ହାଇଦ୍ରାବାଦ: ଖୁବଶୀଘ୍ର ପରାଦାକୁ ଆସିବ ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର 'ଲାପତା ଲେଡିସ' । ଏହି ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି ଆମୀର ଖାନଙ୍କ ପୂର୍ବତନ ପତ୍ନୀ ତଥା ଚଳଚ୍ଚିତ୍ର ନିର୍ମାତା କିରଣ ରାଓ । ଏହି ଚଳଚ୍ଚିତ୍ରଟି ଏକ କମେଡି-ଡ୍ରାମା ଫିଲ୍ମ ଅଟେ । ତେବେ ବର୍ତ୍ତମାନ କିରଣ ଫିଲ୍ମର କାଷ୍ଟିଂ କାଉଚ ବିଷୟରେ ଏକ ଖୁଲାସା କରିଛନ୍ତି । ଯେଉଁଥିରେ ସେ କହିଛନ୍ତି, ଆମୀର ନିଜେ ଏହି ଫିଲ୍ମରେ ଏକ ଭୂମିକା ପାଇଁ ଅଡିସନ ଦେଇଥିଲେ । ହେଲେ ରବି କିଶନଙ୍କ ଅଡିସନ ପରେ କିରଣ ଏହି ଭୂମିକା ପାଇଁ ଆମୀରଙ୍କୁ ପ୍ରତ୍ୟାଖ୍ୟାନ କରିଥିଲେ ।
ନିକଟରେ ଏକ ସାକ୍ଷାତକାରରେ ନିର୍ଦ୍ଦେଶକ କିରଣ ରାଓ ପ୍ରକାଶ କରିଛନ୍ତି ଯେ ଲାପତା ଲେଡିଜରେ ଏକ ଭୂମିକା ପାଇଁ ସେ ଆମୀର ଖାନଙ୍କୁ ପ୍ରତ୍ୟାଖ୍ୟାନ କରିଛନ୍ତି । ବର୍ତ୍ତମାନ ସେହି ଭୂମିକାରେ ରବି କିଶନ ନଜର ଆସିଛନ୍ତି । କିରଣଙ୍କ ଅନୁଯାୟୀ, ଆମୀର ଚରିତ୍ରରେ ଅତ୍ୟଧିକ ପ୍ରଭାବିତ ହୋଇଥିଲେ ଏବଂ ଏହି ଭୂମିକା ପାଇଁ ଏକ ଲୁକ୍ ଟେଷ୍ଟ ମଧ୍ୟ ଦେଇଥିଲେ । ଯାହା କିରଣ ରାଓ ମଧ୍ୟ ଭଲ ବୋଲି କହିଥିଲେ । ତେବେ କିଶନଙ୍କ ଅଡିସନ ଦେଖିବା ପରେ କିରଣ ତାଙ୍କୁ ଏହି ଭୂମିକା ପାଇଁ ଏକ ଉପଯୁକ୍ତ ଫିଟ୍ କରି ରବି କିଶନଙ୍କୁ ଏହି ଭୂମିକା ପାଇଁ କାଷ୍ଟ କରିଥିଲେ ।