଦିଆଯାଇଥିବା ଜଣାପଡିଛି ।

ଫେବୃଆରୀ ୧୪, ବୁଧବାର ଦିନ ନୀତିଶ ଭରଦ୍ୱାଜ ପତ୍ନୀଙ୍କ ନାଁରେ ଅଭିଯୋଗ ନେଇ ଭୋପାଳ କମିଶନର ହରିନାରାୟଣଚରୀ ମିଶ୍ରଙ୍କୁ ଭେଟିଥିଲେ । ଆଇଏଏସ ପତ୍ନୀ ସ୍ମିତା ତାଙ୍କୁ ମାନସିକ ନିର୍ଯାତନା ଦେଉଥିବା ସେ ଅଭିଯୋଗ କରିଥିଲେ । ସେ କହିଛନ୍ତି, ସ୍ମିତା ତାଙ୍କ ଝିଅମାନଙ୍କୁ ତାଙ୍କ ସହ ଭେଟିବାକୁ ଦେଉନାହାନ୍ତି, ଯେତେବେଳେ କି ଏ ବାବଦରେ କୋର୍ଟଙ୍କ ନିର୍ଦ୍ଦେଶ ମଧ୍ୟ ରହିଛି । ସେ ଆହୁରି କହିଛନ୍ତି, ମୋର ଦୁଇ ଝିଅ କେଉଁଠାରେ ଅଛନ୍ତି ଏବଂ ସେମାନେ କେଉଁ ଅବସ୍ଥାରେ ଅଛନ୍ତି, ମୁଁ ଏ ବିଷୟରେ କିଛି ଜାଣେ ନାହିଁ ବାରମ୍ବାର ନିଜ ପତ୍ନୀଙ୍କୁ ପଚାରିଲେ ବି ସେ କୌଣସି ଉତ୍ତର ଦେଉନାହାନ୍ତି । ଓଲଟି ସେ ନିଷ୍ଠୁର ବ୍ୟବାହାର କରୁଛନ୍ତି । ଯାହା ମୋତେ ମାନସିକ ଭାବେ ପ୍ରଭାବିତ କରିଥିବା ଅଭିନେତା କହିଛନ୍ତି ।

କହିରଖୁଛୁ କି, ଆଇଏଏସ ଅଧିକାରୀ ସ୍ମିତାଙ୍କ ସହ ନୀତିଶ ଭରଦ୍ୱାଜଙ୍କର ଏହା ଦ୍ୱିତୀୟ ବିବାହ ଅଟେ । ଏହାପୂର୍ବରୁ ୨୭ ଡିସେମ୍ବର ୧୯୯୧ରେ ନୀତିଶ ମନୀଷା ପାଟିଲଙ୍କୁ ବିବାହ କରିଥିଲେ । ଉଭୟଙ୍କ ବିବାହ କିଛି ବର୍ଷ ପରେ ସେ ବିବାଦରେ ଛନ୍ଦି ହୋଇଥିଲେ । ଦୀର୍ଘ ଦିନର ବିବାଦ ପରେ ନୀତିଶ ୨୦୦୫ରେ ମନୀଷାଙ୍କଠାରୁ ଅଲଗା ହୋଇଥିଲେ । ଏହାପରେ, ମାର୍ଚ୍ଚ ୧୪, ୨୦୦୯ ମସିହାରେ, ନୀତୀଶ ଭରଦ୍ୱାଜ ଆଇଏଏସ୍ ଅଧିକାରୀ ସ୍ମିତାଙ୍କୁ ବିବାହ କରିଥିଲେ । କିନ୍ତୁ ସେମାନଙ୍କର ବିବାହର ୧୦ବର୍ଷ ପରେ ଉଭୟଙ୍କ ମଧ୍ୟରେ ବିବାଦ ଲାଗି ରହିଲା । ଯାହାପରେ ୨୦୦୯ ମସିହାରେ, ଦୁହେଁ ଏହାକୁ ନେଇ ମୁମ୍ବାଇର ଫ୍ୟାମିଲି କୋର୍ଟରେ ମାମଲା ରୁଜୁ କରିଥିଲେ । ଯେଉଁଠାରେ ଏହାର ମାମଲା ବିଚାରାଧୀନ ଅଛି । ଏବେ ନୀତୀଶଙ୍କ ଅଭିଯୋଗ ଉପରେ ପୋଲିସ ତଦନ୍ତ ଆରମ୍ଭ କରିଛି ।

ଏହା ମଧ୍ୟ ପଢନ୍ତୁ:ଫସିଲେ ପୁନମ ପାଣ୍ଡେ, 100 କୋଟିର ମାନହାନି ମାମଲା ରୁଜୁ

Last Updated : Feb 15, 2024, 10:09 AM IST

ABOUT THE AUTHOR

...view details